ୱାହେ ଗୁରୁ ଜୀ କୀ ଖାଲସା, ୱାହେ ଗୁରୁ ଜୀ କୀ ଫତେହ!!!
ଗୁରୁପୂରବର ଏହି ପବିତ୍ର କାର୍ଯ୍ୟକ୍ରମରେ ଆମ ସହିତ ସାମିଲ ହୋଇଥିବା ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ଭାଇ ପଟେଲ ମହାଶୟ, ଗୁଜରାଟ ବିଧାନସଭାର ବାଚସ୍ପତି ଭଉଣୀ ନୀମା ଆଚାର୍ଯ୍ୟ ମହାଶୟା, ରାଷ୍ଟ୍ରୀୟ ସଂଖ୍ୟାଲଘୁ ଆୟୋଗର ଅଧ୍ୟକ୍ଷ ଶ୍ରୀମାନ ଇକବାଲ ସିଂହ ମହାଶୟ, ସାଂସଦ ଶ୍ରୀ ବିନୋଦ ଭାଇ ଚାୱଡ଼ା ମହାଶୟ, ଲଖପତ୍ ଗୁରୁଦ୍ୱାରା ପ୍ରବନ୍ଧକ ସମିତିର ସଭାପତି ରାଜୁଭାଇ, ଶ୍ରୀ ଜଗତାର ସିଂହ ଗିଲ୍ ମହାଶୟ, ସେଠାରେ ଉପସ୍ଥିତ ଅନ୍ୟ ସମସ୍ତ ମହାନୁଭବ, ସମସ୍ତ ଜନପ୍ରତିନିଧିଗଣ ଏବଂ ସମସ୍ତ ଶ୍ରଦ୍ଧାଳୁ ସାଥୀଗଣ! ଆପଣ ସମସ୍ତଙ୍କୁ ଗୁରୁପୂରବର ହାର୍ଦ୍ଦିକ ଶୁଭକାମନା।
ମୋର ସୌଭାଗ୍ୟ ହେଉଛି ଯେ ଆଜିର ଏହି ପବିତ୍ର ଦିନରେ ମୋତେ ଲଖପତ୍ ସାହିବରୁ ଆଶୀର୍ବାଦ ନେବାର ସୁଯୋଗ ମିଳିଛି। ମୁଁ ଏହି କୃପା ପାଇଁ ଗୁରୁ ନାନକ ଦେବ ଜୀ ଏବଂ ସମସ୍ତ ଗୁରୁମାନଙ୍କ ଶ୍ରୀଚରଣରେ ପ୍ରଣାମ କରୁଛି।
ସାଥୀଗଣ,
ଗୁରୁଦ୍ୱାରା ଲଖପତ୍ ସାହିବ, ସମୟର ପ୍ରତ୍ୟେକ ଘଟଣାର ସାକ୍ଷୀ ରହିଛି। ଆଜି ମୁଁ ଯେତେବେଳେ ଏହି ପବିତ୍ର ଧାମ ସହିତ ଯୋଡ଼ି ହେଉଛି, ସେତେବେଳେ ମୋର ମନେ ପଡ଼ୁଛି ଯେ ଅତୀତରେ ଲଖପତ୍ ସାହିବ କିଭଳି ଉତଥାନ ପତନ ଦେଇ ଗତି କରିଛି। ଗୋଟିଏ ସମୟ ଥିଲା ଯେତେବେଳେ ଅନ୍ୟ ଦେଶକୁ ଯିବା ପାଇଁ, ବ୍ୟବସାୟ ପାଇଁ ଏହା ଏକ ପ୍ରମୁଖ କେନ୍ଦ୍ର ଥିଲା। ଏଥିପାଇଁ ଗୁରୁ ନାନକ ଦେବ ଜୀଙ୍କ ପାଦ ଏଠାରେ ପଡ଼ିଥିଲା। ଚୌଥି ଉଦାସୀ ସମୟରେ ଗୁରୁ ନାନକ ଦେବ ଜୀ କିଛି ଦିନ ପାଇଁ ଏଠାରେ ରହିଥିଲେ। କିନ୍ତୁ ସମୟ ସହିତ ଏହି ସହର ଶୂନଶାନ ହୋଇଗଲା। ସମୁଦ୍ର ଏହାକୁ ଛାଡ଼ି ଚାଲିଗଲା। ଭାରତ ମହାସାଗର ନିଜର ମୁହଁ ମୋଡ଼ି ବାଟ ଭାଙ୍ଗି ଚାଲିଗଲା । 1998 ର ସାମୁଦ୍ରିକ ଝଡ଼ ତୋଫାନ ଏହି ସ୍ଥାନକୁ, ଗୁରୁଦ୍ୱାରା ଲଖପତ୍ ସାହିବକୁ ବହୁତ କ୍ଷତି ଘଟାଇଥିଲା। ଆଉ 2001ର ଭୂକମ୍ପକୁ କିଏ ଭୁଲି ପାରିବ? ତାହା ଗୁରୁଦ୍ୱାର ସାହିବର 200 ବର୍ଷ ପୁରୁଣା ଭବନକୁ ବହୁତ କ୍ଷତି ପହଂଚାଇଥିଲା । କିନ୍ତୁ ପୁଣି ମଧ୍ୟ, ଆଜି ଆମର ଗୁରୁଦ୍ୱାରା ଲଖପତ୍ ସାହିବ ସେହିଭଳି ଗୌରବର ସହିତ ଦଣ୍ଡାୟମାନ ହୋଇ ରହିଛି । ମୋର ବହୁତ ଗୁଡ଼ିଏ ଅମୂଲ୍ୟ ସ୍ମୃତି ଏହି ଗୁରୁଦ୍ୱାର ସହିତ ଯୋଡ଼ି ହୋଇ ରହିଛି। 2001ର ଭୂକମ୍ପ ପରେ ମୋତେ ଗୁରୁ କୃପାରୁ ଏହି ପବିତ୍ର ସ୍ଥାନର ସେବା କରିବାର ସୌଭାଗ୍ୟ ମିଳିଥିଲା। ମୋର ମନେ ଅଛି ସେତେବେଳେ ଦେଶର ଭିନ୍ନ- ଭିନ୍ନ ଭାଗରୁ ଆସିଥିବା ଶିଳ୍ପୀମାନେ, କାରିଗରମାନେ ଏହି ସ୍ଥାନର ମୌଳିକ ଗୌରବକୁ ସଂରକ୍ଷିତ ରଖିବାର କାର୍ଯ୍ୟ କଲେ। ପ୍ରାଚୀନ ଲେଖନ ଶୈଳୀରେ ଏହାର କାନ୍ଥରେ ଯେଉଁ ଗୁରୁବାଣୀ ଲେଖା ଯାଇଥିଲା, ସେତେବେଳେ ୟୁନିସ୍କୋ ପକ୍ଷରୁ ଏହି ପ୍ରକଳ୍ପକୁ ସମ୍ମାନିତ କରାଯାଇଥିଲା।
