ନମସ୍କାର,
ଆପଣ ସମସ୍ତେ ଐତିହାସିକ ଏବଂ ବିଶ୍ୱ ପ୍ରାଚୀନ ସ୍ମାରକ ଲୋଥାଲରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଅଛନ୍ତି । ମୁଁ ଟେକ୍ନୋଲୋଜୀ ମାଧ୍ୟମରେ ସୁଦୂର ଦିଲ୍ଲୀରୁ ଆପଣମାନଙ୍କ ସହିତ ଯୋଡ଼ି ହୋଇଛି, କିନ୍ତୁ ମନ ମସ୍ତିଷ୍କରେ ଏହା ଲାଗୁଛି ଯେ ଯେପରି ମୁଁ ଆପଣ ସମସ୍ତଙ୍କ ମଧ୍ୟରେ ଅଛି । ସମ୍ପ୍ରତି ମୁଁ ଡ୍ରୋନ ଯୋଗେ ଜାତୀୟ ସାମୁଦ୍ରିକ ହେରିଟେଜ୍ କମ୍ପ୍ଲେକ୍ସ ସହିତ ଜଡ଼ିତ କାର୍ଯ୍ୟକୁ ଦେଖିଛି, ତାଙ୍କର ଅଗ୍ରଗତିର ସମୀକ୍ଷା ମଧ୍ୟ କରିଛି । ମୁଁ ସନ୍ତୁଷ୍ଟ ଯେ ଏହି ପ୍ରକଳ୍ପ ଜଡ଼ିତ କାର୍ଯ୍ୟ ବହୁତ ଦ୍ରୁତଗତିରେ ଅଗ୍ରଗତି କରୁଛି ।
ସାଥୀମାନେ,
ଚଳିତବର୍ଷ ଲାଲକିଲ୍ଲାରୁ ପଞ୍ଚ ପ୍ରାଣର ଚର୍ଚ୍ଚା କରିବାବେଳେ ମୁଁ ଆମର ଐତିହ୍ୟ ଉପରେ ଗର୍ବର କଥା କହିଥିଲି । ଏବଂ ବର୍ତ୍ତମାନ ଆମର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ମଧ୍ୟ ସେହି କଥା ଉଠାଇଥିଲେ । ଆମର ସାମୁଦ୍ରିକ ଐତିହ୍ୟ ଆମର ପୂର୍ବପୁରୁଷଙ୍କ ଦ୍ୱାରା ସମର୍ପିତ ଏପରି ଏକ ମହାନ ଅମାନତ ଅଟେ । କୌଣସି ମଧ୍ୟ ସ୍ଥାନ କିମ୍ବା ସମୟର ଇତିହାସ ଆଗାମୀ ପିଢ଼ିକୁ ପ୍ରେରିତ ମଧ୍ୟ କରିଥାଏ ଏବଂ ଆମକୁ ଭବିଷ୍ୟତ ପାଇଁ ସଚେତନ ମଧ୍ୟ କରିଥାଏ । ଆମର ଇତିହାସର ମଧ୍ୟ ଅନେକ କଥା ରହିଛି, ଯାହାକୁ ଭୁଲିଯାଇଛୁ, ତାହାକୁ ସୁରକ୍ଷିତ କରିବା ଏବଂ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଂଚାଇବା ପଥ ଅନ୍ୱେଷଣ କରାଯାଇ ନାହିଁ । ଇତିହାସର ଏହି ଘଟଣା ଦ୍ୱାରା ଆମେ ଅନେକ କିଛି ଜ୍ଞାନ ପାଇପାରିଥାଆନ୍ତୁ ।
ଭାରତର ସାମୁଦ୍ରିକ ଐହିତ ମଧ୍ୟ ଏମିତି ଏକ ବିଷୟ ଅଟେ, ଯାହା ସମ୍ପର୍କ ବହୁତ କମ ଆଲୋଚନା ହୋଇଛି । ଶତାବ୍ଦୀ ପୂର୍ବର ଭାରତର ବାଣିଜ୍ୟ କାରବାର ବିଶ୍ୱରେ ଏକ ବଡ଼ ଅଂଶ ଭାବରେ ଛାଇ ରହିଥିଲା । ଆମର ସମ୍ପର୍କ ବିଶ୍ୱର ପ୍ରତ୍ୟେକ ସଭ୍ୟତା ସହିତ ରହିଥାଉ, ତେବେ ଏହା ପଛରେ ଭାରତର ସାମୁଦ୍ରିକ ଶକ୍ତିର ବହୁତ ବଡ଼ ଭୂମିକା ଥିଲା । କିନ୍ତୁ ଦାସତ୍ୱର ଦୀର୍ଘ ଅବଧି କେବଳ ଭାରତର ଏହି ସାମର୍ଥ୍ୟକୁ ଭାଙ୍ଗିନି ବରଂ ସମୟ ସହିତ ଆମେ ଭାରତୀୟ, ଆମର ଏହି ସାମର୍ଥ୍ୟ ପ୍ରତି ଉଦାସୀନ ମଧ୍ୟ ହେବାକୁ ଲାଗିଲେ ।
