Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଜନସ୍ୱାସ୍ଥ୍ୟ ସଚେତନତା ଓ ପେଣ୍ଟିଂ ପାଇଁ ଯୁବ କଳାକାରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁର ଜଣେ ୨୦ବର୍ଷ ବୟସ୍କ ଛାତ୍ରଙ୍କ ନିକଟରୁ ଚିଠି ଲେଖି ତାଙ୍କ ଦ୍ୱାରା ପ୍ରସ୍ତୁତ ନିଜର ଦୁଇଟି ପେଣ୍ଟିଂର ଉଚ୍ଚପ୍ରଶଂସା କରିଛନ୍ତି । ଏହି ଛାତ୍ର ଷ୍ଟିଭେନ ହ୍ୟାରିସ ପ୍ରଧାନମନ୍ତ୍ରୀଙ୍କ ନିକଟରୁ ନିଜ ଦ୍ୱାରା ପ୍ରସ୍ତୁତ ମୋଦୀଙ୍କର ଦୁଇଟି ସୁନ୍ଦର ପେଣ୍ଟିଂ ପଠାଇବା ସହ ଏକ ଚିଠି ମଧ୍ୟ ଲେଖିଥିଲେ । ଏହା ପାଇବା ପରେ ପ୍ରଧାନମନ୍ତ୍ରୀ ସେହି ଛାତ୍ରଙ୍କୁ ଉତ୍ସାହିତ କରି ତାଙ୍କ ପାଖକୁ ଏକ ପତ୍ର ଲେଖି ତାଙ୍କ ପେଣ୍ଟିଂ ଓ ଉଦ୍ୟମର ଉଚ୍ଚ ପ୍ରଶଂସା କରିଛନ୍ତି ।

ସେ ଚିଠିରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ସୃଜନାତ୍ମକ କ୍ଷେତ୍ରରେ ଯୁବକଯୁବତୀଙ୍କର ଆଗ୍ରହ ଓ ଧ୍ୟାନକୁ ଦେଖିବା ବେଶ୍ ଆନନ୍ଦଦାୟକ । ତୁମ ପେଣ୍ଟିଂ ତୁମର ଗଭୀର ଅନୁଭବର ପ୍ରତିଭାକୁ ସୂଚାଉଛି । ଏଥିରେ ଯେଉଁ ସୂକ୍ଷ୍ମ କଳାତ୍ମକ ପ୍ରଦର୍ଶନ ଅତ୍ୟନ୍ତ ନିଖୁଣଭାବେ ହୋଇଛି ତାହା ବେଶ୍ ହୃଦୟସ୍ପର୍ଶୀ ।

ସାଂମ୍ପ୍ରତିକ ଜଟିଳ ପରିସ୍ଥିତିରେ ଏହି ଯୁବ କଳାକାର ଜଣକ ଜନସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ଯେଉଁ ମତାମତ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ତାହାର ଉଚ୍ଚ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କ ଚିଠିରେ ଲେଖିଛନ୍ତି,, “ ଟିକାଦାନ ଅଭିଯାନ ଓ ଅନୁଶାସନ ସହିତ ୧୩୦କୋଟି ଭାରତୀୟଙ୍କ ସାମୁହିକ ଉଦ୍ୟମ ମହାମାରୀ ବିରୋଧୀ ଲଢେଇରେ ଆମକୁ ବଳ ଦେଇଛି। ସକାରରାତ୍ମକ ବାର୍ତ୍ତା ପ୍ରଚାର ପାଇଁ ଷ୍ଟିଭେନଙ୍କ ଉଦ୍ୟମ ଦ୍ୱାରା ଲୋକେ ଅନୁପ୍ରାଣିତ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଷ୍ଟିଭେନ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିଲେ ଯେ ସେ ୧୫ବର୍ଷ ଧରି ପେଣ୍ଟିଂ କରି ଆସୁଛନ୍ତି ଏବଂ ବିଭିନ୍ନ ସ୍ତରରେ  ୧୦୦ରୁ ଅଧିକ ପୁରସ୍କାର ପାଇଛନ୍ତି । ସେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ପ୍ରେରଣାର ଉତ୍ସ ଭାବେ ଉଲ୍ଲେଖ କରିବା ସହିତ କରୋନାର  ମୁକାବିଲା ପାଇଁ ଚାଲିଥିବା ଟିକାଦାନ ଅଭିଯାନକୁ ପ୍ରଶଂସା କରିଛନ୍ତି ।

ଷ୍ଟିଭେନ ହ୍ୟାରିସ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୁଇଟି  ପେଣ୍ଟିଂ କରିଛନ୍ତି ତାର ଫଟୋ ତଳେ ଦିଆଯାଇଛି ।

PM India

PM India

 

****

TM / SLP