ଗୁଜରାଟର ମୁଖ୍ୟମନ୍ତ୍ରୀ, ଶ୍ରୀ ବିଜୟ ରୂପାଣୀ ମହାଶୟ, ଉପ–ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ପଟେଲ ମହାଶୟ, ଗୁଜରାଟ ସରକାରଙ୍କ ମନ୍ତ୍ରୀଗଣ, ସାଂସଦଗଣ, ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ, କୀ ଅୟୋ କଚ୍ଛି ମାଡ଼ୁଓ? ଶୀ କେଡୋ ଆୟ? ଶିୟାରୋ ଅନେ କରୋନା, ବୋୟ ମେ ଧ୍ୟାନ ରଖଜା! ଅଜ କଚ୍ଛ ଅଚୀ, ମୁକେ, ବେବଡୀ ଖୁସି ଥଇ ରହି ଆୟ, ବେବଡୀ ଏଟଲ ଆୟ, କେ କଚ୍ଛଡୋଁ ମଙ୍କରଗ୍ଦ ଧିଲ ଜେ ବୋରୋ ବଟେ ଆୟ, ୱ୍ୟୋ ଏତରେ କେ, ଅଜ, କଚ୍ଛ ଗୁଜରାତ ଜ ନ, ଦେଶ ଜୀ ଓଡ଼ଖ ମେ ପଣ, ହକଡୋ ତାରୋ, ଜୋଡେଲାୟ ବେନେ ତୋ।
ସାଥୀଗଣ,
ଆଜି ଗୁଜରାଟ ଏବଂ ଦେଶର ମହାନ ସୁପୁତ୍ର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ମହାଶୟଙ୍କ ହେଉଛି ପୁଣ୍ୟତିଥି ମଧ୍ୟ। ମାଆ ନର୍ମଦାଙ୍କ ଜଳରେ ଗୁଜରାଟର କାୟାକଳ୍ପ କରିବାର ସ୍ୱପ୍ନ ଦେଖିଥିବା ସର୍ଦ୍ଦାର ସାହେବଙ୍କର ସ୍ୱପ୍ନ ଖୁବ୍ ଶୀଘ୍ର ପୂରଣ ହେଉଛି। କେୱଡ଼ିଆରେ ତାଙ୍କର ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମା, ଆମକୁ ଦିନ–ରାତି ଏକଜୁଟ ହୋଇ ଦେଶ ପାଇଁ କାର୍ଯ୍ୟ କରିବାର ପ୍ରେରଣା ଦେଉଛି। ସର୍ଦ୍ଦାର ସାହେବଙ୍କର ସ୍ମରଣ କରି ଆମକୁ ଏହିଭଳି ଭାବେ ଦେଶ ଏବଂ ଗୁଜୁରାଟର ଗୌରବକୁ ବୃଦ୍ଧି କରିବାକୁ କାର୍ଯ୍ୟ କରିବା ପାଇଁ ହେବ।
ସାଥୀଗଣ,
ଆଜି କଚ୍ଛରେ ମଧ୍ୟ ନୂତନ ଉର୍ଜ୍ଜାର ସଞ୍ଚାର ହେଉଛି। ଚିନ୍ତା କରନ୍ତୁ, ଆମ କଚ୍ଛରେ, ବିଶ୍ୱର ସବୁଠାରୁ ବଡ଼ ହାଇବ୍ରିଡ଼ ନବୀକରଣୀୟ ଶକ୍ତି ପାର୍କ। ଆଉ ଏହା ହେଉଛି କେତେ ବଡ଼? ସିଙ୍ଗାପୁର କିମ୍ବା ବାହରିନ ଦେଶ ଯେତିକି ବଡ଼, ପ୍ରାୟତଃ ସେତିକି ବଡ଼ ଅଞ୍ଚଳରେ କଚ୍ଛର ଏହି ନବୀକରଣୀୟ ଶକ୍ତି ପାର୍କ ହେବାକୁ ଯାଉଛି। ଏବେ ଆପଣମାନେ ଅନ୍ଦାଜ ଲଗାଇ ପାରୁଥିବେ କି କେତେ ବିଶାଳ ଆକାରର ହେବାକୁ ଯାଉଛି। ୭୦ ହଜାର ହେକ୍ଟର, ଅର୍ଥାତ ଭାରତର ବଡ଼–ବଡ଼ ସହରଠାରୁ ମଧ୍ୟ ବଡ଼ ହେଉଛି କଚ୍ଛର ଏହି ନବୀକରଣୀୟ ଶକ୍ତି ପାର୍କ। ଏହା ଯେତେବେଳେ ଶୁଣୁଛେ, ଏହି ଶବ୍ଦ ଯେତେବେଳେ କାନରେ ପଡ଼ୁଛି, ଶୁଣିକରି ହିଁ କେତେ ଭଲ ଲାଗୁଛି! ଲାଗୁଛି ନା ଲାଗୁନାହିଁ କଚ୍ଛବାଲାଙ୍କୁ! ମନ ଗର୍ବରେ ଭରି ଯାଉଛି!
ସାଥୀଗଣ,
ଆଜି କଚ୍ଛ ନୂତନ ଯୁଗର ଟେକ୍ନୋଲୋଜି ଏବଂ ନୂତନ ଯୁଗର ଅର୍ଥନୀତି, ଦୁଇଟି ଦିଗରେ ହିଁ ବହୁତ ବଡ଼ ପଦକ୍ଷେପ ଉଠାଇଛି। ଖାୱଡ଼ାରେ ନବୀକରଣୀୟ ଶକ୍ତି ପାର୍କ ହେଉ, ମାଣ୍ଡୱୀରେ ସମୁଦ୍ର ଜଳରୁ ମଧୁର ଜଳ ବିଶୋଧନ ପ୍ଲାଂଟ ହେଉ, ଆଉ ଅଞ୍ଜାରରେ ସରହଦ ଡାଏରୀର ନୂତନ ସ୍ୱୟଂକ୍ରିୟ ପ୍ଲାଂଟର ଶିଳାନ୍ୟାସ, ତିନୋଟି ଯାକ କଚ୍ଛର ବିକାଶ ଯାତ୍ରାରେ ନୂତନ ଅଧ୍ୟାୟ ଲେଖିବାକୁ ଯାଉଛି। ଆଉ ଏହାର ବହୁତ ବଡ଼ ଲାଭ ଏଠାକାର ମୋର କୃଷକ ଭାଇ ଭଉଣୀଙ୍କୁ, ପଶୁପାଳକ ଭାଇ ଭଉଣୀଙ୍କୁ, ଏଠାକାର ସାଧାରଣ ନାଗରିକଙ୍କୁ ଆଉ ବିଶେଷ କରି ଆମର ମାଆ ଭଉଣୀମାନଙ୍କୁ ହେବାକୁ ଯାଉଛି।
ସାଥୀଗଣ,
ମୁଁ ଯେତେବେଳେ କଚ୍ଛର ବିକାଶ କଥା କହୁଛି ସେତେବେଳେ ମନରେ ବହୁତଗୁଡ଼ିଏ ପୁରୁଣା ସ୍ମୃତି ସମସ୍ତ ଛବି ଏକସଙ୍ଗେ ଚାଲି ଆସେ। ଗୋଟିଏ ସମୟରେ କୁହାଯାଉଥିଲା, କଚ୍ଛ ହେଉଛି ଏତେ ଦୂର, ବିକାଶର କୌଣସି ଚିହ୍ନବର୍ଣ୍ଣ ନାହିଁ, ଯୋଗାଯୋଗ ବ୍ୟବସ୍ଥା ନାହିଁ। ବିଜୁଳି, ପାଣି, ସଡ଼କ, ଗୋଟିଏ ପ୍ରକାରରେ ଆହ୍ୱାନର ଦ୍ୱିତୀୟ ନାମ ଥିଲା। ସରକାରରେ ମଧ୍ୟ ଏଭଳି କୁହା ଯାଉଥିଲା ଯେ ଯଦି କାହାକୁ ଦଣ୍ଡମୂଳକ ନିଯୁକ୍ତ କରାଯିବାକୁ ଥିଲା, ତେବେ କଚ୍ଛକୁ ପଠେଇ ଦିଅ ଆଉ ଲୋକ ମଧ୍ୟ କହୁଥିଲେ କଳାପାଣିର ଦଣ୍ଡ ହୋଇଗଲା। ଆଜି ସ୍ଥିତି ଏଭଳି ହୋଇ ଯାଇଛି ଲୋକମାନେ ସୁପାରିଶ କରୁଛନ୍ତି ମୋତେ କିଛି ସମୟ ପାଇଁ କଚ୍ଛରେ କାମ କରିବାର ସୁଯୋଗ ମିଳିଯାଉ। କିଛି ଲୋକ ଏହା ମଧ୍ୟ କହୁଥିଲେ ଯେ ଏହି ଅଞ୍ଚଳରେ କେବେ ହେଲେ ମଧ୍ୟ ବିକାଶ ହୋଇ ପାରିବ ନାହିଁ। ଏଭଳି ପରିସ୍ଥିତିରେ କଚ୍ଛରେ ଭୂମିକମ୍ପର ପ୍ରାକୃତିକ ବିପତି ମଧ୍ୟ ଆସିଗଲା। ଯାହାକିଛି ମଧ୍ୟ ବଞ୍ଚି ଯାଇଥିଲା, ଭୂମିକମ୍ପ ତାହାକୁ ମଧ୍ୟ ଧ୍ୱଂସ ବିଧ୍ୱସ୍ତ କରି ଦେଲା। କିନ୍ତୁ ଗୋଟିଏ ପଟେ ମାତା ଆଶାପୁରା ଦେବୀ ଏବଂ କୋଟେଶ୍ୱର ମହାଦେବଙ୍କ ଆଶୀର୍ବାଦ, ଆଉ ଅନ୍ୟପଟେ କଚ୍ଛର ମୋର ଖମୀରବନ୍ତ ଲୋକମାନଙ୍କର ସାହସ, ତାଙ୍କର ପରିଶ୍ରମ, ତାଙ୍କର ଇଚ୍ଛାଶକ୍ତି। ମାତ୍ର କେତୋଟି ବର୍ଷ ମଧ୍ୟରେ ଏହି ଅଞ୍ଚଳର ଲୋକମାନେ ତାହା କରି ଦେଖାଇ ଦେଲେ, ଯାହାର କଳ୍ପନା କେହି ମଧ୍ୟ କରି ପାରି ନଥିଲେ। କଚ୍ଛର ଲୋକମାନେ ନିରାଶାକୁ ଆଶାରେ ପରିବର୍ତନ କଲେ। ମୁଁ ଭାବୁଛି ଏହା ହିଁ ତ ହେଉଛି ମାତା ଆଶାପୁରା ଦେବୀଙ୍କ ଆଶୀର୍ବାଦ। ଏଠାରେ ନିରାଶାର ନାଁ ଗନ୍ଧ ନାହିଁ, ଆଶା ହିଁ ଆଶା ରହିଛି। ଭୂକମ୍ପ ହୁଏତ ସେମାନଙ୍କର ଘରକୁ ଭାଙ୍ଗି ଦେଇଥିଲା, କିନ୍ତୁ ଏତେ ବଡ଼ ଭୂକମ୍ପ ମଧ୍ୟ କଚ୍ଛର ଲୋକମାନଙ୍କର ମନୋବଳକୁ ଭାଙ୍ଗି ପାରିଲା ନାହିଁ। କଚ୍ଛର ମୋର ଭାଇ ଭଉଣୀ ପୁଣି ଠିଆ ହେଲେ। ଆଉ ଆଜି ଦେଖନ୍ତୁ, ଏହି ଅଞ୍ଚଳକୁ ସେମାନେ କେଉଁଠାରୁ ନେଇ କେଉଁଠି ପହଞ୍ଚାଇ ପାରିଛନ୍ତି।
