Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର କେବଡିଆଠାରେ ‘ଷ୍ଟେଚ୍ୟୁ ଅଫ ୟୁନିଟି’ ରାଷ୍ଟ୍ରକୁ ସମର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


 

ମୁଁ  କହିବି ସର୍ଦ୍ଦାର ପଟେଲ, ଆପଣ ମାନେ କହିବେ- ଅମର ରହେ, ଅମର ରହେ ।

          ସର୍ଦ୍ଦାର ପଟେଲ । ଅମର ରହେ, ଅମର ରହେ,

          ସର୍ଦ୍ଦାର ପଟେଲ । ଅମର ରହେ, ଅମର ରହେ,

          ସର୍ଦ୍ଦାର ପଟେଲ । ଅମର ରହେ, ଅମର ରହେ,

ମୁଁ ଆଉ ଏକ ସ୍ଳୋଗାନ ଚାହିଁବି, ଯାହା ଏହି ଧରଣୀରୁ ପ୍ରତି କ୍ଷଣ ଏହି ଦେଶରେ ଗୁଞ୍ଜରଣ ହୁଏ । ମୁଁ କହିବି, ଦେଶର ଏକତା, ଆପଣ ମାନେ କହିବେ- ଜିନ୍ଦାବାଦଜିନ୍ଦାବାଦ ।

          ଦେଶର ଏକତା – ଜିନ୍ଦାବାଦଜିନ୍ଦାବାଦ ।

          ଦେଶର ଏକତା – ଜିନ୍ଦାବାଦଜିନ୍ଦାବାଦ ।

          ଦେଶର ଏକତା – ଜିନ୍ଦାବାଦଜିନ୍ଦାବାଦ ।

          ଦେଶର ଏକତା – ଜିନ୍ଦାବାଦଜିନ୍ଦାବାଦ ।

ମଞ୍ଚ ଉପରେ ବିରାଜମାନ, ଗୁଜରାଟର ରାଜ୍ୟପାଳ ଶ୍ରୀ ଓମ ପ୍ରକାଶ କୋହଲୀ ମହୋଦୟ, ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ବିଜୟ ରୂପାନୀ ମହାଶୟ, କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀମାନ ବାଜୁଭାଇ ୱାଲା, ମଧ୍ୟପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀ ବେନ୍ ପଟେଲ, ସଂସଦରେ ମୋର ସାଥୀ ଏବଂ ରାଜ୍ୟସଭାର ସଦସ୍ୟ ଶ୍ରୀ ଅମିତ ଭାଇ ଶାହା, ଗୁଜରାଟର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀ ନୀତୀନ ଭାଇ ପଟେଲ, ବିଧାନସଭାର ବାଚସ୍ପତି ରାଜେନ୍ଦ୍ର ଜୀ, ଦେଶ ବିଦେଶରୁ ଏଠାରେ ଉପସ୍ଥିତ ହୋଇଥିବା ମହାନୁଭବ ଏବଂ ମୋର ପ୍ରିୟ ଭାଇ ଓ ଭଉଣୀ ମାନେ ।

ମାଆ ନର୍ମଦାଙ୍କର ଏହି ପବିତ୍ର ଧାରାର କୂଳରେ ସତପୁରା ଏବଂ ବିନ୍ଧ୍ୟ ପର୍ବତମାଳାର ପଣତରେ ଏହି ଐତିହାସିକ ଅବସରରେ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ, ଦେଶବାସୀଙ୍କୁ, ସମଗ୍ର ବିଶ୍ୱରେ ଖେଳେଇ ହୋଇ ରହିଥିବା ହିନ୍ଦୁସ୍ଥାନୀମାନଙ୍କୁ ଏବଂ ହିନ୍ଦୁସ୍ଥାନକୁ ଭଲ ପାଉଥିବା ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଉଛି ।

ଆଜି ସମଗ୍ର ଦେଶ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମୃତିରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରୁଛି । ଏହି ଅବସରରେ ଦେଶର କୋଣ ଅନୁକୋଣରେ ଭାରତର ଏକତା ଏବଂ ଅଖଣ୍ଡତା ପାଇଁ ଆମର ଯୁବକମାନେ ଦୌଡ଼ ଲଗାଉଛନ୍ତି । ଏକତାର ଦୌଡ଼ (ରନ୍ ଫର୍ ୟୁନିଟି’) ଏଥିରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ମଧ୍ୟ ମୁଁ ଅଭିନନ୍ଦନ ଜଣାଉଛି । ଆପଣମାନଙ୍କ ଭାରତ ଭକ୍ତି ଏବଂ ଏହି ଭାରତ ଭକ୍ତିର ଏହି ଭାବନା ହିଁ, ଯାହା ବଳରେ ହଜାର ହଜାର ବର୍ଷ ଧରି ଚାଲି ଆସୁଥିବା ଆମର ସଭ୍ୟତା ଫଳବତୀ ହେଉଛି, ପୁଷ୍ପିତ ହେଉଛି । ସାଥୀଗଣ, କୌଣସି ମଧ୍ୟ ଦେଶର ଇତିହାସରେ ଏଭଳି ଅବସର ଆସିଥାଏ, ଯେତେବେଳେ ତାହାର ପୂର୍ଣ୍ଣତାର ଅନୁଭବ କରାଇଥାଏ । ଆଜି ସେହି କ୍ଷଣ ଆସିଛି ଯାହା କୌଣସି ରାଷ୍ଟ୍ରର ଇତିହାସରେ ସର୍ବଦା ପାଇଁ ଲିପିବଦ୍ଧ ହୋଇଯିବ ଆଉ ତାହାକୁ ଲିଭାଇବା ବହୁତ ହିଁ କଷ୍ଟକର ହୋଇଯିବ । ଆଜିର ଏହି ଦିବସ ମଧ୍ୟ ଭାରତର ଇତିହାସର ଏଭଳି କିଛି କ୍ଷଣ ମଧ୍ୟରୁ ହେଉଛି ଏକ ମହତ୍ୱପୂର୍ଣ୍ଣ ମୂହୁର୍ତ୍ତଭାରତର ପରିଚୟ, ଭାରତର ସମ୍ମାନ ପାଇଁ ସମର୍ପିତ ଏକ ବିରାଟ ବ୍ୟକ୍ତିତ୍ୱଙ୍କୁ ଉଚିତ ସ୍ଥାନ ଦେବାର ଏକ ଅସମ୍ପୂର୍ଣ୍ଣତାକୁ ନେଇ ସ୍ୱାଧୀନତାର ଏତେ ବର୍ଷ ପର୍ଯ୍ୟନ୍ତ ଆମେ ଚାଲୁଥିଲେ ।

ଆଜି ଭାରତ ବର୍ତ୍ତମାନ ନିଜର ଇତିହାସର ଏକ ସ୍ୱର୍ଣ୍ଣିମ ପୁରୁଷଙ୍କୁ ଉଜାଗର କରିବାର କାର୍ଯ୍ୟ କରିଛି । ଆଜି ଯେତେବେଳେ ଧରଣୀରୁ ନେଇ ଆକାଶ ପର୍ଯ୍ୟନ୍ତ ସର୍ଦ୍ଦାର ସାହେବଙ୍କର ଅଭିଷେକ ହେଉଛି, ସେତେବେଳେ ଭାରତ ନା କେବଳ ନିଜ ପାଇଁ ଏକ ନୂତନ ଇତିହାସ ମଧ୍ୟ ରଚନା କରିଛି ବରଂ ଭବିଷ୍ୟତ ପାଇଁ ପ୍ରେରଣାର ଗଗନଚୂମ୍ବୀ ଆଧାର ମଧ୍ୟ ପ୍ରସ୍ତୁତ କରିଛି । ଏହା ହେଉଛି ମୋର ସୌଭାଗ୍ୟ ଯେ ମୋତେ ସର୍ଦ୍ଦାର ସାହେବଙ୍କର ଏହି ବିଶାଳ ପ୍ରତିମାକୁ ଦେଶକୁ ସମର୍ପିତ କରିବାର ଅବସର ମିଳିଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଏହାର କଳ୍ପନା କରିଥିଲି ତ ଅନୁମାନ କରି ନ ଥିଲି କି ଏହି ପୂଣ୍ୟ କାମ କରିବାର ସୁଯୋଗ ମୋତେ ମିଳିବ । ସର୍ଦ୍ଦାର ସାହେବଙ୍କର ଏହି ଆଶୀର୍ବାଦ ପାଇଁ, ଦେଶର କୋଟି କୋଟି ଜନତାଙ୍କ ଆଶୀର୍ବାଦ ପାଇଁ ମୁଁ ନିଜକୁ ଧନ୍ୟ ଭାବୁଛି । ଆଜି ଗୁଜରାଟର ଲୋକେ ମୋତେ ଯେଉଁ ଅଭିନନ୍ଦନ ପତ୍ର ଦେଇଛନ୍ତି, ଏଥିପାଇଁ ମୁଁ ଗୁଜରାଟର ଜନତାଙ୍କ ନିକଟରେ ବହୁତ ବହୁତ କୃତଜ୍ଞ । ମୋ ପାଇଁ ଏହା ସମ୍ମାନ ପତ୍ର ଅବା ଅଭିନନ୍ଦନ ପତ୍ର ନୁହେଁ, କିନ୍ତୁ ଯେଉଁ ମାଟିରେ ଲାଳିତ ପାଳିତ ହୋଇଛି, ଯେଉଁମାନଙ୍କ ମଧ୍ୟରେ ମୁଁ ସଂସ୍କାର ପାଇଛି ଆଉ ଯେଭଳି ମାଆ ନିଜ ପୁଅ ପିଠିରେ ହାତ ରଖିଥାଏ, ତ ପୁଅର ଶକ୍ତି, ଉତ୍ସାହ, ଉର୍ଜ୍ଜା ହଜାର ଗୁଣ ବଢ଼ି ଯାଇଥାଏ । ଆଜି ଆପଣଙ୍କର ଏହି ସମ୍ମାନ ପତ୍ରରେ, ମୁଁ ସେହି ଆଶୀର୍ବାଦ ପାଇଲା ଭଳି ଅନୁଭବ କରୁଛି । ଲୌହ ସଂଗ୍ରହ ଅଭିଯାନ ସମୟରେ ମିଳିଥିବା ଲୁହାର ପ୍ରଥମ ଖଣ୍ଡ ମଧ୍ୟ ମୋତେ ଦିଆ ଯାଇଥିଲା । ଯେତେବେଳେ ଅହମ୍ମଦାବାଦରେ ଆମେ ଅଭିଯାନ ଆରମ୍ଭ କରିଥିଲୁ ତ ଯେଉଁ ଧ୍ୱଜା ଉତ୍ତୋଳନ କରାଯାଇଥିଲା, ତାହା ମଧ୍ୟ ମୋତେ ଉପହାର ଭାବେ ଦିଆ ଯାଇଛି । ମୁଁ ଆପଣ ସମସ୍ତଙ୍କ ପ୍ରତି ଗୁଜରାଟର ଲୋକଙ୍କ ପ୍ରତି କୃତଜ୍ଞ ଅଟେ । ଆଉ ମୁଁ ଏହି ଜିନିଷ ଗଡିକୁ ଏହିଠାରେ ହିଁ ଛାଡ଼ିଯିବି, ଫଳରେ ଆପଣ ଏହାକୁ ଏଠାକାର ସଂଗ୍ରହାଳୟରେ ରଖିପାରିବେ, ଯାଦ୍ୱାରା କି ଦେଶକୁ ଜଣାପଡ଼ିବ ।

ମୋତେ ସେହି ବିଗତ ଦିନ ସ୍ମରଣ ଆସୁଛି ଆଉ ମନ ଭରି ବହୁତ କିଛି କହିବାକୁ ମଧ୍ୟ ଇଚ୍ଛା ହେଉଛି । ମୋର ସେହି ଦିନ ମନେ ପଡ଼ୁଛି, ଯେତେବେଳେ ସାରା ଦେଶରେ ଗାଁ ଗାଁରେ କୃଷକ ମାନଙ୍କୁ ମାଟି ମଗାଯାଇଥିଲା ଆଉ ବିଲବାଡ଼ିରେ ଚାଷକାର୍ଯ୍ୟରେ ବ୍ୟବହୃତ ହୋଇଥିବା ପୁରୁଣା ଯନ୍ତ୍ରପାତିକୁ ଏକାଠି କରିବାର କାର୍ଯ୍ୟ ଚାଲୁ ରହିଥିଲା । ଯେତେବେଳେ ସାରା ଦେଶରେ ଲକ୍ଷ ଲକ୍ଷ ଗାଁର କୋଟି କୋଟି କୃଷକ ପରିବାର ସ୍ୱୟଂ ଆଗକୁ ଆସି ଏହି ପ୍ରତିମାର ନିର୍ମାଣକୁ ଏକ ଜନ ଆନ୍ଦୋଳନ କରି ଦେଇଥିଲେଯେତେବେଳେ ସେମାନଙ୍କ ଦ୍ୱାରା ଦିଆଯାଇଥିବା ଯନ୍ତ୍ରପାତିରୁ ଶହ ଶହ ଟନ୍ ଲୁହା ବାହାରିଲା ଆଉ ଏହି ପ୍ରତିମାର ନିର୍ଦ୍ଦିଷ୍ଟ ଆଧାର ପ୍ରସ୍ତୁତ ହେଲା ।

ସାଥୀଗଣ, ମୋର ଏହା ମଧ୍ୟ ସ୍ମରଣ ରହିଛି କି ଯେତେବେଳେ ଏହି ବିଚାର ମୁଁ ସାମ୍ନାରେ ରଖିଥିଲି, ତ ଶଙ୍କା ଏବଂ ଆଶଙ୍କାର ମଧ୍ୟ ଏକ ବାତାବରଣ ସୃଷ୍ଟି ହୋଇଥିଲା, ଆଉ ମୁଁ ପ୍ରଥମ ଥର ଏହି କଥା ଆଜି ପ୍ରକଟ କରିବାକୁ ଚାହୁଁଛି । ଯେତେବେଳେ ଏହି କଳ୍ପନା ମନରେ ଚାଲୁ ରହିଥିଲା, ସେତେବେଳେ ମୁଁ ଏଠାକାର ପାହାଡ଼ଗୁଡ଼ିକୁ ଖୋଜୁଥିଲି କି ମୋତେ ଏଭଳି ବଡ଼ ଚଟାଣ ମିଳିଯାଉ । ଆଉ ସେହି ଚଟାଣକୁ ନକ୍ସା କରି ସେଥିରେ ସର୍ଦ୍ଦାର ସାହେବଙ୍କର ପ୍ରତିମା ପ୍ରତିଷ୍ଠା କରିବି । ସମସ୍ତ ପ୍ରକାରର ଖୋଜା ଖୋଜି ପରେ ଜଣା ପଡ଼ିଲା କି ଏତେ ବଡ଼ ଚଟାଣ ପାଇବା ସମ୍ଭବ ନୁହେଁ, ଆଉ ସେହି ଚଟାଣ ମଧ୍ୟ ସେତେ ଅଧିକ ସୁଦୃଢ଼ ନୁହେଁ ତ ମୋର ବିଚାରକୁ ବଦଳାଇବାକୁ ପଡ଼ିଲା ଆଉ ଆଜି ଯେଉଁ ରୂପ ଆପଣ ଦେଖୁଛନ୍ତି, ସେହି ବିଚାର ସେଥିରୁ ଜନ୍ମ ନେଇଥିଲା । ମୁଁ କ୍ରମାଗତ ଭାବେ ଚିନ୍ତା କରି ଚାଲିଥିଲି, ଲୋକମାନଙ୍କ ସହିତ ବିଚାର ବିମର୍ଷ କରୁଥିଲି । ସମସ୍ତଙ୍କଠାରୁ ପରାମର୍ଶ ନେଇ ଚାଲିଥିଲି ଆଉ ଆଜି ମୁଁ ଆନନ୍ଦିତ କି ଦେଶର ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପ ସହିତ ଜଡ଼ିତ ପ୍ରତ୍ୟେକ ଜନତା ଦେଶର ବିକାଶକୁ, ସାମର୍ଥ୍ୟକୁ ଏକ ଶିଖରରେ ପହଂଚାଇ ଦେଇଛନ୍ତି ।

ଭାଇ ଓ ଭଉଣୀମାନେ, ଦୁନିଆର ଏହି ସବୁଠାରୁ ଉଚ୍ଚ ପ୍ରତିମା ସମଗ୍ର ଦୁନିଆକୁ, ଆମର ଭବିଷ୍ୟତ ପିଢିମାନଙ୍କୁ ସେହି ବ୍ୟକ୍ତିଙ୍କ ସାହସ, ସାମର୍ଥ୍ୟ ଆଉ ସଂକଳ୍ପକୁ ମନେ ପକାଇ ଚାଲିବ । ଯିଏ ମାଆ ଭାରତୀକୁ ଖଣ୍ଡ – ଖଣ୍ଡ, ଖଣ୍ଡ -ବିଖଣ୍ଡିତ କରିବା ପାଇଁ ଷଡ଼ଯନ୍ତ୍ରକୁ ବିଫଳ କରିବାର ପବିତ୍ର କାର୍ଯ୍ୟ କରିଥିଲେ । ଯେଉଁ ମହାପୁରୁଷ ସେହି ସମସ୍ତ ଆଶଙ୍କାଗୁଡ଼ିକୁ ସଦା ସର୍ବଦା ପାଇଁ ସମାପ୍ତ କରିଦେଲେ, ଯିଏ ସେହି ସମୟରେ ଭବିଷ୍ୟତର ଦୁନିଆ ଭାରତ ପ୍ରତି କୃତଜ୍ଞତା ଜଣାଉଥିଲେ, ଏଭଳି ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ମୁଁ ଶତ-ଶତ ପ୍ରଣାମ କରୁଛି ।

