Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ବନସକନ୍ଥାରେ ବାଣ କାରଖାନା ବିସ୍ଫୋରଣରେ ପ୍ରାଣହାନି ପାଇଁ ପ୍ରଧାନମନ୍ତ୍ରୀଙ୍କ ଶୋକ


ଗୁଜରାଟର ବନସକନ୍ଥାରେ ଆଜି ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ପ୍ରାଣହାନି ଘଟଣା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ପିଏମଏନଆରଏଫରୁ ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି:

“ଗୁଜରାଟର ବନସକନ୍ଥାରେ ବାଣ କାରଖାନାରେ ବିସ୍ଫୋରଣ ଯୋଗୁ ପ୍ରାଣହାନି ଘଟଣାରେ ଗଭୀର ଦୁଃଖିତ । ନିକଟ ସମ୍ପର୍କୀୟଙ୍କୁ ହରାଇଥିବା ପରିବାରଙ୍କ ପ୍ରତି ସମବେଦନା । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତଙ୍କ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା କରୁଛି ।

ପ୍ରତି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ପ୍ରଦାନ କରାଯିବ । ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ:ପ୍ରଧାନମନ୍ତ୍ରୀ @narendramodi”

SR