ସାଥୀଗଣ,
ଗୁଜରାଟରୁ ଏଠାକୁ ଦିଲ୍ଲୀ ଆସିବା ପରେ ମଧ୍ୟ ମୋତେ ନିରନ୍ତର ନିଜର ଗୁରୁମାନଙ୍କର ସେବା କରିବାର ସୁଯୋଗ ମିଳିଛି। 2016-17, ଗୁରୁ ଗୋବିନ୍ଦ ସିଂହଙ୍କ ପ୍ରକାଶ ଉତ୍ସବର 350 ବର୍ଷର ପୂଣ୍ୟ ବର୍ଷ ଥିଲା। ଆମେ ଦେଶ- ବିଦେଶରେ ଏହାକୁ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ ପାଳନ କଲୁ। 2019ରେ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବର 550 ବର୍ଷ ପୂରଣ ହେବା ଅବସରରେ ଭାରତ ସରକାର ସମ୍ପୂର୍ଣ୍ଣ ଉତ୍ସାହର ସହିତ ଏହାର ଆୟୋଜନରେ ଲାଗି ପଡ଼ିଥିଲେ। ଗୁରୁ ନାନକ ଦେବ ଜୀଙ୍କ ସନ୍ଦେଶ ସମଗ୍ର ବିଶ୍ୱ ପର୍ଯ୍ୟନ୍ତ ନୂତନ ଉତ୍ସାହର ସହିତ ପହଂଚୁ, ଏଥିପାଇଁ ପ୍ରତ୍ୟେକ ସ୍ତରରେ ପ୍ରୟାସ କରାଗଲା। ଦଶକ- ଦଶକ ଧରି ଯେଉଁ ପରତାରପୁର ସାହିବ କରିଡରର ପ୍ରତୀକ୍ଷା ଥିଲା, 2019 ରେ ଆମ ସରକାର ହିଁ ତାହାର ନିର୍ମାଣର କାର୍ଯ୍ୟ ସମ୍ପୂର୍ଣ୍ଣ କରିଥିଲେ। ଆଉ ଏବେ 2021ରେ ଆମେ ଗୁରୁ ତେଗ ବାହାଦୂର ଜୀଙ୍କ ପ୍ରକାଶ ଉତ୍ସବର 400 ବର୍ଷ ପୂର୍ତି ପାଳନ କରୁଛେ ।
ଆପଣମାନେ ନିଶ୍ଚୟ ଦେଖିଥିବେ, ଏଇ ନିକଟରେ ହିଁ ଆମେ ଆଫଗାନିସ୍ତାନରୁ ସମ୍ମାନର ସହିତ ଗୁରୁଗ୍ରନ୍ଥ ସାହିବ ସ୍ୱରୂପରେ ଭାରତ ଆଣିବାରେ ସଫଳ ହୋଇଛୁ। ଏହାଠାରୁ ବଡ଼ ଗୁରୁ କୃପାର ଅନୁଭବ କାହା ପାଇଁ ଆଉ କ’ଣ ହୋଇପାରେ? ଏବେ ନିକଟରେ କିଛି ଦିନ ପୂର୍ବେ ଯେତେବେଳେ ମୁଁ ଆମେରିକା ଯାଇଥିଲି, ସେଠାରେ ଆମେରିକାରେ ଭାରତର ଯାହା 150 ରୁ ଅଧିକ, ଭାରତର ଐତିହାସିକ ସଂପତି ଥିଲା, କେହି ଏହାକୁ ଚୋରି କରି ନେଇଯାଇଥିଲା, ସେହି 150 ରୁ ଅଧିକ, ଭାରତର ଐତିହାସିକ ସାମଗ୍ରୀ ଆମେ ଫେରାଇ ଆଣିବାରେ ସଫଳ ହୋଇଛୁ। ସେଥି ମଧ୍ୟରେ ଏକ ପେଶକବାଜ ବା ଛୋଟ ଖଣ୍ଡା ମଧ୍ୟ ଅଛି, ଯେଉଁଥିରେ ପାର୍ସି ଭାଷାରେ ଗୁରୁ ହରଗୋବିନ୍ଦ ସିଂହ ଜୀଙ୍କ ନାମ ଲେଖା ହୋଇଛି। ଅର୍ଥାତ ଏହାକୁ ଫେରାଇ ଆଣିବାର ସୌଭାଗ୍ୟ ମଧ୍ୟ ଆମରି ହିଁ ସରକାରକୁ ମିଳିଲା। ମୋର ମନେଅଛି ଯେ ଜାମନଗରରେ, ଦୁଇ ବର୍ଷ ପୂର୍ବେ ଯେଉଁ 700 ଶଯ୍ୟା ବିଶିଷ୍ଟ ଆଧୁନିକ ହସ୍ପାତାଳ ନିର୍ମାଣ କରାଯାଇଛି, ତାହା ମଧ୍ୟ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ନାମରେ ନାମିତ କରାଯାଇଛି। ଆଉ ଏବେ ଆମର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ମଧ୍ୟ ଏହାର ବିସ୍ତୃତ ଭାବେ ବର୍ଣ୍ଣନା କରୁଥିଲେ। ଏମିତିରେ ଏହା ଗୁଜରାଟ ପାଇଁ ସର୍ବଦା ଗୌରବର କଥା ହୋଇ ରହିଛି ଯେ ଖାଲସା ପନ୍ଥର ସ୍ଥାପନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ପାଂଚ ଜଣଙ୍କ ମଧ୍ୟରୁ ଚତୁର୍ଥ ଗୁର ଶୀଖ୍, ଭାଇ ମୋଖମ ସିଂହ ଜୀ ଗୁଜରାଟର ହିଁ ଥିଲେ। ଦେବଭୂମି ଦ୍ୱାରକାରେ ତାଙ୍କର ସ୍ମୃତିରେ ଗୁରୁଦ୍ୱାରା ବେଟ ଦ୍ୱାରକା ଭାଇ ମେଖମ୍ ସିଂହ ନିର୍ମାଣ ହୋଇଛି। ମୋତେ ଅବଗତ କରାଯାଇଛି ଯେ ଗୁଜରାଟ ସରକାର, ଲଖପତ୍ ସାହିବ୍ ଗୁରୁଦ୍ୱାରା ଏବଂ ଗୁରୁଦ୍ୱାରା ବେଟ ଦ୍ୱାରକାର ବିକାଶ କାର୍ଯ୍ୟର ଉନ୍ନତି ଦିଗରେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି, ଆର୍ଥିକ ସହଯୋଗ ମଧ୍ୟ କରୁଛନ୍ତି।