ସାଥୀଗଣ, ସର୍ଦ୍ଦାର ସାହେବଙ୍କ ସାମର୍ଥ୍ୟ ସେତେବେଳେ ଭାରତର କାର୍ଯ୍ୟରେ ଆସୁଥିଲା, ଯେତେବେଳେ ମାଆ ଭାରତୀ ସାଢ଼େ ପାଂଚ ଶହରୁ ଅଧିକ ଛୋଟ ଛୋଟ ରାଜ୍ୟରେ ବାଂଟି ହୋଇ ରହିଥିଲା । ଦୁନିଆରେ ଭାରତର ଭବିଷ୍ୟତ ପ୍ରତି ଘୋର ନିରାଶା ଥିଲା । ଆଉ ସେହି ସମୟରେ ମଧ୍ୟ ନିରାଶାବାଦୀ ଥିଲେ । ନିରାଶାବାଦୀମାନଙ୍କୁ ଲାଗୁଥିଲା କି ଭାରତ ନିଜର ବିବିଧତାଗୁଡ଼ିକ କାରଣରୁ ହିଁ ବିଖଣ୍ଡିତ ହୋଇଯିବ । ହୁଏତ ନିରାଶାର ସେହି ସମୟରେ ମଧ୍ୟ ସମସ୍ତଙ୍କୁ ଆଶାର ଏକ କିରଣ ଦେଖାଯାଉଥିଲା ଏବଂ ଏହି ଆଶାର କିରଣ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ସର୍ଦ୍ଦାର ପଟେଲ କୌଟିଲ୍ୟଙ୍କ କୂଟନୀତି ଆଉ ଶିବାଜୀ ମହାରାଜଙ୍କ ସୌର୍ଯ୍ୟର ସମାବେଶ ଥିଲେ । 5 ଜୁଲାଇ 1947ରେ ଛୋଟ ଛୋଟ ରାଜ୍ୟମାନଙ୍କୁ ସମ୍ବୋଧିତ କରି ସର୍ଦ୍ଦାର ସାହେବ କହିଥିଲେ, ଆଉ ମୁଁ ମାନୁଛି କି ସର୍ଦ୍ଦାର ସାହେବଙ୍କ ସେହି ବାକ୍ୟର ଆଜି ମଧ୍ୟ ସେତିକି ହିଁ ସାର୍ଥକତା ହୋଇଛି । ସର୍ଦ୍ଦାର ସାହେବ କହିଥିଲେ କି ବିଦେଶୀ ଆକ୍ରମଣକରୀମାନଙ୍କ ସାମନାରେ ନିଜ ମଧ୍ୟରେ କଳହ, ନିଜ ନିଜ ମଧ୍ୟରେ ଶତ୍ରୁତା ଭାବ, ପ୍ରତିହିଂସା ପରାୟଣର ଭାବ, ଆମ ପରାଜୟର ସବୁଠାରୁ ବଡ଼ କାରଣ । ଏବେ ଆମେ ଆମର ସେହି ତ୍ରୁଟିକୁ ନା ଦୋହରାଇବା ନା ଦ୍ୱିତୀୟ ଥର ପାଇଁ କାହାର ପରାଧୀନ ହେବା ।

ସର୍ଦ୍ଦାର ସାହେବଙ୍କ ସେହି ବାର୍ତ୍ତାରୁ ଏକୀକରଣର ଶକ୍ତିକୁ ବୁଝି ପାରି ସେହି ରାଜା ଓ ରାଜପରିବାର ନିଜର ରାଜ୍ୟକୁ ଦେଶରେ ବିଲୟ କରିଥିଲେ । ଦେଖୁ ଦେଖୁ ଭାରତ ଏକ ହୋଇଗଲା । ସର୍ଦ୍ଦାର ସାହେବଙ୍କ ଆହ୍ୱାନରେ ଦେଶର ଶହ ଶହ ରାଜା ଓ ରାଜପରିବାର ତ୍ୟାଗର ଉଦାହରଣ ପ୍ରତିଷ୍ଠା କରିଥିଲେ । ଆମକୁ ରାଜା ଓ ରାଜ ପରିବାରର ଏହି ତ୍ୟାଗକୁ କେବେ ହେଲେ ମଧ୍ୟ ଭୁଲିବା ଉଚିତ ନୁହେଁ । ଆଉ ମୋର ଏକ ସ୍ୱପ୍ନ ମଧ୍ୟ ରହିଛି କି ଏହି ସ୍ଥାନ ସହିତ ଯୋଡ଼ି, ସେହି ସାଢ଼େ ପାଂଚ ଶହରୁ ଅଧିକ ରାଜା ଓ ରାଜପରିବାର ଥିଲେ । ସେମାନେ ଦେଶର ଏକତ୍ରୀକରଣ ପାଇଁ ଯେଉଁ ପଦକ୍ଷେପ ଉଠାଇଥିଲେ, ତାର ମଧ୍ୟ ଏକ ଭର୍ଚୁଆଲ ମ୍ୟୁଜିୟମ ପ୍ରସ୍ତୁତ ହେଉ, ଫଳରେ ଆଗାମୀ ପିଢିଙ୍କୁ… ନ ହେଲେ ଆଜିର ଗଣତାନ୍ତ୍ରିକ ପଦ୍ଧତିରେ ଏକ ତହସିଲର ଅଧ୍ୟକ୍ଷ ନିର୍ବାଚିତ ହୁଅନ୍ତି ଆଉ ତାଙ୍କୁ କୁହାଯିବ କି ଭାଇ ଗୋଟିଏ ବର୍ଷ ଆଗରୁ ଛାଡ଼ି ଦିଅନ୍ତୁ, ତ ବିରାଟ ବଡ଼ ଝଡ଼ ଠିଆ ହୋଇଯାଏ । ଏହି ରାଜା ମହାରାଜାମାନେ ଶତାବ୍ଦୀ ଶତାବ୍ଦୀ ଧରି ନିଜ ପୂର୍ବ ପୁରୁଷଙ୍କ ଜିନିଷ ଦେଶକୁ ଦେଇଥିଲେ । ଏହାକୁ ଆମେ କେବେ ଭୁଲି ପାରିବା ନାହିଁ, ତାକୁ ମଧ୍ୟ ମନେ ରଖିବାକୁ ହେବ ।

ସାଥୀଗଣ, ଯେଉଁ ଦୁର୍ବଳତା ପାଇଁ ଦୁନିଆ ଆମକୁ ସେହି ସମୟରେ ଦୋଷ ଦେଉଥିଲା, ତାହାକୁ ଶକ୍ତି କରି ସର୍ଦ୍ଦାର ପଟେଲ ଦେଶକୁ ରାସ୍ତା ଦେଖାଇଥିଲେ । ସେହି ରାସ୍ତାରେ ଚାଲି ସଂଶୟରେ ଘେରି ରହିଥିବା ଭାରତ ଆଜି ଦୁନିଆ ସହିତ ନିଜ ଶକ୍ତି ଓ ସର୍ତ୍ତରେ ଆଲୋଚନା କରୁଛି । ଦୁନିଆର ବଡ଼ ବଡ଼ ଆର୍ଥିକ ଆଉ ସାମରିକ ଶକ୍ତି ହେବା ଆଡ଼କୁ ହିନ୍ଦୁସ୍ଥାନ ଅଗ୍ରସର ହେଉଛି । ଏହା ଯଦି ସମ୍ଭବ ହୋଇ ପାରିବ ତ ତାପଛରେ ସାଧାରଣ କୃଷକର ଘରେ ଜନ୍ମ ନେଇଥିବା ସେହି ଅସାଧାରଣ ବ୍ୟକ୍ତିତ୍ୱ ସର୍ଦ୍ଦାର ସାହେବଙ୍କର ବହୁତ ବଡ଼ ଯୋଗଦାନ ଥିଲା, ବହୁତ ବଡ଼ ଭୂମିକା ରହିଥିଲା । ସେ ଯେତେ ଚାପ ପଡ଼ୁ ନା କାହିଁକି, କେତେ ମତଭେଦ ରହିଥାଉ ନା କାହିଁକି, ପ୍ରଶାସନରେ ସରକାରଙ୍କୁ କିପରି ସ୍ଥାପିତ କରାଯାଇଥାଏ, ଏହା ସର୍ଦ୍ଦାର ସାହେବ କରି ଦେଖାଇଲେ । କଚ୍ଛରୁ ନେଇ କୋହିମା ପର୍ଯ୍ୟନ୍ତ କାରଗିଲରୁ ନେଇ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ଯଦି ଆମେ ନିର୍ଭୟରେ ଯାଇ ପାରୁଛେ ତ ଏହା ସର୍ଦ୍ଦାର ସାହେବଙ୍କ ଯୋଗୁଁ ହୋଇ ପାରିଛି, ତାଙ୍କର ସଂକଳ୍ପ ଯୋଗୁଁ ସମ୍ଭବ ହୋଇ ପାରିଛି । ସର୍ଦ୍ଦାର ସାହେବ ଯଦି ସଂକଳ୍ପ ନେଇ ନ ଥାଆନ୍ତେ କିଛି କ୍ଷଣ କଳ୍ପନା କରନ୍ତୁ ମୁଁ ମୋ ଦେଶବାସୀଙ୍କୁ ଆନ୍ଦୋଳିତ କରିବାକୁ ଚାହୁଁଛି । ଟିକେ କଳ୍ପନା କରନ୍ତୁ, ଯଦି ସର୍ଦ୍ଦାର ସାହେବ ଏହି କାମ କରି ନ ଥାଆନ୍ତେ, ଏହି ସଂକଳ୍ପ ନେଇ ନ ଥାଆନ୍ତେ ତ ଆଜି ଗିର୍ ର ସିଂହ ଆଉ ଗିର୍ ର ବାଘକୁ ଦେଖିବା ପାଇଁ ଆଉ ଶିବ ଭକ୍ତଙ୍କ ପାଇଁ ସୋମନାଥରେ ପୂଜା କରିବା ନିମନ୍ତେ ଏବଂ ହାଇଦ୍ରାବାଦର ଚାରମିନାରକୁ ଦେଖିବା ପାଇଁ ଆମେ ହିନ୍ଦୁସ୍ଥାନୀମାନଙ୍କୁ ଭିସା ନେବାକୁ ପଡିଥାନ୍ତା । ଯଦି ସର୍ଦ୍ଦାର ସାହେବ ସଂକଳ୍ପ ନ ନେଇଥାଆନ୍ତେ ତ ପ୍ରଶାସନିକ ସେବା ଭଳି ଢ଼ାଂଚା ଠିଆ କରିବା ପାଇଁ ଆମକୁ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାନ୍ତା ।