ସାଥୀଗଣ,
ଆଜି କଚ୍ଛର ପରିଚୟ ବଦଳିଯାଇଛି, ଆଜି କଚ୍ଛର ସମ୍ମାନ ଆହୁରି ଦ୍ରୁତ ଗତିରେ ବଢ଼ି ଚାଲିଛି। ଆଜି କଚ୍ଛ ଦେଶର ଦ୍ରୁତ ଗତିରେ ବିକଶିତ ହେଉଥିବା ଅଞ୍ଚଳମାନଙ୍କ ମଧ୍ୟରୁ ଗୋଟିଏ ପ୍ରମୁଖ କ୍ଷେତ୍ର ଭାବେ ପରିଚିତ ହୋଇ ପାରିଛି। ଏଠାକାର ଯୋଗାଯୋଗ ଦିନକୁ ଦିନ ଅଧିକ ଉନ୍ନତ ହେଉଛି। ଏହି ସୀମାବର୍ତୀ ଅଞ୍ଚଳରେ କ୍ରମାଗତ ଭାବେ ପଳାୟନ, ଆଉ ପୂର୍ବର ଜନସଂଖ୍ୟାର ହିସାବକୁ ତ ଦେଖି ନିଅନ୍ତୁ, ବିଯୁକ୍ତ ଅଭିବୃଦ୍ଧି ହେଉଥିଲା। ଅନ୍ୟାନ୍ୟ ସ୍ଥାନରେ ଜନସଂଖ୍ୟା ବୃଦ୍ଧି ହେଉଥିଲା, ଏଠାରେ କମ୍ ହେଉଥିଲା କାରଣ ଲୋକମାନେ ଚାଲି ଯାଉଥିଲେ ଏବଂ ଅଧିକାଂଶ ସୀମାବର୍ତୀ ଅଞ୍ଚଳରୁ ଲୋକମାନେ ପଳାୟନ କରି ଯାଉଥିଲେ, ଆଉ ସେହି କାରଣରୁ ସୁରକ୍ଷା ପାଇଁ ମଧ୍ୟ ଅସୁବିଧା ସୃଷ୍ଟି ହେବା ସ୍ୱାଭାବିକ ଥିଲା। ଏବେ ଯେତେବେଳେ ପଳାୟନ ବନ୍ଦ ହୋଇଛି, ସେତେବେଳେ ଯେଉଁ ଗ୍ରାମ କେବେ ଖାଲି ରହୁଥିଲା, ସେଥିରେ ରହିବା ପାଇଁ ଲୋକମାନେ ଫେରି ଆସୁଛନ୍ତି। ଏହାର ବହୁତ ବଡ଼ ସକରାତ୍ମକ ପ୍ରଭାବ ରାଷ୍ଟ୍ରୀୟ ସୁରକ୍ଷା ଉପରେ ମଧ୍ୟ ପଡ଼ିଛି।
ସାଥୀଗଣ,
ଯେଉଁ କଚ୍ଛ କେତେବେଳେ ମରୁଭୂମି ଭଳି ପଡ଼ି ରହୁଥିଲା, ସେହି କଚ୍ଛ ଦେଶ ଏବଂ ଦୁନିଆର ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର ପ୍ରମୁଖ କେନ୍ଦ୍ର ହେଉଛି। କରୋନା ନିଶ୍ଚିତ ଭାବେ ଅସୁବିଧା ସୃଷ୍ଟି କରିଛି କିନ୍ତୁ କଚ୍ଛର ଧଳା ରଣ, କଚ୍ଛର ରଣୋତ୍ସବ ସମଗ୍ର ଦୁନିଆକୁ ଆକର୍ଷିତ କରୁଛି। ହାରାହାରି ୪ରୁ ୫ ଲକ୍ଷ ପର୍ଯ୍ୟଟକ ରଣ–ଉତ୍ସବ ସମୟରେ ଏଠାକୁ ଆସିଥାଆନ୍ତି, ଧବଳ ମରୁଭୂମି ଏବଂ ନୀଳ ଆକାଶର ଆନନ୍ଦ ଉଠାଇ ଥାଆନ୍ତି। ଏହିଭଳି ବଡ଼ ମାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ, କଚ୍ଛର ସ୍ଥାନୀୟ ଜିନିଷଗୁଡ଼ିକର ଏତେ ବଡ଼ ମାତ୍ରାରେ ବିକ୍ରି, ଏଠାରେ ପାରମ୍ପରିକ ଖାଦ୍ୟପେୟର ଲୋକପ୍ରିୟତା, ଏକ ସମୟରେ କେହି ଚିନ୍ତା ମଧ୍ୟ କରି ନଥିବେ। ଆଜି ମୋତେ ମୋର ଅନେକ ପୁରୁଣା ପରିଚିତ ଲୋକଙ୍କ ସହିତ କଥା ହେବା, ଏକାଠି ହେବାର ସୁଯୋଗ ମିଳିଗଲା। ସେମାନେ ଏମିତି ମୋତେ କହୁଥିଲେ। ସେମାନେ କହିଲେ ଏବେ ଆମର ପିଲାମାନେ ଇଂରାଜୀ କହିବା ଶିଖିଗଲେ। ମୁଁ ପଚାରିଲି କିପରି? କହିଲେ ଏବେ ତ ଆମେ ଅତିଥିଙ୍କୁ ଘରେ ରହିବ ସୁବିଧା ପ୍ରଦାନ କରୁଛୁ ଯାହା ଦ୍ୱାରା ସେମାନଙ୍କ ସହ କଥାବାର୍ତ୍ତା ହୋଇ ବହୁତ କିଛି ଶିଖି ଯାଇଛନ୍ତି। କଚ୍ଛ ସମଗ୍ର ଦେଶକୁ ଦେଖାଇ ଦେଇଛି ଯେ ନିଜ ସଂସାଧନଗୁଡ଼ିକ ଉପରେ, ନିଜ ସାମର୍ଥ୍ୟ ଉପରେ ଭରସା କରି କିଭଳି ଭାବେ ଆତ୍ମନିର୍ଭରତା ଆଡ଼କୁ ଅଗ୍ରସର ହୋଇ ପାରିବା। ମୁଁ ଦୁନିଆର ବିଶେଷଜ୍ଞ, ବିଶ୍ୱ ବିଦ୍ୟାଳୟର ଗବେଷକ ଏବଂ ଏହା ସହିତ ଜଡ଼ିତ ଲୋକଙ୍କୁ କହିବି ଯେ ଭୂକମ୍ପ ପରେ ଯେଉଁଭଳି ଭାବେ କଚ୍ଛର ଚତୁର୍ଦ୍ଦିଗରୁ ବିକାଶ ହୋଇଛି, ତାହା ଉପରେ ଅଧ୍ୟୟନର କରିବେ ଏବଂ ଜାଣିବେ ଏହି ମୋଡେଲ୍ କେମିତି କାର୍ଯ୍ୟ କରୁଛି। ଏତେ ବଡ଼ ଭୟଙ୍କର ଭୂକମ୍ପ ଜନିତ ଦୁର୍ଘଟଣାର ଦୁଇ ଦଶକ ମଧ୍ୟରେ– ଏତେ ବଡ଼ ସର୍ବାଙ୍ଗୀନ ବିକାଶ ପ୍ରତ୍ୟେକ କ୍ଷେତ୍ରରେ ତାହା ମଧ୍ୟ ଯେଉଁଠାରେ ଅଧିକାଂଶ ଭୂମି କେବଳ ମରୁଭୂମି। ଏହା ହେଉଛି ଅଧ୍ୟୟନର ବିଷୟ।
ସାଥୀଗଣ,
ମୁଁ ସଦା ସର୍ବଦା ମାନୁଛି ଯେ ଈଶ୍ୱରଙ୍କର ମୋ ଉପରେ ଅନେକ କୃପା ରହିଛି ଆଉ ଈଶ୍ୱରଙ୍କ କୃପାର ହିଁ କାରଣ ଥିବ ବୋଧହୁଏ ମୋତେ ମଧ୍ୟ ସେହି ଭୂକମ୍ପ ସମୟରେ ବିଶେଷ କରି କଚ୍ଛର ଲୋକଙ୍କ ସେବା କରିବା ପାଇଁ ଈଶ୍ୱର ସୁଯୋଗ ଦେଲେ। ଏହାକୁ ସଂଯୋଗ କହିବା ଯେ ଭୂକମ୍ପର ପରବର୍ଷ, ଯେତେବେଳେ ରାଜ୍ୟରେ ନିର୍ବାଚନ ହେଲା, ତେବେ ଯେଉଁ ଦିନ ଫଳାଫଳ ଆସିଲା, ସେହି ତାରିଖ ୧୫ ଡିସେମ୍ବର ଥିଲା। ଆଉ ଆଜି ମଧ୍ୟ ହେଉଛି ୧୫ ଡିସେମ୍ବର। କେହି କଳ୍ପନା କରି ପାରି ନଥିଲେ ଯେ ଏତେ ବଡ଼ ଭୂକମ୍ପ ପରେ ଏଠାରେ ଆମ ଦଳକୁ ଲୋକ ଆଶୀର୍ବାଦ ଦେବେ। ବହୁତ ନକରାତ୍ମକ ଚର୍ଚ୍ଚା ଚାଲୁ ରହିଥିଲା। ସେହି ନିର୍ବାଚନରେ ଯେତେବେଳେ ୧୫ ଡିସେମ୍ବରକୁ ଫଳାଫଳ ଆସିଲା, ସେତେବେଳେ ଦେଖାଗଲା କଚ୍ଛ ଯେଉଁ ଭଲ ପାଇବା ବର୍ଷା କଲା, ଆଶୀର୍ବାଦ ଦେଲା, ଆଜି ମଧ୍ୟ ସେହି ପରମ୍ପରା ଚାଲୁ ରହିଛି। ଆଜି ମଧ୍ୟ ଦେଖନ୍ତୁ ଆପଣଙ୍କ ଆଶୀର୍ବାଦ ବଜାୟ ରହିଛି। ଏମିତିରେ ସାଥୀଗଣ, ଆଜି ୧୫ ଡିସେମ୍ବରର ତାରିଖ ସହିତ ଆଉ ଏକ ସଂଯୋଗ ଯୋଡ଼ି ହୋଇଛି। ବୋଧହୁଏ ଅନେକ ଲୋକଙ୍କ ପାଇଁ ଏହି ସୂଚନା ସୁଖଦ ଆଶ୍ଚର୍ଯ୍ୟ ହେବ। ଦେଖନ୍ତୁ, ଆମର ପୂର୍ବଜ ମଧ୍ୟ କେତେ ଦୀର୍ଘ ଚିନ୍ତାଧାରା ରଖୁଥିଲେ। କେତେ ଦୂର ପର୍ଯ୍ୟନ୍ତ ଭାବୁଥିଲେ। ଆଜିକାଲି କେବେ–କେବେ ନୂତନ ପିଢ଼ୀର ଚିନ୍ତାଧାରା ସମ୍ପନ୍ନ ଲୋକ, ପୁରୁଣା ସବୁ କିଛି ହେଉଛି ଅକାମୀ। ହେଉଛି ବେକାର, ଏହିଭଳି କଥା କହୁଛନ୍ତି ନା, ମୁଁ ଏକ ଘଟଣା ସମ୍ପର୍କରେ ଶୁଣାଉଛି। ଆଜିଠାରୁ ୧୧୮ ବର୍ଷ ପୂର୍ବେ, ଆଜିର ଦିନ ଡିସେମ୍ବର ୧୫ରେ ହିଁ ଅହମ୍ମଦାବାଦରେ ଏକ ଶିଳ୍ପ ପ୍ରଦର୍ଶନୀର ଉଦ୍ଘାଟନ କରାଯାଇଥିଲା। ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ଥିଲା– ଭାନୁତାପ ଯନ୍ତ୍ର। ଅର୍ଥାତ ୧୧୮ ବର୍ଷ ପୂର୍ବେ ଆମର ଏଠାକାର ଉଦ୍ୟୋଗୀଙ୍କ ଚିନ୍ତାଧାରା ଦେଖନ୍ତୁ। ଭାନୁତାପ ଯନ୍ତ୍ର ଅର୍ଥାତ ସୂର୍ଯ୍ୟତାପ ଯନ୍ତ୍ର, ଏହା ସବୁଠାରୁ ବଡ଼ ଆକର୍ଷଣର କାରଣ ଥିଲା। ଭାନୁତାପ ଯନ୍ତ୍ର ସୂର୍ଯ୍ୟଙ୍କ ଉତାପରେ ଚାଲୁଥିବା ଯନ୍ତ୍ର। ଆଉ ଗୋଟିଏ ପ୍ରକାରରେ ସୋଲାର କୁକର ଭଳି ସେ ବିକଶିତ କରିଥିଲେ। ଆଜି ୧୧୮ ବର୍ଷ ପରେ ଏବେ ଆଜି ୧୫ ଡିସେମ୍ବରରେ ହିଁ ସୂର୍ଯ୍ୟଙ୍କ ଉତାପରେ ଚାଲୁଥିବା ଏତେ ବଡ଼ ନବୀକରଣୀୟ ଶକ୍ତି ପାର୍କର ଉଦ୍ଘାଟନ କରାଯାଇଛି। ଏହି ପାର୍କରେ ସୌରଶକ୍ତି ସହିତ– ପବନ ଶକ୍ତି, ଉଭୟରୁ ପ୍ରାୟ ୩୦ ହଜାର ମେଗାୱାଟ ବିଜୁଳି ଉତ୍ପାଦନ କ୍ଷମତା ହେବ। ଏହି ନବୀକରଣୀୟ ଶକ୍ତି ପାର୍କରେ ପ୍ରାୟ ଦେଢ଼ ଲକ୍ଷ କୋଟି ଟଙ୍କାର ନିବେଶ ହେବ। ଚିନ୍ତା କରନ୍ତୁ, ମରୁଭୂମିର କେତେ ବଡ଼ ସ୍ଥାନର ସଦୁପଯୋଗ ହେବ। ସୀମା ସହିତ ପବନ ଚକ୍ରି ଲାଗିବା ଦ୍ୱାରା ସୀମା ସୁରକ୍ଷା ମଧ୍ୟ ଆହୁରି ଅଧିକ ଉନ୍ନତ ହେବ। ସାଧାରଣ ଲୋକଙ୍କ ବିଜୁଳି ବିଲ୍ କମ୍ କରିବା ପାଇଁ ଯେଉଁ ଲକ୍ଷ୍ୟକୁ ନେଇ ଦେଶ ଚାଲୁଛି, ତାକୁ ମଧ୍ୟ ସହାୟତା ମିଳିବ, ଏହି ପ୍ରକଳ୍ପ ଦ୍ୱାରା କୃଷକ ଏବଂ ଉଦ୍ୟୋଗ ଉଭୟୟଙ୍କୁ ବହୁତ ବଡ଼ ଲାଭ ହେବ। ଆଉ ସବୁଠାରୁ ବଡ଼ କଥା ହେଉଛି, ଏହାଦ୍ୱାରା ପ୍ରଦୂଷଣ କମ୍ ହେବ, ଆମ ପର୍ଯ୍ୟାବରଣକୁ ମଧ୍ୟ ଲାଭ ହେବ। ଏହି ନବୀକରଣୀୟ ଶକ୍ତି ପାର୍କରୁ ଯେଉଁ ବିଜୁଳି ଉତ୍ପାଦିତ ହେବ, ତାହା ପ୍ରତିବର୍ଷ ୫ କୋଟି ଟନ୍ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବାରେ ସହାୟତା କରିବ। ଆଉ ଏ ଯେଉଁ କାର୍ଯ୍ୟ ହେବାକୁ ଯାଉଛି, ଯଦି ଏହାକୁ ପର୍ଯ୍ୟାବରଣ ଦୃଷ୍ଟିରୁ ଦେଖିବା, ତେବେ ଏହି କାର୍ଯ୍ୟ ପ୍ରାୟ ୯ କୋଟି ଗଛ ଲଗାଇବା ସହିତ ସମାନ ହେବ। ଏହି ଶକ୍ତି ପାର୍କ, ଭାରତରେ ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନକୁ ମଧ୍ୟ କମ୍ କରିବାରେ ବହୁତ ବଡ଼ ଯୋଗଦାନ ଦେବ। ଏହାଦ୍ୱାରା ପ୍ରାୟ ୧ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାରର ନୂତନ ସୁଯୋଗ ମଧ୍ୟ ଉପଲବ୍ଧ ହେବ। ଏହାର ବହୁତ ବଡ଼ ଲାଭ ମୋର କଚ୍ଛର ଯୁବକମାନଙ୍କୁ ହେବ।
ସାଥୀଗଣ,
ଗୋଟିଏ ସମୟ ଥିଲା, ଯେତେବେଳେ ଗୁଜରାଟର ଲୋକଙ୍କ ଚାହିଦା ରହୁଥିଲା ଯେ ଅତି କମରେ ରାତିରେ ଖାଦ୍ୟ ଖାଇବା ସମୟରେ କିଛି ସମୟ ପାଇଁ ବିଜୁଳି ମିଳିଯାଉ। ଆଜି ଗୁଜରାଟ ଦେଶର ସେହି ରାଜ୍ୟଗୁଡ଼ିକ ମଧ୍ୟରୁ ହେଉଛି ଗୋଟିଏ, ଯେଉଁଠାରେ ସହର ହେଉ ଅବା ଗାଁ, ୨୪ ଘଣ୍ଟା ବିଜୁଳି ସୁନିଶ୍ଚିତ କରାଯାଇଛି। ଆଜି ଯିଏ ୨୦ ବର୍ଷର ଯୁବକ ରହିଥିବେ, ତାଙ୍କୁ ଜଣା ନଥିବ କି ପୂର୍ବର ଅବସ୍ଥା କ’ଣ ଥିଲା। ତାଙ୍କୁ ଏହି କଥାର ଅନ୍ଦାଜ ମଧ୍ୟ ନଥିବ ଯେ ଏତେ ବଡ଼ ପରିବର୍ତନ ଆସିଛି। ଏହି ପରିବର୍ତନ ଗୁଜରାଟର ଲୋକମାନଙ୍କର ଅକ୍ଳାନ୍ତ ପରିଶ୍ରମ ଦ୍ୱାରା ହିଁ ସମ୍ଭବ ହୋଇ ପାରିଛି। ଏବେ ପୁଣି କୃଷକମାନଙ୍କ ପାଇଁ କିଷାନ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ, ଭିନ୍ନ ଧରଣର ସଂପୂର୍ଣ୍ଣ ନେଟଓା୍ୱର୍କ ମଧ୍ୟ ପ୍ରସ୍ତୁତ କରାଯାଉଛି। କୃଷକମାନେ ରାତିରେ ଜଳସେଚନ କରିବା ପାଇଁ ବାଧ୍ୟ ନ ହୁଅନ୍ତୁ, ଏଥିପାଇଁ ସ୍ୱତନ୍ତ୍ର ଲାଇନ ବିଛା ଯାଉଛି।
ଭାଇ ଓ ଭଉଣୀମାନେ,
