ନମସ୍ତେ,
କେମିତି ଅଛନ୍ତି ସମସ୍ତେ । ହଁ, ଏବେ କିଛି ଉତ୍ସାହ ଆସିଲା।
ଗୁଜରାଟର ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଦେବବ୍ରତ ମହାଶୟ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ଗୁଜରାଟ ସରକାରଙ୍କର ମନ୍ତ୍ରୀଗଣ, ଶିକ୍ଷା ଜଗତର ସମସ୍ତ ପ୍ରସିଦ୍ଧ ବ୍ୟକ୍ତିତ୍ୱ, ଗୁଜରାଟର ପ୍ରତିଭାବାନ ବିଦ୍ୟାର୍ଥୀ ବନ୍ଧୁ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ର ମହିଳା ଓ ଭଦ୍ରବ୍ୟକ୍ତିଗଣ!
ଆଜି ଗୁଜରାଟ ଅମୃତକାଳର ଅମୃତ ପିଢ଼ୀର ନିର୍ମାଣ ଆଡ଼କୁ ବହୁତ ବଡ଼ ପଦକ୍ଷେପ ଉଠାଉଛି। ବିକଶିତ ଭାରତ ପାଇଁ ବିକଶିତ ଗୁଜରାଟର ନିର୍ମାଣ ଆଡକୁ ଏହା ଏକ ମାଇଲ ଖୁଂଟ ସାବ୍ୟସ୍ତ ହେବାକୁ ଯାଉଛି। ମିସନ ସ୍କୁଲ୍ସ୍ ଅଫ୍ ଏକ୍ସଲେନ୍ସ ଏହାର ଶୁଭାରମ୍ଭରେ ମୁଁ ସମସ୍ତ ଗୁଜରାଟବାସୀଙ୍କୁ, ସମସ୍ତ ଅଧ୍ୟାପକମାନଙ୍କୁ, ସମସ୍ତ ଯୁବ ସାଥୀମାନଙ୍କୁ, କେବଳ ଏତିକି ହିଁ ନୁହେଁ, ଆଗାମୀ ପିଢ଼ୀଙ୍କୁ ମଧ୍ୟ ବହୁତ– ବହୁତ ଶୁଭେଚ୍ଛା ଜଣାଉଛି, ଶୁଭକାମନା ଜଣାଉଛି।
ସାଥୀଗଣ,
ନିକଟରେ ଦେଶ ମୋବାଇଲ ଏବଂ ଇଂଟରନେଟର 5ମ ଜେନେରେସନ ଅର୍ଥାତ 5–ଜିର ଯୁଗରେ ପ୍ରବେଶ କରିଛି। ଆମେ ଇଂଟରନେଟର 1–ଜି ରୁ ନେଇ 4–ଜି ପର୍ଯ୍ୟନ୍ତ ସେବାର ଉପଯୋଗ କରିଛେ। ଏବେ ଦେଶରେ 5–ଜି ବଡ଼ ପରିବର୍ତନ ଆଣିବାକୁ ଯାଉଛି । ପ୍ରତ୍ୟେକ ଜେନେରେସନ ସହିତ କେବଳ ସ୍ପିଡ଼ ବା ଗତି ବଢ଼ି ନ ଥାଏ, ବରଂ ପ୍ରତ୍ୟେକ ଜେନେରେସନ ଟେକ୍ନୋଲୋଜିକୁ ଜୀବନର ପ୍ରାୟତଃ ସମସ୍ତ ଦିଗ ସହିତ ଯୋଡ଼ିଛି।
ସାଥୀଗଣ,
ଏହିଭଳି ଭାବେ ଆମେ ଦେଶରେ ସ୍କୁଲଗୁଡ଼ିକରେ ମଧ୍ୟ ଭିନ୍ନ– ଭିନ୍ନ ଜେନେରେସନକୁ ଦେଖିଛୁ। ଆଜି 5–ଜି, ସ୍ମାର୍ଟ ସୁବିଧାଗୁଡ଼ିକ, ସ୍ମାର୍ଟ ଶ୍ରେଣୀଗୃହ, ସ୍ମାର୍ଟ ଶିକ୍ଷାଦାନରୁ ଆଗକୁ ଯାଇ ଆମର ଶିକ୍ଷା ବ୍ୟବସ୍ଥାକୁ ପରବର୍ତୀ ସ୍ତର ପର୍ଯ୍ୟନ୍ତ ନେଇଯିବ। ଏବେ ଭର୍ଚୁଆଲ ରିୟଲିଟି, ଇଂଟରନେଟ ଅଫ୍ ଥିଙ୍ଗସ୍, ଏହାର ଶକ୍ତିକୁ ମଧ୍ୟ ଆମର ଛୋଟ– ଛୋଟ ବାଳ ସାଥୀ, ଆମର ବିଦ୍ୟାର୍ଥୀ ସ୍କୁଲ ଗୁଡ଼ିକରେ ବହୁତ ସହଜରେ ଅନୁଭବ କରି ପାରିବେ। ମୁଁ ଖୁସି ଯେ ଗୁଜରାଟ ଏହି ମିସନ ସ୍କୁଲ୍ସ ଅଫ୍ ଏକ୍ସଲେନ୍ସ ଭାବେ ସମଗ୍ର ଦେଶରେ ବହୁତ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଓ ସର୍ବ ପ୍ରଥମ ପଦକ୍ଷେପ ଉଠାଇଛି। ମୁଁ ଭୂପେନ୍ଦ୍ର ଭାଇଙ୍କୁ, ତାଙ୍କ ସରକାରଙ୍କୁ, ତାଙ୍କ ସମଗ୍ର ଟିମକୁ ସାଧୁବାଦ ଜଣାଉଛି, ଶୁଭକାମନା ଦେଉଛି।
ସାଥୀଗଣ,
ବିଗତ ଦୁଇ ଶତକରେ ଗୁଜରାଟରେ ଶିକ୍ଷା କ୍ଷେତ୍ରରେ ଯେଉଁ ପରିବର୍ତନ ଆସିଛି, ତାହା ହେଉଛି ଅଦ୍ଭୂତପୂର୍ବ । 20 ବର୍ଷ ପୂର୍ବରୁ ପରିସ୍ଥିତି ଏଭଳି ଥିଲା ଯେ ଗୁଜରାଟରେ 100 ରୁ 20 ପିଲା ସ୍କୁଲ ହିଁ ଯାଉ ନଥିଲେ, ସେମାନଙ୍କ ମଧ୍ୟରୁ ବହୁତ ପିଲା 8ମ ଶ୍ରେଣୀ ପର୍ଯ୍ୟନ୍ତ ଯାଉ–ଯାଉ ସ୍କୁଲ ଛାଡ଼ି ଦେଉଥିଲେ । ଆଉ ଏହା ମଧ୍ୟ ଦୁର୍ଭାଗ୍ୟର କଥା ଥିଲା ଯେ ଝିଅମାନଙ୍କର ସ୍ଥିତି ତ ଆହୁରି ଅଧିକ ଖରାପ ଥିଲା। ଗାଁ ପରେ ଗାଁ ଏଭଳି ଥିଲା, ଯେଉଁଠାରେ ଝିଅମାନଙ୍କୁ ସ୍କୁଲକୁ ପଠାଯାଉ ନ ଥିଲା। ଆଦିବାସୀ ଅଂଚଳରେ ଯାହା ଟିକେ ଅଧିକ ପାଠପଢ଼ା କେନ୍ଦ୍ର ଥିଲା, ସେଠାରେ ବିଜ୍ଞାନ ପଢ଼ାଇବାର ସୁବିଧା ମଧ୍ୟ ନ ଥିଲା। ଆଉ ମୁଁ ଖୁସି ଯେ, ମୁଁ ଜିତୁ ଭାଇଙ୍କୁ ଆଉ ତାଙ୍କ ଟିମ କଳ୍ପନାକୁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି। ବୋଧହୁଏ ଆପଣମାନେ ଏଠାରୁ ଦେଖୁଥିଲେ, ମଂଚରେ କ’ଣ ହେଉଛି। ବୁଝି ପାରୁ ନ ଥିବେ। କିନ୍ତୁ ମୋର ଇଚ୍ଛା ହେଉଛି, ମୁଁ କହିଦେବି। ଏବେ ଯେଉଁ ପିଲାମାନେ ମୋତେ, ସାକ୍ଷାତ କଲେ, ସେମାନେ ସେହି ପିଲା ଥିଲେ, ଯେତେବେଳେ 2003ରେ ପ୍ରଥମ ସ୍କୁଲ ପ୍ରବେଶ ଉତ୍ସବ କରାଯାଇଥିଲା ଆଉ ମୁଁ ଆଦିବାସୀ ଗାଁକୁ ଯାଇଥିଲି। 40-45 ଡିଗ୍ରୀ ତାପମାତ୍ରା ଥିଲା। 13, 14 ଏବଂ 15 ଜୁନର ସେହି ଦିନ ଥିଲା ଆଉ ଯେଉଁ ଗାଁରେ ପିଲାମାନେ ସବୁଠାରୁ କମ୍ ଶିକ୍ଷିତ ଥିଲେ, ଆଉ ଝିଅମାନେ ମଧ୍ୟ କମ୍ ଶିକ୍ଷିତ ଥିଲେ, ସେହି ଗାଁକୁ ମୁଁ ଯାଇଥିଲି । ଆଉ ମୁଁ ଗାଁରେ କହିଥିଲି ଯେ ଭିକ୍ଷା ମାଗିବାକୁ ଆସିଛି । ଆଉ ଆପଣମାନେ ମୋତେ ଭିକ୍ଷାରେ କଥା ଦିଅନ୍ତୁ ଯେ ମୋତେ ଆପଣଙ୍କ ଝିଅକୁ ପାଠ ପଢ଼ାଇବାର ଅଛି ଆଉ ଆପଣ ନିଜ ଝିଅକୁ ପାଠ ପଢ଼ାଇବେ । ଆଉ ଏହା ପୂର୍ବରୁ କାର୍ଯ୍ୟକ୍ରମରେ ଯେଉଁମାନଙ୍କର ଆଙ୍ଗୁଳି ଧରି ମୁଁ ସ୍କୁଲ ଯାଇଥିଲି, ସେହି ପିଲାମାନଙ୍କୁ ଆଜି ଦର୍ଶନ କରିବାର ସୁଯୋଗ ମିଳିଛି। ଏହି ଅବସରରେ ମୁଁ ସର୍ବ ପ୍ରଥମେ ସେମାନଙ୍କ ମାତା– ପିତାଙ୍କୁ ବନ୍ଦନ ବା ପ୍ରଣାମ କରୁଛି, କାରଣ ସେମାନେ ମୋ କଥାକୁ ସ୍ୱୀକାର କରିଥିଲେ । ମୁଁ ସ୍କୁଲ ନେଇଗଲି, କିନ୍ତୁ ସେମାନେ ତାହାର ମାହାତ୍ମ୍ୟ ବୁଝି ପିଲାମାନଙ୍କୁ ଯେତେ ପଢ଼ାଇ ପାରିବେ ପଢ଼ାଇଲେ ଆଉ ଆଜି ନିଜ ଗୋଡ଼ରେ ନିଜେ ଠିଆ ହୋଇଥିବା ଦେଖିବାକୁ ମିଳିଲା। ମୁଁ ଏହି ପିଲାମାନଙ୍କୁ ସାକ୍ଷାତ କରି ବିଶେଷ କରି ତାଙ୍କ ମାତା– ପିତାଙ୍କୁ ବନ୍ଦନା କରିବାର ମନ ହେଉଛି। ଆଉ ଗୁଜରାଟ ସରକାରଙ୍କର ଜିତୁ ଭାଇଙ୍କୁ ଶୁଭେଚ୍ଛା ଦେଉଛି ଯେ ଆଜି ମୋତେ ଏହି ପିଲାମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିଲା, ଯେଉଁ ପିଲାମାନଙ୍କୁ ପଢ଼ାଇବା ପାଇଁ ସେମାନଙ୍କର ଆଙ୍ଗୁଳି ଧରି ସ୍କୁଲ ନେଇ ଯିବାର ସୌଭାଗ୍ୟ ମୋତେ ମିଳିଥିଲା।
ସାଥୀଗଣ,
ଏହି ଦୁଇ ଦଶକରେ ଗୁଜରାଟର ଲୋକମାନେ ନିଜ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର କାୟାକଳ୍ପ କରି ଦେଖାଇ ଦେଇଛନ୍ତି। ଏହି ଦୁଇ ଦଶକରେ ଗୁଜରାଟରେ ଏକ ଲକ୍ଷ ପଚିଶ ହଜାର ନୂତନ ଶ୍ରେଣୀଗୃହ ନିର୍ମାଣ ହୋଇଛି, 2 ଲକ୍ଷରୁ ଅଧିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ମୋତେ ଆଜି ମଧ୍ୟ ସେହି ଦିନ କଥା ମନେ ପଡ଼ୁଅଛି, ଯେତେବେଳେ ବାର୍ଷିକ ପ୍ରବେଶ ଉତ୍ସବ ଏବଂ କନ୍ୟା କେଲବନୀ ମହୋତ୍ସବ ଆରମ୍ଭ ହୋଇଥିଲା । ପ୍ରୟାସ ଏହା ଥିଲା ଯେ ପୁଅ– ଝିଅ ଯେତେବେଳେ ପ୍ରଥମ ଥର ସ୍କୁଲ ଆସିବେ, ସେତେବେଳେ ତାହାକୁ ଉତ୍ସବ ଭଳି ପାଳନ କରାଯିବ। ପରିବାରରେ ଉତ୍ସବ ହେଉ, ସାହିରେ ଉତ୍ସବ ହେଉ, ସାରା ଗାଁରେ ଉତ୍ସବ ହେଉ, କାରଣ ଦେଶର ନୂତନ ପିଢ଼ୀକୁ ଆମେ ଶିକ୍ଷିତ ଏବଂ ସଂସ୍କାରିତ କରିବା ଆରମ୍ଭ କରିଛେ। ମୁଖ୍ୟମନ୍ତ୍ରୀ ଥିବା ସମୟରେ ମୁଁ ନିଜେ ଗାଁକୁ ଗାଁ ଯାଇ ସବୁ ଲୋକଙ୍କୁ ନିଜ ଝିଅମାନଙ୍କୁ ସ୍କୁଲ ପଠାଇବାକୁ ଅନୁରୋଧ କରିଥିଲି ଆଉ ପରିଣାମ ଏହା ହେଲା ଯେ ଆଜି ଗୁଜରାଟରେ ପାଖାପାଖି ପ୍ରତ୍ୟେକ ପୁଅ– ଝିଅ ସ୍କୁଲ ଯିବାରେ ଲାଗିଛନ୍ତି, ସ୍କୁଲ ପରେ ଏବେ କଲେଜ ଯାଉଛନ୍ତି।