ସାଥୀଗଣ,
ଗୁରୁ ନାନକ ଦେବ ଜୀ ନିଜ ଶବଦ ଗୁଡ଼ିକରେ କହିଛନ୍ତି-
ଗୁରୁ ପରସାଦି ରତନୁ ହରି ଲାଭୈ,
ମିଟେ ଅଗିଆନ ହୋଇ ଉଜିଆରା ।।
ଅର୍ଥାତ, ଗୁରୁଙ୍କ ପ୍ରସାଦରୁ ହିଁ ହରି ଲାଭ ହୋଇଥାଏ, ଅର୍ଥାତ ଈଶ୍ୱରଙ୍କ ପ୍ରାପ୍ତି ହୋଇଥାଏ, ଆଉ ଅହଂର ବିନାଶ ହୋଇ ଆଲୋକ ପ୍ରକାଶିତ ହୋଇଥାଏ। ଆମର ଶିଖ୍ ଗୁରୁମାନେ ଭାରତୀୟ ସମାଜକୁ ସଦା ସର୍ବଦା ଏହିଭଳି ଭାବେ ଆଲୋକିତ କରିବାର କାର୍ଯ୍ୟ କରିଛନ୍ତି। ଆପଣ କଳ୍ପନା କରନ୍ତୁ, ଯେତେବେଳେ ଆମ ଦେଶରେ ଗୁରୁ ନାନକ ଦେବ ଜୀ ଅବତାର ନେଇଥିଲେ, ସମସ୍ତ ବିଡ଼ମ୍ବନା ଏବଂ ମୌଳବାଦ ସହିତ ଜଡ଼ିତ ସମାଜର ସେ ସମୟର ସ୍ଥିତି କ’ଣ ଥିଲା? ବାହ୍ୟ ଆକ୍ରମଣ ଏବଂ ଅତ୍ୟାଚାର ସେହି ସମୟରେ ଭାରତର ମନୋବଳକୁ ଭାଙ୍ଗି ଦେଉଥିଲା। ଯେଉଁ ଭାରତ ବିଶ୍ୱର ଭୌତିକ ଏବଂ ଆଧ୍ୟାତ୍ମିକ ମାର୍ଗଦର୍ଶନ କରୁଥିଲା, ତାହା ସ୍ୱୟଂ ସଙ୍କଟ ମଧ୍ୟରେ ଥିଲା । ଯେତେବେଳେ ଆମେ ଏହି ପରିସ୍ଥିତିକୁ ଦେଖିଥାଉ, ସେତେବେଳେ ଆମେ ଚିନ୍ତା କରିଥାଉ ଯେ ସେହି ସମୟରେ ଯଦି ଗୁରୁ ନାନକ ଦେବ ଜୀ ନିଜର ପ୍ରକାଶ ପ୍ରଜ୍ଜ୍ୱଳିତ କରି ନଥାଆନ୍ତେ ତେବେ କ’ଣ ହୋଇ ଥାଆନ୍ତା? ଗୁରୁ ନାନକ ଦେବ ଜୀ ଏବଂ ତାଙ୍କ ପରେ ଆମର ଭିନ୍ନ- ଭିନ୍ନ ଗୁରୁମାନେ ଭାରତର ଚେତନାକୁ ପ୍ରଜ୍ଜ୍ୱଳିତ କରି ରଖିଛନ୍ତି, ଭାରତକୁ ମଧ୍ୟ ସୁରକ୍ଷିତ ରଖିବାର ପଥ ଦେଖାଇଛନ୍ତି। ଆପଣମାନେ ଦେଖନ୍ତୁ, ଯେତେବେଳେ ଦେଶରେ ଜାତି ଭେଦ ଏବଂ ମତ- ମତାନ୍ତର ନାମରେ ଦୁର୍ବଳ ହୋଇ ପଡ଼ିଥିଲା, ସେତେବେଳେ ଗୁରୁ ନାନକ ଦେବ ଜୀ କହିଥିଲେ-
‘ଜାଣହୁଁ ଜୋତି ନ ପୁଛହୁଁ ଜାତି, ଆଗେ ଜାତ ନ ହେ’।
ଅର୍ଥାତ, ସମସ୍ତଙ୍କ ମଧ୍ୟରେ ଭଗବାନଙ୍କ ଆଲୋକକୁ ଦେଖ, ତାକୁ ଚିହ୍ନ। କାହାକୁ ଜାତି କଥା ପଚାର ନାହିଁ। କାରଣ ଜାତି ଦ୍ୱାରା କାହାର ପରିଚୟ ମିଳି ନଥାଏ, ନା ଜୀବନ ପରର ଯାତ୍ରାରେ କାହାର କୌଣସି ଜାତି ଥାଏ। ସେହିପରି, ଗୁରୁ ଅର୍ଜୁନ ଦେବ ଜୀ ସାରା ଦେଶର ସନ୍ଥମାନଙ୍କର ସତ୍ ବିଚାରକୁ ସଜାଇ ରଖିଥିଲେ ଏବଂ ସାରା ଦେଶକୁ ମଧ୍ୟ ଏକତାର ସୂତ୍ରରେ ଯୋଡ଼ି ଦେଇଥିଲେ। ଗୁରୁ ହର କିଶନ ଜୀ ଆସ୍ଥାକୁ ଭାରତର ପରିଚୟ ସହିତ ଯୋଡ଼ିଲେ। ଦିଲ୍ଲୀର ଗୁରୁଦ୍ୱାର ବଙ୍ଗଳା ସାହିବରେ ସେ ନିଜେ ଦୁଃଖି ଲୋକଙ୍କ ରୋଗ ନିବାରଣ କରି ମାନବତାକୁ ଯେଉଁ ପଥ ଦେଖାଇଥିଲେ, ତାହା ଆଜି ମଧ୍ୟ ପ୍ରତ୍ୟେକ ଶିଖ୍ ଏବଂ ପ୍ରତ୍ୟେକ ଭାରତ ବାସୀଙ୍କ ପାଇଁ ହେଉଛି ପ୍ରେରଣା। କରୋନାର କଠିନ ସମୟରେ ଆମର ଗୁରୁଦ୍ୱାରା ଗୁଡ଼ିକ ଯେଭଳି ଭାବରେ ସେବାର ଦାୟିତ୍ୱ ନେଇଛନ୍ତି, ତାହା ଗୁରୁ ସାହିବଙ୍କ କୃପା ଏବଂ ତାଙ୍କ ଆଦର୍ଶର ହିଁ ହେଉଛି ପ୍ରତୀକ। ଅର୍ଥାତ, ଗୋଟିଏ ପକ୍ଷରେ ପ୍ରତ୍ୟେକ ଗୁରୁ ନିଜ- ନିଜର ସମୟରେ ଦେଶର ଯେପରି ଆବଶ୍ୟକତା ଥିଲା, ତାହାର ନେତୃତ୍ୱ ନେଲେ, ଆମର ଆଗାମୀ ପିଢ଼ୀ ପାଇଁ ପଥ ପ୍ରଦର୍ଶନ କଲେ।