ଆମେ ଭୁଲିଗଲୁ ଯେ ଆମର ପାଖରେ ଲୋଥର ଏବଂ ଧୋଲାବୀରା ଭଳି ମହାନ ଅମାନତ ରହିଛି, ଯାହା ହଜାର ବର୍ଷ ପୂର୍ବରୁ ମଧ୍ୟ ସାମୁଦ୍ରିକ ବାଣିଜ୍ୟ ପାଇଁ ପ୍ରସିଦ୍ଧ ଥିଲା, ଆମର ଦକ୍ଷିଣରେ ଚୋଳ ସାମ୍ରାଜ୍ୟ, ଚେର ରାଜବଂଶ, ପାଣ୍ଡ୍ୟ ରାଜବଂଶଜ ମଧ୍ୟ ଥିଲେ, ଯେଉଁମାନେ ସମୁଦ୍ରୀ ସଂସାଧନର ଶକ୍ତିକୁ ବୁଝିଲେ ଏବଂ ତାହାକୁ ଏକ ଅଦ୍ଭୁତପୂର୍ବ ଉଚ୍ଚ ସ୍ଥାନ ଦେଲେ । ସେମାନେ କେବଳ ଆମର ସାମୁଦ୍ରିକ ଶକ୍ତିର ବିସ୍ତାର କରି ନ ଥିଲେ, ବରଂ ଏହାର ସହଯୋଗ ଦ୍ୱାରା ଦୂର-ସୁଦୂର ଦେଶମାନଙ୍କରେ ବାଣିଜ୍ୟକୁ ନେବାରେ ମଧ୍ୟ ସଫଳ ହେଲେ । ଛତ୍ରପତି ଶିବାଜୀ ମହାରାଜ ମଧ୍ୟ ଏକ ସଶକ୍ତ ନୌସେନା ଗଠନ କରିଥିଲେ ଏବଂ ବିଦେଶୀ ଆକ୍ରମଣକୁ ଆହ୍ୱାନ ଦେଲେ ।
ଏହି ସବୁକିଛି ଭାରତର ଇତିହାସର ଏମିତି ଗୌରବପୂର୍ଣ୍ଣ ଅଧ୍ୟାୟ ଅଟେ, ଯାହାକୁ ଅଣଦେଖା କରି ଦିଆଗଲା । ଆପଣ କଳ୍ପନା କରିପାରୁଥିବେ, ହଜାରେ ବର୍ଷ ପୂର୍ବରୁ କଚ୍ଛଠାରେ ବଡ଼ ବଡ଼ ସାମୁଦ୍ରିକ ଜାହାଜ ନିର୍ମାଣ ସମ୍ପୂର୍ଣ୍ଣ ଉଦ୍ୟୋଗ ଚାଲୁଥିଲା । ଭାରତରେ ପ୍ରସ୍ତୁତ ପାଣିର ବଡ଼ ବଡ଼ ଜାହାଜ, ବିଶ୍ୱରେ ବିକ୍ରି କରାଯାଉଥିଲା । ଐତିହ୍ୟ ପ୍ରତି ଏପରି ଉଦାସୀନତା ଦେଶକୁ ବହୁତ କ୍ଷତି ପହଞ୍ଚାଇଲା । ଏହି ସ୍ଥିତି ମଧ୍ୟ ପରିବର୍ତ୍ତନ ହେବା ଜରୁରୀ ଅଟେ । ଏଥିପାଇଁ ଆମେ ନିଶ୍ଚିତ କଲୁ ଯେ ଧୋଲାବୀରା ଏବଂ ଲୋଥାଲର ଭାରତର ଗୌରବର ଏହି କ୍ଷେତ୍ରକୁ ଆମେ ସେହିଭଳି ଭାବରେ ଫେରାଇବୁ, ଯେଉଁଥିପାଇଁ କେବେ ଏହା ବହୁତ ପ୍ରସିଦ୍ଧ ଥିଲା ଏବଂ ଆଜି ଆମେ ସେହି ମିଶନ ଉପରେ ଅତିଶୀଘ୍ର କାମ ହେବାର ଦେଖିବାକୁ ମିଳୁଛି ।
ସାଥୀମାନେ,