ସାଥୀଗଣ,
ଏହା ସହିତ ହିଁ ଆମେ ଶିକ୍ଷାର ଗୁଣବତା ଉପରେ ମଧ୍ୟ ସବୁଠାରୁ ଅଧିକ ଗୁରୁତ୍ୱ ଦେଲୁ, ପରିଣାମ ଉପରେ ମଧ୍ୟ ଗୁରୁତ୍ୱ ଦେଲୁ। ଏଥିପାଇଁ ଆମେ ପ୍ରବେଶ ଉତ୍ସବ ସହିତ ଗୁଣୋତ୍ସବର ମଧ୍ୟ ଶୁଭାରମ୍ଭ କରିଥିଲୁ। ଗୁଣାତ୍ମକ ଶିକ୍ଷା, ମୋର ଭଲ ଭାବେ ସ୍ମରଣ ଅଛି ଯେ ଗୁଣୋତ୍ସବରେ, ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର, ତାଙ୍କ କ୍ଷମତାର, ତାଙ୍କ ରୁଚିର, ତାଙ୍କ ଅରୁଚିର ବିସ୍ତୃତ ଭାବେ ଆକଳନ କରାଯାଉଥିଲା, ଏହା ସହିତ ଶିକ୍ଷକମାନଙ୍କର ମଧ୍ୟ ଆକଳନ କରାଯାଉଥିଲା। ଏହି ବହୁତ ବଡ଼ ଅଭିଯାନରେ ସ୍କୁଲ ବ୍ୟବସ୍ଥା ସହିତ ଆମର ଅମଲାମାନେ, ଆମର ଅଧିକାରୀ, ଏପରିକି ପୁଲିସ ଅଧିକାରୀ, ଜଙ୍ଗଲ ଅଧିକାରୀ, ସେମାନେ ମଧ୍ୟ ତିନି ଦିନ ପାଇଁ ଗାଁ– ଗାଁରେ, ସ୍କୁଲକୁ ଯାଉଥିଲେ, ଏହି ଅଭିଯାନର ଅଂଶ ପାଲଟି ଯାଉଥିଲେ। ଆଉ ମୁଁ ବହୁତ ଖୁସି ଯେ କିଛି ଦିନ ପୂର୍ବେ ଯେତେବେଳେ ମୁଁ ଗାନ୍ଧିନଗର ଆସିଥିଲି, ସେତେବେଳେ ଗୁଣୋତ୍ସବର ଏକ ବହୁତ ଅତ୍ୟାଧୁନିକ ବୈଷୟିକ ଜ୍ଞାନ ଆଧାରିତ ସଂସ୍କରଣ, ବିଦ୍ୟା ସମୀକ୍ଷା କେନ୍ଦ୍ର ରୂପେ ମୋତେ ଦେଖିବାକୁ ମିଳିଥିଲା। ବିଦ୍ୟା ସମୀକ୍ଷା କେନ୍ଦ୍ରର ଆଧୁନିକତା ଦେଖି କେହି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଆଉ ଆମ ଭାରତ ସରକାର, ଆମର ଶିକ୍ଷାମନ୍ତ୍ରୀ, ସାରା ଦେଶର ଶିକ୍ଷାମନ୍ତ୍ରୀମାନଙ୍କୁ ଆଉ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ଏଠାକୁ ଗାନ୍ଧିନଗରକୁ ଡକାଇଥିଲେ। ଆଉ ସମସ୍ତେ ଏହି ବିଦ୍ୟା ସମୀକ୍ଷା କେନ୍ଦ୍ରକୁ ଘଂଟା ଘଂଟା ଧରି ତାହାର ଅଧ୍ୟୟନ କରିବାରେ ବ୍ୟସ୍ତ ରହିଲେ। ଆଉ ପରେ ମଧ୍ୟ ରାଜ୍ୟମାନଙ୍କରୁ ପ୍ରତିନିଧି ଆସନ୍ତି ଆଉ ବିଦ୍ୟା ସମୀକ୍ଷା କେନ୍ଦ୍ରର ଅଧ୍ୟୟନ କରି ସେହି ମଡେଲକୁ ନିଜ ରାଜ୍ୟକୁ ନେଇ ଯିବାର ଚେଷ୍ଟା କରୁଛନ୍ତି। ଏଥିପାଇଁ ମଧ୍ୟ ଗୁଜରାଟ ହେଉଛି ଅଭିନନ୍ଦନର ଅଧିକାରୀ।
ରାଜ୍ୟର ସମଗ୍ର ବିଦ୍ୟାଳୟ ଶିକ୍ଷାର ପ୍ରତି ମୁହୂର୍ତର ସୂଚନା ଆଣିବା ପାଇଁ ଏକ କେନ୍ଦ୍ରୀୟ ବ୍ୟବସ୍ଥା କରାଯାଇଛି, ଏକ ଅଭିନବ ପ୍ରୟୋଗ କରାଯାଇଛି। ଗୁଜରାଟର ହଜାର– ହଜାର ସ୍କୁଲ, ଲକ୍ଷ– ଲକ୍ଷ ଶିକ୍ଷକ ଆଉ ପାଖାପାଖି ଏକ କୋଟି ପଚିଶ ଲକ୍ଷ ବିଦ୍ୟାର୍ଥୀଙ୍କର ସମୀକ୍ଷା ଏହିଠାରୁ କରାଯାଉଛି, ସେମାନଙ୍କୁ ଫିଡ଼ବ୍ୟାକ୍ ଦିଆ ଯାଉଛି। ଯେଉଁ ଡାଟା ଆସୁଛି, ତାହାର ବୃହତ ଡାଟା ସମୀକ୍ଷା, ମେସିନ ଲର୍ଣ୍ଣିଙ୍ଗ, କୃତ୍ରିମ ବୁଦ୍ଧିମତା, ଭିଡିଓବଲ ଆଉ ଏଭଳି ଟେକ୍ନିକ ଦ୍ୱାରା ବିଶ୍ଳେଷଣ କରାଯାଏ। ସେହି ଆଧାରରେ ପିଲାମାନଙ୍କୁ ଉନ୍ନତ ପ୍ରଦର୍ଶନ ପାଇଁ ଆବଶ୍ୟକ ପରାମର୍ଶ ଦିଆଯାଏ।
ସାଥୀଗଣ,