ଭାଇ ଓ ଭଉଣୀମାନେ, 21 ଅପ୍ରେଲ 1947ରେ ସର୍ବ ଭାରତୀୟ ପ୍ରଶାସନିକ ସେବାର ପରିକ୍ଷାର୍ଥୀ (ନବ ନିଯୁକ୍ତ) ମାନଙ୍କୁ ସମ୍ବୋଧିତ କରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କହିଥିଲେ ଆଉ ସେଗୁଡ଼ିକ ଥିଲା ବଡ଼ ମହତ୍ୱପୂର୍ଣ୍ଣ ଶବ୍ଦ । ଆଜି ଯେଉଁ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍ ମାନେ ମଧ୍ୟ ଅଛନ୍ତି, ଏହି ଶବ୍ଦ ପ୍ରତ୍ୟେକଙ୍କୁ ମନେ ରଖିବା ଆବଶ୍ୟକ, ସେତେବେଳେ ସର୍ଦ୍ଦାର ସାହେବ କହିଥିଲେ ଏ ପର୍ଯ୍ୟନ୍ତ ଯେଉଁ ଆଇସିଏସ୍ ଅର୍ଥାତ୍ ଭାରତୀୟ ସିଭିଲ ସେବା ଥିଲା, ସେଥିରେ ନା ତ କିଛି ଭାରତୀୟ ଥିଲେ, ନା ତାହା ପ୍ରଶାସନ ଥିଲା, ନା ସେଥିରେ ସେବାର କୌଣସି ଭାବନା ଥିଲା । ସେ ଯୁବକମାନଙ୍କ ଦ୍ୱାରା ସ୍ଥିତିରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ ଦେଇଥିଲେ । ସେ ଯୁବକମାନଙ୍କୁ କହିଥିଲେ କି ସେମାନଙ୍କୁ ସମ୍ପୂର୍ଣ୍ଣ ପାରଦର୍ଶୀତାର ସହିତ, ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ ଭାରତୀୟ ପ୍ରଶାସନିକ ସେବାର ଗୌରବ ବୃଦ୍ଧି କରିବାର ଅଛି । ତାହାକୁ  ଭାରତର ନବନିର୍ମାଣ ପାଇଁ ସ୍ଥାପିତ କରିବାର ଅଛି । ଏହା ସର୍ଦ୍ଦାରଙ୍କ ହିଁ ପ୍ରେରଣା ଥିଲା କି ପ୍ରଶାସନିକ ସେବାର ତୁଳନା ଇସ୍ପାତ ଫ୍ରେମ୍ ସହିତ କରାଯାଇଥିଲା ।

ଭାଇ ଓ ଭଉଣୀମାନେ, ସର୍ଦ୍ଦାର ପଟେଲଙ୍କୁ ଏପରି ସମୟରେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ କରାଯାଇଥିଲା, ଯାହା ଭାରତର ଇତିହାସର ସବୁଠାରୁ କଷ୍ଟକର କ୍ଷଣ ଥିଲା । ତାଙ୍କ ଦାୟିତ୍ୱରେ ଦେଶର ବ୍ୟବସ୍ଥା ଗୁଡ଼ିକର ପୁନଃନିର୍ମାଣର ଦାୟିତ୍ୱ ଥିଲା । ତାହା ସହିତ ଅସ୍ତବ୍ୟସ୍ତ ଆଇନ ଶୃଙ୍ଖଳା ସମ୍ଭାଳିବାର ଦାୟିତ୍ୱ ମଧ୍ୟ ଥିଲା । ସେ ସେହି କଠିନ ପରିସ୍ଥିତିରୁ ଦେଶକୁ ବାହାରକୁ ଆଣି ଆମର ଆଧୁନିକ ପୁଲିସ ବ୍ୟବସ୍ଥା ପାଇଁ ବିଶେଷ ଆଧାର ମଧ୍ୟ ପ୍ରସ୍ତୁତ କରିଥିଲେ

ସାଥୀଗଣ, ଦେଶର ଗଣତନ୍ତ୍ର ସହିତ ସାଧାରଣ ଜନତାଙ୍କୁ ଯୋଡ଼ିବା ପାଇଁ ସର୍ଦ୍ଦାର ସାହେବ ପ୍ରତି କ୍ଷଣ ସମର୍ପିତ ଥିଲେ । ମହିଳାମାନଙ୍କୁ ଭାରତର ରାଜନୀତିରେ ସକ୍ରିୟ ଯୋଗଦାନର ଅଧିକାର ଦେବା ପଛରେ ମଧ୍ୟ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ବହୁତ ବଡ଼ ଭୂମିକା ରହିଛି । ଯେତେବେଳେ ଦେଶରେ ମାଆ-ଭଉଣୀମାନେ ପଂଚାୟତ ଆଉ ସହରାଂଚଳର ସଂସ୍ଥାମାନଙ୍କରେ ନିର୍ବାଚନରେ ଭାଗ ନେଇ ପାରୁନଥିଲେ, ସେତେବେଳେ ସର୍ଦ୍ଦାର ସାହେବ ସେହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇଥିଲେ । ତାଙ୍କର ପଦକ୍ଷେପ ଯୋଗୁଁ ହିଁ ସ୍ୱାଧୀନତାର କେତେ ଦଶକ ପରେ ଏହି ଭେଦଭାବ ଦୂର କରିବାର ରାସ୍ତା ଉନ୍ମୁକ୍ତ ହୋଇଥିଲା । ସେ ସର୍ଦ୍ଦାର ସାହେବ ହିଁ ଥିଲେ, ଯାହାଙ୍କ ମାଧ୍ୟମରେ ଆଜି ମୌଳିକ ଅଧିକାର ଆମର ଗଣତନ୍ତ୍ରର ଏକ ପ୍ରଭାବଶାଳୀ ଅଂଶ ହୋଇ ରହିଛି ।

ସାଥୀଗଣ, ଏହି ପ୍ରତିମା ସର୍ଦ୍ଦାର ପଟେଲ ସାହେବଙ୍କର ସେହି ପ୍ରତିଜ୍ଞା, ପ୍ରତିଭା, ପୁରୁଷାର୍ଥ ଏବଂ ପରମାର୍ଥର ଭାବନାର ହେଉଛି ଏକ ଜ୍ୱଳନ୍ତ ପରିପ୍ରକାଶଏହି ପ୍ରତିଭା ତାଙ୍କର ସାମର୍ଥ୍ୟ ଏବଂ ସମର୍ପଣ ଭାବନାର ହିଁ ସମ୍ମାନର ତଥା ଏହା ନିଉ-ଇଣ୍ଡିଆର, ନୂଆ ଭାରତର ନୂତନ ଆତ୍ମବିଶ୍ୱାସର ମଧ୍ୟ ହେଉଛି ଅଭିବ୍ୟକ୍ତି । ଏହି ପ୍ରତିମା ଭାରତର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠାଇବାବାଲାଙ୍କୁ ଏହା ସ୍ମରଣ କରାଇବ, ଏହି ରାଷ୍ଟ୍ର ଶାଶ୍ୱତ ଥିଲା, ଶାଶ୍ୱତ ରହିଛି ଏବଂ ଶାଶ୍ୱତ ରହିବ ।

ଏହା ହେଉଛି ସମଗ୍ର ଦେଶର କୃଷକ ମାନଙ୍କର ସ୍ୱାଭିମାନର ପ୍ରତୀକ, ଯେଉଁମାନଙ୍କର କ୍ଷେତ ମାଟିରୁ ଏବଂ କ୍ଷେତରେ ବ୍ୟବହାର ହେଉଥିବା କୃଷି ସରଞ୍ଜାମର ଲୁହା ହେଉଛି ଏହାର ମଜବୁତ ମୂଳଦୁଆ ଆଉ ପ୍ରତ୍ୟେକ ଆହ୍ୱାନର ମୁକାବିଲା କରି ଅନ୍ନ ଉତ୍ପାଦନ କରିବାର ତାଙ୍କ ଭାବନା ଏହାର ଆତ୍ମା ପାଲଟିଛି । ଏହା ହେଉଛି ସେହି ଆଦିବାସୀ ଭାଇ ଭଉଣୀମାନଙ୍କର ଯୋଗଦାନର ସ୍ମାରକ, ଯେଉଁମାନେ ସ୍ୱାଧୀନତା ଆନ୍ଦୋଳନ ଠାରୁ ନେଇ ବିକାଶର ଯାତ୍ରାରେ ନିଜର ବହୁମୂଲ୍ୟ ଯୋଗଦାନ ଦେଇଛନ୍ତି । ଏହି ଉଚ୍ଚତା, ଏହି ଶୀର୍ଷ ହେଉଛି ଭାରତର ଯୁବକମାନଙ୍କୁ ଏହା ସ୍ମରଣ କରାଇବା ପାଇଁ ଯେ, ଭବିଷ୍ୟତ ଭାରତ ନିଜର ଆକାଂକ୍ଷା ଗୁଡ଼ିକର ଯାହା ହେଉଛି ଏତେ ବିରାଟ । ସେହି ଆକାଂକ୍ଷା ଗୁଡ଼ିକୁ ପୂରଣ କରିବାର ସାମର୍ଥ୍ୟ ଆଉ ମନ୍ତ୍ର ହେଉଛି କେବଳ ଗୋଟିଏ –ଏକ ଭାରତ ଶ୍ରେଷ୍ଠ ଭାରତ’, ‘ଏକ ଭାରତ ଶ୍ରେଷ୍ଠ ଭାରତ’, ‘ଏକ ଭାରତ ଶ୍ରେଷ୍ଠ ଭାରତ