ଆଜି ଯେତେବେଳେ ମୁଁ ଲୋଥଲର ଆଲୋଚନା କରୁଛି ସେତେବେଳେ ମୋତେ ହଜାର ବର୍ଷରୁ ଚାଲି ଆସୁଥିବା ପରମ୍ପରା ମଧ୍ୟ ମନରେ ଆସୁଛି । ଆଜି ଗୁଜରାଟର ଅନେକ ଅଞ୍ଚଳରେ ସିକୋତର ମାଣଙ୍କର ପୂଜା କରାଯାଉଛି । ତାଙ୍କୁ ସମୁଦ୍ର ଦେବୀ ବୋଲି ମାନି ପୂଜା କରାଯାଇଥାଏ । ହଜାର ବର୍ଷ ପୂର୍ବେ ଲୋଥର ଉପରେ ରିସର୍ଚ୍ଚ କରିଥିବା ବିଶେଷଜ୍ଞମାନଙ୍କର ମତ ଯେ ସେହି ସମୟରେ ମଧ୍ୟ ସିକୋତର ମାତାଙ୍କୁ କୌଣସି ନା କୌଣସି ରୂପରେ ପୂଜା କରାଯାଉଥିଲା । କୁହାଯାଏ ଯେ, ସମୁଦ୍ରରେ ଆସିବା ପୂର୍ବରୁ ସିକୋତର ଦେବୀଙ୍କର ପୂଜା କରାଯାଉଥିଲା, ଯାହାକି ସେହି ଯାତ୍ରାରେ ସେମାନଙ୍କର ରକ୍ଷା କରିବେ । ଐତିହାସିକମାନଙ୍କ ମତରେ ସିକୋତର ମାତାଙ୍କ ସମ୍ପର୍କ ସୋକୋତ୍ରା ଦ୍ୱୀପ ସହିତ ରହିଛି । ଯାହା ଆଜି ଆଦିଡେନ ଗଲ୍ଫରେ ଥିବା ସେକେଟ୍ରା ଦ୍ୱୀପ ସହିତ ଜଡ଼ିତ । ଏହାଦ୍ୱାରା ସୂଚନା ମିଳୁଛି ଯେ ଆଜିଠାରୁ ହଜାର ବର୍ଷ ପୂର୍ବରୁ ମଧ୍ୟ ଖଂଭାତର ଉପମହାସାଗର ଠାରୁ ବହୁଦୂର ପର୍ଯ୍ୟନ୍ତ ସମୁଦ୍ର ବାଣିଜ୍ୟ କରିବାର ମାର୍ଗ ଖୋଲା ଥିଲା ।
ସାଥୀମାନେ,
ନିକଟରେ ବଡ଼ନଗର ନିକଟରେ ମଧ୍ୟ ଖୋଦନ କରାଯିବା ସମୟରେ ସିକୋତର ମାତାଙ୍କ ମନ୍ଦିର ଥିବାର ଦେଖିବାକୁ ମିଳିଲା । କିଛି ଏମିତି ପ୍ରମାଣ ମଧ୍ୟ ମିଳିଛି ଯାହା ପ୍ରାଚୀନ କାଳରେ ଏଠାରୁ ସାମୁଦ୍ରିକ ବାଣିଜ୍ୟ ସମ୍ପର୍କରେ ସୂଚନା ମିଳୁଛି । ଏହିଭଳି ଭାବରେ ସୁରେନ୍ଦ୍ର ନଗରର ଝଞ୍ଜୁବାଡ଼ା ଗ୍ରାମରେ ଲାଇଟ ହାଉସ ଥିବାର ମଧ୍ୟ ପ୍ରମାଣ ମିଳିଛି । ଆପଣମାନେ ଜାଣିଛନ୍ତି ଯେ ଲାଇଟ ହାସଉ ଜାହାଜମାନଙ୍କୁ ରାତିରେ ରାସ୍ତା ଦେଖାଇବାକୁ ନିର୍ମାଣ କରାଯାଉଥିଲା । ଏବଂ ଦେଶର ଲୋକମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇଯିବେ ଯେ ଝଞ୍ଜୁବାଡ଼ା ଗ୍ରାମ ଠାରୁ ସମୁଦ୍ର ପାଖାପାଖି ୧ଠଠ କିଲୋମିଟର ଦୂର ହେବ । କିନ୍ତୁ ଏହି ଗାଁରେ ଏମିତି ଅନେକ ପ୍ରମାଣ ଅଛି ଯାହା ସୂଚନା ଦେଇଥାଏ ଯେ ଶତାବ୍ଦୀ ପୂର୍ବରୁ ଏହି ଗାଁରେ ବହୁତ ବ୍ୟସ୍ତବହୁତ ବନ୍ଦର ରହିଥିଲା । ଏହାଦ୍ୱାରା ଏହି ସମଗ୍ର ଅଞ୍ଚଳରେ ପ୍ରାଚୀନ କାଳରେ ହିଁ ସାମୁଦ୍ରିକ ବାଣିଜ୍ୟ ସମୃଦ୍ଧ ଥିବାର ସୂଚନା ମିଳିଥାଏ ।
ସାଥୀମାନେ,
