ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନଜାତୀୟ ଗୌରବ ଦିବସ ମହାସମ୍ମେଳନରେ ଜନଜାତୀୟ ସମ୍ପ୍ରଦାୟଙ୍କ କଲ୍ୟାଣ ନିମନ୍ତେ ଅନେକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି । ମଧ୍ୟ ପ୍ରଦେଶରେ ପ୍ରଧାନମନ୍ତ୍ରୀ ଆଜି ‘ରାସନ ଆପକେ ଗ୍ରାମ’ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ସେ ମଧ୍ୟ ପ୍ରଦେଶରେ ସିକଲ ସେଲ ମିଶନକୁ ମଧ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ କରିଛନ୍ତି । ସେହିଭଳି ସମଗ୍ର ଦେଶରେ ଏକାସଙ୍ଗେ ୫୦ଟି ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟର ଆଧାରଶିଳା ପ୍ରଧାନମନ୍ତ୍ରୀ ଆଜି ରଖିଛନ୍ତି । ଏହି ଅବସରରେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ, ଡକ୍ଟର ବୀରେନ୍ଦ୍ର କୁମାର, ଶ୍ରୀ ନରେନ୍ଦ୍ର ସିଂହ ତୋମର, ଶ୍ରୀ ଜ୍ୟୋତିରାଦିତ୍ୟ ଏମ ସିନ୍ଧିଆ ତଥା କେନ୍ଦ୍ରୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଏସ ପଟେଲ, ଶ୍ରୀ ଫଗନ ସିଂହ କୁଲସ୍ତେ ଏବଂ ଡକ୍ଟର ଏଲ ମୁରୁଗନ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତଅୀ ଏହି ଅବସରରେ ଉପସ୍ଥିତ ଗଣ୍ୟମାନ୍ୟ ଲୋକମାନଙ୍କୁ ସମ୍ବୋଧିତ କରି କହିଳେ ଯେ ଆଜି ଭାରତ ନିଜର ପ୍ରଥମ ‘ଜନଜାତୀୟ ଗୌରବ ଦିବସ’ ପାଳନ କରୁଛି । ସେ କହିଲେ ଯେ ପ୍ରଥମ ଥର ପାଇଁ ଏତେ ବିରାଟ ଆକାରରେ ସମଗ୍ର ଦେଶରେ ଜନଜାତି ସମାଜଙ୍କ କଳା ସଂସ୍କୃତି, ସ୍ୱାଧୀନତା ଆନ୍ଦୋଳନ ଏବଂ ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଯୋଗଦାନକୁ ଗୌରବର ସହିତ ସ୍ମରଣ କରାଯାଉଛି, ସେମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଛି ।’ ଜନଜାତି ସମାଜ ସହିତ ନିଜର ଦୀର୍ଘ ସଂପର୍କ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କରି ସେମାନଙ୍କର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଜୀବନର ସେ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଲେ ଯେ ଗୀତ ଏବଂ ନୃତ୍ୟ ସହିତ ଜନଜାତି ବର୍ଗର ଲୋକଙ୍କ ପ୍ରତ୍ୟେକ ସାଂସ୍କତିକ ବିଭାବରେ ଜୀବନର ଏକ ଅଦ୍ଭୁତ ପ୍ରେରଣା ରହିଛି ଏବଂ ସେଥିରୁ ଶିକ୍ଷାଲାଭ କରିବାର ଢେର୍ କିଛି ରହିଛି ।
ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରି କହିଲେ ଯେ ‘ସ୍ୱାଧୀନତା ସଂଗ୍ରାମରେ ଜନଜାତି ବର୍ଗର ନେତା ନେତ୍ରୀମାନଙ୍କର ବୀରଗାଥାକୁ ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥପାନ କରିବା, ନୂତନ ପିଢ଼ଙ୍କ ସହିତ ସେମାନଙ୍କୁ ପରିଚିତ କରାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ।’ ପରାଧୀନତାର କାଳଖଣ୍ଡରେ ବିଦେଶୀ ଶାସନ ବିରୁଦ୍ଧେରେ ଖାସି- ଗାରୋ ଆନ୍ଦୋଳନ, ମିଜୋ ଆନ୍ଦୋଳନ, କୋଲ ଆନ୍ଦୋଳନ ସମେତ ଅନେକ ସଂଗ୍ରାମର ଉଦାହରଣ ରହିଛି । ପ୍ରଧାନମନ୍ତ୍ରୀ କହିଲେ ଯେ ‘ଗଣ୍ଡ ମହାରାଣୀ ବୀର ଦୁର୍ଗାବତୀଙ୍କ ଶୌର୍ଯ୍ୟ ଗାଥା ହେଉ କିମ୍ବା ରାଣୀ କମଳାପତିଙ୍କ ବଳିଦାନ, ଦେଶ ଏହାକୁ କଦାପି ଭୁଲି ପାରିବନାହିଁ । ବୀର ମହାରାଣା ପ୍ରତାଦଙ୍କ ସଂଘର୍ଷର କଳ୍ପନା ସେହି ବାହାଦୂର ଭୀଲମାନଙ୍କ ବିନା କଦାପି କଳ୍ପନା କରାଯାଇପାରି ନଥାନ୍ତା । ସେମାନେ କାନ୍ଧକୁ କାନ୍ଧ ମିଳାଇ ସଂଗ୍ରାମ କରିଥିଲେ ଏବଂ ବଳିଦାନ ମଧ୍ୟ ଦେଇଥିଲେ ।’
ଆଗାମୀ ପିଢ଼ିଙ୍କୁ ଛତ୍ରପତି ଶିବାଜୀ ମହାରାଜଙ୍କ ସହିତ ଯୋଡ଼ିବାରେ ଶିବାଶାହିର ବାବାସାହେବ ପୁରନ୍ଦରେଙ୍କ ଅମୂଲ୍ୟ ଯୋଗଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ଶିବାଶାହିର ବାବାସାହେବ ପୁରନ୍ଦରେଙ୍କର ଆଜି ସକାଳେ ଦେହାନ୍ତ ହୋଇଗଲା । ପ୍ରଧାନମନ୍ତ୍ରୀ ଏହି ପ୍ରଖ୍ୟାତ ଇତିହାସକାରଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ, ‘ ଛତ୍ରପତି ଶିବାଜୀ ମହାରାଜଙ୍କର ଯେଉଁ ଆଦର୍ଶକୁ ବାବାସାହେବ ପୁରନ୍ଦରେଜୀ ଦେଶବାସୀଙ୍କ ନିକଟରେ ଉପସ୍ଥାପନ କରିଛନ୍ତି, ସେହି ଆଦର୍ଶ ଆମକୁ ନିରନ୍ତର ପ୍ରେରଣା ଦେଇ ଚାଲିଥିବ । ମୁଁ ବାବାସାହେବ ପୁରନ୍ଦରେ ଜୀଙ୍କୁ ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଉଛି ।’
ପ୍ରଧାନମନ୍ତ୍ରୀ କହିଲେ, ‘ ଆଜି ଯେତେବେଳେ ଆମେ ରାଷ୍ଟ୍ର ନିର୍ମାଣରେ ଆଦିବାସୀ ସମାଜର ଯୋଗଦାନକୁ ରାଷ୍ଟ୍ରୀୟ ମଞ୍ଚରେ ଆଲୋଚନା କରୁଛେ, ସେତେବେଳେ କିଛି ଲୋକଙ୍କୁ ଏହା ଅଡ଼ୁଆ ଲାଗୁଛି । ଏଭଳି ଲୋକ କଦାପି ଏକଥା ବୁଝି ପାରିବେନାହିଁ ଯେ ଭାରତର ସଂସ୍କୃତିକୁ ମଜଭୁତ କରିବା ନିମନ୍ତେ ଜନଜାତି ସମାଜର କେତେ ବଡ଼ ଯୋଗଦାନ ରହିଛି ।’ ଏହାର କାରଣ ଏହା ଯେ ଜନଜାତି ସମାଜଙ୍କ ଯୋଗଦାନକୁ ହୁଏତ ଦେଶବାସୀଙ୍କ ଅବଗତ କରାଯାଉନଥିଲ ଏବଂ ଯାହା ବି ବତାଯାଉଥିଲା ତାହା ଖୁବ୍ ସୀମିତ ଭାବେ ଅବଗତ କରାଯାଉଥିଲା । ଶ୍ରୀ ମୋଦୀ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ଆରୋପ କରି କହିଲେ ଯେ ‘ଏହା ଏଇଥିପାଇଁ ହେଉଥିଲା କାରଣ ସ୍ୱାଧୀନତା ଲାଭ ପରେ ଦଶନ୍ଧି ଦଶନ୍ଧି ଧରି ଦେଶରେ ସରକାର ଚଳାଉଥିବା ଲୋକ ନିଜର ସ୍ୱାର୍ଥପର ରାଜନୀତିକୁ ପ୍ରାଥମିକତା ପ୍ରଦାନ କରୁଥିଲେ ।’ ପ୍ରଧାନମନ୍ତ୍ରୀ କହିଲେ ଯେ ଆଜି ଆଦିବାସୀ ଅଧ୍ୟୁସିତ କ୍ଷେତ୍ରରେ ଗରିବ ଲୋକମାନଙ୍କ ନିମନ୍ତେ ବାସଗୃହ, ଶୌଚାଳୟ, ମାଗଣାରେ ବିଜୁଳି ଏବଂ ଗ୍ୟାସ ସଂଯୋଗ, ସ୍କୁଲ, ସଡ଼କ ଏବଂ ମାଗଣାରେ ଚିକିତ୍ସା ଭଳି ସୁବିଧା ଦେଶର ଅବଶିଷ୍ଟ କ୍ଷେତ୍ର ଭଳି ଉପଲବ୍ଧ କରାଯାଉଛି ।’