ସାଥୀଗଣ, ଷ୍ଟେଚ୍ୟୁ ଅଫ୍ ୟୁନିଟି ଏହା ହେଉଛି ଆମର ଇଂଜିନିୟରିଂ ଏବଂ ବୈଷୟିକ ସାମର୍ଥ୍ୟର ପ୍ରତୀକ । ବିଗତ ପ୍ରାୟ ସାଢ଼େ ତିନି ବର୍ଷରେ ପ୍ରତି ଦିନ ହାରାହାରି ଅଢ଼େଇ ହଜାର ଶ୍ରମିକ, ଶିଳ୍ପକାରମାନେ ମିଶନ ଢାଞ୍ଚାରେ କାର୍ଯ୍ୟ କରିଛନ୍ତି । କିଛି ସମୟ ପରେ ଯାହାଙ୍କର ସମ୍ମାନ ହେବାକୁ ଯାଉଛି, 90 ବର୍ଷର ବୟସକୁ ଅତିକ୍ରମ କରିସାରିଛନ୍ତି । ଏଭଳି ଦେଶର ମାନ୍ୟଗଣ୍ୟ ଶିଳ୍ପକାର ଶ୍ରୀମାନ ରାମ ସୂତାର ମହାଶୟଙ୍କ ନେତୃତ୍ୱରେ ଦେଶର ଅଦ୍ଭୁତ ଶିଳ୍ପକାରଙ୍କ ଟିମ୍, କଳାର ଅନେକ ଗୌରବଶାଳୀ ସ୍ମାରକ ସମ୍ପୂର୍ଣ୍ଣ କରିଛନ୍ତି । ମନରେ ମିଶନ ଭାବନା ରାଷ୍ଟ୍ରୀୟ ଏକତା ପ୍ରତି ସମର୍ପଣ ଏବଂ ଭାରତ ଭକ୍ତିର ହିଁ ହେଉଛି ବଳ ଯେଉଁ କାରଣରୁ ଏତେ କମ୍ ସମୟରେ ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇ ସାରିଛି । ସର୍ଦ୍ଦାର ସରୋବର ଡ୍ୟାମ ତାହାର ଶିଳାନ୍ୟାସ କେବେ ହେଲା ଏବଂ କେତେ ଦଶକ ପରେ ତାହାର ଉଦ୍ଘାଟନ ହେଲା, ଏହା ତ ନିଜର ଆଖି ସାମ୍ନାରେ ଦେଖୁ ଦେଖୁ ହୋଇଗଲା । ଏହି ମାହାନ କାର୍ଯ୍ୟ ସହିତ ଜଡ଼ିତ ପ୍ରତ୍ୟେକ ଶ୍ରମଦାତା, ପ୍ରତ୍ୟେକ କାରିଗର, ପ୍ରତ୍ୟେକ ଶିଳ୍ପକାର, ପ୍ରତ୍ୟେକ ଇଂଜିନିୟର ଏଥିରେ ଯୋଗଦାନ ଦେଇଥିବା ପ୍ରତ୍ୟେକଙ୍କୁ ମୁଁ ଆଦରପୂର୍ବକ ଅଭିନନ୍ଦନ ଜଣାଉଛି ଏବଂ ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି । ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ଏହା ସହିତ ଜଡ଼ିତ ଆପଣମାନଙ୍କର ସମସ୍ତଙ୍କ ନାମ ମଧ୍ୟ ସର୍ଦ୍ଦାରଙ୍କ ଏହି ପ୍ରତିମା ସହିତ ଇତିହାସର ଏକ ମହତ୍ୱପୂର୍ଣ୍ଣ ଅଂଶ ହୋଇ ଯାଇଛି ।

ସାଥୀଗଣ, ଆଜିର ଏ ଯେଉଁ ଯାତ୍ରା ଏକ ସୋପାନ ପର୍ଯ୍ୟନ୍ତ ପହଂଚିଛି, ସେହି ଯାତ୍ରା ଆଠ ବର୍ଷ ପୂର୍ବେ ଆଜିର ଦିନରେ ହିଁ ଆରମ୍ଭ ହୋଇଥିଲା । 31 ଅକ୍ଟୋବର 2010ରେ ଅହମଦାବାଦରେମୁଁ  ଏହି ବିଚାର ସର୍ବ ପ୍ରଥମେ ସମସ୍ତଙ୍କ ସାମ୍ନାରେ ରଖିଥିଲି । କୋଟି କୋଟି ଭାରତବାସୀଙ୍କ ଭଳି ସେତେବେଳେ ମୋ ମନରେ ଗୋଟିଏ ଭାବନା ହିଁ ଥିଲା କି ଯେଉଁ ମହାପୁରୁଷ ଦେଶକୁ ଏକାଠି କରିବା ପାଇଁ ଏତେ ବଡ଼ ଅବଦାନ କରିଛନ୍ତି, ତାଙ୍କୁ ସେହି ସମ୍ମାନ ଅବଶ୍ୟ ମିଳିବା ଦରକାର, ଯାହାର ସେ ହେଉଛନ୍ତି ହକଦାର । ମୁଁ ଚାହୁଁଥିଲି କି ଏହି ସମ୍ମାନ ମଧ୍ୟ ତାଙ୍କୁ ସେହି କୃଷକ, ସେହି ଶ୍ରମିକଙ୍କ ସ୍ୱେଦରୁ ମିଳୁ, ଯେଉଁଥି ପାଇଁ ପଟେଲ ସାରା ଜୀବନ ସଂଗ୍ରାମ କରିଥିଲେ ।

ସାଥିଗଣ, ସର୍ଦ୍ଦାର ପଟେଲ ଖେଡ଼ାରୁ ବର୍ଦ୍ଦୋଳୀ ପର୍ଯ୍ୟନ୍ତ କୃଷକଙ୍କ ଶୋଷଣ ବିରୁଦ୍ଧରେ ନା କେବଳ ସ୍ୱର ଉତ୍ତୋଳନ କରିଥିଲେ, ସତ୍ୟାଗ୍ରହ କରିଥିଲେ, ବରଂ ତାହାର ସମାଧାନ ମଧ୍ୟ କରିଥିଲେ । ଆଜିର ସମବାୟ ଆନ୍ଦୋଳନ ଯାହା ଦେଶର ଅନେକ ଗାଁର ଅର୍ଥବ୍ୟବସ୍ଥାର ସୁଦୃଢ ଆଧାର ପାଲଟି ଯାଇଛି, ଏହା ହେଉଛି ସର୍ଦ୍ଦାର ସାହେବଙ୍କ ଦୂର ଦୃଷ୍ଟିର ପରିଣାମ ।

ସାଥୀଗଣ, ସର୍ଦ୍ଦାର ପଟେଲଙ୍କର ଏହି ସ୍ମାରକ ତାଙ୍କ ପ୍ରତି କୋଟି କୋଟି ଭାରତବାସୀଙ୍କର ସମ୍ମାନ ଏବଂ ଦେଶବାସୀଙ୍କର ସାମର୍ଥ୍ୟର ତ, ହିଁ ପ୍ରତୀକ, ଏହା ଦେଶର ଅର୍ଥ ବ୍ୟବସ୍ଥା, ରୋଜଗାର ସୃଷ୍ଟିର ମଧ୍ୟ ମହତ୍ୱପୂର୍ଣ୍ଣ ସ୍ଥାନ ହେବାକୁ ଯାଉଛି । ଏହା ଦ୍ୱାରା ହଜାର ହଜାର ଆଦିବାସୀ ଭାଇ – ଭଉଣୀମାନଙ୍କୁ ପ୍ରତ୍ୟେକ ବର୍ଷ ସିଧା ସଳଖ ରୋଜଗାର ମିଳିବାକୁ ଯାଉଛି । ସତପୁରା ଏବଂ ବିନ୍ଧ୍ୟର ଏହି ଅଂଚଳରେ ବସବାସ କରୁଥିବା ଆପଣ ସମସ୍ତଙ୍କୁ ପ୍ରକୃତି ଯାହା କିଛି ମଧ୍ୟ ଦେଇଛି, ତାହା ଏବେ ଆଧୁନିକ ରୂପରେ ଆପଣଙ୍କ କାର୍ଯ୍ୟରେ ଆସିବାକୁ ଯାଉଛି । ଦେଶ ଯେଉଁ ଜଙ୍ଗଲ ବିଷୟରେ କବିତା ମାଧ୍ୟମରେ ପଢ଼ିଛି ଏବେ ସେହି ଜଙ୍ଗଲ ଗୁଡିକ, ସେହି ଆଦିବାସୀ ପରମ୍ପରାଗୁଡିକ ସହିତ ସମଗ୍ର ଦୁନିଆ ପ୍ରତ୍ୟକ୍ଷ ସାକ୍ଷାତ କରିବାକୁ ଯାଉଛି । ସର୍ଦ୍ଦାର ସାହେବଙ୍କ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକ ସର୍ଦ୍ଦାର ସରୋବର  ବନ୍ଧ, ସତପୁରା ଏବଂ ବିନ୍ଧ୍ୟ ପର୍ବତମାଳା ମଧ୍ୟ ଦର୍ଶନ କରିପାରିବେ । ମୁଁ ଗୁଜରାଟ ସରକାରଙ୍କର ପୁଣି ଥରେ ପ୍ରସଂଶା କରିବି କି ସେ ଏହି ପ୍ରତିମା ଆଖପାଖର ସମସ୍ତ ଅଂଚଳକୁ ପର୍ଯ୍ୟସ୍ଥଳ ଭାବେ ବିକଶିତ କରୁଛନ୍ତି । ଯେଉଁ ଫୁଲର ଉପତ୍ୟକା ସୃଷ୍ଟି ହୋଇଛି Valley of Flowerତାହା ଏହି ସ୍ମାରକର ଆକର୍ଷଣକୁ ଆହୁରି ବୃଦ୍ଧି କରିବ, ଆଉ ମୁଁ ତ ଚାହିଁ ବି କି ଏଠାରେ ଏପରି ଏକ ଏକତା ନର୍ସରୀ  ସୃଷ୍ଟି ହେଉ, କି ଏଠାକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ଏକତା ନର୍ସରୀରୁ ଏକତାର  ଚାରା ନିଜ ଘରକୁ ନେଇ ଯାଆନ୍ତୁ । ଆଉ ଏକତାର ବୃକ୍ଷ ଲଗାନ୍ତୁ ଏବଂ ପ୍ରତି କ୍ଷଣ ଦେଶର ଏକତାକୁ ସ୍ମରଣ କରୁଥାଆନ୍ତୁ । ଏହା ସହିତ ପର୍ଯ୍ୟଟନ ଏଠାକାର ପ୍ରତ୍ୟେକ ଜନତାଙ୍କ ଜୀବନ ବଦଳାଇବାକୁ ଯାଉଛି ।