ଗୁଜରାଟରେ ଶିକ୍ଷା କ୍ଷେତ୍ରରେ, ସବୁବେଳେ ହିଁ କିଛି ନୂଆ, କିଛି ଅନନ୍ୟ ଆଉ ବଡ଼ ପ୍ରୟୋଗ କରିବା, ଏହା ଗୁଜରାଟର ଡିଏନଏରେ ରହିଛି, ସ୍ୱଭାବରେ ରହିଛି। ଗୁଜରାଟରେ ପ୍ରଥମ ଥର ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଇନଷ୍ଟିଚ୍ୟୁଟ ଅଫ୍ ଟିଚର୍ସ ଏଜୁକେସନର ସ୍ଥାପନା ଆମେ କରିଥିଲୁ। ଶିଶୁ ବିଶ୍ୱବିଦ୍ୟାଳୟ (ଚିଲଡ୍ରେନ ୟୁନିଭର୍ସିଟି) ଦୁନିଆରେ ଏକମାତ୍ର ବିଶ୍ୱବିଦ୍ୟାଳୟ, ଆଉ ସେହି କ୍ରୀଡ଼ା ମହାକୁମ୍ଭର ଅନୁଭବ ଦେଖନ୍ତୁ, ସେହି କାରଣରୁ ସରକାରୀ କଳକୁ ଯେଉଁ କାର୍ଯ୍ୟ କରିବାର ଅଭ୍ୟାସ ହୋଇ ଯାଇଛି, ଗୁଜରାଟର ଯୁବକଙ୍କ ଧନରୁ ଖେଳ ପ୍ରତି ଯେଉଁ ରୁଚି ସୃଷ୍ଟି ହୋଇଛି, ଏ ଯେଉଁ ଇକୋ–ସିଷ୍ଟମ ପ୍ରସ୍ତୁତ ହୋଇଛି, ତାହାର ହେଉଛି ପରିଣାମ ଯେ ଯେତେବେଳେ ଆଜି ବହୁତ ବର୍ଷ ପରେ ରାଷ୍ଟ୍ରୀୟ କ୍ରୀଡ଼ା ମହୋତ୍ସବ ଗୁଜରାଟରେ ହେଲା ଏବେ ବିଗତ ସପ୍ତାହରେ। ମୁଁ ଏତେ ପ୍ରଶଂସା ଶୁଣିଛି, କାରଣ ମୁଁ ଖେଳାଳୀଙ୍କ ସହ ଯୋଗାଯୋଗରେ ରହିଥାଏ, ସେମାନଙ୍କର କୋଚିଂ ସମ୍ପର୍କରେ ବୁଝୁଥାଏ, ମୋତେ ବହୁତ ସବୁ ଶୁଭେଚ୍ଛା ଦେଉଛନ୍ତି। ମୁଁ କହିଲି ଭାଇ, ମୋତେ ଶୁଭେଚ୍ଛା ଦିଅନ୍ତୁ ନାହିଁ, ଆପଣ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଗୁଜରାଟ ସରକାରଙ୍କୁ ଶୁଭେଚ୍ଛା ଦିଅନ୍ତୁ, ଏ ସମସ୍ତ ହେଉଛି ସେମାନଙ୍କର ପୁରୁଷାର୍ଥ, ହେଉଛି ସେମାନଙ୍କର ପରିଶ୍ରମ, ଯେଉଁଥି ପାଇଁ ଦେଶରେ ଏତେ ବଡ଼ କ୍ରୀଡ଼ା ଉତ୍ସବ ହୋଇ ପାରିଲା। ଆଉ ସମସ୍ତ ଖେଳାଳୀ କହୁଥିଲେ ଯେ ସାହେବ ଆମେ ଅନ୍ତରାଷ୍ଟ୍ରୀୟ ଖେଳରେ ଯାଉଛୁ ଆଉ ଆମେ ଯେଉଁ ଆତିଥେୟତା ଏବଂ ବ୍ୟବସ୍ଥା ଦେଖୁଛୁ, ଗୁଜରାଟ ସେହିଭଳି ଭାବେ ମନ ଧ୍ୟାନ ଦେଇ ଯୋଜନା କରିଛି, ଆମର ସ୍ୱାଗତ ସମ୍ମାନ କଲେ। ମୁଁ ପ୍ରକୃତରେ ଏହି କାର୍ଯ୍ୟକ୍ରମକୁ ସଫଳ କରି କ୍ରୀଡ଼ା ଜଗତକୁ ଗୁଜରାଟ ଯେଉଁ ଭଳି ଭାବେ ପ୍ରୋତ୍ସାହିତ କରିଛି, ଏହି କାର୍ଯ୍ୟକ୍ରମକୁ ଆୟୋଜନ କରି, ଯେଉଁ ଏକ ନୂତନ ମାନଦଣ୍ଡ ସ୍ଥାପିତ କରିଛନ୍ତି, ଏଥିପାଇଁ ଗୁଜରାଟ ଦେଶର ବହୁତ ବଡ଼ ସେବା କରିଛି। ମୁଁ ଗୁଜରାଟର ସମସ୍ତ ଅଧିକାରୀମାନଙ୍କୁ, ଗୁଜରାଟ ସରକାରଙ୍କୁ, ଗୁଜରାଟର କ୍ରୀଡ଼ାଜଗତର ସମସ୍ତ ଲୋକମାନଙ୍କୁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି।
ସାଥୀଗଣ,
ଗୋଟିଏ ଦଶକ ପୂର୍ବରୁ ଗୁଜରାଟର 15 ହଜାର ସ୍କୁଲରେ ଟିଭି ପହଂଚି ସାରିଥିଲା । 20 ହଜାରରୁ ଅଧିକ ସ୍କୁଲରେ କମ୍ପ୍ୟୁଟର ଆଧାରିତ ଲ୍ୟାବ୍ସ, ଏଭଳି ଅନେକ ଗୁଡ଼ିଏ ବ୍ୟବସ୍ଥା ବହୁତ ବର୍ଷ ପୂର୍ବେ ହିଁ ଗୁଜରାଟର ଅଭିନ୍ନ ଅଙ୍ଗ ହୋଇ ଯାଇଥିଲା। ଆଜି ଗୁଜରାଟରେ 1 କୋଟିରୁ ଅଧିକ ବିଦ୍ୟାର୍ଥୀ ଆଉ 4 ଲକ୍ଷରୁ ଅଧିକ ଶିକ୍ଷକଙ୍କର ଅନ୍ ଲାଇନ୍ ଉପସ୍ଥାନ କରାଯାଉଛି। ନୂତନ ପ୍ରୟୋଗର ଏହି ଧାରାକୁ ଜାରି ରଖି ଆଜି ଗୁଜରାଟର 20 ହଜାର ସ୍କୁଲ, ଶିକ୍ଷାର 5–ଜି ସମୟରେ ପ୍ରବେଶ କରିବାକୁ ଯାଉଛନ୍ତି। ମିସନ ସ୍କୁଲ୍ସ ଅଫ୍ ଏକ୍ସଲେନ୍ସ ମାଧ୍ୟମରେ ଏହି ସ୍କୁଲଗୁଡ଼ିକରେ 50 ହଜାର ନୂତନ ଶ୍ରେଣୀ ଗୃହ, ଏକ ଲକ୍ଷରୁ ଅଧିକ ସ୍ମାର୍ଟ ଶ୍ରେଣୀ ଗୃହ, ଏଗୁଡ଼ିକୁ ଆଧୁନିକ ରୂପରେ ବିକଶିତ କରାଯିବ। ଏହି ସ୍କୁଲଗୁଡ଼ିକରେ ଆଧୁନିକ ଡିଜିଟାଲ ଏବଂ ଫିଜିକାଲ ଭିତିଭୂମି ତ ରହିଥିବ ହିଁ, ଏହା ପିଲାମାନଙ୍କର ଜୀବନ, ସେମାନଙ୍କର ଶିକ୍ଷାରେ ବ୍ୟାପକ ପରିବର୍ତନର ମଧ୍ୟ ହେଉଛି ଅଭିଯାନ। ଏଠାରେ ପିଲାମାନଙ୍କର ସାମର୍ଥ୍ୟର ବୃଦ୍ଧି କରିବା ପାଇଁ ପ୍ରତ୍ୟେକ ଦିଗ, ପ୍ରତ୍ୟେକ ପକ୍ଷ ଉପରେ କାର୍ଯ୍ୟ କରାଯିବ। ଅର୍ଥାତ ବିଦ୍ୟାର୍ଥୀଙ୍କର ଶକ୍ତି କ’ଣ ରହିଛି, ପରିବର୍ତନ କରିବାର ଆଶା କେତେ ରହିଛି, ଏହା ଉପରେ ଗୁରୁତ୍ୱ ଦିଆଯିବ।