ପ୍ରଧାନମନ୍ତ୍ରୀ କହିଲେ ଯେ କେନ୍ଦ୍ର ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ଜନଜାତି ଅଧ୍ୟୁସିତ କ୍ଷେତ୍ରବାଲା ଆକା„ୀ ଜିଲ୍ଲାଗୁଡ଼ିକରେ ପ୍ରାଥମିକତା ପ୍ରଦାନ କରାଯାଉଛି । ସେ କହିଲେ ଯେ ଦେଶର ଜନଜାତି ଅଧ୍ୟୁସିତ କ୍ଷେତ୍ରଗୁଡ଼ିକୁ ଅର୍ଥ ଏବଂ ସଂସାଧନରେ ସମୃଦ୍ଧ କରାଯାଉଛି । କିନ୍ତୁ ‘ପ୍ରଥମେ ଯେଉଁ ସରକାର ଥିଲେ, ସେମାନେ ଏହିସବୁ କ୍ଷେତ୍ରପ୍ରତି ଶୋଷଣର ନୀତି ଆପଣାଇଥିଲେ । ଆମେ ଏହିସବୁ କ୍ଷେତ୍ରଗୁଡ଼ିକର କ୍ଷମତାକୁ ଉଚିତ ଉପଯୋଗ କରିବା ନୀତିକୁ ପାଳନ କରିଆସୁଛୁ ।’ ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ କିପରି ପାରିତ ଆଇନଗୁଡ଼ିକୁ ବଦଳାଇ ଜନଜାତି ସମାଜକୁ ବନ ସଂସାଧନ ଉପଲବ୍ଧ କରାଯାଉଛି ।
ପ୍ରଧାନମନ୍ତ୍ରୀ କହିଲେ ଯେ ନିକଟରେ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି । ଜନଜାତି ସମାଜରୁ ଆସିଥିବା ପୁରସ୍କାର ବିଜେତା ଯେତେବେଳେ ରାଷ୍ଟ୍ରପତି ଭବନ ପହଞ୍ôଚଲେ ସେତେବେଳେ ସମଗ୍ର ବିଶ୍ୱ ଚକିତ ହୋଇଗଲେ । ସେଭଳି ଆଦିବାସୀ ଓ ଗ୍ରାମୀଣ ସମାଜର କାମ କରୁଥିବା ଲୋକଙ୍କୁ ସେମାନେ ଦେଶର ବାସ୍ତବ ହୀରୋ ବୋଲି ଆଖ୍ୟା ଦେଇଛନ୍ତି । ଏବେ ଆଦିବାସୀ ସମ୍ପ୍ରଦାୟର କାରିଗରମାନଙ୍କ ଉତ୍ପାଦକୁ ରାଷ୍ଟ୍ରୀୟ ଏବଂ ବୈଶ୍ୱିକ ସ୍ତରରେ ପ୍ରଚାର ପ୍ରସାର କରାଯାଉଛି । ଆଜି ୯୦ରୁ ଅଧିକ ଜଙ୍ଗଲଜାତ ଉତ୍ପାଦକୁ ଏମଏସପି ପ୍ରଦାନ କରାଯାଉଛି ଯଦ୍ୟପି ପୂର୍ବରୁ କେବଳ ୮-୧୦ ଫସଲ ଉପରେ ଏହା ପ୍ରଦାନ କରାଯାଉଥିଲା । ଏଭଳି ଜିଲ୍ଲାମାନଙ୍କ ନିମନ୍ତେ ୧୫୦ରୁ ଅଧିକ ମେଡ଼ିକାଲ କଲେଜକୁ ସ୍ୱୀକୃତି ପ୍ରଦାନ କରାଯାଇଛି । ୨,୫୦୦ରୁ ଅଧିକ ବନ ଧନ ବିକାଶ କେନ୍ଦ୍ରକୁ ୩୭,୦୦୦ରୁ ଅଧିକ ସ୍ୱୟଂ ସହାୟତା ସମୂହ ସହିତ ଯୋଡ଼ାଯାଇଛି ଯେଉଁଥିରୁ ୭ ଲକ୍ଷ ଲୋକଙ୍କୁ ଯୋଜଗାର ସୁବିଧା ପ୍ରାପ୍ତ ହେଉଛି । ୨୦ ଲକ୍ଷ ଭୂମି ପଟ୍ଟା ସେମାନଙ୍କୁ ପ୍ରଦାନ କରାଯାଉଛି ଏବଂ ଜନଜାତୀୟ ଯୁବଗୋଷ୍ଠୀଙ୍କ କୌଶଳ ଏବଂ ଶିକ୍ଷା ଉପରେ ଧ୍ୟାନ ଦିଆଯାଉଛି । ବିଗତ ୭ ବର୍ଷରେ ୯ଟି ନୂତନ ଆଦିବାସୀ ଅନୁସନ୍ଧାନ ସଂସ୍ଥାନ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଲେ ଯେ ନୂତନ ଶିକ୍ଷା ନୀତିରେ ମାତୃଭାଷା ଉପରେ ଗୁରୁତ୍ୱୂ ଆରୋପ କରାଯିବା ଦ୍ୱାରା ଆଦିବାସୀ ବର୍ଗର ଲୋକଙ୍କୁ ଅଧିକ ଫାଇଦା ମିଳିପାରିଛି ।
*****
SS
Addressing the Janjatiya Gaurav Divas Mahasammelan in Bhopal. https://t.co/WrVPZrqni0
— Narendra Modi (@narendramodi) November 15, 2021
आज भारत, अपना पहला जनजातीय गौरव दिवस मना रहा है।
— PMO India (@PMOIndia) November 15, 2021
आज़ादी के बाद देश में पहली बार इतने बड़े पैमाने पर, पूरे देश के जनजातीय समाज की कला-संस्कृति, स्वतंत्रता आंदोलन और राष्ट्रनिर्माण में उनके योगदान को गौरव के साथ याद किया जा रहा है, उन्हें सम्मान दिया जा रहा है: PM @narendramodi
