ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ନଭସାରି ଠାରେ ଏକ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ପ୍ରାଣହାନୀରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ଶ୍ରୀ ମୋଦୀ ନଭସାରି, ଗୁଜରାଟ ଠାରେ ସଡକ ଦୁର୍ଘଟଣା ପୀଡିତଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ)ରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“ନଭସାରି ଠାରେ ସଡକ ଦୁର୍ଘଟଣାଜନିତ ପ୍ରାଣହାନୀ ପାଇଁ ଦୁଃଖିତ । ଶୋକସନ୍ତପ୍ତ ପରିବାରଗୁଡିକୁ ସମବେଦନା । ଆହତମାନଙ୍କ ଦ୍ରୁତ ଆରୋଗ୍ୟ କାମନା କରୁଛି । ମୃତକଙ୍କ ନିକଟତମ ପରିଜନଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ: ପ୍ରଧାନମନ୍ତ୍ରୀ ମୋଦୀ”
SR
Pained by the loss of lives due to a road accident in Navsari. My thoughts are with the bereaved families. I hope the injured recover soon. An ex-gratia of Rs. 2 lakh from PMNRF would be given to the next of kin of each deceased. Those injured would be given Rs. 50,000: PM Modi
— PMO India (@PMOIndia) December 31, 2022