ପ୍ରଖ୍ୟାତ ଚଳଚ୍ଚିତ୍ର ଅଭିନେତା ଥିରୁ ଦିଲ୍ଲୀ ଗଣେଶଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗଭୀର ଶୋକ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଥିରୁ ଗଣେଶଙ୍କର ଅସାଧାରଣ ଅଭିନୟ ଦକ୍ଷତା ଥିଲା ଏବଂ ପ୍ରତ୍ୟେକ ଭୂମିକା ପାଇଁ ତାଙ୍କର ଅତୁଳନୀୟ ଅଭିନୟ ଓ ବିଭିନ୍ନ ପିଢ଼ିର ଦର୍ଶକଙ୍କ ସହ ଯୋଡ଼ି ହୋଇ ରହିବା ଦିଗରେ କ୍ଷମତା ପାଇଁ ସେ ସବୁଦିନ ମନେ ରହିବେ ।
ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା ଥିରୁ ଦିଲ୍ଲୀ ଗଣେଶଙ୍କ ପରଲୋକରେ ଅତ୍ୟନ୍ତ ଦୁଃଖିତ । ତାଙ୍କର ଅସାଧାରଣ ଅଭିନୟ ଦକ୍ଷତା ଥିଲା । ପ୍ରତ୍ୟେକ ଭୂମିକାକୁ ସେ ଦକ୍ଷତାର ସହ ନିଭାଉଥିଲେ ଏବଂ ବିଭିନ୍ନ ପିଢ଼ିର ଦର୍ଶକଙ୍କ ସହ ଯୋଡ଼ି ହୋଇ ରହିବା ଦିଗରେ ସ୍ୱତନ୍ତ୍ର କ୍ଷମତା ପାଇଁ ସେ ମନେ ରହିବେ । ସେ ଯାତ୍ରା ଜଗତ ସହ ମଧ୍ୟ ଜଡ଼ିତ ଥିଲେ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା । ଓମ୍ ଶାନ୍ତି ।”
SR
Deeply saddened by the passing of the illustrious film personality, Thiru Delhi Ganesh Ji. He was blessed with impeccable acting skills. He will be fondly remembered for the depth he brought to each role and for his ability to connect with viewers across generations. He was also…
— Narendra Modi (@narendramodi) November 10, 2024