ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ଜୀବନ ମିଶନକୁ ମଜଭୁତ କରିବା ନିମନ୍ତେ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି ଏବଂ ଜନସ୍ୱାସ୍ଥ୍ୟରେ ବିଶୁଦ୍ଧ ଜଳର ଭୂମିକା ଉପରେ ଆଲୋକପାତ କରିଛନ୍ତି ।
ଜଳ ଶକ୍ତି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏକାଧିକ ଟୁଇଟ କରି ସୂଚନା ଦେଇଛନ୍ତି ଯେ, ଡବ୍ଲ୍ୟୁଏଚଓର ଏକ ରିପୋର୍ଟ ଅନୁସାରେ ୟୁନିଭର୍ସାଲ ଟ୍ୟାପ୍ ୱାଟର କଭରେଜ ଯୋଗୁ ଡାଇରିଆରେ ମୃତ୍ୟୁ ଘଟୁଥିବା ୪ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ।
କେନ୍ଦ୍ରମନ୍ତ୍ରୀଙ୍କ ଏକାଧିକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ପ୍ରତ୍ୟେକ ଭାରତୀୟଙ୍କ ପାଇଁ ବିଶୁଦ୍ଧ ଏବଂ ସୁରକ୍ଷିତ ଜଳ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ଜଳ ଜୀବନ ମିଶନର ପରିକଳ୍ପନା କରାଯାଇଥିଲା, ଯାହା କି ଜନସ୍ୱାସ୍ଥ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି । ଆମେ ଏହି ମିଶନକୁ ମଜଭୁତ କରିବୁ ଏବଂ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ବୃଦ୍ଧି କରିବା ଜାରି ରଖିବୁ’ ।
Jal Jeevan Mission was envisioned to ensure that every Indian has access to clean and safe water, which is a crucial foundation for public health. We will continue to strengthen this Mission and boosting our healthcare system. https://t.co/lAwx6DSyfK
— Narendra Modi (@narendramodi) June 9, 2023
SR