ସାଥୀଗଣ, ଏହି ଜିଲ୍ଲା ଏବଂ ଏହି କ୍ଷେତ୍ରର ପାରମ୍ପରିକ ଜ୍ଞାନ ହେଉଛି ବହୁତ ସମୃଦ୍ଧ । ଏକତା ପ୍ରତିମୂର୍ତ୍ତିକାରଣରୁ ଯେତେବେଳେ ପର୍ଯ୍ୟଟନର ବିକାଶ ହେବ ତ ଏହି ପରମ୍ପରାଗତ ଜ୍ଞାନର ମଧ୍ୟ ପ୍ରସାର ହେବ । ଆଉ ଏହି କ୍ଷେତ୍ରର ମଧ୍ୟ ଏକ ନୂତନ ପରିଚୟ ସୃଷ୍ଟି ହେବ । ମୋର ବିଶ୍ୱାସ ରହିଛି କି ଏହି ଅଂଚଳ ସହିତ ଜଡ଼ିତ ରହିଛି, ଏଥିପାଇଁ ମୋତେ ବହୁତ କଥା ଜଣା ଅଛି । ବୋଧହୁଏ ଏଠାରେ ବସିଥିବା ଅନେକଙ୍କର ମଧ୍ୟ ଇଚ୍ଛା ହେଉଥିବ ମୁଁ କହିବା ପରେ ଏଠାକାର ଚାଉଳରେ ପ୍ରସ୍ତୁତ ହେଉଥିବା ଊନା-ମଣ୍ଡା, ତହଲା-ମଣ୍ଡା, ଠୋକାଲା-ମଣ୍ଡା, ଏହା ହେଉଛି ଏପରି ଖାଦ୍ୟ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କୁ ଖୁବ ରୁଚିକର ହେବ, ବେଶ୍ ପସନ୍ଦ ଆସିବ । ସେହିପରି ଏଠାରେ ବହୁତ ପରିମାଣରେ ଉତ୍ପନ୍ନ ହେଉଥିବା ଔଷଧୀୟ ବୃକ୍ଷକୁ ଆୟୁର୍ବେଦ ସହିତ ଜଡ଼ିତ ଲୋକ ଭଲ ଭାବରେ ଏହା ସହିତ ପରିଚିତ । ଖାତି- ଭିଣ୍ଡି ଏହି ଚିକିତ୍ସା ପାଇଁ ଅନେକ ଗୁଣରେ ଭରପୂର ହୋଇ ରହିଛି ଆଉ ତାର ପରିଚୟ ଅନେକ ଦୂର-ଦୂରାନ୍ତ ପର୍ଯ୍ୟନ୍ତ ପହଂଚିବାକୁ ଯାଉଛି । ଆଉ ଏଥିପାଇଁ ମୋର ଭରସା ରହିଛି କି ସ୍ମାରକ ଏଠାରେ କୃଷିକୁ ଉନ୍ନତ କରିବା ପାଇଁ, ଆଦିବାସୀମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଗବେଷଣା କେନ୍ଦ୍ର ମଧ୍ୟ ପ୍ରତିଷ୍ଠା ହେବ ।

ସାଥୀଗଣ, ବିଗତ ଚାରି ବର୍ଷରେ ଦେଶର ନେତା ମାନଙ୍କର ଯୋଗଦାନକୁ ସ୍ମରଣ କରିବାର ଏକ ବହୁତ ବଡ଼ ଅଭିଯାନ ସରକାର ଆରମ୍ଭ କରିଛନ୍ତି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମଧ୍ୟ ମୋର ଏହି କଥା ଉପରେ ଆଗ୍ରହ ଥିଲା । ଏହା ହେଉଛି ଆମର ପୁରାତନ ସଂସ୍କୃତି, ହେଉଛି ସଂସ୍କାର ଯାହାକୁ ନେଇ ଆମେ ଆଗକୁ ବଢ଼ୁଛେ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଏହି ଗଗନଚୁମ୍ବୀ ପ୍ରତିମା ହେଉ । ତାଙ୍କ ସ୍ମୃତିରେ ଦିଲ୍ଲୀରେ ଆଧୁନିକ ମ୍ୟୁଜିୟମ ମଧ୍ୟ ଆମେ ନିର୍ମାଣ କରିଛୁ । ଗାନ୍ଧୀ ନଗରର ମହାତ୍ମା ମନ୍ଦିର ଏବଂ ଦାଣ୍ଡି କୁଟୀର ହେଉ, ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ପଂଚତୀର୍ଥ ହେଉ, ହରିୟାଣାର କୃଷକ ନେତା ସାର୍ ଛୋଟୁରାମଙ୍କର ହରିୟାଣାରେ ସବୁଠାରୁ ଉଚ୍ଚ ପ୍ରତିମା ହେଉ । କଚ୍ଛର ମାଣ୍ଡବୀରେ ସ୍ୱାଧୀନତାର ସଶସ୍ତ୍ର ଆନ୍ଦୋଳନର ପୁରୋଧା, ଗୁଜରାଟ ମାଟିର ସନ୍ତାନ ଶ୍ୟାମ ଜୀ କୃଷ୍ଣ ବର୍ମାଙ୍କର ସ୍ମାରକ ହେଉ ଆଉ ଆମର ଆଦିବାସୀ ଭାଇ ଭଉଣୀ ମାନଙ୍କର ବୀର ନାୟକ ଗୋବିନ୍ଦ ଗୁରୁଙ୍କର ଶ୍ରଦ୍ଧାସ୍ଥଳ ହେଉ, ଏଭଳି ଅନେକ ମହାପୁରୁଷଙ୍କର ସ୍ମାରକ ବିଗତ ବର୍ଷମାନଙ୍କରେ ଆମେ ନିର୍ମାଣ କରି ସାରିଛୁ ।

ଏହା ବ୍ୟତୀତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦିଲ୍ଲୀରେ ସଂଗ୍ରହାଳୟ ହେଉ, ଛତ୍ରପତି ଶିବାଜୀ ମହାରାଜଙ୍କର ମୁମ୍ବାଇରେ ଭବ୍ୟ ପ୍ରତିମା ହେଉ, ଅଥବା ପୁଣି ଆମର ଆଦିବାସୀ ନାୟକ ଦେଶର ସ୍ୱାଧୀନତା ସଂଗ୍ରାମର ବୀର, ସେମାନଙ୍କ ସ୍ମୃତିରେ ସଂଗ୍ରାହଳୟ ନିର୍ମାଣର କାର୍ଯ୍ୟ ହେଉ, ଏହି ସମସ୍ତ ବିଷୟରେ ଆମେ ଇତିହାସକୁ ପୁନର୍ଜୀବିତ କରିବା ପାଇଁ କାମ କରୁଛୁ । ବାବା ସାହେବଙ୍କ ଯୋଗଦାନକୁ ସ୍ମରଣ କରିବା ପାଇଁ 26 ନଭେମ୍ବରକୁ ସମ୍ବିଧାନ ଦିବସ ଭାବେ ବ୍ୟାପକ ସ୍ତରରେ ପାଳନ କରିବାର ନିଷ୍ପତ୍ତି ହେଉ, ଅବା ପୁଣି ନେତାଜୀଙ୍କ ନାମରେ ରାଷ୍ଟ୍ରୀୟ ସମ୍ମାନ ଘୋଷଣା କରିବାର ଆରମ୍ଭ ହେଉ, ଏହି ସମସ୍ତ କଥା ଆମ ସରକାର ହିଁ ଶୁଭାରମ୍ଭ କରିଛନ୍ତି । କିନ୍ତୁ ସାଥୀଗଣ, ଅନେକ ଥର ତ ମୁଁ ଆଶ୍ଚର୍ଯ୍ୟ ହୋଇ ରହି ଯାଉଛି କି ଯେତେବେଳେ ଦେଶରେ ହିଁ କିଛି ଲୋକ ଆମର ଏହି ପଦକ୍ଷେପକୁ ରାଜନୀତିର ଚଷମାରେ ଦେଖିବାର ଦୁଃସାହାସ କରୁଛନ୍ତି ।

ସର୍ଦ୍ଦାର ପଟେଲଙ୍କ ଭଳି ମହାପୁରୁଷ ଦେଶର ସୁସନ୍ତାନଙ୍କୁ ପ୍ରଶଂସା କରିବା ପାଇଁ ମଧ୍ୟ, ଜଣାନାହିଁ ଆମର ସମାଲୋଚନା କରାଯାଉଛି । ଏଭଳି ଅନୁଭବ କରାଯାଉଛି କି ଯେପରି ଆମେ ବହୁତ ବଡ଼ ଅପରାଧ କରି ଦେଇଛୁ । ମୁଁ ଆପଣମାନଙ୍କୁ ପଚାରିବାକୁ ଚାହୁଁଛି କି କଣ ଦେଶର ମହାପୁରୁଷମାନଙ୍କୁ ସ୍ମରଣ କରିବା ହେଉଛି  ବଡ଼ ଅପରାଧ? ସାଥୀଗଣ, ଆମର ଚେଷ୍ଟା ହେଉଛି କି ଭାରତର ପ୍ରତ୍ୟେକ ରାଜ୍ୟର ନାଗରିକ, ପ୍ରତ୍ୟେକ ନାଗରିକଙ୍କ ପୁରୁଷାର୍ଥ ସର୍ଦ୍ଦାର ପଟେଲଙ୍କ ଦୃଷ୍ଟିକୋଣକୁ ଆଗକୁ ନେବାରେ ନିଜର ସାମର୍ଥ୍ୟର ସଂପୂର୍ଣ୍ଣ ବ୍ୟବହାର କରି ପାରିବେ ।

ଭାଇ ଓ ଭଉଣୀମାନେ, ସର୍ଦ୍ଦାର ପଟେଲ ସ୍ୱାଧୀନ ଭାରତରେ ଯେଭଳି ଭାବେ ଗାଁ ର କଳ୍ପନା କରିଥିଲେ, ଆଉ ସେ ବିଷୟରେ ସ୍ୱୟଂ ଆଲୋଚନା କରିଥିଲେ, ସ୍ୱାଧୀନତାର ତିନି ଚାରି ମାସ ପୂର୍ବରୁ ବିଠଲ୍ ଭାଇ ପଟେଲ କଲେଜର ସ୍ଥାପନା ସମୟରେ କରିଥିଲେ ଆଉ ସର୍ଦ୍ଦାର ସାହେବ କହିଥିଲେ, ସେହି କଲେଜର ନିର୍ମାଣ ସମୟରେ ଆମେ ନିଜ ଗାଁରେ ବହୁତ ଭଲ ଭାବେ ଘର ନିର୍ମାଣ କରୁଛୁ, ସଡ଼କ ମଧ୍ୟ ବିନା କିଛି ଚିନ୍ତା କରି ନିର୍ମାଣ କରୁଛେ ଆଉ ଘର ସାମ୍ନାରେ ଆବର୍ଜନାର ଭଣ୍ଡାର ପଡ଼ି ରହୁଥିଲା । ସର୍ଦ୍ଦାର ସାହେବ ସେତେବେଳେ ଗାଁ ଗୁଡ଼ିକୁ ଖୋଲା ମଳମୁକ୍ତ କରିବା ପାଇଁ, ଧୂଆଁ ଏବଂ ଆବର୍ଜନାରୁ ମୁକ୍ତ କରିବାର ଆହ୍ୱାନ କରିଥିଲେ । ମୁଁ ଖୁସି କି ଯେଉଁ ସ୍ୱପ୍ନ ସର୍ଦ୍ଦାର ସାହେବ ଦେଖିଥିଲେ, ଦେଶ ଆଜି ତାହାକୁ ପୂରଣ କରିବା ଦିଗରେ ଆଗକୁ ବଢ଼ୁଛି । ଜନ ଭାଗୀଦାରୀ ଯୋଗୁଁ ଏବେ ଦେଶରେ ଗ୍ରାମୀଣ ସ୍ୱଚ୍ଛତାର ପରିସର 95% ପର୍ଯ୍ୟନ୍ତ ପହଂଚି ଯାଇଛି ।

ଭାଇ ଓ ଭଉଣୀମାନେ, ସର୍ଦ୍ଦାର ପଟେଲ ଚାହୁଁଥିଲେ କି ଭାରତ ସଶକ୍ତ, ଭଦ୍ର, ସମ୍ବେଦନଶୀଳ, ସତର୍କ ଏବଂ ସମାବେଶୀ ହେଉ । ଆମର ସମସ୍ତ ପ୍ରୟାସ ତାଙ୍କର ଏହି ସ୍ୱପ୍ନକୁ ସାକାର କରିବା ଦିଗରେ ହେଉଛି । ଆମେ ଦେଶର ପ୍ରତ୍ୟେକ ବାସହୀନକୁ ପକ୍କା ଘର ଯୋଗାଇ ଦେବାର ଭଗୀରଥ ଯୋଜନା ଉପରେ କାର୍ଯ୍ୟ କରୁଛୁ । ଆମେ ସେହି 18,000 ଗାଁ ପର୍ଯ୍ୟନ୍ତ ବିଜୁଳି ପହଂଚାଇଛୁ, ଯେଉଁଠାରେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ବିଜୁଳି ପହଂଚି ନ ଥିଲା । ଆମ ସରକାର ସୌଭାଗ୍ୟ ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ଘର ପର୍ଯ୍ୟନ୍ତ ବିଜୁଳି ସଂଯୋଗ ପହଂଚାଇବା ପାଇଁ ଦିନ-ରାତି କାମରେ ଲାଗିଛନ୍ତି । ଦେଶର ପ୍ରତ୍ୟେକ ଗାଁକୁ ସଡ଼କ ସହିତ ଯୋଡ଼ିବା, ଅପ୍ଟିକାଲ ଫାଇବର୍ ନେଟୱାର୍କ ସହିତ ଯୋଡ଼ିବା, ଡିଜିଟାଲ ସଂଯୋଗ ବ୍ୟବସ୍ଥା ସହିତ ଯୋଡ଼ିବାର କାମ ଆଜି ଦ୍ରୁତ ଗତିରେ କରାଯାଉଛି । ଦେଶରେ ଆଜି ପ୍ରତ୍ୟେକ ଘରେ ଗ୍ୟାସ୍ ର ଚୂଲା ହେଉ, ଗ୍ୟାସ୍ ସଂଯୋଗ ପହଂଚୁ, ଏହି ପ୍ରୟାସ ସହିତ ହିଁ ଦେଶର ପ୍ରତ୍ୟେକ ଘରେ ଶୌଚାଳୟର ପହଂଚାଇବାର କାମ ହେଉଛି ।   

ସରକାର ଦୁନିଆର ସବୁଠାରୁ ବଡ଼, ଯେତେବେଳେ ମୁଁ ଦୁନିଆର ଲୋକଙ୍କୁ କହୁଛି ତ ଅନେକ ଆଶ୍ଚର୍ଯ୍ୟ ହେଉଛନ୍ତି ଆମେରିକାର ଜନସଂଖ୍ୟା, ମେକ୍ସିକୋର ଜନସଂଖ୍ୟା, କାନାଡ଼ାର ଜନସଂଖ୍ୟା ଏ ସବୁକୁ ମିଶାଇ ଦେବା ଆଉ ଯେତିକି ଜନସଂଖ୍ୟା ହେବ, ତାଠାରୁ ଅଧିକ ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ଲୋକମାନେ ତ କେବେ କେବେ ଏହାକୁ ମୋଦୀ କେୟାର ମଧ୍ୟ କହୁଛନ୍ତି । ଏହା ହେଉଛି ସୁସ୍ଥ ଭାରତର ନିର୍ମାଣ କରିବାରେ ସାହାଯ୍ୟ କରିବା ଭଳି ଯୋଜନା । ତାହା ହେଉଛି ଭାରତକୁ ଆୟୁଷ୍ମାନ କରିବା ଭଳି ଯୋଜନା । ସମାବେଶୀ ଏବଂ ସଶକ୍ତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପ୍ରୟାସର ଆମର ଆଧାର ଆମର ଧ୍ୟେୟ ମନ୍ତ୍ର ସମସ୍ତଙ୍କର ସହିତ ସମସ୍ତଙ୍କର ବିକାଶଏହା ହେଉଛି ଆମର ଧ୍ୟେୟ ମନ୍ତ୍ର ସମସ୍ତଙ୍କର ସହିତ ସମସ୍ତଙ୍କର ବିକାଶ