ଲୋଥାଲ କେବଳ ସିନ୍ଧୁ ଉପତ୍ୟାକା ସଭ୍ୟତାର ଏକ ପ୍ରମୁଖ କେନ୍ଦ୍ର ନ ଥିଲା, ବରଂ ଏହା ଭାରତର ସାମୁଦ୍ରିକ ଶକ୍ତି ଏବଂ ସମୃଦ୍ଧିର ପ୍ରତୀକ ଥିଲା । ହଜାର ହଜାର ବର୍ଷ ପୂର୍ବରୁ ଲୋଥଲର ଯେଉଁଭଳି ଭାବରେ ଏକ ବନ୍ଦର ସହର ଭାବରେ ବିକଶିତ କରାଯାଇଥିଲା । ସେ ଆଜି ମଧ୍ୟ ବଡ଼ ବଡ଼ ସୂଚନାଗୁଡ଼ିକୁ ଆମକୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ଲୋଥଲ ଠାରେ ଖୋଦନ ପରେ ମିଳିଥିବା ସହର, ବଜାର ଏବଂ ବନ୍ଦରର ଅବଶିଷ୍ଟାଂଶ, ସେହି ସମୟ ମଧ୍ୟରେ ହୋଇଥିବା ସହରୀ ଯୋଜନା ଏବଂ ସ୍ଥାପତ୍ୟ ବିଷୟରେ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖାଇଥାଏ । ପ୍ରାକୃତିକ ଆହ୍ୱାନର ମୁକାବିଲା ପାଇଁ ଏଠାରେ ଥିବା ସମସ୍ତ ପ୍ରକାରର ବ୍ୟବସ୍ଥା, ଆଜିର ଯୋଜନା ପାଇଁ ମଧ୍ୟ ଅନେକ କିଛି ଶିଖିବାକୁ ଅଛି।
ସାଥୀମାନେ,
ଏକ ପ୍ରକାରରେ ଏହି ଅଞ୍ଚଳ ଉଭୟ ଦେବୀ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତ କରିଥିଲେ । ଅନେକ ଦେଶ ସହିତ ବାଣିଜି୍ୟକ ସମ୍ପର୍କ ହେତୁ ଏଠାରେ ଧନବର୍ଷା ମଧ୍ୟ ହେଉଥିଲା । କୁହାଯାଏ ଯେ ସେହି ସମୟରେ ଲୋଥାଲ ବନ୍ଦରରେ ୮୪ଟି ଦେଶର ପତାକା ଉତ୍ତୋଳନ କରାଯାଉଥିଲା । ସେହିପରି ଭାବରେ, ନିକଟରେ ଭାଲାବି ବିଶ୍ୱବିଦ୍ୟାଳୟରେ ବିଶ୍ୱର ୮ଠରୁ ଅଧିକ ଦେଶର ଛାତ୍ର ଏଠାରେ ପଢ଼ିବା ପାଇଁ ଆସୁଥିଲେ । ସପ୍ତମ ଶତାବ୍ଦୀରେ ଏହି ଅଞ୍ଚଳକୁ ଆସିଥିବା ଚୀନର ଦାର୍ଶନିକମାନେ ମଧ୍ୟ ଲେଖିଥିଲେ ଯେ ସେହି ସମୟରେ ଭାଲାବି ବିଶ୍ୱବିଦ୍ୟାଳୟରେ ୬ ହଜାରରୁ ଅଧିକ ଛାତ୍ର ଥିଲେ । ଅର୍ଥାତ୍ ଦେବୀ ସରସ୍ୱତୀଙ୍କ କୃପା ମଧ୍ୟ ଏହି ଅଞ୍ଚଳରେ ରହିଥିଲା ।
ସାଥୀମାନେ,
ଲୋଥାଲରେ ନିର୍ମିତ ହେରିଟେଜ କମ୍ପ୍ଲେକ୍ସକୁ ଏପରି ଭାବରେ ନିର୍ମାଣ କରାଯାଉଛି ଯେ ଭାରତର ସାଧାରଣ ଲୋକମାନେ ମଧ୍ୟ ଏହି ଐତିହ୍ୟକୁ ସହରରେ ଜାଣିପାରିବେ ଏବଂ ବୁଝିପାରିବେ । ଏଥିରେ ଅତ୍ୟଧିକ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ସମାନ ଯୁଗକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରାଯାଉଛି । ହଜାର ହଜାର ବର୍ଷ ପୂର୍ବେ ସେହି ବୈଭବ, ସେହି ଶକ୍ତି, ଏହି ପୃଥିବୀରେ ପୁନର୍ଜୀବିତ କରାଯାଉଛି ।