ଗୁଜରାଟ ହେଉଛି ଦେଶର ପ୍ରଥମ ରାଜ୍ୟ ଯିଏ ସୌରଶକ୍ତିକୁ ଧ୍ୟାନରେ ରଖି ନୀତି ପ୍ରସ୍ତୁତ କରିବାର ନିଷ୍ପତି ନେଇଛି। ଆମେ କେନାଲ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ଲାଗାଇ ଦେଲୁ ଯାହାର ଚର୍ଚ୍ଚା ବିଦେଶ ପର୍ଯ୍ୟନ୍ତ ହେଉଛି। ମୋର ମନେ ଅଛି ଯେତେବେଳେ ଗୁଜରାଟ ସୌର ଶକ୍ତିକୁ ପ୍ରୋତ୍ସାହନ ଦେବା ଆରମ୍ଭ କଲା, ସେତେବେଳେ ଏ କଥା ମଧ୍ୟ ଆସିଥିଲା ଯେ ଏତେ ମହଙ୍ଗା ବିଜୁଳିକୁ କ’ଣ କରିବେ? କାରଣ ଯେତେବେଳେ ଗୁଜରାଟ ଏତେ ବଡ଼ ପଦକ୍ଷେପ ଉଠାଇଥିଲା ସେତେବେଳେ ସୌର ଶକ୍ତିରୁ ଯେଉଁ ବିଜୁଳି ମିଳୁଥିଲା ତାହା ୟୁନିଟ ପ୍ରତି ୧୬ରୁ ୧୭ ଟଙ୍କାରେ ମିଳିବାର କଥା ଥିଲା। କିନ୍ତୁ ଭବିଷ୍ୟତର ସମ୍ଭାବନାକୁ ଦେଖି ଗୁଜରାଟ ଏହା ଉପରେ କାର୍ଯ୍ୟ ଜାରି ରଖିଲା। ଆଜି ସେହି ବିଜୁଳି କେବଳ ଗୁଜରାଟରେ ହିଁ ନୁହେଁ ସାରା ଦେଶରେ ୨ରୁ ୩ଟଙ୍କାର ୟୁନିଟ ପ୍ରତି ବିକ୍ରି ହେଉଛି। ଗୁଜରାଟ ସେତେବେଳେ ଯେଉଁ କାର୍ଯ୍ୟ କରିଥିଲା, ତା’ର ସେତେବେଳର ଅନୁଭବ ଆଜି ଦେଶକୁ ପଥ ପ୍ରଦର୍ଶନ କରୁଛି। ଆଜି ଭାରତ ନବୀକରଣୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ହେଉଛି ବିଶ୍ୱର ଚତୁର୍ଥ ବଡ଼ ଶକ୍ତି। ପ୍ରତ୍ୟେକ ହିନ୍ଦୁସ୍ଥାନୀକୁ ଗର୍ବ ହେବ ବନ୍ଧୁ, ବିଗତ ୬ ବର୍ଷରେ ଆମର ସୌର ଉର୍ଜ୍ଜା, ଆମର ତାହାର କ୍ଷମତା ୧୬ ଗୁଣା ବଢି ଯାଇଛି। ନିକଟରେ ଏକ ସ୍ୱଚ୍ଛ ଶକ୍ତି ନିବେଶ ରାକିଂ ଆସିଛି। ଏହି ସ୍ୱଚ୍ଛ ଶକ୍ତି ନିବେଶ ରାକିଂରେ ଯେଉଁ ୧୦୪ଟି ଦେଶର ମୂଲ୍ୟାୟନ ହୋଇଛି ଏବଂ ଏହା ପରିଣାମ ବାହାରିଛି ଯେ, ବିଶ୍ୱର ୧୦୪ ଦେଶର ପ୍ରଥମ ତିନୋଟି ସ୍ଥାନରେ ଭାରତ ନିଜର ସ୍ଥାନ ସୁନିଶ୍ଚିତ କରି ପାରିଛି। ଜଳବାୟୁ ପରିବର୍ତନ ବିରୁଦ୍ଧରେ ଳଢେଇରେ ଏବେ ଭାରତ, ସମଗ୍ର ବିଶ୍ୱକୁ ପଥ ଦେଖାଉଛି ଏବଂ ନେତୃତ୍ୱ ନେଉଛି।
ସାଥୀଗଣ,
ଏକବିଂଶ ଶତାବ୍ଦୀର ଭାରତ ପାଇଁ ଯେଉଁଭଳି ଶକ୍ତି ସୁରକ୍ଷାର ଆବଶ୍ୟକତା ରହିଛି, ସେହିଭଳି ଜଳ ସୁରକ୍ଷା ମଧ୍ୟ ହେଉଛି ଗୁରୁତ୍ୱପୂର୍ଣ୍ଣ ଆଉ ମୋର ପ୍ରଥମରୁ ପ୍ରତିବଦ୍ଧତା ରହିଛି ଯେ, ଜଳର ଅଭାବ ଯୋଗୁଁ ନା ଲୋକଙ୍କ ବିକାଶ ଅଟକିଯାଉ ଆଉ ନା ହିଁ କୌଣସି ଅଞ୍ଚଳର ବିକାଶ ଅଟକିଯିବା ଦରକାର। ଜଳକୁ ନେଇ ମଧ୍ୟ ଗୁଜରାଟ ଯେଉଁ କାର୍ଯ୍ୟ କରିଛି, ତାହା ଆଜି ଦେଶ ପାଇଁ ମାର୍ଗ ଦର୍ଶକ ପାଲଟିଛି। ଗୋଟିଏ ସମୟ ଥିଲା ଯେତେବେଳେ କଚ୍ଛରେ ମା ନର୍ମଦାଙ୍କ ପାଣି ପହଞ୍ଚାଇବାର କଥା କୁହାଯାଉଥିଲା, ସେତେବେଳେ କିଛି ଲୋକ ଥଟ୍ଟା କରି ଉଡାଇ ଦେଉଥିଲେ। ସେମାନେ କହୁଥିଲେ, ଏହା ହେଉଛି ରାଜନୀତିର କଥା, କିଛି ହେବାର ନାହିଁ। କେବେ–କେବେ ଲୋକ କହୁଥିଲେ ୬୦୦– ୭୦୦ କିଲୋମିଟର ଦୂର ମା ନର୍ମଦା, ସେଠାରୁ ପାଣି ଏଠାରେ କିପରି ପହଞ୍ଚି ପାରିବ। ଏହା କେବେ ହେବ ନାହିଁ। ଆଜି କଚ୍ଛରେ ନର୍ମଦାର ପାଣି ମଧ୍ୟ ପହଞ୍ଚୁଛି ଏବଂ ମା’ ନର୍ମଦାଙ୍କ ଆଶୀର୍ବାଦ ମଧ୍ୟ ମିଳୁଛି। କଚ୍ଛର କୃଷକ ହୁଅନ୍ତୁ ଅବା ସୀମାରେ ଠିଆ ହୋଇଥିବା ଜବାନ, ଦୁହିଁଙ୍କର ପାଣି ପାଇଁ ରହିଥିବା ଚିନ୍ତା ଦୂର ହୋଇଛି। ମୁଁ ଏଠାକାର ଲୋକମାନଙ୍କୁ ବିଶେଷ ଭାବେ ପ୍ରଶଂସା କରିବାକୁ ଚାହିଁବି ଯେଉଁମାନେ ଜଳ ସଂରକ୍ଷଣକୁ ଏକ ଜନ–ଆନ୍ଦୋଳନରେ ପରିଣତ କରି ଦେଲେ। ଗାଁ–ଗାଁରୁ ଲୋକମାନେ ଆଗକୁ ଆସିଲେ, ଜଳ ସମିତି ମାନ ଗଠନ କଲେ, ମହିଳାମାନେ ମଧ୍ୟ ମୋର୍ଚ୍ଚା ସମ୍ଭାଳିଲେ, ଆଡି ବନ୍ଧ ସବୁ ନିର୍ମାଣ କଲେ, ପାଣିର ଟାଙ୍କିମାନ ନିର୍ମାଣ କଲେ, କେନାଲ ନିର୍ମାଣ କରିବାରେ ସାହାଯ୍ୟ କଲେ। ମୁଁ ସେହି ଦିନକୁ କେବେ ହେଲେ ଭୁଲି ପାରିବି ନାହିଁ, ଯେତେବେଳେ ନର୍ମଦାର ପାଣି ଏହିଠାରେ ଆସି ପହଞ୍ଚିଥିଲା, ସେହି ଦିନଟି ମୋର ସଂପୂର୍ଣ୍ଣ ରୂପେ ମନେ ଅଛି, ଯେଉଁ ଦିନ ମାଆ ନର୍ମଦାଙ୍କର ପାଣି ଆସି ପହଞ୍ଚିଲା, ବୋଧହୁଏ ପ୍ରତ୍ୟେକଙ୍କ ଆଖିରୁ ଆନନ୍ଦର ଅଶ୍ରୁ ବହି ଚାଲିଥିଲା। ସେହି ଦୃଶ୍ୟ ମୁଁ ଦେଖିଥିଲି। ଜଳର ମୂଲ୍ୟ କ’ଣ, ଏହା କଚ୍ଛର ଲୋକମାନେ ଯେତିକି ବୁଝି ପାରିଛନ୍ତି, ତାହା ବୋଧହୁଏ ଆଉ କେହି ବୁଝି ପାରିବେ ନାହିଁ। ଗୁଜରାଟରେ ପାଣି ପାଇଁ ଯେଉଁ ବିଶେଷ ଗ୍ରୀଡ ନିର୍ମାଣ କରାଯାଇଛି, କେନାଲର ଜାଲ ବିଛାଯାଇଛି, ତାହାର ଲାଭ ଏବେ କୋଟି–କୋଟି ଲୋକଙ୍କୁ ମିଳୁଛି। ଏଠାର ଲୋକଙ୍କର ପ୍ରୟାସ, ରାଷ୍ଟ୍ରୀୟ ସ୍ତରରେ ଜଳ ଜୀବନ ମିଶନର ମଧ୍ୟ ଆଧାର ପାଲଟିଛି। ଦେଶରେ ପ୍ରତ୍ୟେକ ଘରେ ପାଇପ୍ ଯୋଗେ ଜଳ ପହଞ୍ଚାଇବାର ଅଭିଯାନ ଦ୍ରୁତ ଗତିରେ ଚାଲୁ ରହିଛି। କେବଳ ନଅ ମାସ ମଧ୍ୟରେ ଏହି ଅଭିଯାନ ମାଧ୍ୟମରେ ପ୍ରାୟ ୩ କୋଟି ଘରକୁ ପାଇପ୍ ଯୋଗେ ଜଳ ପହଞ୍ଚାଯାଇଛି। ଏଠାରେ ଗୁଜରାଟରେ ମଧ୍ୟ ୮୦ ପ୍ରତିଶତରୁ ମଧ୍ୟ ଅଧିକ ଘରକୁ ପାଇପ୍ ଯୋଗେ ଜଳର ସୁବିଧା ପହଞ୍ଚି ସାରିଛି। ମୋତେ ଅବଗତ କରାଯାଇଛି ଯେ ଆଗାମୀ କିଛି ସମୟରେ ହିଁ ଗୁଜରାଟର ପ୍ରତ୍ୟେକ ଜିଲ୍ଲାରେ ପାଇପ ଯୋଗେ ପାଣିର ସୁବିଧା ଉପଲବ୍ଧ ହୋଇଯିବ।
ଭାଇ ଓ ଭଉଣୀମାନେ,