आजादी की लड़ाई में जनजातीय नायक-नायिकाओं की वीर गाथाओं को देश के सामने लाना, उसे नई पीढ़ी से परिचित कराना, हमारा कर्तव्य है।
— PMO India (@PMOIndia) November 15, 2021
गुलामी के कालखंड में विदेशी शासन के खिलाफ खासी-गारो आंदोलन, मिजो आंदोलन, कोल आंदोलन समेत कई संग्राम हुए: PM @narendramodi
गोंड महारानी वीर दुर्गावती का शौर्य हो या फिर रानी कमलापति का बलिदान, देश इन्हें भूल नहीं सकता।
— PMO India (@PMOIndia) November 15, 2021
वीर महाराणा प्रताप के संघर्ष की कल्पना उन बहादुर भीलों के बिना नहीं की जा सकती जिन्होंने कंधे से कंधा मिलाकर लड़ाई लड़ी और बलिदान दिया: PM @narendramodi
‘पद्म विभूषण’ बाबासाहेब पुरंदरे जी ने छत्रपति शिवाजी महाराज के जीवन को, उनके इतिहास को सामान्य जन तक पहुंचाने में जो योगदान दिया है, वो अमूल्य है।
— PMO India (@PMOIndia) November 15, 2021
यहां की सरकार ने उन्हें कालिदास पुरस्कार भी दिया था: PM @narendramodi
छत्रपति शिवाजी महाराज के जिन आदर्शों को बाबासाहेब पुरंदरे जी ने देश के सामने रखा, वो आदर्श हमें निरंतर प्रेरणा देते रहेंगे।
— PMO India (@PMOIndia) November 15, 2021
मैं बाबासाहेब पुरंदरे जी को अपनी भावभीनी श्रद्धांजलि देता हूं: PM @narendramodi
आज जब हम राष्ट्रीय मंचों से, राष्ट्र निर्माण में जनजातीय समाज के योगदान की चर्चा करते हैं, तो कुछ लोगों को हैरानी होती है।
— PMO India (@PMOIndia) November 15, 2021
ऐसे लोगों को विश्वास ही नहीं होता कि जनजातीय समाज का भारत की संस्कृति को मजबूत करने में कितना बड़ा योगदान रहा है: PM @narendramodi
इसकी वजह ये है कि जनजातीय समाज के योगदान के बारे में या तो देश को बताया ही नहीं गया और अगर बताया भी गया तो बहुत ही सीमित दायरे में जानकारी दी गई।
— PMO India (@PMOIndia) November 15, 2021
ऐसा इसलिए हुआ क्योंकि आज़ादी के बाद दशकों तक जिन्होंने देश में सरकार चलाई, उन्होंने अपनी स्वार्थ भरी राजनीति को ही प्राथमिकता दी: PM
आज चाहे गरीबों के घर हों, शौचालय हों,
— PMO India (@PMOIndia) November 15, 2021
