Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁରୁଦ୍ୱାର ରକାବଗଞ୍ଜ ପରିଦର୍ଶନ କରି ଗୁରୁ ତେଗ ବାହାଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ଗୁରୁଦ୍ୱାର ରକାବଗଞ୍ଜ ପରିଦର୍ଶନ କରି ଗୁରୁ ତେଗ ବାହାଦୁରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଗୁରୁଦ୍ୱାର ରକାବଗଞ୍ଜ ପରିଦର୍ଶନ କରି ଗୁରୁ ତେଗ ବାହାଦୁରଙ୍କୁ ତାଙ୍କର ସର୍ବୋଚ୍ଚ ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

“ଆଜି ସକାଳେ ମୁଁ ଐତିହାସିକ ଗୁରୁଦ୍ୱାର ରକାବଗଞ୍ଜ ସାହେବରେ ପ୍ରାର୍ଥନା କଲି, ଯେଉଁଠାରେ ଗୁରୁ ତେଗ ବାହାଦୁର ଜୀଙ୍କର ପବିତ୍ର ଶରୀରକୁ ଦାହ କରାଯାଇଥିଲା । ମୁଁ ନିଜକୁ ଧନ୍ୟ ମନେ କଲି । ମୁଁ ମଧ୍ୟ ଅଗଣିତ ଲୋକଙ୍କ ପରି ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଆଦର୍ଶ ଦ୍ୱାରା ଗଭୀର ଭାବରେ ଅନୁପ୍ରାଣିତ ହୋଇଛି ।

ଏହା ହେଉଛି ଗୁରୁ ସାହେବମାନଙ୍କର ଏକ ବିଶେଷ କୃପା ଯାହା ଫଳରେ ଆମ ସରକାରଙ୍କ କାର୍ଯ୍ୟକାଳ ସମୟରେ ଆମେ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କର 400 ତମ ପ୍ରକାଶ ପର୍ବ ଉତ୍ସବକୁ ପାଳନ କରିବୁ ।

ଆସନ୍ତୁ ଆମେ ଏହି ପବିତ୍ର ଉତ୍ସବକୁ ଏକ ଐତିହାସିକ ଢଙ୍ଗରେ ପାଳନ କରିବା ଏବଂ ଶ୍ରୀ ଗୁରୁ ତେଗ ବାହାଦୁର ଜୀଙ୍କ ଆଦର୍ଶକୁ ଅନୁସରଣ କରିବା”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।