ସାଥୀଗଣ,
ଆମର ଗୁରୁମାନଙ୍କର ଯୋଗଦାନ କେବଳ ଭାରତ ଏବଂ ଆଧ୍ୟାତ୍ମ ପର୍ଯ୍ୟନ୍ତ ସୀମିତ ହୋଇ ରହି ନାହିଁ, ବରଂ ଆମର ରାଷ୍ଟ୍ର, ରାଷ୍ଟ୍ରର ଚିନ୍ତନ, ରାଷ୍ଟ୍ରର ଆସ୍ଥା ଏବଂ ଅଖଣ୍ଡତା ଯଦି ଆଜି ସୁରକ୍ଷିତ ଅଛି, ତେବେ ତାହା ମୂଳରେ ମଧ୍ୟ ଶିଖ୍ ଗୁରୁମାନଙ୍କର ମହାନ ତପସ୍ୟା ରହିଛି। ଗୁରୁ ନାନକ ଦେବ ଜୀଙ୍କ ସମୟରୁ ହିଁ ଆପଣମାନେ ଦେଖନ୍ତୁ, ଯେତେବେଳେ ବିଦେଶୀ ଆକ୍ରମଣକାରୀମାନେ ତଲୱାରର ଶକ୍ତିରେ ଭାରତର କ୍ଷମତା ଏବଂ ସମ୍ପଦକୁ ହାତେଇବାରେ ଲାଗିଥିଲେ, ସେତେବେଳେ ଗୁରୁ ନାନକ ଦେବ ଜୀ କହିଥିଲେ-
ପାପ କୀ ଜଞ୍ଝ ଲୈ କାବୁଲହୁ ଧାଇଆ, ଜୋରୀ ମଙ୍ଗୈ ଦାନୁ ୱେ ଲାଲୋ।
ଅର୍ଥାତ, ପାପ ଏବଂ ଅତ୍ୟାଚାରର ତଲୱାର ନେଇ ବାବର କାବୁଲରୁ ଆସିଛନ୍ତି, ଏବଂ ଜୋର- ଜୁଲୁମରେ ଭାରତର ଶାସନର କନ୍ୟାଦାନ ମାଗୁଛନ୍ତି। ଏହା ଗୁରୁ ନାନକ ଦେବ ଜୀଙ୍କ ସ୍ପଷ୍ଟତା ଥିଲା, ଦୃଷ୍ଟିଭଙ୍ଗୀ ଥିଲା। ସେ ଏହା ମଧ୍ୟ କହିଥିଲେ-
ଖୁରାସାନ ଖସମାନା କୀ ଆ ହିନ୍ଦୁସତାନ ଡରାଇ ଆ।
ଅର୍ଥାତ ଖୁରାସାନ ଉପରେ କବ୍ଚା କରିବା ପରେ ବାବର ହିନ୍ଦୁସ୍ତାନକୁ ଡରାଉଛି। ଏଥିରେ ଆଗକୁ ମଧ୍ୟ ସେ କହିଛନ୍ତି-
ଏତି ମାର ପଈ କରଲାଣେ ତେଁ କୀ ଦରଦୁ ନ ଆଇଆ।
ଅର୍ଥାତ, ସେହି ସମୟରେ ଏତେ ଅତ୍ୟାଚାର ହେଉଥିଲା, ଲୋକମାନଙ୍କର ଚିତ୍କାର ବେଶ ଯନ୍ତ୍ରଣାଦାୟକ ଭାବେ ଶୁଣା ଯାଉଥିଲା। ଏଥିପାଇଁ, ଗୁରୁ ନାନକ ଦେବ ଜୀଙ୍କ ପରେ ଆସିଥିବା ଆମର ଶିଖ୍ ଗୁରୁମାନେ ଦେଶ ଏବଂ ଧର୍ମ ପାଇଁ ନିଜ ଜୀବନକୁ ପ୍ରାଣବଳି ଦେବାରେ ମଧ୍ୟ ସଂକୋଚ କଲେ ନାହିଁ। ଏବେ ଦେଶ ଗୁରୁ ତେଗ୍ ବାହାଦୂର ଜୀଙ୍କ 400 ତମ ପ୍ରକାଶ ଉତ୍ସବ ପାଳନ କରୁଛି। ତାଙ୍କର ସମଗ୍ର ଜୀବନ ହିଁ ‘ରାଷ୍ଟ୍ର ପ୍ରଥମ’ ଏହି ସଂକଳ୍ପର ହେଉଛି ଉଦାହରଣ। ଯେଭଳି ଭାବେ ଗୁରୁ ତେଗ୍ ବାହାଦୂର ଜୀ ମାନବତା ପ୍ରତି ନିଜର ଚିନ୍ତାଧାରା ପାଇଁ ସଦୈବ ଦୃଢ଼ ଭାବେ ସ୍ଥିର ଥିଲେ, ତାହା ଆମକୁ ଭାରତର ଆତ୍ମାକୁ ଦର୍ଶନ କରାଉଛି। ଯେଉଁଭଳି ଭାବେ ଦେଶ ତାଙ୍କୁ ‘ହିନ୍ଦ କୀ ଚାଦର’ର ପଦବୀ ଦେଇଛି, ତାହା ଆମକୁ ଶିଖ ପରମ୍ପରା ପ୍ରତି ପ୍ରତ୍ୟେକ ଭାରତବାସୀଙ୍କ ଐକ୍ୟବଦ୍ଧତାକୁ ଦର୍ଶାଉଛି। ଔରଙ୍ଗଜେବଙ୍କ ବିରୋଧରେ ଗୁରୁ ତେଗ୍ ବହାଦୂରଙ୍କ ପରାକ୍ରମ ଏବଂ ତାଙ୍କର ବଳିଦାନ ଆମକୁ ଆତଙ୍କ ଏବଂ ଧାର୍ମୀକ କଠୋରତା ବିରୋଧରେ ଦେଶ କିପରି ଲଢିଥାଏ ତାହା ଶିଖାଇଥାଏ। ସେହିପରି, ଦଶମ ଗୁରୁ , ଗୁରୁ ଗୋବିନ୍ଦ ସିଂହ ସାହିବଙ୍କ ଜୀବନ ମଧ୍ୟ ପ୍ରତ୍ୟେକ ପଦ-ପଦରେ ହେଉଛି ତପସ୍ୟା ଏବଂ ବଳିଦାନର ଏକ ଜୀବନ୍ତ ଉଦାହରଣ। ରାଷ୍ଟ୍ର ପାଇଁ, ରାଷ୍ଟ୍ରର ମୌଳିକ ବିଚାର ପାଇଁ ଦଶମ ଗୁରୁ ନିଜର ସର୍ବସ୍ୱ ଉତ୍ସର୍ଗ କରି ଦେଇଥିଲେ। ତାଙ୍କର ଦୁଇ ପୁତ୍ର, ଜୋରାବର ସିଂହ ଏବଂ ଫତହ ସିଂହଙ୍କୁ ଆତତାୟୀମାନେ ପ୍ରାଚୀରରେ ଜୀବନ୍ତ ସମାଧି ଦେଇଥିଲେ। କିନ୍ତୁ ଗୁରୁ ଗୋବିନ୍ଦ ସିଂହ ଜୀ ଦେଶର ମାନ-ସମ୍ମାନ ଓ ମର୍ଯ୍ୟାଦାରେ ଆଂଚ ଆଣି ଦେଇ ନ ଥିଲେ। ଚାରିପୁତ୍ରଙ୍କ ବଳିଦାନର ସ୍ମୃତିରେ ଆମେ ଆଜି ମଧ୍ୟ ଶହୀଦ ସପ୍ତାହ ପାଳନ କରୁଛୁ, ଆଉ ତାହା ଏବେ ମଧ୍ୟ ପାଳିତ ହେଉଛି।
ସାଥୀଗଣ,
ଦଶମ ଗୁରୁଙ୍କ ପରେ ମଧ୍ୟ, ତ୍ୟାଗ ଏବଂ ବଳିଦାନର ଏହି ପରମ୍ପରା ଅଟକି ଯାଇ ନ ଥିଲା। ବୀର ବାବା ବନ୍ଦା ସିଂହ ବାହାଦୂର ନିଜ ସମୟର ସବୁଠାରୁ ଶକ୍ତିଶାଳୀ ଶାସକଙ୍କ ମୂଳଦୁଆ ଦୋହଲାଇ ଦେଇଥିଲେ। ଶିଖ ଭଉଣୀମାନେ ନାଦିର ଶାହା ଏବଂ ଅହମଦଶାହା ଅବ୍ଦାଲୀର ଆକ୍ରମଣକୁ ରୋକିବା ପାଇଁ ହଜାର- ହଜାର ସଂଖ୍ୟାରେ ବଳିଦାନ ଦେଲେ। ମହାରାଜା ରଣଜିତ ସିଂହ ପଞ୍ଜାବରୁ ବନାରସ ପର୍ଯ୍ୟନ୍ତ ଯେଉଁଭଳି ଭାବରେ ଦେଶର ସାମର୍ଥ୍ୟ ଏବଂ ପରମ୍ପରାକୁ ଜୀବିତ ରଖିଲେ, ତାହା ମଧ୍ୟ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ଇଂରେଜ ଶାସନ କାଳରେ ମଧ୍ୟ ଆମର ଶିଖ୍ ଭାଇ ଓ ଭଉଣୀମାନେ ଯେଉଁ ବୀରତ୍ୱର ସହିତ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିଛନ୍ତି, ଆମର ସ୍ୱାଧୀନତା ସଂଗ୍ରାମ ଜାଲିଆନାୱାଲା ବାଗର ସେହି ମାଟି, ଆଜି ମଧ୍ୟ ସେହି ବଳିଦାନର ସାକ୍ଷୀ ହୋଇ ରହିଛି। ଏହା ହେଉଛି ଏଭଳି ପରମ୍ପରା, ଯାହା ଶତାବ୍ଦୀ- ଶତାବ୍ଦୀ ପୂର୍ବରୁ ଆମର ଗୁରୁମାନେ ପ୍ରାଣ ସଂଚାର କରିଥିଲେ ଆଉ ତାହା ଆଜି ମଧ୍ୟ ସେତିକି ଜାଗ୍ରତ ଅଛି, ସେତିକି ହିଁ ଚେତନଯୁକ୍ତ ହେଇ ରହିଛି।
ସାଥୀଗଣ,
ଏହି ସମୟ ହେଉଛି ଆଜାଦୀର ଅମୃତ ମହୋତ୍ସବର। ଆଜି ଯେତେବେଳେ ଦେଶ ନିଜ ସ୍ୱାଧୀନତା ସଂଗ୍ରାମରୁ, ନିଜ ଅତୀତରୁ ପ୍ରେରଣା ନେଉଛି, ସେତେବେଳେ ଆମର ଗୁରୁମାନଙ୍କର ଆଦର୍ଶ ଆମ ପାଇଁ ଆହୁରି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇ ଯାଇଥାଏ। ଆଜି ଦେଶ ଯେଉଁ ପ୍ରୟାସ କରୁଛି, ଯେଉଁ ସଂକଳ୍ପ ନେଉଛି, ସେ ସବୁରେ ମଧ୍ୟ ସେହି ସ୍ୱପ୍ନ ରହିଛି ଯାହା ଶତାବ୍ଦୀ- ଶତାବ୍ଦୀ ଧରି ଦେଶ ପୂରଣ ହେବାକୁ ଚାହୁଁଛି । ଯେଉଁଭଳି ଭାବରେ ଗୁରୁ ନାନକ ଦେବ ଜୀ ‘ମାନବ ଜାତି’ର ପାଠ ଆମକୁ ଶିଖାଇଥିଲେ, ସେହି ମାର୍ଗରେ ଚାଲି ଆଜି ଦେଶ ‘ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ଏବଂ ସମସ୍ତଙ୍କର ବିଶ୍ୱାସ’ର ମନ୍ତ୍ରରେ ଆଗକୁ ବଢ଼ୁଛି। ଏହି ମନ୍ତ୍ର ସହିତ ଆଜି ଦେଶ ‘ସମସ୍ତଙ୍କର ପ୍ରୟାସ’କୁ ନିଜର ଶକ୍ତି ଭାବେ ଗ୍ରହଣ କରି ନେଇଛି। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ, କଚ୍ଛରୁ କୋହିମା ପର୍ଯ୍ୟନ୍ତ, ସମଗ୍ର ଦେଶ ଏକା ସଙ୍ଗେ ସ୍ୱପ୍ନ ଦେଖୁଛି, ଏକ ସଙ୍ଗେ ତାହାର ସିଦ୍ଧି ପାଇଁ ପ୍ରୟାସ କରୁଛି। ଆଜି ଦେଶର ମନ୍ତ୍ର ହେଉଛି- ‘ଏକ ଭାରତ, ଶ୍ରେଷ୍ଠ ଭାରତ’।