ଜଳ ଘର ପର୍ଯ୍ୟନ୍ତ ପହଞ୍ଚାଇବା ସହିତ ଜଳର ନୂତନ ସ୍ରୋତ ସୃଷ୍ଟି କରିବା ମଧ୍ୟ ହେଉଛି ବହୁତ ଜରୁରୀ। ଏହି ଲକ୍ଷ୍ୟ ସହିତ ସମୁଦ୍ରର ଲୁଣି ପାଣିକୁ ଶୁଦ୍ଧ କରି ବ୍ୟବହାର କରିବାର ବ୍ୟାପକ ଯୋଜନା ଉପରେ ମଧ୍ୟ କାର୍ଯ୍ୟ ହେଉଛି। ମାଣ୍ଡବୀରେ ପ୍ରସ୍ତୁତ ହେବାକୁ ଯାଉଥିବା ଜଳ ବିଶୋଧନ ପ୍ଲାଂଟ, ନର୍ମଦା ଗ୍ରୀଡ଼, ସୌନି ନେଟୱାର୍କ ଏବଂ ବର୍ଜ୍ୟଜଳ ବିଶୋଧନ ଭଳି ପ୍ରୟାସକୁ ଆହୁରି ଅଧିକ ସମ୍ପ୍ରସାରିତ କରିବ। ଜଳ ପରିଷ୍କାର କରିବାର ଏହି ପ୍ଲାଂଟ ଯେତେବେଳେ ପ୍ରସ୍ତୁତ ହୋଇଯିବ, ତେବେ ଏହା ଦ୍ୱାରା ମାଣ୍ଡବୀ ବ୍ୟତୀତ ମୁନ୍ଦ୍ରା, ନଖାତରାନା, ଲଖପତ୍ ଏବଂ ଅବଦାସାର ଲକ୍ଷ–ଲକ୍ଷ ପରିବାରଙ୍କୁ ଲାଭ ମିଳିବ। ଏହି ପ୍ଲାଂଟ ଦ୍ୱାରା ଏହି କ୍ଷେତ୍ରର ପ୍ରାୟ ୮ ଲକ୍ଷ ଲୋକଙ୍କୁ ଦୈନିକ ଜଳକୁ ମିଶାଇ ମୋଟ ୧୦ କୋଟି ଲିଟର ସ୍ୱଚ୍ଛ ଜଳର ଯୋଗାଣ ହୋଇ ପାରିବ। ଆଉ ଏକ ଲାଭ ଏହା ହେବ ଯେ ଶହ–ଶହ କିଲୋମିଟର ଦୂରରୁ ଏଠାକୁ ଆସୁଥିବା ନର୍ମଦା ପାଣି, ତାହାର ମଧ୍ୟ ଆମେ ଅଧିକ ସଦୁପଯୋଗ କରି ପାରିବା। ଏହି ପାଣି କଚ୍ଛର ଅନ୍ୟ ତାଲୁକ, ଯେପରି ରାପର, ଭଚାଉ, ଗାନ୍ଧିଧାମ ଏବଂ ଅଁଜାରକୁ ସୂଚାରୁ ରୂପେ ମିଳି ପାରିବ।
ସାଥୀଗଣ,
କଚ୍ଛ ବ୍ୟତୀତ ଦହେଜ, ଦ୍ୱାରକା, ଘୋଘା, ଭାୱନଗର, ଗୀର, ସୋମନାଥ, ସେଠାରେ ମଧ୍ୟ ଏଭଳି ପ୍ରକଳ୍ପ ଆଗାମୀ ଦିନରେ ଆରମ୍ଭ ହେବାକୁ ଯାଉଛି। ମୋର ବିଶ୍ୱାସ ରହିଛି ଯେ ସମୁଦ୍ର କୂଳରେ ଥିବା ଅନ୍ୟ ରାଜ୍ୟକୁ ମଧ୍ୟ ମାଣ୍ଡବୀର ଏହି ପ୍ଲାଂଟ, ନୂତନ ପ୍ରେରଣା ଦେବ, ସେମାନଙ୍କୁ ପ୍ରୋତ୍ସାହିତ କରିବ।
ଭାଇ ଓ ଭଉଣୀମାନେ,
ସମୟ ଏବଂ ଆବଶ୍ୟକତା ସହିତ ପରିବର୍ତ୍ତନ ହେବା, ଏହା ହେଉଛି କଚ୍ଛର, ଗୁଜରାଟର ଶକ୍ତି। ଆଜି ଗୁଜରାଟର କୃଷକ, ଏଠାକାର ପଶୁପାଳକ, ଆମର ଏଠାକାର ମତ୍ସ୍ୟଜୀବୀ ସାଥୀ, ପୂର୍ବଠାରୁ କେତେ ଉନ୍ନତ ସ୍ଥିତିରେ ଅଛନ୍ତି। ଏହାର କାରଣ ମଧ୍ୟ ହେଉଛି ଯେ ଏଠାରେ କୃଷି ପରମ୍ପରାକୁ ଆଧୁନିକତା ସହିତ ଯୋଡା ଯାଇଛି, ଫସଲର ବିବିଧତା ଉପରେ ଦୃଷ୍ଟି ଦିଆଯାଇଛି। କଚ୍ଛ ସହିତ ଗୁଜରାଟରେ କୃଷକ ଅଧିକ ଚାହିଦା ଏବଂ ଅଧିକ ମୂଲ୍ୟ ଥିବା ଭଳି ଫସଲ, ସେହି ଆଡକୁ ମନ ବଳାଇଛି ଏବଂ ଆଜି ସେଥିରେ ଆଗକୁ ବଢ଼ୁଛି। ଏବେ ଆମର ଏଠାରେ କଚ୍ଛରେ ଦେଖନ୍ତୁ, ଏଠାରେ କ୍ଷେତରୁ ଉତ୍ପାଦିତ ସାମଗ୍ରୀ ବିଦେଶକୁ ରପ୍ତାନୀ ହେଉଛି, କ’ଣ କେହି କେବେ ଚିନ୍ତା କରିଥିଲେ, ଆଜି ଏଠାରେ ହେଉଥିବା ଖଜୁର, କମଲମ ଏବଂ ଡ୍ରାଗନ ଫ୍ରୁଟ ଭଳି ଉତ୍ପାଦର ଚାଷ ଅଧିକ ହେବାରେ ଲାଗିଛି। କେବଳ ଦେଢ଼ ଦଶକରେ ଗୁଜରାଟରେ କୃଷି ଉତ୍ପାଦନରେ ଦେଢ଼ ଗୁଣରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଛି।
ଭାଇ ଓ ଭଉଣୀମାନେ,
ଗୁଜରାଟରେ କୃଷି କ୍ଷେତ୍ର ସୁଦୃଢ଼ ହେବାର ଆଉ ଏକ ବଡ଼ କାରଣ ଏହା ଯେ ଏଠାରେ ଅନ୍ୟ ଉଦ୍ୟୋଗ ଭଳି ଚାଷ ବାସ ସହିତ ଜଡ଼ିତ ବ୍ୟବସାୟରେ ମଧ୍ୟ ସରକାର ହସ୍ତକ୍ଷେପ କରନ୍ତି ନାହିଁ, ଦଖଲ ଦିଅନ୍ତି ନାହିଁ। ସରକାରଙ୍କ ଦଖଲ ବହୁତ ସୀମିତ ଥାଏ, ଖୋଲା ଛାଡି ଦିଆଯାଇଛି। ଆଜି ଆମେ ଦେଖୁଛେ ଯେ ଡାଏରୀ ଏବଂ ମତ୍ସ୍ୟଚାଷ, ଏହା ସହିତ ଜଡ଼ିତ ଦୁଇଟି କ୍ଷେତ୍ର ଏପରି ଅଛି, ଯାହା ଦେଶରେ ସବୁଠାରୁ ଦ୍ରୁତ ଗତିରେ ବିକାଶ ହେଉଛି। ବହୁତ କମ୍ ଲୋକ ଏହାର ଅଧ୍ୟୟନ କରିଛନ୍ତି, ବହୁତ କମ୍ ଲୋକ ଏ ସମ୍ପର୍କରେ ଲେଖୁଛନ୍ତି। ଗୁଜରାଟରେ ମଧ୍ୟ ଦୁଗ୍ଧ ଆଧାରିତ ଉଦ୍ୟୋଗର ବ୍ୟାପକ ପ୍ରସାର ଏଥିପାଇଁ ସମ୍ଭବ ହୋଇଛି, କାରଣ ଏଥିରେ ସରକାରଙ୍କ ତରଫରୁ କଟକଣା ଅତି କମ୍ ରହିଛି। ସରକାର ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି, ଅବଶିଷ୍ଟ କାର୍ଯ୍ୟ ସମବାୟ କ୍ଷେତ୍ରବାଲା କରୁଛନ୍ତି, ଅବା ଆମ କୃଷକ ଭାଇ ଭଉଣୀ କରୁଛନ୍ତି। ଆଜି ଅଁଜାରର ସରହଦ ଡାଏରୀ ମଧ୍ୟ ହେଉଛି ଏହାର ଏକ ଉତ୍ତମ ଉଦାହରଣ। ମୋର ମନେଅଛି, କଚ୍ଛରେ ଡାଏରୀ ରହିବା ଆବଶ୍ୟକ, ଏହି କଥାକୁ ନେଇ ମୁଁ ପ୍ରଥମରୁ କହୁଥିଲି। ସେତେବେଳେ ମୁଁ ଯାହାକୁ ଏହି କଥା କହୁଥିଲି, ସେମାନେ ମୋତେ ନିରାଶ କରିବା ଭଳି କଥା କହୁଥିଲେ। ଏଠାରେ କ’ଣ, ଠିକ୍ ଅଛି, ଅଳ୍ପ– ବହୁତେ ଆମେ ଏପଟ– ସେପଟ କରି ଦେବା। ମୁଁ କହିଲି ଭାଇ ଛୋଟରୁ ହିଁ ଆରମ୍ଭ କରିବାର ଅଛି। ଦେଖିବା, କ’ଣ ହେଉଛି। ସେହି ଛୋଟ କାର୍ଯ୍ୟ ଆଜି କେଉଁଠାରେ ପହଞ୍ଚିଗଲା ଦେଖନ୍ତୁ। ଏହି ଡାଏରୀ କଚ୍ଛରେ ପଶୁପାଳକଙ୍କ ଜୀବନରେ ପରିବର୍ତନ ଆଣିବାରେ ବଡ଼ ଭୂମିକା ତୁଲାଇଛି। କିଛି ବର୍ଷ ପୂର୍ବରୁ କଚ୍ଛରେ ଆଉ ତାହା ମଧ୍ୟ ବହୁତ କମ୍ ମାତ୍ରାରେ କ୍ଷୀରର ପ୍ରକ୍ରିୟାକରଣ ପାଇଁ ଗାନ୍ଧିନଗରର ଡାଏରୀକୁ ଅଣା ଯାଉଥିଲା। କିନ୍ତୁ ଏବେ ସେହି ପ୍ରକ୍ରିୟାକରଣ ଅଁଜାରର ଡାଏରୀ ପ୍ଲାଂଟରେ ହିଁ ହେଉଛି। ଏହାଦ୍ୱାରା ପ୍ରତ୍ୟେକ ଦିନ ପରିବହନ ବାବଦରେ ହିଁ କୃଷକମାନଙ୍କର ଲକ୍ଷ–ଲକ୍ଷ ଟଙ୍କା ସଞ୍ଚୟ ହେଉଛି। ଏବେ ସରହଦ ଡାଏରୀର ସ୍ୱୟଂକ୍ରିୟ ପ୍ଲାଂଟର କ୍ଷମତା ଆହୁରି ବୃଦ୍ଧି ପାଇବାକୁ ଯାଉଛି। ଆଗାମୀ ଦିନରେ ଏଠାକାର ଡାଏରୀ ପ୍ଲାଂଟ ପ୍ରତ୍ୟେକ ଦିନ ୨ ଲକ୍ଷ ଲିଟରରୁ ଅଧିକ କ୍ଷୀର ପ୍ରକ୍ରିୟାକରଣ କରିବ। ଏହାର ଆଖପାଖ ଜିଲ୍ଲାର ପଶୁପାଳକମାନଙ୍କୁ ମଧ୍ୟ ବହୁତ ଲାଭ ମିଳିବ। କେବଳ ଏତିକି ନୁହେଁ, ନୂତନ ପ୍ଲାଂଟରେ ଦହି, ବଟର ମିଲ୍କ, ଲସି ମଖନ, ଖୁଆ ଭଳି ଅନେକ ଦୁଗ୍ଧ ଜାତ ଉତ୍ପାଦର ମୂଲ୍ୟଯୁକ୍ତ ମଧ୍ୟ ସମ୍ଭବ ହୋଇ ପାରିବ।