मुफ्त बिजली और गैस कनेक्शन हों,
स्कूल हो, सड़क हो, मुफ्त इलाज हो,
ये सबकुछ जिस गति से देश के बाकी हिस्से में हो रहा है, उसी गति से आदिवासी क्षेत्रों में भी हो रहा है: PM @narendramodi
देश का जनजातीय क्षेत्र, संसाधनों के रूप में, संपदा के मामले में हमेशा समृद्ध रहा है।
— PMO India (@PMOIndia) November 15, 2021
लेकिन जो पहले सरकार में रहे, वो इन क्षेत्रों के दोहन की नीति पर चले।
हम इन क्षेत्रों के सामर्थ्य के सही इस्तेमाल की नीति पर चल रहे हैं: PM @narendramodi
अभी हाल में पद्म पुरस्कार दिए गए हैं।
— PMO India (@PMOIndia) November 15, 2021
जनजातीय समाज से आने वाले साथी जब राष्ट्रपति भवन पहुंचे तो दुनिया हैरान रह गई।
आदिवासी और ग्रामीण समाज में काम करने वाले ये देश के असली हीरे हैं: PM @narendramodi
आज पहले जनजातीय गौरव दिवस पर आजादी के बाद देश में पहली बार इतने बड़े पैमाने पर जनजातीय समाज की कला-संस्कृति, स्वतंत्रता आंदोलन और राष्ट्रनिर्माण में उनके योगदान को गौरव के साथ याद किया जा रहा है, उन्हें सम्मान दिया जा रहा है। pic.twitter.com/9tIli3QrrV
— Narendra Modi (@narendramodi) November 15, 2021
भारत की सांस्कृतिक यात्रा में जनजातीय समाज का योगदान अटूट रहा है। pic.twitter.com/X7sz2dimHb
— Narendra Modi (@narendramodi) November 15, 2021
जब देश ने 2014 में सेवा का मौका दिया, तो जनजातीय समुदाय का हित केंद्र सरकार की सर्वोच्च प्राथमिकता बनी।
— Narendra Modi (@narendramodi) November 15, 2021
वहीं पहले की सरकारों ने कभी आदिवासी समाज को उचित महत्व नहीं दिया, लेकिन अभावों की पूर्ति के नाम पर उनके वोट से बार-बार सत्ता पाई। pic.twitter.com/oMAxcXzVZs
आज केंद्र सरकार जितनी भी कल्याणकारी योजनाएं बना रही है, उनमें आदिवासी समाज बाहुल्य जिलों को प्राथमिकता दी जा रही है। pic.twitter.com/hPKVDR2Yuz
— Narendra Modi (@narendramodi) November 15, 2021
जनजातीय समुदायों को छोटी-छोटी आवश्यकताओं के लिए लंबा इंतजार करवाया गया। लेकिन अब उन्हें आत्मनिर्भर बनाने के लिए निरंतर प्रयास किए जा रहे हैं। pic.twitter.com/qzaBTrCpL8
— Narendra Modi (@narendramodi) November 15, 2021