ଆଜି ଦେଶର ଲକ୍ଷ୍ୟ ହେଉଛି- ଏକ ନୂତନ ସମର୍ଥ ଭାରତର ପୁନରୋଦୟ। ଆଜି ଦେଶର ନୀତି ହେଉଛି- ପ୍ରତ୍ୟେକ ଗରିବଙ୍କ ସେବା, ପ୍ରତ୍ୟେକ ବଂଚିତଙ୍କୁ ପ୍ରାଥମିକତା। ଆପଣ ଦେଖନ୍ତୁ, କରୋନାର ଏତେ ବଡ଼ କଷ୍ଟକର ସମୟ ଆସିଲା କିନ୍ତୁ ଦେଶ ପ୍ରୟାସ କଲା ଯେପରି କୌଣସି ମଧ୍ୟ ଗରିବ ଭୋକରେ ନ ଶୁଅନ୍ତୁ। ଆଜି ଦେଶର ପ୍ରତ୍ୟେକ ପ୍ରୟାସର, ପ୍ରତ୍ୟେକ ଯୋଜନାର ଲାଭ ଦେଶର ଭିନ୍ନ- ଭିନ୍ନ ଭାଗକୁ ସମାନ ଭାବେ ମିଳୁଛି। ଏହି ପ୍ରୟାସ ଗୁଡ଼ିକର ସିଦ୍ଧି ସମଗ୍ର ଭାରତକୁ ସୁଦୃଢ଼, ଗୁରୁ ନାନକ ଦେବ ଜୀଙ୍କ ଶିକ୍ଷାକୁ ଚରିତାର୍ଥ କରିବ। ଏଥିପାଇଁ ସମସ୍ତଙ୍କର ଦାୟିତ୍ୱ ହେଉଛି ଯେ ଏଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ କେହି ଆମର ସ୍ୱପ୍ନ ଉପରେ ଦେଶର ଐକ୍ୟବଦ୍ଧତା ଉପରେ ଆଂଚ ନ ଆଣନ୍ତୁ। ଆମର ଗୁରୁ ଯେଉଁ ସ୍ୱପ୍ନଗୁଡ଼ିକ ପାଇଁ ବଂଚିଥିଲେ, ଯେଉଁ ସ୍ୱପ୍ନ ପାଇଁ ସେମାନେ ନିଜର ଜୀବନ ସମର୍ପିତ କରିଦେଲେ, ତାହାର ପୂରଣ ପାଇଁ ଆମେ ସମସ୍ତେ ଏକଜୁଟ ହୋଇ ଚାଲିବା, ଆମ ସମସ୍ତଙ୍କ ମଧ୍ୟରେ ଏକଜୁଟତା ହେଉଛି ବହୁତ ଅନିର୍ବାଜ୍ୟ। ଆମର ଗୁରୁ ଯେଉଁ ବିପଦ ପାଇଁ ଦେଶକୁ ସତର୍କ କରୁଥିଲେ, ତାହା ଆଜି ମଧ୍ୟ ସେହିଭଳି ରହିଛି। ଏଥିପାଇଁ ଆମକୁ ସତର୍କ ମଧ୍ୟ ରହିବାର ଅଛି ଆଉ ଦେଶର ମଧ୍ୟ ସୁରକ୍ଷା କରିବାର ଅଛି। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ, ଗୁରୁ ନାନକ ଦେବ ଜୀଙ୍କ ଆଶୀର୍ବାଦରେ ଆମେ ନିଜର ଏହି ସଂକଳ୍ପକୁ ନିଶ୍ଚିତ ପୂରଣ କରି ପାରିବା ଆଉ ଦେଶକୁ ନୂତନ ଶୀଖର ପର୍ଯ୍ୟନ୍ତ ପହଂଚାଇବା। ଶେଷରେ, ମୁଁ ଲଖପତ୍ ସାହିବର ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ମଧ୍ୟ ଏକ ଅନୁରୋଧ କରିବାକୁ ଚାହୁଁଛି। ଏବେ କଚ୍ଛରେ ରଣ- ଉତ୍ସବ ଚାଲୁଛି। ଆପଣମାନେ ମଧ୍ୟ ସମୟ ବାହାର କରି, ରଣ- ଉତ୍ସବକୁ ନିଶ୍ଚିତ ଯାଆନ୍ତୁ ।
મુંજા કચ્છી ભા ભેણ કીં અયો ? હેવર ત સી કચ્છમે દિલ્હી, પંજાબ જેડો પોંધો હુધો ન ? ખાસો ખાસો સી મે આંજો અને આજે કુંટુંબજો ખ્યાલ રખજા ભલે પણ કચ્છ અને કચ્છી માડુ મુંજે ધિલ મેં વસેતા તડે આઉ કેડા પણ વાં- જેડા પણ વેના કચ્છકે જાધ કરે વગર રહીં નતો સગાજે પણ ઈ ત આજોં પ્રેમ આય ખાસો ખાસો જડે પણ આંઉ કચ્છમેં અચીધોસ આ મણી કે મેલધોસ આ મેડી કે મુંજા જેજા જેજા રામ રામ….ધ્યાન રખીજા.