ସାଥୀଗଣ,
ଡାଏରୀ କ୍ଷେତ୍ରରେ ଯେଉଁ ପଶୁପାଳକମାନଙ୍କୁ ଲାଭ ମିଳୁଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି କ୍ଷୁଦ୍ର ଚାଷୀ। କାହା ପାଖରେ ୩– ୪ଟି ପଶୁ ଅଛି ତ କାହା ପାଖରେ ୫–୭, ଆଉ ଏଭଳି ସ୍ଥିତି ପ୍ରାୟ ସାରା ଦେଶରେ ମଧ୍ୟ ରହିଛି। ଏଠାକାର କଚ୍ଛର ବନ୍ନୀ ମଇଁଷୀ ଦୁନିଆରେ ନିଜର ସୁନାମ ଅର୍ଜନ କରିଛି। କଚ୍ଛରେ ତାପମାତ୍ରା ୪୫ ଡିଗ୍ରୀ ହେଉ ଅବା ଶୂନ୍ୟରୁ ନିମ୍ନକୁ ଆସୁ, ବନ୍ନୀ ମଇଁଷୀ ସହଜରେ ସବୁକିଛି ସହିଥାଏ ଆଉ ବହୁତ ଆରାମରେ ରହିଥାଏ। ତା’ପାଇଁ ମଧ୍ୟ କମ୍ ପାଣି ଆବଶ୍ୟକ ପଡେ ଆଉ ଚାରା(ଘାସ) ଖାଇବା ପାଇଁ ଦୂର–ଦୂରାନ୍ତକୁ ଚାଲି ଚାଲି ଯିବାରେ ବନ୍ନୀ ମଇଁଷୀକୁ କୌଣସି ଅସୁବିଧା ହୋଇ ନଥାଏ। ଗୋଟିଏ ଦିନରେ ଏହି ମଇଁଷି ପ୍ରାୟ ୧୫ ଲିଟର କ୍ଷୀର ଦେଇଥାଏ ଆଉ ଏହାଦ୍ୱାରା ବାର୍ଷିକ ଆୟ ୨ ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଥାଏ। ମୋତେ ଅବଗତ କରାଯାଇଛି ଯେ ଏହି ନିକଟରେ ହିଁ ଏକ ବନ୍ନୀ ମଇଁଷୀ ୫ ଲକ୍ଷରୁ ଅଧିକ ଟଙ୍କରେ ମଧ୍ୟ ବିକ୍ରି ହୋଇଛି। ଦେଶର ଅନେକ ଲୋକ ଶୁଣୁଥିବେ ଯେବେ ସେମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ, ବନ୍ନୀ ମଇଁଷୀ ୫ ଲକ୍ଷ ଟଙ୍କା, ଅର୍ଥାତ ଯେଉଁଥିରେ ଦୁଇଟି ଛୋଟ କାର୍ କିଣା ଯାଇ ପାରିବ, ସେଥିରେ ଗୋଟିଏ ବନ୍ନୀ ମଇଁଷୀ ମିଳୁଛି।
ସାଥୀଗଣ,
ବର୍ଷ ୨୦୧୦ରେ ବନ୍ନୀ ମଇଁଷୀକୁ ରାଷ୍ଟ୍ରୀୟ ମାନ୍ୟତା ମିଳିଥିଲା। ସ୍ୱାଧୀନତା ପରେ ମଇଁଷୀର ଏହି ପ୍ରଥମ ପ୍ରଜାତି ଥିଲା, ଯାହାକୁ ରାଷ୍ଟ୍ରୀୟ ସ୍ତରରେ ଏହି ପ୍ରକାରର ମାନ୍ୟତା ମିଳିଥିଲା।
ସାଥୀଗଣ,
ବନ୍ନୀ ମଇଁଷୀର କ୍ଷୀରର କାରବାର ଏବଂ ସେଥିପାଇଁ ପ୍ରସ୍ତୁତ ହୋଇଥିବା ବ୍ୟବସ୍ଥା ଏଠାରେ କଚ୍ଛରେ ବହୁତ ସଫଳ ହୋଇଛି। ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଦୁଗ୍ଧ ଉତ୍ପାଦକ ଏବଂ ଦୁଗ୍ଧ ବ୍ୟବସାୟ କରୁଥିବା ଘରୋଇ ଏବଂ ସମବାୟ କ୍ଷେତ୍ର ଉଭୟ ଜଣେ ଅନ୍ୟ ସହିତ ଯୋଡ଼ି ହୋଇଛନ୍ତି ଆଉ ଏକ ଉନ୍ନତ ଯୋଗାଣ ଶୃଙ୍ଖଳ ପ୍ରସ୍ତୁତ କରିଛନ୍ତି। ସେହିଭଳି ଫଳ–ପନିପରିବା ସହିତ ଜଡ଼ିତ ବ୍ୟବସାୟରେ ମଧ୍ୟ ଅଧିକାଂଶ ବଜାରରେ ସରକାରଙ୍କର ସିଧାସଳଖ ଦଖଲ ନାହିଁ।
ସାଥୀଗଣ,
ଏହି ଉଦାହରଣ ମୁଁ ବିସ୍ତୃତ ଭାବେ ଏଥିପାଇଁ ଦେଉଛି କାରଣ ଆଜିକାଲି ଦିଲ୍ଲୀର ଆଖପାଖରେ କୃଷକମାନଙ୍କୁ ଭ୍ରମିତ କରିବାର ବଡ଼ ଷଡଯନ୍ତ୍ର ଚାଲୁ ରହିଛି। ସେମାନଙ୍କୁ ଡରାଇ ଦିଆଯାଉଛି କି ନୂତନ କୃଷି ସଂସ୍କାରଗୁଡ଼ିକ ପରେ କୃଷକମାନଙ୍କ ଜମିକୁ ଅନ୍ୟ କେହି ଦଖଲ କରି ନେବ।
ଭାଇ ଓ ଭଉଣୀମାନେ,
ମୁଁ ଆପଣମାନଙ୍କ ଠାରୁ ଜାଣିବାକୁ ଚାହୁଁଛି, କ’ଣ କୌଣସି ଡାଏରୀ ବାଲା ଆପଣଙ୍କ ଠାରୁ କ୍ଷୀର ନେବା ପାଇଁ ବୁଝାମଣା କରିଥାଏ, ତେବେ ଆପଣଙ୍କ ଗାଈ ମଇଁଷୀ ନେଇ ଯାଇଥାଏ କି? କେହି ଫଳ–ପନିପରିବା କିଣିବାର ଉଦ୍ୟମ କରିଥାଏ, ତେବେ କ’ଣ ଆପଣଙ୍କ ଜମି ନେଇ ଯାଇଥାଏ କି? ଆପଣଙ୍କ ସମ୍ପତି ଉଠାଇ ନେଇ ଯାଇଥାଏ କି?
ସାଥୀଗଣ,
ଆମ ଦେଶରେ ଡାଏରୀ ଉଦ୍ୟୋଗର ଯୋଗଦାନ, କୃଷି ଅର୍ଥବ୍ୟବସ୍ଥାର ମୋଟ ମୂଲ୍ୟର ହେଉଛି ୨୫ ପ୍ରତିଶତରୁ ମଧ୍ୟ ଅଧିକ।
ଏହି ଯୋଗଦାନ ହେଉଛି ପ୍ରାୟ ୮ ଲକ୍ଷ କୋଟି ଟଙ୍କାର। ଦୁଗ୍ଧ ଉତ୍ପାଦନର ମୋଟ ମୂଲ୍ୟ, ଖାଦ୍ୟଶସ୍ୟ ଏବଂ ଡାଲିର ମୋଟ ମୂଲ୍ୟଠାରୁ ମଧ୍ୟ ହେଉଛି ଅଧିକ। ଏହି ବ୍ୟବସ୍ଥାରେ ପଶୁପାଳକମାନଙ୍କୁ ସ୍ୱାଧୀନତା ମିଳିଛି। ଆଜି ଦେଶ ପଚାରୁଛି ଯେ ଏଭଳି ସ୍ୱାଧୀନତା ଖାଦ୍ୟ ଶସ୍ୟ ଏବଂ ଡାଲି ଉତ୍ପାଦନ କରୁଥିବା କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ କାହିଁକି ମିଳିବ ନାହିଁ?
ସାଥୀଗଣ,
ନିକଟରେ ହୋଇଥିବା କୃଷି ସଂସ୍କାରର ଦାବି, ବର୍ଷ–ବର୍ଷ ଧରି କରାଯାଉଥିଲା। ଅନେକ କୃଷକ ସଂଗଠନ ମଧ୍ୟ ପୂର୍ବରୁ ଏଭଳି ଦାବି କରୁଥିଲେ ଯେ ଖାଦ୍ୟଶସ୍ୟକୁ କେଉଁଠାରେ ମଧ୍ୟ ବିକ୍ରି କରିବାର ବିକଳ୍ପ ଦିଆଯାଉ। ଆଜି ଯେଉଁ ଲୋକ ବିରୋଧି ଦଳରେ ବସି କୃଷକମାନଙ୍କୁ ଭ୍ରମିତ କରୁଛନ୍ତି, ସେମାନେ ମଧ୍ୟ ନିଜ ସରକାର ସମୟରେ, ଏହି କୃଷି ସଂସ୍କାରର ସମର୍ଥନରେ ଥିଲେ। କିନ୍ତୁ ନିଜ ସରକାରରେ ରହି ମଧ୍ୟ ସେମାନେ ନିଷ୍ପତି ନେଇ ପାରିଲେ ନାହିଁ, କୃଷକମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଉଥିଲେ। ଆଜି ଯେତେବେଳେ ଦେଶ ଏହି ଐତିହାସିକ ପଦକ୍ଷେପ ଉଠାଇଲା, ସେତେବେଳେ ଏହି ଲୋକ କୃଷକମାନଙ୍କୁ ଭ୍ରମିତ କରିବାରେ ଏକାଠି ହୋଇ ଯାଇଛନ୍ତି। ମୁଁ ନିଜର କୃଷକ ଭାଇ ଭଉଣୀମାନଙ୍କୁ ପୁଣିଥରେ କହୁଛି ବାରମ୍ବାର ଦୋହରାଉଛି ଯେ ସେମାନଙ୍କର ପ୍ରତ୍ୟେକ ଆଶଙ୍କାର ସମାଧାନ ପାଇଁ ସରକାର ୨୪ ଘଣ୍ଟା ପ୍ରସ୍ତୁତ ରହିଛନ୍ତି। କୃଷକମାନଙ୍କର ହିତ, ପ୍ରଥମ ଦିନରୁ ହିଁ ଆମ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଗୋଟିଏ ରହିଛି। ଚାଷବାସରେ କୃଷକମାନଙ୍କର ଖର୍ଚ୍ଚ କମ୍ ହେଉ, ସେମାନଙ୍କୁ ନୂଆ–ନୂଆ ବିକଳ୍ପ ମିଳୁ, ସେମାନଙ୍କର ଆୟ ବଢ଼ୁ, କୃଷକମାନଙ୍କର ସମସ୍ୟା କମ୍ ହେଉ, ଏଥିପାଇଁ ଆମେ ନିରନ୍ତର କାର୍ଯ୍ୟ କରିଛୁ। ମୋର ବିଶ୍ୱାସ ଯେ ଆମ ସରକାରଙ୍କ ସଚ୍ଚୋଟ ଲକ୍ଷ୍ୟ ଆମ ସରକାରଙ୍କ ସଚ୍ଚୋଟ ପ୍ରୟାସ ଆଉ ଯାହାକୁ ପ୍ରାୟ ସମଗ୍ର ଦେଶ ଆଶୀର୍ବାଦ ଦେଇଛି, ଦେଶର ପ୍ରତ୍ୟେକ କୋଣ ଅନୁକୋଣର କୃଷକ ଆଶୀର୍ବାଦ ଦେଇଛନ୍ତି, ମୋର ବିଶ୍ୱାସ ଯେ ସାରା ଦେଶର କୃଷକମାନଙ୍କର ଆଶୀର୍ବାଦର ଏହି ଶକ୍ତି, ଯେଉଁ ଲୋକମାନେ ଭ୍ରମ ସୃଷ୍ଟି କରୁଛନ୍ତି, ଯେଉଁମାନେ ରାଜନୀତି କରିବାରେ ଲାଗିଛନ୍ତି, ଯେଉଁମାନେ କୃଷକଙ୍କ କାନ୍ଧରେ ବନ୍ଧୁକ ରଖି ଫୁଟାଉଛନ୍ତି, ଦେଶର ସମସ୍ତ ସଚେତନ କୃଷକ ସେମାନଙ୍କୁ ମଧ୍ୟ ପରାସ୍ତ କରି ରହିବେ।
ଭାଇ ଓ ଭଉଣୀମାନେ,
ଏହା ସହିତ ମୁଁ ପୁଣିଥରେ କଚ୍ଛକୁ ଅନେକ–ଅନେକ ଶୁଭେଚ୍ଛା ଜଣାଉଛି। ଏବେ କିଛି ସମୟ, ହେବ ମୁଁ ଯେତେବେଳେ ଏଠାକୁ ଆସିଛି ତେବେ ଉତ୍ସବ ପ୍ରତି ମଧ୍ୟ ମୋର ଆକର୍ଷଣ ରହିଛି, କଚ୍ଛର ପରମ୍ପରା, କଚ୍ଛର ସଂସ୍କୃତିକୁ ପ୍ରଣାମ କରୁଥିବା ଆଉ ଏକ କାର୍ଯ୍ୟକ୍ରମୀ ଉତ୍ସବରେ ମଧ୍ୟ ଅଂଶଗ୍ରହଣ କରିବି। ପୁଣିଥରେ ଏହି କ୍ଷଣରେ ଟିକେ ଉପଭୋଗ କରିବାର ପ୍ରୟାସ କରିବି। କଚ୍ଛର ବିଶ୍ୱପ୍ରସିଦ୍ଧ ଧବଳ ମରୁଭୂମିର ସ୍ମୃତି ମଧ୍ୟ ନିଜ ସହିତ ଆଉଥରେ ଦିଲ୍ଲୀ ନେଇଯିବି। କଚ୍ଛ ବିକାଶର ନୂତନ ଶୀଖରକୁ ଛୁଇଁ ଚାଲୁ, ଏହା ସର୍ବଦା ମୋର କାମନା ରହିବ। ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ବହୁତ–ବହୁତ ଶୁଭେଚ୍ଛା ଜଣାଉଛି। ବହୁତ–ବହୁତ ଶୁଭକାମନା ଜଣାଉଛି।
ବହୁତ–ବହୁତ କୃତଜ୍ଞତା!!!
*****
Speaking at the Foundation Stone Laying Ceremony of development projects in Kutch. https://t.co/1LwsxK9GB5
— Narendra Modi (@narendramodi) December 15, 2020
आज कच्छ ने New Age Technology और New Age Economy, दोनों ही दिशा में बहुत बड़ा कदम उठाया है: PM @narendramodi in Kutch
— PMO India (@PMOIndia) December 15, 2020
इसका बहुत बड़ा लाभ यहां के मेरे आदिवासी भाई-बहनों, यहां के किसानों-पशुपालकों, सामान्य जनों को होने वाला है: PM @narendramodi
— PMO India (@PMOIndia) December 15, 2020
खावड़ा में Renewable Energy पार्क हो,
— PMO India (@PMOIndia) December 15, 2020
मांडवी में Desalination plant हो,
और अंजार में सरहद डेहरी के नए ऑटोमैटिक प्लांट का शिलान्यास,
तीनों ही कच्छ की विकास यात्रा में नए आयाम लिखने वाले हैं: PM @narendramodi
आज कच्छ देश के सबसे तेज़ी से विकसित होते क्षेत्रों में से एक है।
— PMO India (@PMOIndia) December 15, 2020
यहां की कनेक्टिविटी दिनों दिन बेहतर हो रही है: PM @narendramodi
I can never forget the time when the people of Gujarat had a ‘simple’ demand - to get electricity during dinner time.
— PMO India (@PMOIndia) December 15, 2020
Things have changed so much in Gujarat. Today’s youth in Gujarat are not aware of the earlier days of inconvenience: PM @narendramodi
Over the last twenty years, Gujarat introduced many farmer friendly schemes.
— PMO India (@PMOIndia) December 15, 2020
Gujarat was among the earliest to work on strengthening solar energy capacities: PM @narendramodi
Energy security & water security are vital in the 21st century. Who can forget the water problems of Kutch. When our team spoke of getting Narmada waters to Kutch, we were mocked. Now, Narmada waters have reached Kutch & by the blessings of Maa Narmada, Kutch is progressing: PM
