ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟରେସ ମହୋଦୟ, ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଭାରତର ବିଦେଶ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ମହାଶୟ, ଦେଶ- ବିଦେଶରୁ ଆସିଥିବା ସମସ୍ତ ଅନ୍ୟ ମହାନୁଭବ, ଭଦ୍ର ମହିଳା ଓ ଭଦ୍ର ବ୍ୟକ୍ତିଗଣ, ଏହି ଗୌରବଶାଳୀ ଧରଣୀରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ସ୍ୱାଗତ । ଆଣ୍ଟୋନିଓ ଗୁଟରେସ ମହୋଦୟଙ୍କ ପାଇଁ ଭାରତ ହେଉଛି ଏକ ଅନ୍ୟ ଘର ଭଳି । ଆପଣ ନିଜର ଯୁବାବସ୍ଥାରେ ଅନେକ ଥର ମଧ୍ୟ ଭାରତ ଯାତ୍ରା କରିଛନ୍ତି। ଗୋଆରେ ମଧ୍ୟ ଆପଣଙ୍କର ପାରିବାରିକ ସମ୍ବନ୍ଧ ରହିଛି। ମୋତେ ଏଭଳି ଲାଗୁଛି ଯେ ମୁଁ ଆଜି ଗୁଜରାଟରେ ନିଜ ପରିବାରର ହିଁ କୌଣସି ସଦସ୍ୟଙ୍କୁ ସ୍ୱାଗତ କରୁଛି । ଆଣ୍ଟୋନିଓ ଗୁଟରେସ ମହୋଦୟ ଆପଣ ଏଠାକୁ ଆସିଥିବାରୁ ବହୁତ ବହୁତ କୃତଜ୍ଞତା, ବହୁତ ବହୁତ ବହୁତ ଅଭିନନ୍ଦନ । ମୁଁ ଖୁସି ଯେ ମିସନ ଲାଇଫର ଶୁଭାରମ୍ଭ ସମୟରୁ ଅନେକ ଦେଶ ଏହି ସଂକଳ୍ପ ସହିତ ଯୋଡ଼ି ହୋଇଛନ୍ତି। ମୁଁ ଫ୍ରାନ୍ସର ରାଷ୍ଟ୍ରପତି ଶ୍ରୀ ମାକ୍ରୋନ, ୟୁକେର ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ, ଜୁୟାନାର ରାଷ୍ଟ୍ରପତି ଇରଫାନ ଅଲୀ, ଆର୍ଜେଣ୍ଟିନାର ରାଷ୍ଟ୍ରପତି ଅଲବର୍ଟୋ ଫର୍ଣ୍ଣାଡିସ, ମରିସସର ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜୁଗନାଥ, ମେଡାଗାସ୍କରର ରାଷ୍ଟ୍ରପତି ଏଣ୍ଡ୍ରି ରାଜୋଏଲିନା ମହାଶୟ, ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ମହାଶୟ, ମାଳଦ୍ୱୀପର ଭାଇ ସୋଲିହ ଜୀ, ଜର୍ଜିଆର ପ୍ରଧାନମନ୍ତ୍ରୀ ଇରାକଲୀ ଗରିବାଶବିଲି, ଏଣ୍ଟୋନିଆର ପ୍ରଧାନମନ୍ତ୍ରୀ କଜା କଲ୍ଲାସଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି ।
ସାଥୀଗଣ,
ଏହି ଆୟୋଜନ ଆମର ରାଷ୍ଟ୍ରୀୟ ଗୌରବ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ବିଶାଳ ପ୍ରତିମା ଷ୍ଟାଚ୍ୟୁ ଅଫ୍ ୟୁନିଟିର ସାନିଧ୍ୟରେ ହେଉଛି, ଆଉ ଜଳବାୟୁ ପରିବର୍ତନ ବିରୁଦ୍ଧରେ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଏକତା । ବିଶ୍ୱର ସବୁଠାରୁ ବଡ଼ ପ୍ରତିମା ଆମକୁ ପରିବେଶ ସହିତ ଜଡ଼ିତ ଉଚ୍ଚ ଲକ୍ଷ୍ୟ ସ୍ଥିର କରିବାରେ ଆଉ ସେଗୁଡ଼ିକୁ ପୂରଣ କରିବାର ପ୍ରେରଣା ଦେବ ।
ସାଥୀଗଣ,
ଯେତେବେଳେ ପ୍ରତିମାନ ବିଶାଳ ହୋଇଥାଏ, ସେତେବେଳେ କୀର୍ତିମାନ ମଧ୍ୟ ବିଶାଳ ହୋଇଥାଏ। ଏହି କାର୍ଯ୍ୟକ୍ରମର ଆୟୋଜନ ଗୁଜରାଟରେ ହେବା, ଏହା ହେଉଛି ବହୁତ ଗୁରୁତ୍ବ ରଖୁଛି। ଆଉ ଏହା ହେଉଛି ସମ୍ପୂର୍ଣ୍ଣ ଉପଯୁକ୍ତ ମଧ୍ୟ । ଗୁଜରାଟ, ଭାରତର ସେହିସବୁ ରାଜ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ଯିଏ ସର୍ବ ପ୍ରଥମେ ନବୀକରଣୀୟ ଶକ୍ତି ଏବଂ ପରିବେଶ ସୁରକ୍ଷା ଦିଗରେ ବହୁତ ପଦକ୍ଷେପମାନ ଗ୍ରହଣ କରିବାକୁ ଆରମ୍ଭ କରି ଦେଇଥିଲେ । କେନାଲ ଉପରେ ସୌର ପ୍ୟାନେଲ ଲଗାଇବାର କଥା ହେଉ, କିମ୍ବା ମରୁଡ଼ିଗ୍ରସ୍ତ ଅଞ୍ଚଳରେ ଜଳସ୍ତର ବଢ଼ାଇବା ପାଇଁ ଜଳ ସଂରକ୍ଷଣର ଅଭିଯାନ ହେଉ, ଗୁଜରାଟ ସବୁବେଳେ ଏକ ପ୍ରକାରରେ ଲିଡର ଭାବେ, ଏକ ମାର୍ଗଦର୍ଶକ ଭାବେ ରହି ଆସିଛି।
ସାଥୀଗଣ,
ଜଳବାୟୁ ପରିବର୍ତ୍ତନକୁ ନେଇ ଏଭଳି ଧାରଣା ସୃଷ୍ଟି କରାଯାଇଛି ଯେଭଳି ଏହା କେବଳ ଏକ ନୀତି ସହିତ ଜଡ଼ିତ ବିଷୟ । କିନ୍ତୁ ଆମେ ଯେପରି ଏହି ପ୍ରସଙ୍ଗକୁ ନୀତି ସହିତ ଯୋଡ଼ି ଦେଖିବାକୁ ଲାଗୁଛେ, ଜାଣତରେ ଅବା ଅଜାଣତରେ ଆମ ମନରେ ଏହି କଥା ଘର କରି ନେଇଥାଏ ଯେ ଏହା ଉପରେ ସରକାର ହିଁ କିଛି କରିବେ । କିମ୍ବା ଏହା ଚିନ୍ତା କରୁଛେ ଯେ ଅନ୍ତରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକୁ ଏହାକୁ ନେଇ କିଛି ପଦକ୍ଷେପ ଗ୍ରହଣ କରିବାକୁ ହେବ । ଏହି କଥା ସତ ଯେ ସରକାର, ଅନ୍ତରାଷ୍ଟ୍ରୀୟ ସଂସ୍ଥା, ସେମାନଙ୍କର ଭୂମିକା ହେଉଛି ବଡ଼, ଆଉ ସେମାନେ ଏହାକୁ ଆୟତ୍ତ କରି ବ୍ୟବସ୍ଥିତ କରିବାରେ ପ୍ରୟାସରତ ମଧ୍ୟ । କିନ୍ତୁ ଆମେ ସମସ୍ତେ ଦେଖିପାରିବା ଯେ ଏବେ ଏହି ମୁଦ୍ଦାର ଗମ୍ଭୀରତା ଚର୍ଚ୍ଚାରୁ ବାହାରକୁ ବାହାରି ଦୁନିଆର ପ୍ରତ୍ୟେକ କୋଣରେ, ପ୍ରତ୍ୟେକ ଘରେ ଆଜି ଦୃଷ୍ଟିଗୋଚର ହେବାକୁ ଲାଗିଛି।
ଜଳବାୟୁ ପରିବର୍ତ୍ତନ ଦ୍ୱାରା ହେଉଥିବା ପରିବର୍ତନକୁ ଲୋକ ନିଜ ଆଖପାଖରେ ଅନୁଭବ କରିବାକୁ ଲାଗିଲେଣି । ବିଗତ କିଛି ଦଶକରେ ଆମେ ଏହି ଦୁସ୍ପ୍ରଭାବକୁ ଆହୁରି ଦ୍ରୁତ ଗତିରେ ଦେଖିଛୁ, ଅପ୍ରତ୍ୟାଶିତ ବିପଦଗୁଡ଼ିକୁ ସହ୍ୟ କରିଛୁ । ଆଜି ଆମର ଗ୍ଲେସିୟର୍ସ ତରଳିବାକୁ ଲାଗିଛି, ସମୁଦ୍ରର ଜଳସ୍ତର ବଢ଼ୁଛି । ଆମ ନଦୀଗୁଡ଼ିକ ଶୁଖିଯାଉଛି, ଜଳବାୟୁ ଅନିଶ୍ଚିତ ହୋଇଗଲାଣି। ଆଉ ଏହି ପରିବର୍ତ୍ତନ ଲୋକମାନଙ୍କୁ ଏହି କଥା ଚିନ୍ତା କରିବାକୁ ବାଧ୍ୟ କରୁଛି ଯେ ଜଳବାୟୁ ପରିବର୍ତନର ପ୍ରସଙ୍ଗକୁ କେବଳ ନୀତି ନିର୍ଦ୍ଧାରଣ ସ୍ତରରେ ଛାଡ଼ି ଦିଆ ଯାଇ ପାରିବ ନାହିଁ। ଲୋକମାନେ ନିଜେ ଅନୁଭବ କରିବାକୁ ଲାଗିଲେଣି ଯେ ଜଣେ ବ୍ୟକ୍ତି, ଗୋଟିଏ ପରିବାର ଆଉ ଏକ ସମୁଦାୟ ଭାବେ ସେମାନଙ୍କୁ ଏହି ଧରଣୀ ପାଇଁ, ଏହି ଗ୍ରହ ପାଇଁ, କିଛି ନା କିଛି ଦାୟିତ୍ୱ ଉଠାଇବାକୁ ପଡ଼ିବ, ନିଜେ ମଧ୍ୟ କିଛି କରିବାକୁ ପଡ଼ିବ। ଲୋକମାନେ ଜାଣିବାକୁ ଚାହୁଁଛନ୍ତି ଯେ ସେମାନଙ୍କର ନିଜସ୍ୱ ପ୍ରୟାସ ଦ୍ୱାରା ପରିବାର ସହିତ ଆଉ ନିଜ ସମୂଦାୟ ସହିତ ମିଶିକରି ସେମାନେ କେଉଁ ପଦକ୍ଷେପ ଗ୍ରହଣ କରି ପାରିବେ, ଯାହା ଫଳରେ ଧରଣୀର ସୁରକ୍ଷା ହୋଇ ପାରିବ ? ଏହି ପୃଥିବୀର ସୁରକ୍ଷା ହୋଇ ପାରିବ ।
ଏ ସମସ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ମିଶନ ଲାଇଫରେ ରହିଛି । ମିଶନ ଲାଇଫର ମନ୍ତ୍ର ହେଉଛି ‘ଲାଇଫ୍ ଷ୍ଟାଇଲ ଫର୍ ଏନଭାଇରନମେଣ୍ଟ’ ଅର୍ଥାତ ‘ପର୍ଯ୍ୟାବରଣ ଜନିତ ଜୀବନଶୈଳୀ’। ପୃଥିବୀରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ପ୍ରୟାସର କାମନା ସହିତ ହିଁ ଆଜି ମୁଁ ମିଶନ ଲାଇଫର ଏହି ଦୃଷ୍ଟିଭଙ୍ଗୀକୁ ବିଶ୍ୱ ସାମ୍ନାରେ ରଖୁଛି । ମିଶନ ଲାଇଫ ଏହି ଧରଣୀର ସୁରକ୍ଷା ପାଇଁ ଜନ- ଜନଙ୍କ ଶକ୍ତିକୁ ଯୋଡ଼ିଥାଏ, ସେଗୁଡ଼ିକର ଉନ୍ନତ ବ୍ୟବହାର କରିବାକୁ ଶିଖାଇଥାଏ। ମିଶନ ଲାଇଫ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଲଢ଼େଇକୁ ଗଣତାନ୍ତ୍ରିକ- ଡେମୋକ୍ରାଟିକ, ଏକ ପ୍ରକାରରେ ତାହାର ବିସ୍ତାର କରୁଛି । ଯେଉଁଥିରେ ପ୍ରତ୍ୟେକ ନିଜର ସାମର୍ଥ୍ୟ ଅନୁସାରେ ଯୋଗଦାନ ଦେଇ ପାରିବେ । ମିଶନ ଲାଇଫ ଏହି କଥା ଉପରେ ବିଶ୍ୱାସ କରିଥାଏ ଯେ ଛୋଟ- ଛୋଟ ପ୍ରୟାସଗୁଡ଼ିକର ମଧ୍ୟ ବ୍ୟାପକ ପ୍ରଭାବ ହୋଇପାରେ । ମିଶନ ଲାଇଫ ଆମକୁ ପ୍ରେରିତ କରିଥାଏ ଯେ ଆମେ ସମସ୍ତେ ଆମର ଦୈନନ୍ଦିନ ଜୀବନରେ ଏଭଳି ବହୁତ କିଛି କରି ପାରିବା ଯାହାଦ୍ୱାରା ପର୍ଯ୍ୟାବରଣର ସୁରକ୍ଷା ହୋଇ ପାରିବ । ମିଶନ ଲାଇଫ ଏହା ମାନିଥାଏ ଯେ ନିଜର ଜୀବନଚର୍ଯ୍ୟାରେ ପରିବର୍ତନ କରି ଆମେ ପରିବେଶର ସୁରକ୍ଷା କରି ପାରିବା। ମୁଁ ଆପଣଙ୍କୁ ଦୁଇଟି ମନକୁ ଛୁଉଁଥିବା ଭଳି ଉଦାହରଣ ଦେବାକୁ ଚାହିଁବି, ଖୁବ ସରଳ କଥା ମୁଁ କହିବାକୁ ଚାହୁଁଛି। ଆପଣମାନେ ଦେଖିଥିବେ କିଛି ଲୋକଙ୍କୁ ଏସିର ତାପମାତ୍ରାକୁ 17 କିମ୍ବା 18 ଡିଗ୍ରୀରେ ରଖିବାକୁ ଖୁବ ଭଲ ଲାଗିଥାଏ । କିନ୍ତୁ ଏସିର ତାପମାତ୍ରାକୁ ଏତେ କମ୍ କରିଦେବା ପରେ ସେହି ଲୋକମାନେ ଶୋଇବା ସମୟରେ କମ୍ବଳ କିମ୍ବା ରେଜେଇର ସାହାରା ନିଅନ୍ତି । ଏସିର ପ୍ରତ୍ୟେକ ଡିଗ୍ରୀ ତାପମାତ୍ରା କମ୍ କରିବା, ପରିବେଶ ଉପରେ ସେତିକି ପରିମାଣରେ ନକରାତ୍ମକ ପ୍ରଭାବ ଅର୍ଥାତ ତାକୁ ଯଦି ଆମେ ରୋକି ପାରିବା ଯଦି ଆମେ ଚେଷ୍ଟା କରିବା ତେବେ କରି ପାରିବା। ଅର୍ଥାତ ଆମେ ଆମର ଜୀବନଶୈଳୀକୁ ଠିକ କରିଦେବା, ତେବେ ତ ପର୍ଯ୍ୟାବରଣ ପାଇଁ କେତେ ବଡ଼ ସାହାଯ୍ୟ କରି ପାରିବା। ଜୀବନଶୈଳୀ ଦ୍ୱାରା ଯେଉଁଠି, ମୁଁ ଆଉ ଏକ ଉଦାହରଣ ଦେବାକୁ ଚାହିଁବି । ଆମେ ଦେଖୁ କିଛି ଲୋକ ହାରାହାରି 5 କିଲୋମିଟର ପ୍ରତି ଲିଟର ଦେଖାଉଥିବା ଗାଡ଼ିକୁ ନେଇ ଜିମ୍ ବା ବ୍ୟାୟାମଶାଳା ଯାଆନ୍ତି ଆଉ ଜିମରେ ଟ୍ରେଡ ମିଲରେ ମାଡିବସି ନିଜର ଝାଳ ବୁହାଇବା ପାଇଁ ଚେଷ୍ଟା କରନ୍ତି । ଆରେ ଭାଇ, ଯଦି ଏହି ଝାଳ ଆପଣ ପାଦରେ ଚାଲିକରି କିମ୍ବା ସାଇକେଲରେ ଜିମକୁ ଯାଇ ବୁହାଇ ପାରିବେ ତେବେ ପର୍ଯ୍ୟାବରଣର ରକ୍ଷା ମଧ୍ୟ ହୁଅନ୍ତା ଆଉ ଆପଣଙ୍କର ସ୍ୱାସ୍ଥ୍ୟର ମଧ୍ୟ ସୁରକ୍ଷା ହୋଇ ପାରନ୍ତା।
ସାଥୀଗଣ,
ଜୀବନଶୈଳୀ ଦ୍ୱାରା ବ୍ୟକ୍ତିଗତ ଏବଂ ସମାଜର ଛୋଟ- ଛୋଟ ପ୍ରୟାସଗୁଡ଼ିକ ଦ୍ୱାରା କିଭଳି ବଡ଼- ବଡ଼ ପରିଣାମ ଆସିପାରେ । ମୁଁ ଏହାର ଉଦାହରଣ ଦେବାକୁ ଚାହିଁବି । ଭାରତରେ ଆମେ କିଛି ବର୍ଷ ପୂର୍ବେ ବିଦେଶୀମାନଙ୍କୁ ଅଧିକରୁ ଅଧିକ ଏଲଇଡି ବଲବ୍ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ଉଦ୍ଦେଶ୍ୟ ଏହା ଥିଲା ଯେ ଲୋକମାନଙ୍କର ବିଜୁଳି ବିଲ କମ୍ ହେଉ, ବିଜୁଳି ଜନିତ ଖର୍ଚ୍ଚ କମ୍ ହେଉ ଆଉ ପର୍ଯ୍ୟାବରଣର ମଧ୍ୟ ସୁରକ୍ଷା ହୋଇପାରୁ। ସରକାର ଏଲଇଡି ବଲବର ଏକ ଯୋଜନା ଆରମ୍ଭ କଲେ ଆଉ ଦେଶର ଘରୋଇ କ୍ଷେତ୍ର ମଧ୍ୟ ଏଥିରେ ସାମିଲ ହୋଇଗଲା। ଏଠାକୁ ଆସିଥିବା ଅନ୍ତରାଷ୍ଟ୍ରୀୟ ବିଶେଷଜ୍ଞ ଏହା ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ କିଛି ସମୟ ଭିତରେ ଭାରତର ଲୋକମାନେ 160 କୋଟି ଏଲଇଡି ବଲବ୍ ନିଜ ନିଜ ଘରେ ଲଗାଇ ଦେଇଛନ୍ତି, ପରିବର୍ତନ କରିଦେଲେ ଆଉ ଏହାର ପ୍ରଭାବ ଏହା ହେଲା ଯେ 100 ମିଲିୟନ ଟନରୁ ଅଧିକ ଅଙ୍ଗାରକାମ୍ଳର ଉତ୍ପାଦନ କମ୍ କରି ପାରିଲେ, ତାହାର ଉତ୍ସର୍ଜନ କରି ପାରିଲେ । ଆଉ ମୁଁ ଆପଣମାନଙ୍କୁ ଏହି କଥାକୁ ନିଶ୍ଚିତ ଭାବେ ନୋଟ୍ କରିବାକୁ କହିବି ଯେ, ଏହା ପ୍ରତିବର୍ଷ ହେଉଛି, ଏହା କେବଳ ଗୋଟିଏ ବର୍ଷର ଘଟଣା ନୁହେଁ, ପ୍ରତି ବର୍ଷ ଏହି ଲାଭ ମିଳିବାକୁ ଯାଉଛି ଆଉ ତାହାର ଲାଭ ମିଳିବ। ଲାଭ ହେଉଛି। ଏଲଇଡି ବଲବ୍ ଦ୍ୱାରା ପ୍ରତିବର୍ଷ ଏତିକି ଉତ୍ସର୍ଜନ କମ ହେବାକୁ ଲାଗିଛି।
ସାଥୀଗଣ,
ଗୁଜରାଟ ହେଉଛି ମହାତ୍ମାଗାନ୍ଧିଙ୍କ ଭୂମି, ହେଉଛି ତାଙ୍କର ଜନ୍ମଭୂମି । ତେବେ ସେହି ବିଚାରକମାନେ ଯେଉଁମାନଙ୍କ ମଧ୍ୟରୁ ଜଣେ ଯିଏ ବହୁତ ପର୍ଯ୍ୟାବରଣ ସଂରକ୍ଷଣ ଏବଂ ପ୍ରକୃତି ସହିତ ସମନ୍ୱୟ ରକ୍ଷା କରି ଜୀବନ ଜୀଇଁବାର ଗୁରୁତ୍ୱ ବୁଝି ଯାଇଥିଲେ। ସେମାନେ ବିଶ୍ୱସନୀୟତାର ଅବଧାରଣ ବିକଶିତ କରିଥିଲେ। ମିଶନ ଲାଇଫ ଏହି ସମସ୍ତଙ୍କୁ ପର୍ଯ୍ୟାବରଣର ଟ୍ରଷ୍ଟି କରିଥାଏ। ସେହିମାନେ ଟ୍ରଷ୍ଟି ହୋଇଥାଆନ୍ତି ଯେଉଁମାନେ ସଂସାଧନଗୁଡ଼ିକର ଅବିଚାରିତ ଭାବେ ବ୍ୟବହାର ହେବାକୁ ଦେଇ ନ ଥାଆନ୍ତି। ଜଣେ ଟ୍ରଷ୍ଟି ଏକ ଶୋଷକ ଭାବେ ନୁହେଁ ବରଂ ପୋଷକ ରୂପେ କାର୍ଯ୍ୟ କରି ଥାଆନ୍ତି। ମିଶନ ଲାଇଫ ପି-୩ର ଅବଧାରଣାକୁ ସୁଦୃଢ କରିବ । ପି-୩ ଅର୍ଥାତ ଉପଗ୍ରହ ଅନୁକୂଳ ଲୋକ । ଆଜି ଆମେ ଏକ ଏଭଳି ବିଶ୍ୱରେ ବଞ୍ଚି ରହୁଛେ ଯେଉଁଠାରେ ଏହି କଥାର ଚର୍ଚ୍ଚା ହେଉଛି ଯେ କିଏ କେଉଁ ଦେଶ ଅବା ଗୋଷ୍ଠୀ ସହିତ ରହିଛି, ଆଉ କିଏ କେଉଁ ଦେଶ ଅବା ଗୋଷ୍ଠୀର ବିରୋଧରେ ରହିଛି । କିନ୍ତୁ ମିଶନ ଲାଇଫ, ଧରଣୀର ମଣିଷଙ୍କୁ ଉପଗ୍ରହ ଅନୁକୂଳ ଲୋକ ଭାବେ ଯେଡୁଛି, ସେମାନଙ୍କୁ ନିଜର ବିଚାରରେ ସମାହିତ କରିବାର ଅଛି, ଏକାଠି କରି ଦେଉଛି। ଏହା ‘ଉପଗ୍ରହର ଜୀବନ ଶୈଳୀ, ଉପଗ୍ରହ ପାଇଁ ଏବଂ ଉପଗ୍ରହ ଦ୍ୱାରା’ର ମୌଳିକ ସିଦ୍ଧାନ୍ତ ରୂପରେ ଚାଲିଥାଏ।
ସାଥୀଗଣ,
ଅତୀତରୁ ହିଁ ଶିକ୍ଷା ଲାଭ କରି ଆମେ ଉନ୍ନତ ଭବିଷ୍ୟତର ନିର୍ମାଣ କରି ପାରିବା । ଭାରତରେ ହଜାର- ହଜାର ବର୍ଷ ଧରି ପ୍ରକୃତିର ପୂଜା ଭଳି ସମୃଦ୍ଧ ପରମ୍ପରା ରହି ଆସିଛି । ଆମର ବେଦଗୁଡ଼ିକରେ ମଧ୍ୟ ବହୁତ ହିଁ ସଠିକ ଢ଼ଂଗରେ କୁହାଯାଇଛି ଆଉ ଜଳ, ମାଟି, ବାୟୁ ଏବଂ ସମସ୍ତ ପ୍ରକୃତି ପ୍ରଦତ ଜିନିଷଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ବୁଝାଯାଇଛି। ଯେଭଳି, ଅଥର୍ବ ବେଦ କୁହେ : ମାତା ଭୂମିଃ ପୁତ୍ରୌଃହଂ ପୃଥବ୍ୟାଃ। ଅର୍ଥାତ, ପୃଥିବୀ ହେଉଛି ଆମର ମାତା ଏବଂ ଆମେ ହେଉଛେ ତାହାର ସନ୍ତାନ। ‘ରିଡ୍ୟୁସ, ରିୟୁଜ ଏବଂ ରିସାଇକେଲ’ ଅର୍ଥାତ (ହ୍ରାସ କରିବା, ପୁନଃ ବ୍ୟବହାର କରିବା ଏବଂ ପୁନଃଚକ୍ରଣ କରିବା) ଏବଂ ସର୍କୁଲାର ଅର୍ଥନୀତି, ହଜାର-ହଜାର ବର୍ଷ ଧରି ଆମ ଭାରତବାସୀଙ୍କ ଜୀବନଶୈଳୀର ଅଙ୍ଗ ହୋଇ ରହିଛି । ଆଉ ଆମେ ସମସ୍ତେ ଜାଣିଛୁ ଯେ ବିଶ୍ୱର ଯେକୌଣସି ମଧ୍ୟ ଅଂଚଳରେ, କେତେକ ଦେଶରେ, ଆଜି ମଧ୍ୟ ଏଭଳି ପ୍ରଥାମାନ ପ୍ରଚଳିତ ଅଛି, ଯାହାକି ଆମକୁ ପ୍ରକୃତି ସହିତ ମିଳିମିଶି ତାଳମେଳ ବସାଇ ଚଳିବା ପାଇଁ ପ୍ରେରଣା ପ୍ରଦାନ କରିଥାଏ । ମିଶନ ଲାଇଫ୍ ପ୍ରକୃତିର ସଂରକ୍ଷଣ ସହିତ ଜଡ଼ିତ ପ୍ରତ୍ୟେକ ସେହି ଜୀବନଶୈଳୀକୁ ସମାହିତ କରିବ, ଯାହାକୁ ଆମର ପୂର୍ବ ପୁରୁଷମାନେ ଆପଣାଇଥିଲେ, ଆଉ ଯାହାକୁ ଆମେ ଆମର ଜୀବନଶୈଳୀର ଅଂଶ କରି ପାରିବା।
ସାଥୀଗଣ,
ଆଜି ଭାରତରେ ବାର୍ଷିକ ପ୍ରତି ବ୍ୟକ୍ତିଙ୍କ ହିସାବରେ ଅଙ୍ଗାରକ ଫୁଟପ୍ରିଣ୍ଟ ହେଉଛି ପ୍ରାୟତଃ ଦେଢ଼ ଟନ, ଯେତେବେଳେ କି ବିଶ୍ୱରେ ପ୍ରତି ବର୍ଷ ହାରାହାରି 4ଟନ। ପୁଣି ମଧ୍ୟ, ଭାରତ ଜଳବାୟୁ ପରିବର୍ତନ ଭଳି ବୈଶ୍ୱିକ ସମସ୍ୟାର ସମାଧାନ ପାଇଁ ସବୁଠାରୁ ଆଗରେ ଆସି କାର୍ଯ୍ୟ କରୁଛି। ଏହା ଉଜ୍ଜ୍ୱଳା ଯୋଜନା ଆରମ୍ଭ କଲା ଫଳରେ କୋଇଲା ଏବଂ କାଠର ଧୂଆଁରୁ ମୁକ୍ତି ମିଳୁ। ଆମେ ଜଳ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତରେ ପ୍ରତି ଜିଲ୍ଲାରେ 75 ‘ଅମୃତ ସରୋବର’ ଆଜି ନିର୍ମାଣ କରିବାର ବହୁତ ବଡ଼ ଅଭିଯାନ ଚଳାଉଛୁ । ଆମର ଏଠାରେ ଆବର୍ଜନାରୁ ସମ୍ପଦ ଉପରେ ଅଦ୍ଭୂତପୂର୍ବ ଭାବେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଆଜି ଭାରତ ପାଖରେ ବିଶ୍ୱରେ ନବୀକରଣ ଯୋଗ୍ୟ ଶକ୍ତିର ଚତୁର୍ଥ ସବୁଠାରୁ ବୃହତ କ୍ଷମତା ରୂପେ ଆମେ ଠିଆ ହୋଇ ପାରିଛେ । ଆଜି ଆମେ ପବନ ଶକ୍ତିରେ ମଧ୍ୟ ଚତୁର୍ଥ ସ୍ଥାନରେ ରହିଛୁ, ସୌର ଶକ୍ତିରେ ପଂଚମ ସ୍ଥାନରେ ରହିଛେ। ବିଗତ 7-8 ବର୍ଷରେ ଭାରତର ନବୀକରଣ ଯୋଗ୍ୟ ଶକ୍ତିର କ୍ଷମତାରେ ପ୍ରାୟତଃ 290 ପ୍ରତିଶତର ବୃଦ୍ଧି ଘଟିଛି । ଆମେ ବିଦ୍ୟୁତ ଶକ୍ତି କ୍ଷମତାର 40 ପ୍ରତିଶତ ଅଣ-ଜୈବିକ-ଇନ୍ଧନ ଅର୍ଥାତ ସେହି ଉତ୍ସକୁ ହିଁ ହାସିଲ କରିବାର ଲକ୍ଷ୍ୟକୁ ମଧ୍ୟ ଆମେ ସମୟସୀମାର 9 ବର୍ଷ ପୂର୍ବରୁ ହାସଲ କରି ନେଇଛୁ । ଆମେ ପେଟ୍ରୋଲରେ 10 ପ୍ରତିଶତ ଇଥାନଲ ବ୍ଲେଡିଙ୍ଗ ବା ମିଶ୍ରଣର ଲକ୍ଷ୍ୟକୁ ମଧ୍ୟ ହାସଲ କରିଥିଲୁ, ଆଉ ତାହାକୁ ମଧ୍ୟ ସମୟସୀମାର 5 ମାସ ପୂର୍ବରୁ ହିଁ ଆମେ ପୂରଣ କରି ନେଇଛୁ। ଭାରତ ପେଟ୍ରୋଲରେ 20 ପ୍ରତିଶତ ଇଥାନଲ ବ୍ଲେଡିଙ୍ଗ ବା ମିଶ୍ରଣର ଲକ୍ଷ୍ୟକୁ ନେଇ କାର୍ଯ୍ୟ କରୁଛି । ଉଦଜାନ ଇକୋ-ସିଷ୍ଟମ ପାଇଁ ଭାରତ ପର୍ଯ୍ୟାବରଣ ଅନୁକୂଳ ଉର୍ଜ୍ଜା ସ୍ରୋତ ଆଡ଼କୁ ମଧ୍ୟ ବହୁତ ଦ୍ରୁତ ଗତିରେ ପାଦ ବଢ଼ାଉଛି, ଆଉ ଏହି ଗୁଜରାଟ ଏହି ସବୁଜ ଉଦଜାନ ପାଇଁ ହବ୍ ରୂପେ ବିକଶିତ ହୋଇ ଚାଲିଛି । ଏହାଦ୍ୱାରା ଭାରତ ଏବଂ ବିଶ୍ୱର ଅନେକ ଦେଶଗୁଡ଼ିକୁ ନେଟ୍ ଜିରୋର ନିଜସ୍ୱ ଲକ୍ଷ୍ୟକୁ ହାସିଲ କରିବାରେ ବହୁତ ବଡ଼ ସାହାଯ୍ୟ ମିଳି ପାରିବ।
ସାଥୀଗଣ,
ଆଜି ଭାରତ ପ୍ରଗତି ମଧ୍ୟ କରୁଛି ଆଉ ପ୍ରକୃତିର ମଧ୍ୟ ସେତିକି ଉତ୍ତମ ଉଦାହରଣ ସୃଷ୍ଟିକରି ତାଳମେଳ ରକ୍ଷା କରି ଜୀଇଁବାର ଏକ ରାସ୍ତା ନିର୍ମାଣ କରୁଛି । ଆଜି ଭାରତ ବିଶ୍ୱର ପଞ୍ଚମ ବଡ଼ ଅର୍ଥବ୍ୟବସ୍ଥା ମଧ୍ୟ ହୋଇଛି, ଆମର ବନ ଅଂଚଳର ପରିସୀମା ମଧ୍ୟ ବୃଦ୍ଧି ହେଉଛି, ବଣ୍ୟ ଜୀବଙ୍କ ସଂଖ୍ୟାରେ ମଧ୍ୟ ଆମର ଏଠାରେ କ୍ରମାଗତ ଭାବେ ବୃଦ୍ଧି ହେଉଛି । ଭାରତ ଏବେ ବିଶ୍ୱ ସହିତ ନିଜର ଭାଗିଦାରୀକୁ ଆହୁରି ଅଧିକ ବଢ଼ାଇବାକୁ ଚାହୁଁଛି । ୱାନ- ସନ୍, ୱାନ- ୱାର୍ଲ୍ଡ,, ୱାନ- ଗ୍ରୀଡ଼ ଭଳି ଅଭିଯାନ ଏହିଭଳି ହିଁ ଲକ୍ଷ୍ୟ ଆଡ଼କୁ ଆମର ସଂକଳ୍ପକୁ ସୁଦୃଢ଼ କରୁଛି । ବିପର୍ଯ୍ୟୟ ପ୍ରତିରୋଧ ସହଯୋଗ ଭିତ୍ତିଭୂମି ଏହାର ପ୍ରତିଷ୍ଠାର ନେତୃତ୍ୱ ନେଇ ଭାରତ ପର୍ଯ୍ୟାବରଣର ସୁରକ୍ଷା ପ୍ରତି ନିଜର ଅବଧାରଣା ଦ୍ୱାରା ବିଶ୍ୱକୁ ଅବଗତ କରାଇ ସାରିଛି । ମିଶନ ଲାଇଫ୍ ହେଉଛି ଏହି ଶୃଙ୍ଖଳର ଆଗାମୀ ପଦକ୍ଷେପ।
ସାଥୀଗଣ,
ମହାସଚିବ ଆଣ୍ଟୋନିଓ ଗୁଟେରସ୍, ମୋର ଏହି କଥା ସହିତ ସେ ସହମତ ହେବେ ଯେ ଯେତେବେଳେ ମଧ୍ୟ ଭାରତ ଏବଂ ମିଳିତ ଜାତିସଂଘ ମିଳିମିଶି କାର୍ଯ୍ୟ କରିଛନ୍ତି, ବିଶ୍ୱକୁ ଉନ୍ନତ କରିବାର ନୂତନ ପଥ ମିଳିଛି । ଭାରତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଇଁ ପ୍ରସ୍ତାବ ଦେଇଥିଲା, ଯାହାକୁ ସଂଯୁକ୍ତ ରାଷ୍ଟ୍ର ସମର୍ଥନ କରିଥିଲା ଆଉ ଆଜି ସଂଯୁକ୍ତ ରାଷ୍ଟ୍ରର ସେହି ସମର୍ଥନ କାରଣରୁ ବିଶ୍ୱର କୋଟି-କୋଟି ଲୋକଙ୍କୁ ସୁସ୍ଥ ଜୀବନର ପ୍ରେରଣା ନିମନ୍ତେ ଯୋଗ ଏକ କାରଣ ହୋଇ ଯାଇଛି। ଭାରତ ନିଜର ପାରମ୍ପରିକ ଏବଂ ପର୍ଯ୍ୟାବରଣ ଅନୁକୂଳ, ବଡ଼ଦାନା ଶସ୍ୟ ସହିତ ବିଶ୍ୱକୁ ଯୋଡ଼ିବାକୁ ଚାହୁଁଥିଲା। ମିଳିତ ଜାତିସଂଘ ଏହି କଥାକୁ ମଧ୍ୟ ସମର୍ଥନ କଲା। ଆମେ ଆଗାମୀ ବର୍ଷ ଅନ୍ତରାଷ୍ଟ୍ରୀୟ ମିଲେଟ ବର୍ଷ ପାଳନ କରିବାକୁ ଯାଉଛୁ, କିନ୍ତୁ ଏବେଠାରୁ ସାରା ବିଶ୍ୱରେ ଏହାର ଚର୍ଚ୍ଚା ହେବାକୁ ଆରମ୍ଭ ହୋଇ ଗଲାଣି । ମୋର ବିଶ୍ୱାସ ରହିଛି ଯେ ମିଳିତ ଜାତିସଂଘର ସମର୍ଥନ ଦ୍ୱାରା ମିଶନ ଲାଇଫକୁ ବିଶ୍ୱର ପ୍ରତ୍ୟେକ କୋଣ-ଅନୁକୋଣରେ, ପ୍ରତ୍ୟେକ ଦେଶରେ, ନାଗରିକମାନଙ୍କ ପାଖରେ ପହଞ୍ଚାଇବାରେ ବହୁତ ବଡ଼ ସଫଳତା ମିଳିବ । ଆମକୁ ଏହି ମନ୍ତ୍ରକୁ ମନେ ରଖିବାକୁ ହେବ – ପ୍ରକୃତି ରକ୍ଷତି ରକ୍ଷିତା। ଅର୍ଥାତ, ଯେଉଁମାନେ ପ୍ରକୃତିର ରକ୍ଷା କରନ୍ତି, ପ୍ରକୃତି ସେମାନଙ୍କର ରକ୍ଷା କରିଥାଏ। ମୋର ବିଶ୍ୱାସ ରହିଛି, ଏହି ମିଶନ ଲାଇଫ୍ ରେ ଚାଲି ଏକ ଉନ୍ନତ ଦୁନିଆର ନିର୍ମାଣ କରି ପାରିବା। ଆପଣ ସମସ୍ତଙ୍କୁ ଆଉ ଥରେ ପୁଣି ମୁଁ କୃତଜ୍ଞତା ଜ୍ଞାପନ କରୁଛି ଆଉ ସଂଯୁକ୍ତ ରାଷ୍ଟ୍ରର ଏହି ସମର୍ଥନ ପାଇଁ ମୁଁ ଆଉ ଥରେ ପୁଣି ହୃଦୟରୁ ଧନ୍ୟବାଦ ଜଣାଇ ମୋର ବାଣୀକୁ ବିରାମ ଦେଉଛି।
ଧନ୍ୟବାଦ।
*****
AH
Mission LiFE is a global movement to safeguard our environment from impact of climate change. https://t.co/aW6Vr556TA
— Narendra Modi (@narendramodi) October 20, 2022
PM @narendramodi begins his address at global launch of Mission LiFE.
— PMO India (@PMOIndia) October 20, 2022
The event is happening at the Statue of Unity in Kevadia. pic.twitter.com/mfNYxex3DD
Gujarat has been leading from the front in efforts towards renewable energy and environment protection. pic.twitter.com/A6jCMFx44e
— PMO India (@PMOIndia) October 20, 2022
Climate change goes beyond only policy making. pic.twitter.com/myYczP3XO4
— PMO India (@PMOIndia) October 20, 2022
मिशन लाइफ का मंत्र है ‘Lifestyle For Environment’ pic.twitter.com/KXrrqF2KMz
— PMO India (@PMOIndia) October 20, 2022
Mahatma Gandhi spoke about Trusteeship.
— PMO India (@PMOIndia) October 20, 2022
Mission LiFE encourages us to be a trustee of the environment. pic.twitter.com/QTbh9cyRs5
Pro Planet People. pic.twitter.com/1Yr0ITiHmF
— PMO India (@PMOIndia) October 20, 2022
Lifestyle of the planet, for the planet and by the planet. pic.twitter.com/2G4taEAGTE
— PMO India (@PMOIndia) October 20, 2022
Reduce, reuse, recycle as well as circular economy has been an integral part of Indians since thousands of years. pic.twitter.com/aYHBBKEFun
— PMO India (@PMOIndia) October 20, 2022
India is committed to tackle the menace of climate change. pic.twitter.com/2LHaaBVxXF
— PMO India (@PMOIndia) October 20, 2022
‘प्रगति भी और प्रकृति भी’ pic.twitter.com/xiFncvCZHD
— PMO India (@PMOIndia) October 20, 2022