ମୋତେ ବିଶ୍ୱାସ ଅଛି, ଏହା ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କ ପାଇଁ ଏକ ବହୁତ ବଡ଼ ଆକର୍ଷଣର କେନ୍ଦ୍ରରେ ପରିଣତ ହେବ । ଗୋଟିଏ ଦିନରେ ହଜାର ହଜାର ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ପାଇଁ ଏହି କମ୍ପ୍ଲେକ୍ସ ବିକଶିତ ହେଉଛି । ଯେପରି ଏକତା ନଗରରେ ଷ୍ଟାଚୁ ଅଫ ୟୁନିଟି ପ୍ରତିଦିନ ପର୍ଯ୍ୟଟକଙ୍କ ପରିଦର୍ଶନ କରିବାର ରେକର୍ଡ ସୃଷ୍ଟି କରୁଛି, ସେହିଭଳି ସେ ଦିନ ଦୂର ନୁହେଁ ଯେତେବେଳେ ଲୋଥାଲରେ ଏହି ଐତିହ୍ୟ କମ୍ପ୍ଲେକ୍ସକୁ ଦେଖିବା ପାଇଁ ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ଆସିବେ । ଏହାଦ୍ୱାରା ଏଠାରେ ହଜାର ହଜାର ନୂତନ ନିଯୁକ୍ତି ଏବଂ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ । ଅହମ୍ମଦାବାଦ ଠାରୁ ବହୁତ ଦୂରରେ ନଥିବାରୁ ଏହି କ୍ଷେତ୍ର ମଧ୍ୟ ଉପକୃତ ହେବ। ଭବିଷ୍ୟତରେ ଅଧିକରୁ ଅଧିକ ଲୋକ ସହରରୁ ଏଠାକୁ ଆସିବେ, ଏଠିକାର ପର୍ଯ୍ୟଟନ ବୃଦ୍ଧି ପାଇବ ।
ସାଥୀମାନେ,
ଏହି ଅଞ୍ଚଳ ଦେଖିଥିବା କଷ୍ଟଦାୟକ ଦିନକୁ ମୁଁ କେବେ ମଧ୍ୟ ଭୁଲିପାରିବି ନାହିଁ । ଏକ ସମୟରେ ସମୁଦ୍ରର ବିସ୍ତାର ଏତେ ବିଶାଳ ଥିଲା ଯେ ଏଥିପାଇଁ ବହୁତ ବଡ଼ ଅଞ୍ଚଳରେ କୌଣସି ଫସଲ ଉତ୍ପାଦନ କରିବା ମଧ୍ୟ କଷ୍ଟକର ଥିଲା । ୨୦-୨୫ ବର୍ଷ ପୂର୍ବେ ଲୋକମାନେ ଏଠାରେ ସେହି ଦିନଗୁଡ଼ିକ ଦେଖିଥିବେ ଯେ ଆବଶ୍ୟକ ସମୟରେ ଶହ ଶହ ଏକ ଜମି ବଦଳରେ ମଧ୍ୟ କୌଣସି ଋଣ କେହି ଦେଉ ନ ଥିଲେ । ଋଣ ଦେବାବାଲା କହୁଥିଲେ ଯେ ଜମି ମୁଁ କ’ଣ କରିବି, ମୁଁ କୌଣସି ଲାଭ ହେବନାହିଁ । ସେହି ଯୁଗରୁ, ଲୋଥାଲ ଏବଂ ଏହି ସମ୍ପୂର୍ଣ୍ଣ ଅଞ୍ଚଳକୁ ଆଜି ଆମେ ବାହାର କରିଛୁ ।
ଏବଂ ସାଥୀମାନେ,