ସାଥୀଗଣ,
5–ଜି ଟେକ୍ନୋଲୋଜି, ଏହି ବ୍ୟବସ୍ଥାର ଲାଭ ବହୁତ ସହଜ ହେବାକୁ ଯାଉଛି। ଆଉ ସରଳ ଶବ୍ଦରେ କାହାକୁ ବୁଝାଇବାକୁ ଅଛି, ସାଧାରଣ ମଣିଷଙ୍କୁ ଲାଗିଥାଏ ଯେ ପୂର୍ବେ 2–ଜି ଥିଲା, 4–ଜି ଥିଲା, 5–ଜି ହେଲା। ଏଭଳି ନୁହେଁ, ଯଦି 4–ଜିକୁ ମୁଁ ସାଇକେଲ କହିବି ତେବେ 5–ଜି ହେଉଛି ଉଡ଼ାଜାହାଜ, ଏତେ ପ୍ରଭେଦ ରହିଛି । ଟେକ୍ନୋଲୋଜିକୁ ଯଦି ଗ୍ରାମୀଣ ଭାଷାରେ ମୋତେ ବୁଝାଇବାକୁ ପଡ଼ିବ, ତେବେ ମୁଁ ଏଭଳି କହିବି । 4–ଜିର ଅର୍ଥ ସାଇକେଲ, 5–ଜିର ଅର୍ଥ ଆପଣଙ୍କ ପାଖରେ ଉଡାଜାହାଜ ରହିଛି, ସେହି ଶକ୍ତି ରହିଛି ଏଥିରେ।
ଏବେ ଗୁଜରାଟକୁ ଏଥିପାଇଁ ଶୁଭେଚ୍ଛା ଦିଆଯିବ କାରଣ ସେ ଏହି 5–ଜିର ଶକ୍ତିକୁ ବୁଝି ଏହି ଆଧୁନିକ ଶିକ୍ଷା, ଏହାର ବହୁତ ବଡ଼ ମିସନ ଏକ୍ସଲେନ୍ସି ପାଇଁ କରିଛନ୍ତି, ଏହା ହେଉଛି ଗୁଜରାଟର ଭାଗ୍ୟକୁ ବଦଳାଇ ଦେବା ଭଳି ଜିନିଷ। ଆଉ ଏହାଦ୍ୱାରା ପ୍ରତ୍ୟେକ ପିଲାମାନଙ୍କୁ ତାଙ୍କର ଆବଶ୍ୟକତା ଅନୁସାରେ ଶିଖିବାର ସୁଯୋଗ ମିଳିପାରିବ। ବିଶେଷ କରି ଦୂର– ଦୂରାନ୍ତର ଗ୍ରାମରେ ଥିବା ସ୍କୁଲଗୁଡ଼ିକରେ ପାଠ ପଢ଼ାରେ ବହୁତ ସାହାଯ୍ୟ ମିଳି ପାରିବ। ଯେଉଁଠାରେ ଦୂରରେ ଶ୍ରେଷ୍ଠ ଶିକ୍ଷକଙ୍କର ଆବଶ୍ୟକତା ରହିଛି, ଖୁବ ସହଜରେ ଏହାଦ୍ୱାରା ଉପଲବ୍ଧ ହୋଇ ପାରିବେ। ଶ୍ରେଷ୍ଠ କ୍ଲାସ ନେଉଥିବା ବ୍ୟକ୍ତି ହଜାର– ହଜାର କିଲୋମିଟର ଦୂରରେ ଥିବେ, ଏହିଭଳି ଲାଗିବ, ଯେମିତିକି ମୋ ସାମ୍ନାରେ ବସି ମୋତେ ପାଠ ପଢ଼ାଉଛନ୍ତି। ପ୍ରତ୍ୟେକ ବିଷୟର ଶ୍ରେଷ୍ଠ ବିଷୟବସ୍ତୁ ପ୍ରତ୍ୟେକଙ୍କ ପାଖରେ ପହଂଚିବ। ଏବେ ଯେପରି ଭିନ୍ନ– ଭିନ୍ନ ଦକ୍ଷତା ବିଷୟରେ ଶିଖାଉଥିବା ଶ୍ରେଷ୍ଠ ଶିକ୍ଷକ ଏବେ ଗୋଟିଏ ସ୍ଥାନରୁ ହିଁ, ଭିନ୍ନ– ଭିନ୍ନ ଗାଁ– ସହରରେ ବସି ପିଲାମାନଙ୍କୁ ଗୋଟିଏ ସମୟରେ ମଧ୍ୟ ଭର୍ଚ୍ଚୁଆଲ ରିୟଲ ଟାଇମରେ ପଢାଇ ପାରିବେ, ଶିଖାଇ ପାରିବେ। ଏହାଦ୍ୱାରା ଭିନ୍ନ– ଭିନ୍ନ ସ୍କୁଲରେ ଯେଉଁ ବ୍ୟବଧାନ ଏବେ ଦେଖିବାକୁ ମିଳୁଛି, ତାହା ମଧ୍ୟ ବହୁମାତ୍ରାରେ ଦୂର ହେବ।
ଅଙ୍ଗନୱାଡୀ ଏବଂ ବାଲ ବାଟିକା ଠାରୁ ନେଇ କ୍ୟାରିୟର ମାର୍ଗଦର୍ଶୀକା ଏବଂ ପ୍ରତିଦ୍ୱନ୍ଦିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ପର୍ଯ୍ୟନ୍ତ, ଏହି ଆଧୁନିକ ସ୍କୁଲ, ବିଦ୍ୟାର୍ଥୀ ମାନଙ୍କର ପ୍ରତ୍ୟେକ ଆବଶ୍ୟକତା ପୂରଣ କରିବ। କଳା, ଶିଳ୍ପ, ବ୍ୟବସାୟଠାରୁ ନେଇ କୋଡିଙ୍ଗ ଏବଂ ରୋବୋଟିକ୍ସ ପର୍ଯ୍ୟନ୍ତ, ପ୍ରତ୍ୟେକ ପ୍ରକାରର ଶିକ୍ଷା ଛୋଟ ବୟସରୁ ହିଁ ଏଠାରେ ଉପଲବ୍ଧ ରହିବ। ଅର୍ଥାତ ନୂତନ ଶିକ୍ଷା ନୀତିର ପ୍ରତ୍ୟେକ ଦିଗକୁ ଏଠାରେ ତୃଣମୂଳ ସ୍ତରରେ ଲାଗୁ କରାଯିବ।
ଭାଇ ଓ ଭଉଣୀମାନେ,
ନୂତନ ଶିକ୍ଷା ନୀତି ମାଧ୍ୟମରେ ସମଗ୍ର ଦେଶରେ ଏହି ପ୍ରକାରର ପରିବର୍ତନକୁ ଆଜି କେନ୍ଦ୍ର ସରକାର ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସାରା ଦେଶରେ ସାଢେ 14 ହଜାରରୁ ଅଧିକ ପିଏମ୍ ଶ୍ରୀସ୍କୁଲ ପ୍ରତିଷ୍ଠା କରିବା ପାଇଁ ମଧ୍ୟ ନିଷ୍ପତି ନେଇଛନ୍ତି । ଏହା ହେଉଛି ପାଇଲଟ ପ୍ରକଳ୍ପ, ହିନ୍ଦୁସ୍ତାନର ଭିନ୍ନ– ଭିନ୍ନ କୋଣ ଅନୁକୋଣରେ ଏହାର ଶୁଭାରମ୍ଭ ହେବ, ଏହାର ଅନୁଧ୍ୟାନ କରାଯିବ ଏବଂ ବର୍ଷକ ମଧ୍ୟରେ ସେଥିରେ ଯାହା କିଛି ଅଭାବ ରହିଛି, କିଛି ଯୋଡିବାର ଆବଶ୍ୟକତା ଥିବ, ପରିବର୍ତିତ ହେଉଥିବା ଟେକ୍ନୋଲୋଜିକୁ ତାହା ସହିତ ଯାଡିବାର ଆବଶ୍ୟକତା ଥିବ, ସେଥିରେ ପରିବର୍ତନ କରି ଏକ ସର୍ବଶ୍ରେଷ୍ଠ ମଡେଲ ପ୍ରସ୍ତୁତ କରି ଦେଶର ସବୁଠାରୁ ଅଧିକ ସ୍କୁଲକୁ ନେଇଯିବା ପାଇଁ ଭବିଷ୍ୟତରେ ପ୍ରୟାସ କରାଯିବ। ଏହି ସ୍କୁଲ ସାରା ଦେଶରେ ନୂତନ ଜାତୀୟ ଶିକ୍ଷା ନୀତି ପାଇଁ ମଡେଲ ସ୍କୁଲ ହେବ।
କେନ୍ଦ୍ର ସରକାର ଏହି ଯୋଜନା ପାଇଁ 27 ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି। ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଯେଉଁ ପ୍ରକାରର ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ଉପରେ ଦୃଷ୍ଟି ଦିଆଯାଇଛି, ପିଲାମାନଙ୍କୁ ନିଜ ଭାଷାରେ ହିଁ ଉନ୍ନତ ଶିକ୍ଷାର ଭିଜନ ହେଉ, ତାହାକୁ ଏହି ସ୍କୁଲରେ ତୃଣମୂଳ ସ୍ତରରେ ଲାଗୁ କରାଯିବ। ଏହା ଏକ ପ୍ରକାରରେ ଅନ୍ୟ ସ୍କୁଲ ପାଇଁ ପଥପ୍ରଦର୍ଶକ ଭାବେ କାର୍ଯ୍ୟ କରିବ।
ସାଥୀଗଣ,
ସ୍ୱାଧୀନତାର ଅମୃତ ମହୋତ୍ସବରେ ଦେଶ ପରାଧୀନତାର ମାନସିକତାରୁ ମୁକ୍ତିର ସଂକଳ୍ପ ନେଇଛି। ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ହେଉଛି ପରାଧୀନତାର ମାନସିକତାରୁ ଦେଶକୁ ବାହାରକୁ ବାହାର କରି ପ୍ରତିଭାକୁ, ନବସୃଜନକୁ ପ୍ରସ୍ଫୁଟିତ କରିବାର ପ୍ରୟାସ। ଏବେ ଦେଖନ୍ତୁ, ଦେଶରେ କେଉଁଭଳି ସ୍ଥିତି ସୃଷ୍ଟି କରି ରଖି ଦିଆ ଯାଇଥିଲା। ଇଂଗ୍ରାଜୀ ଭାଷାର ଜ୍ଞାନକୁ ବୁଦ୍ଧିମତାର ମାପ ବୋଲି ମାନି ନିଆ ଯାଇଥିଲା । ଯେତେବେଳେ କି ଭାଷା ତ ହେଉଛି କେବଳ ମାତ୍ର ଯୋଗାଯୋଗର ଏକ ମାଧ୍ୟମ । କିନ୍ତୁ ଏତେ ଦଶକ ଧରି ଭାଷା ଏଭଳି ଏକ ପ୍ରତିବନ୍ଧକ ହୋଇ ରହି ଯାଇଥିଲା, ଯେଉଁଥିରେ ଦେଶର ଗାଁରେ, ଗରିବ ପରିବାରମାନଙ୍କରେ ପ୍ରତିଭାର ଯେଉଁ ଭଣ୍ଡାର ରହିଥିଲା, ତାହାର ଲାଭ ଦେଶକୁ ମିଳି ହିଁ ପାରି ନ ଥିଲା । ଜାଣୁନା କେତେ ପ୍ରତିଭାଶାଳୀ ପିଲା, ଦେଶବାସୀ କେବଳ ଏଥିପାଇଁ ଡାକ୍ତର, ଇଂଜିନିୟର ହୋଇ ପାରିଲେ ନାହିଁ, କାରଣ ସେମାନେ ଯେଉଁ ଭାଷା ବୁଝିପାରୁଥିଲେ, ସେଥିରେ ସେମାନଙ୍କୁ ପାଠ ପଢିବାର ସୁଯୋଗ ମିଳିଲା ନାହିଁ । ଏବେ ଏହି ସ୍ଥିତି ବଦଳିବାକୁ ଯାଉଛି। ଭାରତୀୟ ଭାଷାମାନଙ୍କରେ ମଧ୍ୟ ବିଜ୍ଞାନ, ଟେକ୍ନୋଲୋଜି, ମେଡିକାଲ ପଢିବା ପାଇଁ ଏବେ ବିକଳ୍ପ ବିଦ୍ୟାର୍ଥୀମାନଙ୍କୁ ମିଳିବା ଆରମ୍ଭ ହୋଇଯିବ।
ଗରିବ ମାଆ ମଧ୍ୟ ପିଲାକୁ ଇଂରାଜୀ ସ୍କୁଲରେ ପଢାଇ ପାରୁ ନାହିଁ, ତଥାପି ମଧ୍ୟ ସେ ନିଜ ପୁଅ– ଝିଅଙ୍କୁ ଡାକ୍ତର କରିବାର ସ୍ୱପ୍ନ ଦେଖି ପାରିବ। ଆଉ ତାହାର ମାତୃଭାଷାରେ ମଧ୍ୟ ପିଲାମାନଙ୍କୁ ଡାକ୍ତର କରି ପାରିବ, ସେହି ଦିଗରେ ମଧ୍ୟ ଆମେ କାର୍ଯ୍ୟ କରୁଛୁ, ଯାହାଦ୍ୱାରା ଗରିବ ଘରେ ମଧ୍ୟ ଡାକ୍ତର ତିଆରି ହୁଅନ୍ତୁ। ଗୁଜରାଟୀ ସହିତ ଅନେକ ଭାରତୀୟ ଭାଷାଗୁଡିକରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ପାଇଁ ପ୍ରୟାସ ଚାଲୁ ରହିଛି। ଏହା ହେଉଛି ବିକଶିତ ଭାରତ ପାଇଁ ସମସ୍ତଙ୍କର ପ୍ରୟାସର ସମୟ। ଦେଶରେ ଏଭଳି କେହି ରହିବା ଉଚିତ ନୁହେଁ, ଯେଉଁମାନେ କୌଣସି ମଧ୍ୟ କାରଣରୁ ପଛରେ ରହିଯାଆନ୍ତୁ। ଏହା ନୂତନ ଜାତୀୟ ଶିକ୍ଷାନୀତିର ହେଉଛି ଆତ୍ମା ଆଉ ଏହି ଆତ୍ମାକୁ ଆଗକୁ ବଢ଼ାଇବାର ଅଛି।
ସାଥୀଗଣ,
ପୁରାତନ କାଳରୁ ହିଁ ଶିକ୍ଷାର ବିକାଶରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇ ରହି ଆସିଛି। ଆମେ ସ୍ୱଭାବରେ ହିଁ ଜ୍ଞାନର ସମର୍ଥକ ରହି ଆସିଛୁ। ଆଉ ଏଥିପାଇଁ ଆମର ପୂର୍ବଜମାନେ ଜ୍ଞାନ ବିଜ୍ଞାନରେ ପରିଚୟ ସୃଷ୍ଟି କରିଛନ୍ତି, ଶହ– ଶହ ବର୍ଷ ପୂର୍ବେ ବିଶ୍ୱର ସର୍ବଶ୍ରେଷ୍ଠ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ, ବିଶାଳତମ ପାଠାଗାର ସ୍ଥାପିତ କରିଥିଲେ। ଯଦିଓ ପୁଣି ଏକ ସମୟ ଆସିଲା, ଯେତେବେଳେ ଆକ୍ରମଣକାରୀମାନେ ଭାରତର ଏହି ସମ୍ପଦକୁ ନଷ୍ଟ କରିବାର ଅଭିଯାନ ଆରମ୍ଭ କଲେ, କିନ୍ତୁ ଶିକ୍ଷା ବିଷୟରେ ଭାରତ ନିଜ ଦୃଢ଼ ଶକ୍ତିକୁ ନା ଛାଡ଼ିଛି, ମଜବୁତ ଆଗ୍ରହକୁ ଏବେ ମଧ୍ୟ ଛାଡ଼ି ନାହିଁ। କଷ୍ଟ ସହିଛୁ, କିନ୍ତୁ ଶିକ୍ଷାର ପଥ ଛାଡ଼ି ନାହୁଁ।
ଏହା ହେଉଛି କାରଣ ଯେ ଆଜି ମଧ୍ୟ ଜ୍ଞାନ– ବିଜ୍ଞାନର ଦୁନିଆରେ, ନବସୃଜନରେ ଆମର ଭିନ୍ନ ପରିଚୟ ରହିଛି। ସ୍ୱାଧୀନତାର ଅମୃତ କାଳରେ ନିଜର ପ୍ରାଚୀନ ପ୍ରତିଷ୍ଠାକୁ ଫେରାଇ ଆଣିବାର ସୁଯୋଗ ରହିଛି। ଭାରତ ପାଖରେ ବିଶ୍ୱର ଶ୍ରେଷ୍ଠ ଜ୍ଞାନ ଅର୍ଥ ବ୍ୟବସ୍ଥା ଏବଂ ଯଥେଷ୍ଟ ସାମର୍ଥ୍ୟ ରହିଛି, ସୁଯୋଗ ମଧ୍ୟ ପ୍ରତିକ୍ଷା କରି ରହିଛି। ଏକବିଂଶ ଶତାବ୍ଦୀରେ ବିଜ୍ଞାନ ସହିତ ଜଡ଼ିତ, ଟେକ୍ନୋଲୋଜି ସହିତ ଜଡ଼ିତ ଅଧିକାଂଶ ନବସୃଜନ ଅଧିକାଂଶ ସୃଜନଶୀଳତା ଭାରତରେ ହିଁ ରହିଛି, ଆଉ ମୁଁ ଯେତେବେଳେ କହୁଛି ତାହାର କାରଣ ମୋ ଦେଶର ଯୁବକମାନଙ୍କ ଉପରେ ମୋ ଦେଶର ଯୁବକମାନଙ୍କର ପ୍ରତିଭା ଉପରେ ମୋର ଭରସା ରହିଛି, ଏଥିପାଇଁ ଏହା କହିବାକୁ ହିଁ ସାହସ କରୁଛି।
ଏଥିରେ ମଧ୍ୟ ଗୁଜରାଟ ପାଖରେ ବହୁତ ବଡ଼ ଅବସର ଅଛି। ଏ ପର୍ଯ୍ୟନ୍ତ ଗୁଜରାଟର ପରିଚୟ କ’ଣ ଥିଲା, ଆମେ ବ୍ୟାପାରୀ, ବ୍ୟବସାୟୀ। ଗୋଟିଏ ସ୍ଥାନରୁ ମାଲ ନେଉଥିଲୁ, ଅନ୍ୟ ସ୍ଥାନରେ ବିକ୍ରି କରୁଥିଲୁ ଆଉ ମଝିରେ ଦଲାଲୀ ମାଧ୍ୟମରେ ଯାହା ମିଳୁଥିଲା, ସେଥିରେ ପେଟପାଟଣା ପାଇଁ ରୋଜଗାର କରୁଥିଲୁ। ସେଥିରୁ ବାହାରି ଆସି ଗୁଜରାଟ ଧୀରେ ଧୀରେ ବିନିର୍ମାଣ କ୍ଷେତ୍ରରେ ନିଜର ସୁନାମ ଅର୍ଜନ କରିବାରେ ଲାଗିଛି। ଆଉ ଏବେ ଏକବିଂଶ ଶତାବ୍ଦୀରେ ଗୁଜରାଟ ଦେଶର ଜ୍ଞାନ କେନ୍ଦ୍ର ଭାବେ, ନବସୃଜନର କେନ୍ଦ୍ର ଭାବରେ ବିକଶିତ ହେଉଛି। ମୋର ବିଶ୍ୱାସ ଯେ ଗୁଜରାଟ ସରକାରଙ୍କର ମିସନ ସ୍କୁଲ୍ସ୍ ଅଫ୍ ଏକ୍ସଲେନ୍ସ ଏହି ସ୍ପିରିଟକୁ ଦୃଢ଼ କରିବ।
ସାଥୀଗଣ,
ମୋତେ ଏହି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଆସିବାକୁ ସୁଯୋଗ ମିଳିଛି। ଏବେ ଏକ ଘଂଟା ପୂର୍ବରୁ ମୁଁ ଦେଶର ପ୍ରତିରକ୍ଷା ଶକ୍ତିର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲି, ଏକ ଘଂଟାର କଥା, ଦେଶର ଗୁଜରାଟର ଜ୍ଞାନଶକ୍ତିରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମିଳିଛି। ଆଉ ଏବେ ଏଠାରୁ ଜୁନାଗଡ଼ ଯାଉଛି, ପୁଣି ରାଜକୋଟ, ସେଠାରେ ସମୃଦ୍ଧି କ୍ଷେତ୍ରକୁ ଛୁଇଁବା ପାଇଁ ମୋତେ ପ୍ରୟାସ କରିବାର ସୁଯୋଗ ମିଳିବ।
ସାଥୀଗଣ,
