ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କଲିକତା ହାଇକୋର୍ଟର ସର୍କିଟ ବେଞ୍ଚ ଜଲପାଇଗୁଡ଼ିଠାରେ ପ୍ରତିଷ୍ଠାକୁ ମଞ୍ଜୁରି ଦେଇଛନ୍ତି । ଏହାର ବିଚାର କ୍ଷେତ୍ର ମଧ୍ୟରେ ଚାରିଟି ଜିଲ୍ଲା ଯଥା ଦାର୍ଜିଲିଂ, କାଲିମପୋଙ୍ଗ, ଜଲପାଇଗୁଡ଼ି ଏବଂ କୁଚବେହାର ରହିବ ।
ସର୍କିଟ ବେଞ୍ଚ ପ୍ରତିଷ୍ଠା ଲାଗି କଲିକତା ହାଇକୋର୍ଟର ଏକ ପୂର୍ଣ୍ଣ ନ୍ୟାୟାଳୟ ବୈଠକ 1988ରେ ଅନୁଷ୍ଠିତ ହୋଇଥିଲା, ସେହିପରି ଜଲପାଇଗୁଡ଼ିରେ କଲିକତା ହାଇକୋର୍ଟର ସର୍କିଟ ବେଞ୍ଚ ପ୍ରତିଷ୍ଠା ଲାଗି 16.06.2006ରେ କ୍ୟାବିନେଟ ନିଷ୍ପତ୍ତି ନେଇଥିଲେ । ଏଥିସହିତ 30.08.2018 କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଚାରପତିମାନଙ୍କର ଏକ ଦଳ ସର୍କିଟ ବେଞ୍ଚ ପ୍ରତିଷ୍ଠା ପାଇଁ ପ୍ରସ୍ତାବିତ କ୍ଷେତ୍ର ପରିଦର୍ଶନ କରି ସେଠାରେ ଭିତ୍ତିଭୂମି ସୁବିଧା ଅନୁଧ୍ୟାନ କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି ।