Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗ୍ରାମୀ ପୁରସ୍କାର ଜିତିଥିବାରୁ ସଂଗୀତଜ୍ଞ ଚନ୍ଦ୍ରିକା ଟଣ୍ଡନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ଆଲ୍‌ବମ୍ ତ୍ରିବେଣୀ ପାଇଁ ଗ୍ରାମୀ ପୁରସ୍କାର ଜିତିଥିବାରୁ ପ୍ରଧାନମନ୍ତ୍ରୀ ଆଜି ସଂଗୀତଜ୍ଞ ଚନ୍ଦ୍ରିକା ଟଣ୍ଡନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଉତ୍ସର୍ଗୀକୃତତା ଏବଂ ଉଦ୍ୟୋଗୀ, ସମାଜସେବୀ ତଥା ସଂଗୀତଜ୍ଞ ଭାବରେ ତାଙ୍କର ଉପଲବ୍ଧିକୁ ସେ ପ୍ରଶଂସା କରିଥିଲେ ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

“ଆଲ୍‌ବମ୍ ତ୍ରିବେଣୀ ପାଇଁ ଗ୍ରାମୀ ଆୱାର୍ଡ ଜିତିଥିବାରୁ ଚନ୍ଦ୍ରିକା ଟଣ୍ଡନ୍‌ଙ୍କୁ ଅଭିନନ୍ଦନ । ଜଣେ ଉଦ୍ୟୋଗୀ, ସମାଜସେବୀ ଏବଂ ସଂଗୀତଜ୍ଞ ଭାବରେ ତାଙ୍କର ସଫଳତା ପାଇଁ ଆମେ ଗର୍ବିତ! ସେ ଯେପରି ଭାରତୀୟ ସଂସ୍କୃତି ପ୍ରତି ଆଗ୍ରହୀ ରହିଛନ୍ତି ଏବଂ ଏହାକୁ ଲୋକପ୍ରିୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି, ତାହା ପ୍ରଶଂସନୀୟ । ସେ ଅନେକ ଲୋକଙ୍କ ପାଇଁ ଏକ ପ୍ରେରଣା ।

୨୦୨୩ରେ ନ୍ୟୁୟର୍କରେ ତାଙ୍କ ସହ ହୋଇଥିବା ସାକ୍ଷାତ ମୋର ମନେ ଅଛି ।”

 

SR