ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ତା 19.5.21) ବାତ୍ୟା ତାଉତେ ପ୍ରଭାବିତ ଗୁଜରାଟ ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ଗୁଜରାଟର କ୍ଷତିଗ୍ରସ୍ତ (ଗିରି ସୋମନାଥ)ର ଉନା, (ଅମରେଲୀ)ର ଜାଫରବାଦ, ଭାବନଗରର ମହୁଆ ଓ ଡିଉ ପରିଦର୍ଶନ କରିଛନ୍ତି । ପରେ ପରେ ସେ ଗୁଜରାଟ ଓ ଡିଉରେ ଦିଆଯାଇଥିବା ରିଲିଫ ଓ ପୁନର୍ବାସ କାର୍ଯ୍ୟକ୍ରମର ସମୀକ୍ଷା ଅହମ୍ମଦାବାଦଠାରେ କରିଥିଲେ ।
ଗୁଜରାଟ ପାଇଁ ସେ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ତତ୍କାଳ ଏକ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ । ପରେ ପରେ କେନ୍ଦ୍ର ସରକାର ଏକ ଆନ୍ତଃ ମନ୍ତ୍ରୀମଣ୍ଡଳୀୟ ଦଳ ପଠାଇ କ୍ଷୟକ୍ଷତି ଆକଳନର ସମୀକ୍ଷା କରିବେ । ଆକଳନକୁ ଭିତ୍ତିକରି ପରବର୍ତ୍ତୀ ସହାୟତା ପ୍ରଦାନ କରାଯିବ । ଗସ୍ତକାଳରେ ଶ୍ରୀ ମୋଦୀ କୋଭିଡ ମହାମାରୀ ସ୍ଥିତି ସମ୍ପର୍କରେ ମଧ୍ୟ ବୁଝିଥିଲେ । ରାଜ୍ୟ ପ୍ରଶାସନ ପକ୍ଷରୁ ତାଙ୍କୁ ସଂକ୍ରମଣ ରୋକିବା ନେଇ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ଗସ୍ତକାଳରେ ଶ୍ରୀ ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ରୂପାଣି ଓ ଅନ୍ୟାନ୍ୟ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।
ବାତ୍ୟା ଯୋଗ୍ୟ ଯେଉଁମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ସେମାନଙ୍କ ତଥା ଏଥିରେ ଯେଉଁମାନେ ନିଜର ଆତ୍ମୀୟ ସ୍ୱଜନଙ୍କୁ ହରାଇଛନ୍ତି । ସରକାର ସବୁବେଳେ ସେମାନଙ୍କ ସହ ଅଛି ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ।
କେରଳ, କର୍ଣ୍ଣାଟକ, ଗୋଆ, ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ ଏବଂ ଡାମନ ଏବଂ ଡିଓ, ଦାଦ୍ରା ନଗର ହାବେଳୀ କେନ୍ଦ୍ର ଶାସିତ ଅଞ୍ଚଳରେ ବାତ୍ୟା ଯୋଗୁଁ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ନିକଟତମ ଆତ୍ମୀୟଙ୍କୁ ଦୁଇ ଲକ୍ଷ ଓ ଗୁରୁତର ଆହତ ବ୍ୟକ୍ତିଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ପଚାର ହାଜର ଟଙ୍କାର ସହାୟତା ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କ୍ଷତିଗ୍ରସ୍ତ ରାଜ୍ୟ ସରକାରମାନଙ୍କ ସହ ବାତ୍ୟା ପରବର୍ତ୍ତୀ ପରିସ୍ଥତି ନେଇ କେନ୍ଦ୍ର ସରକାର ଯୋଗାଯୋଗରେ ଅଛନ୍ତି । ସଂପୃକ୍ତ ରାଜ୍ୟ ସରକାରମାନେ କ୍ଷୟକ୍ଷତି ସଂକ୍ରାନ୍ତରେ କେନ୍ଦ୍ର ସହ ଯୋଗାଯୋଗ କରିବା ପରେ ସେମାନଙ୍କୁ ତତ୍କାଳ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯିବ ।
ବିପର୍ଯ୍ୟୟ ପରିଚାଳନା ନେଇ ଆମକୁ ଅଧିକ ବୈଜ୍ଞାନିକ ଅଧ୍ୟୟନ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନ୍ତଃରାଜ୍ୟ ସମନ୍ୱୟ ଅଧିକ ରଖି ଆଧୁନିକ ଯୋଗାଯୋଗ ପଦ୍ଧତିରେ କ୍ଷତିଗ୍ରସ୍ତ ଅଞ୍ଚଳରୁ ଲୋକମାନଙ୍କୁ କିପରି ତୁରନ୍ତ ସ୍ଥାନାନ୍ତର କରାଯିବ ତାହା ଉପରେ ଅଧିକ ଧ୍ୟାନ କେନ୍ଦ୍ରୀତ ହେବା ଆବଶ୍ୟକ । କ୍ଷତିଗ୍ରସ୍ତ ଅଞ୍ଚଳରେ ଭଙ୍ଗା ଘର ଓ ସମ୍ପତ୍ତିବାଡିର ତୁରନ୍ତ ମରାମତି ଉପରେ ଅଧିକ ଧ୍ୟାନ ଦେବା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।
Undertook an aerial survey over parts of Gujarat and Diu to assess the situation in the wake of Cyclone Tauktae. Central Government is working closely with all the states affected by the cyclone. pic.twitter.com/wGgM6sl8Ln
— Narendra Modi (@narendramodi) May 19, 2021
Ex-gratia of Rs. 2 lakh would be given to the next of kin of those who lost their lives due to Cyclone Tauktae in all the affected states. Rs. 50,000 would be given to the injured. GOI is in full solidarity with those affected and will provide them all possible support.
— Narendra Modi (@narendramodi) May 19, 2021