ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗଙ୍ଗା ନଦୀ (ପୁନରୁଦ୍ଧାର,ସଂରକ୍ଷଣ ଓ ପରିଚାଳନା) ପ୍ରାଧିକରଣ ନିର୍ଦ୍ଦେଶ-2016କୁ ମଞ୍ଜୁରୀ ମିଳିଛି । ଏହି ନିର୍ଦ୍ଦେଶ ଆଧାରରେ ସ୍ୱଚ୍ଛ ଗଙ୍ଗାର ଜାତୀୟ ମିଶନକୁ ସଶକ୍ତ କରିବା, ଦ୍ରୁତ କାର୍ଯ୍ୟକାରୀ ଓ ନୀତି ପ୍ରସ୍ତୁତ କରିବା ପାଇଁ ଏକ ନୂଆ ପ୍ରତିଷ୍ଠାନ ଢାଞ୍ଚା ଗଠନକୁ ଅନୁମୋଦନ ମିଳିଛି । ଯାହାକି ସ୍ୱାଧୀନ ଭାବେ କାର୍ଯ୍ୟ କରିବ ଓ ଉତ୍ତରଦାୟୀ ରହିବ । ଏହି ପ୍ରାଧିକରଣକୁ ମିଶନ ମାନ୍ୟତା ସହ ପରିବେଶ ସୁରକ୍ଷା ଆଇନ-1986 ଅନ୍ତର୍ଗତ କ୍ଷମତା ମଧ୍ୟ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଯାହାଫଳରେ ପ୍ରଚଳିତ ପରିବେଶ ଆଇନରେ ଏହି ପ୍ରାଧିକରଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ସେହିପରି ପର୍ଯ୍ୟାପ୍ତ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମଧ୍ୟ ଦିଆଯାଇଛି ଯାହା ପୃଥକ ଭାବେ ଏନଏମସିଜି ସ୍ଥାପନରେ ଉଭୟ ଦାୟିତ୍ୱ ଓ ଉତ୍ତରଦାୟୀ କେନ୍ଦ୍ର ତଥା ଗଙ୍ଗା ପୁନରୁଦ୍ଧାର କାର୍ଯ୍ୟକାରୀ ପ୍ରକଳ୍ପ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ।
ସାଧାରଣ ବୈଶିଷ୍ଟ୍ୟ:
1- ଗଙ୍ଗା ନଦୀ ( ପୁନରୁଦ୍ଧାର, ସଂରକ୍ଷଣ ଓ ପରିଚାଳନା) ପାଇଁ ଜାତୀୟ ପରିଷଦ ସୃଷ୍ଟି ହୋଇଛି ଯାହାକି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରାଧିକରଣ ଭାବେ କାର୍ଯ୍ୟ କରିବ । ଏହା ଗଙ୍ଗା ନଦୀ କୂଳର ପ୍ରଦୂଷଣ ପ୍ରତିରୋଧ ଓ ପୁନରୁଦ୍ଧାରର ତଦାରଖ ଓ ସାମଗ୍ରିକ ଭାବେ ଉତ୍ତରଦାୟୀ ରହିବ ଓ ଏନଜିଆରବିଏ ସ୍ଥାନରେ କାର୍ଯ୍ୟ କରିବ ।
2- ଜଳ ସମ୍ପଦ, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାପ୍ରାପ୍ତ ଟାସ୍କଫୋର୍ସ ଗଠନ ହୋଇଛି ଯାହା ମନ୍ତ୍ରଣାଳୟ, ବିଭାଗ ଓ ରାଜ୍ୟ ସରକାରଙ୍କ ସହ ଯୋଗସୂତ୍ର ରକ୍ଷା କରି ନିର୍ଦ୍ଦିଷ୍ଟ ଗତିବିଧି ପାଇଁ ଏକ୍ସନ୍ ପ୍ଲାନ୍, ମାଇଲଖୁଣ୍ଟ ଓ ଗଙ୍ଗା ନଦୀର ପୁନରୁଦ୍ଧାର ଓ ସଂରକ୍ଷଣକୁ ହାସଲ ପାଇଁ ସମୟ ନିର୍ଦ୍ଧାରଣ କରିବ । ସମୟ ଅନୁସାରେ ଏକ୍ସନ୍ ପ୍ଳାନକୁ କାର୍ଯ୍ୟକାରୀ କରିବ । ଏହା ସହିତ ଏକ୍ସନ୍ ପ୍ଲାନର କାର୍ଯ୍ୟକାରିତା ପାଇଁ ବ୍ୟବସ୍ଥା ପ୍ରସ୍ତୁତ କରିବ ।
3- ପରିଷଦରେ ଏନଏମସିଜି ଡିଜିଙ୍କ ଅଧ୍ୟକ୍ଷତାରେ ଦୁଇ ପର୍ଯ୍ୟାୟ ପରିଚାଳନା ଢାଞ୍ଚା ରହିବ । ପରିଷଦ ତଳେ ଏକ କାର୍ଯ୍ୟନିର୍ବାହୀ କମିଟି ରହିବ ଯାହା ଡିଜି ଏନଏମସିଜିଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରିବ ।
4- ରାଜ୍ୟସ୍ତରରେ ରାଜ୍ୟ ଗଙ୍ଗା କମିଟି ରହିବ ଓ ପ୍ରତ୍ୟେକ ଚିହ୍ନିତ ରାଜ୍ୟ ଏକ ପ୍ରାଧିକରଣ ଭାବେ କାର୍ଯ୍ୟ କରିବେ । ଏସବୁ ସେମାନଙ୍କ ପରିସୀମାରେ ଥିବା ଜିଲ୍ଲା ଗଙ୍ଗା ସୁରକ୍ଷା କମିଟିକୁ ତଦାରଖ କରିବା ସହ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କରିବେ ।
5- ସେହିପରି ଜିଲ୍ଲା ଗଙ୍ଗା କମିଟିରେ ପ୍ରତ୍ୟେକ ଗଙ୍ଗା ବ୍ୟାଙ୍କ ଜିଲ୍ଲାକୁ ଜିଲ୍ଲାସ୍ତରରେ କାର୍ଯ୍ୟ ଦିଆଯିବ । ସେମାନେ ଗଙ୍ଗା ନଦୀ ପ୍ରତି ସ୍ଥାନୀୟସ୍ତରରେ ରହିଥିବା ବିପଦ ଓ ଆବଶ୍ୟକତାକୁ ଆକଳନ କରି ଗଙ୍ଗା ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ବିଭିନ୍ନ ପଦକ୍ଷେପକୁ କାର୍ଯ୍ୟକାରୀ କରିବେ ।
ଗଙ୍ଗା ନଦୀ ଜଳର ମାନ ଓ ପରିବେଶଗତ ସ୍ଥାୟୀ ବିକାଶକୁ ସୁନିଶ୍ଚିତ କରିବା ଦିଗରେ ଏହା କାର୍ଯ୍ୟ କରିବ ।