— PMO India (@PMOIndia) December 15, 2020
One has to keep changing with the times and embrace global best practices. In this regard I want to laud the farmers in Kutch. They are exporting fruits abroad. This is phenomenal and indicates the innovative zeal of our farmers: PM @narendramodi
— PMO India (@PMOIndia) December 15, 2020
The agriculture, dairy and fisheries sectors have prospered in Gujarat over the last two decades. The reason is- minimum interference from the Government. What Gujarat did was to empower farmers and cooperatives: PM @narendramodi
— PMO India (@PMOIndia) December 15, 2020
The agriculture reforms that have taken place is exactly what farmer bodies and even opposition parties have been asking over the years.
— PMO India (@PMOIndia) December 15, 2020
Government of India is always committed to farmer welfare and we will keep assuring the farmers, addressing their concerns: PM @narendramodi
सरकार में पहले ऐसा कहा जाता था कि अगर किसी को पनिशमेंट पोस्टिंग देनी है तो कच्छ में भेज दो, और लोग भी कहते थे कि कालापानी की सजा हो गई।
— Narendra Modi (@narendramodi) December 15, 2020
आज लोग चाहते हैं कि कुछ समय कच्छ में मौका मिल जाए।
आज कच्छ की पहचान बदल गई है, कच्छ की शान और तेजी से बढ़ रही है। pic.twitter.com/qtCGaukhqB
हमारे पूर्वज भी कितनी दूर की सोच रखते थे, इसका पता ठीक 118 साल पहले अहमदाबाद में लगी उस Industrial Exhibition से चलता है, जिसका मुख्य आकर्षण था- भानु ताप यंत्र।
— Narendra Modi (@narendramodi) December 15, 2020
आज 118 साल बाद 15 दिसंबर को ही सूरज की गर्मी से चलने वाले एक बड़े Renewable Energy पार्क का उद्घाटन किया गया है। pic.twitter.com/7uKs2xnn9y
एक समय था, जब कच्छ में मां नर्मदा का पानी पहुंचाने की बात की जाती थी, तो कुछ लोग मजाक उड़ाते थे। लेकिन जब नर्मदा मां यहां कच्छ की धरती पर पहुंचीं, तो हर किसी की आंखों में हर्ष के आंसू बह रहे थे।
— Narendra Modi (@narendramodi) December 15, 2020
आज कच्छ का किसान हो या फिर सरहद पर खड़ा जवान, दोनों की पानी की चिंता दूर हुई है। pic.twitter.com/I9L6l1NQnh
पानी को घरों तक पहुंचाने के साथ-साथ पीने के पानी के नए स्रोत बनाना भी बहुत जरूरी है।
— Narendra Modi (@narendramodi) December 15, 2020
इसी लक्ष्य के साथ समंदर के खारे पानी को शुद्ध करके इस्तेमाल करने की व्यापक योजना पर भी काम हो रहा है।
मांडवी का Desalination Plant जब तैयार हो जाएगा, तो इससे लाखों परिवारों को लाभ होगा। pic.twitter.com/qcphFwZD6f
सिर्फ डेढ़ दशक में गुजरात में कृषि उत्पादन में डेढ़ गुना से ज्यादा बढ़ोतरी दर्ज की गई है।
— Narendra Modi (@narendramodi) December 15, 2020
गुजरात में कृषि सेक्टर मजबूत होने का एक बड़ा कारण यह रहा है कि यहां बाकी उद्योगों की तरह ही खेती से जुड़े व्यापार में भी सरकार टांग नहीं अड़ाती है। सरकार अपना दखल बहुत सीमित रखती है। pic.twitter.com/XCSPMrJY5k
हमारी सरकार की ईमानदार नीयत और ईमानदार प्रयास को पूरे देश ने आशीर्वाद दिया, हर कोने के किसानों ने आशीर्वाद दिए।
— Narendra Modi (@narendramodi) December 15, 2020
मुझे विश्वास है कि भ्रम फैलाने वाले और किसानों के कंधे पर रखकर बंदूकें चलाने वाले लोगों को देश के सारे जागरूक किसान परास्त करके रहेंगे। pic.twitter.com/jQA0PmMuWF