ପୁଣିଥରେ ମୁଁ ଗୁଜରାଟର ବିଦ୍ୟା ଜଗତକୁ, ଗୁଜରାଟର ଭବିଷ୍ୟତ ପିଢ଼ୀକୁ, ସେମାନଙ୍କ ମାତା–ପିତାଙ୍କୁ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ। ଏହା ହେଉଛି ଗୁରୁତ୍ୱପୂର୍ଣ୍ଣ ଅବସର ସାଥୀଗଣ, ଏଥିପାଇଁ ଅନେକ– ଅନେକ ଶୁଭକାମନା ଜଣାଉଛି। ଭୂପେନ୍ଦ୍ର ଭାଇ ଏବଂ ତାଙ୍କ ଟିମକୁ ହୃଦୟର ସହିତ ବହୁତ– ବହୁତ ଶୁଭେଚ୍ଛା ଜଣାଉଛି।
ଧନ୍ୟବାଦ।
*****
AH
Mission Schools of Excellence will help scale up education infrastructure in Gujarat. https://t.co/lHhlzttZwo
— Narendra Modi (@narendramodi) October 19, 2022
आज गुजरात अमृतकाल की अमृत पीढ़ी के निर्माण की तरफ बहुत बड़ा कदम उठा रहा है। pic.twitter.com/1Oiy3p5Axj
— PMO India (@PMOIndia) October 19, 2022
5G will usher in a transformation across India. pic.twitter.com/yODnTBS728
— PMO India (@PMOIndia) October 19, 2022
5G will revolutionize the education sector. pic.twitter.com/LO61tOusw7
— PMO India (@PMOIndia) October 19, 2022
PM @narendramodi recounts the various measures undertaken in Gujarat for improving the education sector. pic.twitter.com/7BoCCAWylZ
— PMO India (@PMOIndia) October 19, 2022
गुजरात में शिक्षा के क्षेत्र में, हमेशा ही कुछ नया, कुछ Unique और बड़े प्रयोग किए गए हैं। pic.twitter.com/oMz5IznOcO
— PMO India (@PMOIndia) October 19, 2022
PM-SHRI schools will be model schools for implementation of the National Education Policy. pic.twitter.com/ZGBW9BWiUL
— PMO India (@PMOIndia) October 19, 2022
In Azadi Ka Amrit Kaal, India has pledged to free itself from colonial mindset. The new National Education Policy is a step in that direction. pic.twitter.com/L3z3PJsx4F
— PMO India (@PMOIndia) October 19, 2022
शिक्षा, पुरातन काल से ही भारत के विकास की धुरी रही है। pic.twitter.com/BGaHIOHHc3
— PMO India (@PMOIndia) October 19, 2022
बीते दो दशकों में गुजरात में शिक्षा के क्षेत्र में जो परिवर्तन आया है, वो अभूतपूर्व है। इस दौरान राज्य के लोगों ने शिक्षा-व्यवस्था का कायाकल्प करके दिखाया है। pic.twitter.com/CSJdo0TVF8
— Narendra Modi (@narendramodi) October 19, 2022
मुझे विश्वास है कि 21वीं सदी में Science and Technology से जुड़े अधिकांश Innovation और Invention भारत में ही होंगे। इसमें भी गुजरात के पास बहुत बड़ा अवसर है। pic.twitter.com/AHO9GcaGSy
— Narendra Modi (@narendramodi) October 19, 2022