ଆମର ଧ୍ୟାନ କେବଳ ଲୋଥାଲ ଏବଂ ଏହାର ଅଞ୍ଚଳର ଅତୀତର ଗୌରବକୁ ଫେରାଇ ଆଣିବା ପାଇଁ କେବଳ ଐତିହ୍ୟ ଗୌରବକୁ ଫେରାଇ ଆଣିବା ପାଇଁ କେବଳ ଐତିହ୍ୟ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ସୀମିତ ନୁହେଁ । ଆଜି ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ଆଧୁନିକ ଭିତ୍ତିଭୂମିର ଅନେକ କାର୍ଯ୍ୟ କରାଯାଉଛି, ଉପକୂଳବର୍ତ୍ତୀ ଅଞ୍ଚଳରେ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା କରାଯାଉଛି । ଏହି ପ୍ରକଳ୍ପଗୁଡ଼ିକରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ।
ବର୍ତ୍ତମାନ ସେମିକଣ୍ଡକ୍ଟର ପ୍ଲାଣ୍ଟ ମଧ୍ୟ ଏଠିକାର ଗୌରବକୁ ଆହୁରି ବଢ଼ାଇବ । ହଜାର ହଜାର ବର୍ଷ ପୂର୍ବେ ଲୋଥାଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଯେତିକି ବିକଶିତ ଥିଲା, ସେହିଭଳି ଏହି କ୍ଷେତ୍ରକୁ ପୁଣିଥରେ ବିକଶିତ କରିବା ପାଇଁ ଆମ ସରକାର ସମ୍ପୂର୍ଣ୍ଣ ଶକ୍ତିର କାର୍ଯ୍ୟ କରୁଛନ୍ତି । ଯେଉଁ ଲୋଥାଲ ନିଜର ଐତିହ୍ୟ ଯୋଗୁଁ ଗୌରବରେ ପରିପୂର୍ଣ୍ଣ, ସେହି ଲୋଥାଲ ବର୍ତ୍ତମାନ ଆଗାମୀ ପିଢ଼ିର ଭବିଷ୍ୟତ ଗଠନ କରିବ ।
ସାଥୀମାନେ,
ସଂଗ୍ରହାଳୟ କେବଳ ଜିନିଷ କିମ୍ବା ଦସ୍ତାବିଜ୍ ସଂରକ୍ଷଣ ଏବଂ ପ୍ରଦର୍ଶନ କରିବାର ଏକ ମାଧ୍ୟମ ନୁହେଁ, ଯେତେବେଳେ ଆମେ ଆମର ଐତିହ୍ୟକୁ ସଂଲଗ୍ନ ହେଉ କିମ୍ବା ତା’ ସହିତ ଜଡ଼ିତ ଭାବନାକୁ ସଂରକ୍ଷଣ କରିଥାଉ । ଯେତେବେଳେ ଆମେ ଦେଶରେ ନିର୍ମିତ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟକୁ ଦେଖିବା, ସେତେବେଳେ ଏହା ସ୍ପଷ୍ଟ ହୋଇଯାଏ ଯେ ଆମର ବୀର ଆଦିବାସୀ ନାୟକ-ନାୟିକାମାନଙ୍କର କେତେ ଅବଦାନ ରହିଥିଲା । ଯେତେବେଳେ ଆମେ ନାସନାଲ ୱାର ମେମୋରିଆଲ ଏବଂ ନାସନାଲ ପୋଲିସ ମେମୋରିଆଲକୁ ଦେଖୁ, ସେତେବେଳେ ଆମକୁ ଏହି କଥାର ଅନୁଭବ ହୋଇଥାଏ ଯେ ଦେଶର ରକ୍ଷା ପାଇଁ, ଦେଶକୁ ସୁରକ୍ଷିତ ରଖିବା ପାଇଁ କେମିତି ଆମର ବୀର ସାହସୀ ପୁଅ-ଝିଅମାନେ ଦେଶର ସୁରକ୍ଷା, ଦେଶକୁ ସୁରକ୍ଷିତ ରଖିବା ପାଇଁ କିପରି ପ୍ରାଣ ଦେଇଥାନ୍ତି । ଯେତେବେଳେ ଆମେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟକୁ ପରିଦର୍ଶନ କରିଥାଉ, ସେତେବେଳେ ଆମେ ଗଣତନ୍ତ୍ରର ଶକ୍ତିର ପରିଚୟ ମିଳିଥାଏ, ଆମର ଦେଶର ୭୫ ବର୍ଷର ଯାତ୍ରାର ବିଷୟ ଦେଖିବାକୁ ପାଇଥାଉ, କେଭାଡିଆ, ଏକତା ନଗରରେ ଷ୍ଟାଚୁ ଅଫ ୟୁନିଟି ଆମକୁ ରାଜ୍ୟର ଏକତା ଏବଂ ଅଖଣ୍ଡତା ପାଇଁ ହୋଇଥିବା ପ୍ରୟାସ, ଦୃଢ଼ତା ଏବଂ ଅନୁତାପକୁ ମନେ ପକେଇ ଦେଇଥାଏ । ଏବଂ ଆପଣ ସମସ୍ତେ ଜାଣନ୍ତି ଯେ ଏକ ବହୁତ ବଡ଼ ଅନୁସନ୍ଧନା କାର୍ଯ୍ୟ ଚାଲିଛି । ବର୍ତ୍ତମାନ କେଭାଡିଆରେ ସର୍ଦ୍ଦାର ପଟେଲ ପ୍ରତିମୂର୍ତ୍ତି ନିର୍ମାଣ କରାଯାଉଛି, କାରଣ ସର୍ଦ୍ଦାରେ ସାହେବ ଦେଶର ରାଜା-ରାଜୁଡ଼ା ସମସ୍ତଙ୍କୁ ଏକାଠି କରିବାର କାର୍ଯ୍ୟ କରିଥିଲେ, ତା’ ପରେ ସେହି ପାଶ୍ୱର୍ରେ ରାଜ-ରାଜୁଡ଼ାମାନେ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ନିୟମ ଦେଇଥିଲେ, ସେମାନଙ୍କର ମଧ୍ୟ ଆମେ ଏକ ସଂଗ୍ରହାଳୟ ନିର୍ମାଣ କରୁଛି । ବର୍ତ୍ତମାନ ଏହାର ଡିଜାଇନ କାର୍ଯ୍ୟ ଚାଲିଛି, ଅନୁସନ୍ଧାନ କାର୍ଯ୍ୟ ଚାଲିଛି । ସେହି କାରଣରୁ ରାଜା-ରାଜୁଡ଼ାମାନେ କିପରି ଥିଲେ, କ’ଣ କ’ଣ କରୁଥିଲେ, ଦେଶ ତଥା ସମାଜର ମଙ୍ଗଳ ପାଇଁ ସେମାନେ କେତେ କାର୍ଯ୍ୟ କରିଥିଲେ ଏବଂ ସର୍ଦ୍ଦାର ସାହେବଙ୍କ ନେତୃତ୍ୱରେ ଦେଶର ଏକତା ପାଇଁ କିପରି କାର୍ଯ୍ୟ କରିଥିଲେ, ଅର୍ଥାତ୍ ସମସ୍ତ ବୃତ୍ତାନ୍ତ, ଏକତା ନଗରକୁ କେହି ଯଦି ଯିବ ତେବେ ରାଜ-ରାଜୁଡ଼ାଙ୍କ ଠାରୁ ସର୍ଦ୍ଦାର ସାହେବଙ୍କ ଯାତ୍ରା ସମୟରେ ଭାରତ କି ପ୍ରକାର ଏକୀକରଣ ହୋଇଥିଲା । ସେହି କାର୍ଯ୍ୟ ସେଠାରେ କରାଯାଉଛି ଏବଂ ଅନୁସନ୍ଧାନ କାର୍ଯ୍ୟ ଚାଲିଛି, ନିକଟ ଭବିଷ୍ୟତରେ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବ ।
