Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଘରୋଇ ଶ୍ରମିକ ନିଯୁକ୍ତି କ୍ଷେତ୍ରରେ ଭାରତ-କୁଏତ ସହଯୋଗ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


ଘରୋଇ ଶ୍ରମିକ ନିଯୁକ୍ତି କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ କୁଏତ ମଧ୍ୟରେ ବୁଝାମଣା (ଏମଓୟୁ)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି ।

ବିବରଣୀ :

ଏହି ଏମଓୟୁରେ ଘରୋଇ ଶ୍ରମିକ ନିଯୁକ୍ତି ସହ ଜଡ଼ିତ ପ୍ରସଙ୍ଗରେ ସହଯୋଗ ଲାଗି ଢାଂଚାଗତ ବ୍ୟବସ୍ଥା ରହିଛି ଏବଂ କୁଏତରେ କାର୍ଯ୍ୟରତ ମହିଳା ଶ୍ରମିକଙ୍କ ସମେତ ଭାରତୀୟ ଘରୋଇ ଶ୍ରମିକଙ୍କ ନିରାପତ୍ତାକୁ ସୁଦୃଢ଼ କରିବାର ବ୍ୟବସ୍ଥା ରହିଛି । ଏହି ଏମଓୟୁର ଅବଧି ପ୍ରାରମ୍ଭିକ ଭାବେ 5 ବର୍ଷ ରଖାଯାଇଥିବା ବେଳେ ସ୍ୱୟଂକ୍ରିୟ ନବୀକରଣ ଲାଗି ବ୍ୟବସ୍ଥା ମଧ୍ୟ ରହିଛି ।

କାର୍ଯ୍ୟାନ୍ୱୟନ ରଣନୀତି :

ଏହି ଏମଓୟୁର କାର୍ଯ୍ୟାନ୍ୱୟନକୁ ଅନୁଧ୍ୟାନ କରିବା ଲାଗି ଏକ ଯୁଗ୍ମ କମିଟି ଗଠନ କରିବା ପାଇଁ ମଧ୍ୟରେ ବୁଝାମଣାରେ ବ୍ୟବସ୍ଥା ରହିଛି ।

ପ୍ରମୁଖ ପ୍ରଭାବ :

ଦୁଇ ଦେଶ ମଧ୍ୟରେ ଘରୋଇ ଶ୍ରମିକ ସଂକ୍ରାନ୍ତ ପ୍ରସଙ୍ଗରେ ସହଯୋଗ ଲାଗି ଏହି ଏମଓୟୁ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବ ।

ହିତାଧିକାରୀ :

କୁଏତରେ ପାଖାପାଖି 3 ଲକ୍ଷ ଭାରତୀୟ ଘରୋଇ ଶ୍ରମିକ କାର୍ଯ୍ୟରତ ଅଛନ୍ତି । ଏମାନଙ୍କ ମଧ୍ୟରେ ପାଖାପାଖି 90,000 ମହିଳା ଘରୋଇ ଶ୍ରମିକ ଅଛନ୍ତି ।

 

**********