ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ନଭେମ୍ବରର ୨୦ରୁ ୨୧ ତାରିଖ ପର୍ଯ୍ୟନ୍ତ ଗୁୟାନା ଗସ୍ତ ଅବସରରେ ଆଜି ଜର୍ଜଟାଉନରେ ପହଞ୍ଚିଛନ୍ତି । ୫୬ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗୁୟାନା ଗସ୍ତ । ଏକ ବିଶେଷ ସଦଭାବନା ଭାବେ ବିମାନବନ୍ଦରରେ ଗୁୟାନା ରାଷ୍ଟ୍ରପତି ଡ. ମହମ୍ମଦ ଇରଫାନ ଅଲ୍ଲୀ ଏବଂ ଗୁୟାନାର ପ୍ରଧାନମନ୍ତ୍ରୀ ବ୍ରିଗେଡିୟର (ଅବସରପ୍ରାପ୍ତ) ମାର୍କ ଆନ୍ଥୋନି ଫିଲିପ୍ସ ଶ୍ରୀ ମୋଦୀଙ୍କୁ ରାଜକୀୟ ସ୍ୱାଗତ କରିଥିଲେ । ଏହି ଅବସରରେ ଗୁୟାନା ମନ୍ତ୍ରିମଣ୍ଡଳର ଏକ ଡଜନରୁ ଅଧିକ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
ହୋଟେଲରେ ପ୍ରଧାନମନ୍ତ୍ରୀ ପହଞ୍ଚିବା ମାତ୍ରେ ତାଙ୍କୁ ଗୁୟାନା ରାଷ୍ଟ୍ରପତି ଅଲ୍ଲୀଙ୍କ ସମେତ ବାର୍ବାଡୋସର ପ୍ରଧାନମନ୍ତ୍ରୀ ମିଆ ଅମର ମୋଟଲେ ଏବଂ ଗ୍ରେନାଡାର ପ୍ରଧାନମନ୍ତ୍ରୀ ଡିକେନ ମିଚେଲ ସ୍ୱାଗତ କରିଥିଲେ । ଏଥିସହ ଗୁୟାନା ମନ୍ତ୍ରିମଣ୍ଡଳର ଅନେକ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଭାରତୀୟ ସମୁଦାୟ ଏବଂ ଭାରତ–ଗୁୟାନା ସମୁଦାୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ ଶ୍ରୀ ମୋଦୀଙ୍କ ସ୍ୱାଗତ ବେଳେ ଗୁୟାନା ସରକାରଙ୍କ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ଭାରତ–ଗୁୟାନା ଘନିଷ୍ଠ ମିତ୍ରତାର ପ୍ରମାଣ ସ୍ୱରୂପ ଜର୍ଜଟାଉନର ମେୟର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ‘ଜର୍ଜଟାଉନ ସହରର ଚାବି’ ହସ୍ତାନ୍ତର କରିଥିଲେ ।
*********
SR
PM @narendramodi arrived in Guyana. In a special gesture, he was warmly received by President Dr. Irfaan Ali, PM Mark Anthony Phillips, senior ministers and other dignitaries at the airport.@presidentaligy@DrMohamedIrfaa1 pic.twitter.com/ho6ozgVwGZ
— PMO India (@PMOIndia) November 20, 2024
Landed in Guyana a short while ago. Gratitude to President Dr. Irfaan Ali, PM Mark Anthony Phillips, senior ministers and other dignitaries for coming to receive me at the airport. I am confident this visit will deepen the friendship between our nations. @presidentaligy… pic.twitter.com/B5hN0R96ld
— Narendra Modi (@narendramodi) November 20, 2024