ସାଥୀଗଣ,
ରଣ- ଉତ୍ସବ ସମୟରେ ବିଗତ ମାସେ- ଦେଢ଼ ମାସ ମଧ୍ୟରେ ଏକ ଲକ୍ଷରୁ ଅଧିକ ପର୍ଯ୍ୟଟକ, କଚ୍ଛର ମନୋରମ ଦୃଶ୍ୟ, ମୁକ୍ତ ଆକାଶର ଆନନ୍ଦ ନେବା ପାଇଁ ସେଠାକୁ ଆସି ସାରିଛନ୍ତି। ଯେତେବେଳେ ଇଚ୍ଛାଶକ୍ତି ଥାଏ, ଲୋକଙ୍କ ପ୍ରୟାସ ଥାଏ, ସେତେବେଳେ କିଭଳି ଧରଣୀର କାୟାକଳ୍ପ ହୋଇପାରେ, ଏହା ମୋର କଚ୍ଛର ପରିଶ୍ରମୀ ଲୋକମାନେ କରି ଦେଖାଇଛନ୍ତି। ଗୋଟିଏ ସମୟ ଥିଲା, ଯେତେବେଳେ କଚ୍ଛର ଲୋକମାନେ ଦୈନନ୍ଦିନ ଗୁଜରାଣ ମେଂଟାଇବା ପାଇଁ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଉଥିଲେ, ଆଜି ସାରା ବିଶ୍ୱର ଲୋକ କଚ୍ଛ ପ୍ରତି ଆକର୍ଷିତ ହେଉଛନ୍ତି। ଏବେ ନିକଟରେ ଧୋଲାବୀରାକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥାନ ଭାବେ ଘୋଷଣା କରିଛି। ଏଥିପାଇଁ ସେଠାରେ ପର୍ଯ୍ୟଟନକୁ ଆହୁରି ପ୍ରୋତ୍ସାହନ ମିଳିବ। ଗୁଜରାଟ ସରକାର ଏବେ ସେଠାରେ ଏକ ଭବ୍ୟ ଟେଂଟ ସିଟିର ମଧ୍ୟ ନିର୍ମାଣ କରିଛନ୍ତି। ଏହାଦ୍ୱାରା ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢ଼ିବ। ଏବେ ଧୋରଡୋରୁ ସିଧାସଳଖ, ରଣ ମଧ୍ୟ ଦେଇ ଧୋଲାବୀରା ଯିବା ପାଇଁ ନୂଆ ସଡ଼କର ନିର୍ମାଣ ଦ୍ରୁତ ଗତିରେ ଚାଲୁ ରହିଛି। ଆଗାମୀ ସମୟରେ ଭୂଜ ଏବଂ ପଶ୍ଚିମ କଚ୍ଛରୁ ଖଡ଼ୀର ଏବଂ ଧୋଲାବୀରାକୁ ଯିବା ଆସିବାରେ ବିସ୍ତୃତ ଭାବେ ବହୁତ ସହଜ ହେବ। ଏହାର ଲାଭ କଚ୍ଛର ଲୋକଙ୍କୁ ମଧ୍ୟ ମିଳିବ, ଉଦ୍ୟମୀମାନଙ୍କୁ ମିଳିବ, ପର୍ଯ୍ୟଟକଙ୍କୁ ମିଳିବ। ଖାୱଡ଼ାରେ ନବୀକରଣୀୟ ଶକ୍ତି ପାର୍କର ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି। ପ୍ରଥମେ ପଶ୍ଚିମ କଚ୍ଛ ଏବଂ ଭୂଜରୁ ଧୋଲାବୀରା ଯିବା ପାଇଁ ଭଚାଉ- ରାପର ହୋଇ ଯିବାକୁ ପଡ଼ୁଥିଲା। ଏବେ ସିଧାସଳଖ ଖାୱଡ଼ାରୁ ଧୋଲାବୀରା ଯାଇ ପାରିବେ। ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ପାଇଁ ନାରାୟଣ ସରୋବର, କୋଟେଶ୍ୱର, ମାତା କା ମଢ଼, ହାଜି ପୀର, ଘୋରଡୋ ଟେଂଟ ସିଟି ଏବଂ ଧୋଲାବୀରା, ଏହି ନୂତନ ପଥ ନିର୍ମାଣ ହେବା ଦ୍ୱାରା ଏହି ସମସ୍ତ ସ୍ଥାନକୁ ଯିବା- ଆସିବା ସହଜ ହେବ।
ସାଥୀଗଣ,
ଆଜି ଆମେ ସମସ୍ତେ ଶ୍ରଦେ୍ଧୟ ଅଟଳ ମହାଶୟଙ୍କ ଜନ୍ମ ଜୟନ୍ତି ମଧ୍ୟ ପାଳନ କରୁଛେ। ଅଟଳ ମହାଶୟଙ୍କର କଚ୍ଛ ସହିତ ବିଶେଷ ସ୍ନେହ ରହିଛି। ଭୂକମ୍ପ ପରେ ଏଠାରେ ହୋଇଥିବା ବିକାଶ କାର୍ଯ୍ୟରେ ଅଟଳ ମହାଶୟ ଗୁଜରାଟ ସହିତ କାନ୍ଧକୁ କାନ୍ଧ ମିଳାଇ ତାଙ୍କ ସରକାର ଠିଆ ହୋଇଥିଲେ। ଆଜି କଚ୍ଛ ଯେଉଁଭଳି ଭାବରେ ପ୍ରଗତି ପଥରେ ଅଛି, ତାହାକୁ ଦେଖି ଅଟଳ ମହାଶୟ ଯେଉଁଠାରେ ମଧ୍ୟ ଥିବେ, ନିଶ୍ଚୟ ସନ୍ତୁଷ୍ଟ ହେବେ, ଖୁସି ହେଉଥିବେ। ମୋର ବିଶ୍ୱାସ ଯେ, କଚ୍ଛ ଉପରେ ଆମ ସମସ୍ତ ମହାନୁଭବଙ୍କର ସମସ୍ତ ଶ୍ରଧେୟ ଲୋକଙ୍କର ଆଶୀର୍ବାଦ ଏହିଭଳି ରହିଥିବ। ଆପଣ ସମସ୍ତଙ୍କୁ ପୁଣିଥରେ ଗୁରୁ ପୂରବର ହାର୍ଦ୍ଦିକ ଶୁଭେଚ୍ଛା, ଅନେକ- ଅନେକ ଶୁଭକାମନା।
ବହୁତ- ବହୁତ ଧନ୍ୟବାଦ!
