ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଚଣ୍ଡିଗଡ଼ ପ୍ରଶାସନର 3930 କର୍ମଚାରୀଙ୍କ ପାଇଁ ସ୍ୱ-ଅର୍ଥ ଲଗାଣ ଆବାସ ଯୋଜନା ଅଧୀନରେ ବାସଗୃହ ନିର୍ମାଣ ଲାଗି ଚଣ୍ଡିଗଡ଼ ଆବାସ ବୋର୍ଡକୁ ଜମି ଆବଂଟନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି ।
ବିନ୍ଦୁୱାରୀ ବିବରଣୀ :
ନିଜ କର୍ମଚାରୀମାନଙ୍କ ଲାଗି ଚଣ୍ଡିଗଡ଼ ପ୍ରଶାସନ ସ୍ୱ-ଅର୍ଥ ଲଗାଣରେ ଆବାସ ଯୋଜନା-2008କୁ ମଞ୍ଜୁର କରିଥିଲା । କେନ୍ଦ୍ର ଶାସିତ ପ୍ରଦେଶର କର୍ମଚାରୀମାନଙ୍କ ଲାଗି 3930 ବାସଗୃହର ନିର୍ମାଣ ଲାଗି ମୋଟ 73.3 ଏକର ଜମି ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ 11.8 ଏକର ଜମି ଚଣ୍ଡିଗଡ଼ ପ୍ରଶାସନ ଦଖଲରେ ରହିଛି । ଉପରୋକ୍ତ ପ୍ରସ୍ତାବରେ 61.5 ଏକର ସରକାର ଜମିକୁ ଚଣ୍ଡିଗଡ଼ ଆବାସ ବୋର୍ଡକୁ ଆବଂଟନ କରିବା ଲାଗି ଉଲ୍ଲେଖ ରହିଛି ।
ଏହି ଯୋଜନାକୁ ଲାଗୁ କରିବା ପାଇଁ ଚଣ୍ଡିଗଡ଼ ଆବାସ ବୋର୍ଡକୁ ନୋଡାଲ ଏଜେନ୍ସି ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ଚଣ୍ଡିଗଡ଼ ଆବାସ ବୋର୍ଡ 2008ରେ ଚଣ୍ଡିଗଡ଼ ପ୍ରଶାସନର କର୍ମଚାରୀମାନଙ୍କୁ 99 ବର୍ଷର ଲିଜହୋଲ୍ଡ ଆଧାରେ ସ୍ୱ-ଅର୍ଥ ଲଗାଣରେ ଆବାସ ଯୋଜନା ସହ ଜଡ଼ିତ ବିଜ୍ଞାପନ ଜାରି କରିଥିଲା ।
ପ୍ରମୁଖ ପ୍ରଭାବ :
ଉପରୋକ୍ତ ପ୍ରସ୍ତାବ ଚଣ୍ଡିଗଡ଼ ପ୍ରଶାସନର କର୍ମଚାରୀମାନଙ୍କ ପାଇଁ ଫ୍ଲାଟ ନିର୍ମାଣ ସହ ଜଡ଼ିତ । ଏହି ଯୋଜନା ସ୍ଥାନୀୟ ସ୍ତରେ ଇଞ୍ଜିନିୟର ଏବଂ ଶ୍ରମିକମାନଙ୍କୁ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବେ ନିଯୁକ୍ତି ସୁଯୋଗ ପ୍ରଦାନ କରିବ ।
**********