ଗତ ଆଠ ବର୍ଷରେ ଆମେ ଦେଶରେ ଯେଉଁ ଐତିହ୍ୟ ବିକଶିତ କରୁଛି, ଏହାଦ୍ୱାରା ଜଣାପଡୁଛି ଯେ ଆମର ଐତିହ୍ୟ କେତେ ବିସ୍ତୃତ ଏବଂ କେତେ ବଡ଼ । ମୋତେ ବିଶ୍ୱାସ ଅଛି, ଲୋଥାଲରେ ନିର୍ମିତ ହେଉଥିବା ଜାତୀୟ ସାମୁଦ୍ରିକ ସଂଗ୍ରହାଳୟ ମଧ୍ୟ ସମସ୍ତ ଭାରତୀୟଙ୍କୁ ସେମାନଙ୍କର ସାମୁଦ୍ରିକ ଐତିହ୍ୟକୁ ନେଇ ଗୌରବ ଆଣିଦେବ । ଲୋଥାଲ ନିଜର ପୁରୁଣା ଗୌରବର ସହିତ ପୁଣିଥରେ ଦୁନିଆ ଆଗକୁ ଆସିବ, ଏହି ବିଶ୍ୱାସ ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି! ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।
NS/MB
National Maritime Heritage Complex at Lothal is our resolve to celebrate India's rich maritime history. https://t.co/iIbHS8Z6EB
— Narendra Modi (@narendramodi) October 18, 2022
India's maritime history... It is our heritage that has been little talked about. pic.twitter.com/c0GXThIPd5
— PMO India (@PMOIndia) October 18, 2022
India has had a rich and diverse maritime heritage since thousands of years. pic.twitter.com/glpVGTX2CO
— PMO India (@PMOIndia) October 18, 2022
Government is committed to revamp sites of historical significance. pic.twitter.com/OUQsLJrz3b
— PMO India (@PMOIndia) October 18, 2022
Archaeological excavations have unearthed several sites of historical relevance. pic.twitter.com/cf4Oc7kCcF
— PMO India (@PMOIndia) October 18, 2022
Lothal was a thriving centre of India's maritime capability. pic.twitter.com/92J13bVLGT
— PMO India (@PMOIndia) October 18, 2022
National Maritime Heritage Complex at Lothal will act as a centre for learning and understanding of India's diverse maritime history. pic.twitter.com/PMGHxWI3YJ
— PMO India (@PMOIndia) October 18, 2022