*****
Addressing a programme for Sri Guru Nanak Dev Ji’s Prakash Purab. https://t.co/5W9ZDLpn4T
— Narendra Modi (@narendramodi) December 25, 2021
गुरुद्वारा लखपत साहिब समय की हर गति का साक्षी रहा है।
— PMO India (@PMOIndia) December 25, 2021
आज जब मैं इस पवित्र स्थान से जुड़ रहा हूँ, तो मुझे याद आ रहा है कि अतीत में लखपत साहिब ने कैसे कैसे झंझावातों को देखा है।
एक समय ये स्थान दूसरे देशों में जाने के लिए, व्यापार के लिए एक प्रमुख केंद्र होता था: PM @narendramodi
2001 के भूकम्प के बाद मुझे गुरु कृपा से इस पवित्र स्थान की सेवा करने का सौभाग्य मिला था।
— PMO India (@PMOIndia) December 25, 2021
मुझे याद है, तब देश के अलग-अलग हिस्सों से आए शिल्पियों ने इस स्थान के मौलिक गौरव को संरक्षित किया: PM @narendramodi
प्राचीन लेखन शैली से यहां की दीवारों पर गुरूवाणी अंकित की गई।
— PMO India (@PMOIndia) December 25, 2021
इस प्रोजेक्ट को तब यूनेस्को ने सम्मानित भी किया था: PM @narendramodi
गुरु नानकदेव जी का संदेश पूरी दुनिया तक नई ऊर्जा के साथ पहुंचे, इसके लिए हर स्तर पर प्रयास किए गए।
— PMO India (@PMOIndia) December 25, 2021
दशकों से जिस करतारपुर साहिब कॉरिडोर की प्रतीक्षा थी, 2019 में हमारी सरकार ने ही उसके निर्माण का काम पूरा किया: PM @narendramodi
अभी हाल ही में हम अफगानिस्तान से स-सम्मान गुरु ग्रंथ साहिब के स्वरूपों को भारत लाने में सफल रहे हैं।
— PMO India (@PMOIndia) December 25, 2021
गुरु कृपा का इससे बड़ा अनुभव किसी के लिए और क्या हो सकता है? - PM @narendramodi
कुछ महीने पहले जब मैं अमेरिका गया था, तो वहां अमेरिका ने भारत को 150 से ज्यादा ऐतिहासिक वस्तुएं लौटाईं।
— PMO India (@PMOIndia) December 25, 2021
इसमें से एक पेशकब्ज या छोटी तलवार भी है, जिस पर फारसी में गुरु हरगोबिंद जी का नाम लिखा है।
यानि ये वापस लाने का सौभाग्य भी हमारी ही सरकार को मिला: PM @narendramodi
ये गुजरात के लिए हमेशा गौरव की बात रहा है कि खालसा पंथ की स्थापना में अहम भूमिका निभाने वाले पंज प्यारों में से चौथे गुरसिख, भाई मोकहम सिंह जी गुजरात के ही थे।
— PMO India (@PMOIndia) December 25, 2021
देवभूमि द्वारका में उनकी स्मृति में गुरुद्वारा बेट द्वारका भाई मोहकम सिंघ का निर्माण हुआ है: PM @narendramodi
गुरु नानक देव जी और उनके बाद हमारे अलग-अलग गुरुओं ने भारत की चेतना को तो प्रज्वलित रखा ही, भारत को भी सुरक्षित रखने का मार्ग बनाया: PM @narendramodi
— PMO India (@PMOIndia) December 25, 2021
हमारे गुरुओं का योगदान केवल समाज और आध्यात्म तक ही सीमित नहीं है।
— PMO India (@PMOIndia) December 25, 2021
बल्कि हमारा राष्ट्र, राष्ट्र का चिंतन, राष्ट्र की आस्था और अखंडता अगर आज सुरक्षित है, तो उसके भी मूल में सिख गुरुओं की महान तपस्या है: PM @narendramodi
जिस तरह गुरु तेगबहादुर जी मानवता के प्रति अपने विचारों के लिए सदैव अडिग रहे, वो हमें भारत की आत्मा के दर्शन कराता है।
— PMO India (@PMOIndia) December 25, 2021
जिस तरह देश ने उन्हें ‘हिन्द की चादर’ की पदवी दी, वो हमें सिख परंपरा के प्रति हर एक भारतवासी के जुड़ाव को दिखाता है: PM @narendramodi
औरंगज़ेब के खिलाफ गुरु तेग बहादुर का पराक्रम और उनका बलिदान हमें सिखाता है कि आतंक और मजहबी कट्टरता से देश कैसे लड़ता है।
— PMO India (@PMOIndia) December 25, 2021
इसी तरह, दशम गुरु, गुरुगोबिन्द सिंह साहिब का जीवन भी पग-पग पर तप और बलिदान का एक जीता जागता उदाहरण है: PM @narendramodi
अंग्रेजों के शासन में भी हमारे सिख भाइयों बहनों ने जिस वीरता के साथ देश की आज़ादी के लिए संघर्ष किया, हमारा आज़ादी का संग्राम, जलियाँवाला बाग की वो धरती, आज भी उन बलिदानों की साक्षी है: PM @narendramodi
— PMO India (@PMOIndia) December 25, 2021
कश्मीर से कन्याकुमारी तक, कच्छ से कोहिमा तक, पूरा देश एक साथ सपने देख रहा है, एक साथ उनकी सिद्धि के लिए प्रयास कर रहा है।
— PMO India (@PMOIndia) December 25, 2021
आज देश का मंत्र है- एक भारत, श्रेष्ठ भारत।
आज देश का लक्ष्य है- एक नए समर्थ भारत का पुनरोदय।
आज देश की नीति है- हर गरीब की सेवा, हर वंचित को प्राथमिकता: PM
आज हम सभी के श्रद्धेय अटल जी की जन्म जयंती भी है।
— PMO India (@PMOIndia) December 25, 2021
अटल जी का कच्छ से विशेष स्नेह था।
भूकंप के बाद यहां हुए विकास कार्यों में अटल जी और उनकी सरकार कंधे से कंधा मिलाकर खड़ी रही थी: PM @narendramodi
Lakhpat Gurdwara Sahib enhances Kutch’s cultural vibrancy.
— Narendra Modi (@narendramodi) December 25, 2021
I consider myself blessed to have got the opportunity to work towards restoring this sacred site to its glory after the damage of the 2001 quake. pic.twitter.com/YdvYO7seeW
Blessed opportunities to serve the great Sikh Gurus. pic.twitter.com/Nqx4PCDzQY
— Narendra Modi (@narendramodi) December 25, 2021
Sri Guru Nanak Dev Ji showed us the path of courage, compassion and kindness.
— Narendra Modi (@narendramodi) December 25, 2021
His thoughts always motivate us. pic.twitter.com/FStgOYEMC6
गुरुओं का योगदान केवल समाज और अध्यात्म तक सीमित नहीं है। हमारा राष्ट्र, राष्ट्र का चिंतन, राष्ट्र की आस्था और अखंडता अगर आज सुरक्षित है, तो उसके मूल में सिख गुरुओं की महान तपस्या और त्याग निहित है। pic.twitter.com/H7sZm4ZW7P
— Narendra Modi (@narendramodi) December 25, 2021
गुरु नानक देव जी ने जिस ‘मानव जात’ का पाठ हमें सिखाया था, उसी पर चलते हुए देश ‘सबका साथ, सबका विकास और सबका विश्वास’ के मंत्र से आगे बढ़ रहा है। इस मंत्र के साथ आज देश ‘सबका प्रयास’ को अपनी ताकत बना रहा है। pic.twitter.com/kqjPQuAblh
— Narendra Modi (@narendramodi) December 25, 2021