ଭାଇ ଓ ଭଉଣୀମାନେ, ସର୍ଦ୍ଦାର ସାହେବ ରାଜ୍ୟଗୁଡ଼ିକୁ ଯୋଡ଼ି ଦେଶର ରାଜନୈତିକ ଏକତ୍ରୀକରଣ କରିଥିଲେ, ସେହିପରି ଆମ ସରକାର ଜିଏସଟି ମାଧ୍ୟମରେ ଆର୍ଥିକ ଏକତ୍ରୀକରଣ କରିଛନ୍ତି । ଗୋଟିଏ ରାଷ୍ଟ୍ର, ଗୋଟିଏ ଟିକସର ସ୍ୱପ୍ନ ସାକାର କରିଛନ୍ତି । ଆମେ ଭାରତକୁ ଯୋଡ଼ିବାକୁ ନେଇ ସର୍ଦ୍ଦାର ସାହେବଙ୍କ ପ୍ରତିବଦ୍ଧତାକୁ ନିରନ୍ତର ବିସ୍ତାରିତ କରି ଚାଲିଛୁ । ସେ ଦେଶର ବଡ କୃଷି ବଜାରକୁ ଯୋଡ଼ୁଥିବା ଇ-ନାମ ଯୋଜନା ହେଉ, ଗୋଟିଏ ରାଷ୍ଟ୍ର, ଗୋଟିଏ ଗ୍ରୀଡ଼୍ ର କାର୍ଯ୍ୟ ହେଉ, ଅବା ପୁଣି ଭାରତମାଳା, ସେତୁ ଭାରତ, ଭାରତ ନେ ଭଳି ଅନେକ କାର୍ଯ୍ୟକ୍ରମ ଆମ ସରକାର ଦେଶକୁ ଏକାଠି କରି ଏକ ଭାରତ ଶ୍ରେଷ୍ଠ ଭାରତର ସର୍ଦ୍ଦାର ସାହେବଙ୍କ ସ୍ୱପ୍ନକୁ ସାକାର କରିବାରେ ଲାଗିଛୁ ।

ସାଥୀଗଣ, ଆଜି ଦେଶ ପାଇଁ ଚିନ୍ତା କରୁଥିବା ଯୁବକଙ୍କ ଶକ୍ତି ଆମ ପାଖରେ ଅଛି । ଦେଶର ବିକାଶ ପାଇଁ ଏହା ହେଉଛି ଗୋଟିଏ ରାସ୍ତା, ଯାହାକୁ ନେଇ ସମସ୍ତ ଦେଶବାସୀଙ୍କୁ ଆଗକୁ ବଢ଼ିବାର ଅଛି । ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମତ୍ଵକୁ ବଜାୟ ରଖିବା ହେଉଛି ଏପରି ଏକ ଦାୟିତ୍ୱ, ଯାହା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଆମ ହିନ୍ଦୁସ୍ଥାନୀମାନଙ୍କୁ ସମର୍ପି ଦେଇ ଯାଇଥିଲେ । ଆମର ଦାୟିତ୍ୱ ହେଉଛି କି ଆମେ ଦେଶକୁ ଭାଗ ଭାଗ କରିବା ପାଇଁ ଯେ କୌଣସି ପ୍ରକାରର ପ୍ରୟାସକୁ ସମ୍ପୂର୍ଣ୍ଣ ଶକ୍ତିର ସହିତ ଜବାବ ଦେବା । ଆଉ ଏଥିପାଇଁ ଆମକୁ ଚାରିଆଡ଼ୁ ସତର୍କ ରହିବାର ଅଛି, ସମାଜିକ ଭାବେ ଏକଜୁଟ ହୋଇ ରହବାର ଅଛି । ଆମକୁ ଏହି ପ୍ରତିଜ୍ଞା କରିବାର ଅଛି କି ଆମେ ନିଜ ସର୍ଦ୍ଦାରଙ୍କ ସଂସ୍କାରକୁ ସଂପୂର୍ଣ୍ଣ ପବିତ୍ରତାର ସହିତ ଆଗାମୀ ପିଢିରେ ମଧ୍ୟ ପ୍ରତିଫଳିତ କରିବାରେ ଊଣା କରିବା ନାହିଁ ।

ସାଥୀଗଣ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କହୁଥିଲେ, ପ୍ରତ୍ୟେକ ଭାରତୀୟଙ୍କୁ, ଆଉ ମୁଁ ସର୍ଦ୍ଦାର ସାହେବଙ୍କ ବାକ୍ୟ ଆପଣମାନଙ୍କୁ ଶୁଣାଉଛି, ସର୍ଦ୍ଦାର ସାହେବ କହୁଥିଲେ- ପ୍ରତ୍ୟେକ ଭାରତୀୟଙ୍କୁ, ଏହା ଭୁଲିବାକୁ ହେବ କି ସେମାନେ ହେଉଛନ୍ତି କୌଣସି ଜାତି ଅଥବା ବର୍ଗର, ସେମାନଙ୍କୁ କେବଳ ଗୋଟିଏ କଥା ମନେ ରଖିବାକୁ ହେବ କି ସେମାନେ ହେଉଛନ୍ତି ଭାରତୀୟ ଆଉ ଯେତେ ଅଧିକ ଏହି ଦେଶ ଉପରେ ଅଧିକାର ଅଛି, ସେତେ ଅଧିକ କର୍ତ୍ତବ୍ୟ ମଧ୍ୟ କରିବାର ଅଛି । ସର୍ଦ୍ଦାର ସାହେବଙ୍କ ଶାଶ୍ୱତ ଭାବନା ଏହି ସୁଉଚ୍ଚ ପ୍ରତିମା ଭଳି ସର୍ବଦା ଆମକୁ ପ୍ରେରଣା ଦେଉଥାଉ । ଏହି କାମନା ସହିତ ପୁଣି ଥରେ ଏକତା ପ୍ରତିମୂର୍ତ୍ତିପାଇଁ ଯାହା କେବଳ ଭାରତବାସୀଙ୍କ ପାଇଁ ଏକ ଘଟଣା ନୁହେଁ, ଏଠାରେ ସମଗ୍ର ଦୁନିଆକୁ ଏତେ ବଡ଼ ପ୍ରତିମୂର୍ତ୍ତି ଦୁନିଆ ପାଇଁ ଅଜବ କଥା ହେଉଛି, ଏଥିପାଇଁ ସମ୍ପୂର୍ଣ୍ଣ ବିଶ୍ୱର ଧ୍ୟାନ ଆଜି ମାତା ନର୍ମଦା କୂଳ ଆକର୍ଷିତ କରିଛି, ଏହା ସହିତ ଜଡ଼ିତ ପ୍ରତ୍ୟେକ ସାଥୀଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି । ଏହି ସ୍ୱପ୍ନକୁ ସାକାର କରିବାରେ ଲାଗିଥିବା ପ୍ରତ୍ୟେକଙ୍କୁ ଅଭିନନ୍ଦନ ଜଣାଉଛି । ମାଆ ନର୍ମଦା ଏବଂ ତାପ୍ତିର ଏହି ଘାଟୀରେ ବସବାସ କରୁଥିବା ପ୍ରତ୍ୟେକ ଆଦିବାସୀ ଭାଇ ଭଉଣୀ, ଯୁବ ସାଥୀଙ୍କୁ ମଧ୍ୟ ଉନ୍ନତ ଭବିଷ୍ୟତ ପାଇଁ ମୁଁ ହୃଦୟର ସହିତ ବହୁତ ବହୁତ ଶୁଭ କାମନା ଦେଉଛି ।

ସମଗ୍ର ଦେଶ ଏହି ଅବସର ସହିତ ଯୋଡ଼ି ହୋଇଛି, ସାରା ବିଶ୍ୱର ଲୋକ ଆଜି ଏହି ଅବସର ସହିତ ଜଡ଼ିତ ହୋଇଛନ୍ତି । ଆଉ ଏତେ ବଡ଼ ଉତ୍ସାହ ଏବଂ ଶକ୍ତିର ସହିତ ଏକତାର ମନ୍ତ୍ରକୁ ଆଗକୁ ନେଇ ଯିବା ପାଇଁ ଏହି ଏକତା ତୀର୍ଥ ପ୍ରସ୍ତୁତ ହୋଇଛି । ଏକତାର ପ୍ରେରଣା ବିନ୍ଦୁ ଆମକୁ ଏଠାରୁ ପ୍ରାପ୍ତ ହେଉଛି । ଏହି ଭାବନା ସହିତ ଆମେ ଚାଲିବା ଆଉ ଅନ୍ୟ ମାନଙ୍କୁ ମଧ୍ୟ ଚଲାଇବା, ଆମେ ଯୋଡ଼ି ହେବା ଆଉ ଅନ୍ୟ ମାନଙ୍କୁ ମଧ୍ୟ ଯୋଡ଼ିବା ଏବଂ ଭାରତକୁ ଏକ ଭାରତ – ଶ୍ରେଷ୍ଠ ଭାରତ କରିବାର ସ୍ୱପ୍ନକୁ ନେଇ କରି ଚାଲିବା ।

ମୋ ସହିତ କୁହନ୍ତୁ-

          ସର୍ଦ୍ଦାର ପଟେଲ- ଜୟ ହୋ ।

          ସର୍ଦ୍ଦାର ପଟେଲ- ଜୟ ହୋ ।

          ଦେଶର ଏକତା- ଜିନ୍ଦାବାଦ ।

          ଦେଶର ଏକତା- ଜିନ୍ଦାବାଦ ।

          ଦେଶର ଏକତା- ଜିନ୍ଦାବାଦ ।

          ଦେଶର ଏକତା- ଜିନ୍ଦାବାଦ ।

          ଦେଶର ଏକତା- ଜିନ୍ଦାବାଦ ।

          ବହୁତ-ବହୁତ ଧନ୍ୟବାଦ ।