Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖ୍ୱାଜା ମଇନୁଦ୍ଦିନ ଚିସ୍ତି ଦରଘାରେ ଅର୍ପଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପଠାଇଲେ ଚଦର

ଖ୍ୱାଜା ମଇନୁଦ୍ଦିନ ଚିସ୍ତି ଦରଘାରେ ଅର୍ପଣ କରିବା ପାଇଁ ପ୍ରଧାନମନ୍ତ୍ରୀ ପଠାଇଲେ ଚଦର


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ଆଜି ଆଜମେର ଶରିଫର ଖ୍ୱାଜା ମଇନୁଦ୍ଦିନ ଚିସ୍ତି ଦରଘାରେ ଅର୍ପଣ କରିବା ପାଇଁ କେନ୍ଦ୍ର ସଂଖ୍ୟାଲଘୁ (ସ୍ଵାଧୀନ) ତଥା ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମୁଖତାର ଆବାସ ନକଭି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ।ଳୟ ରାଷ୍ଟ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହଙ୍କୁ ଚଦର ପ୍ରଦାନ କରିଛନ୍ତି ।

ଖ୍ୱାଜା ମଇନୁଦ୍ଦିନ ଚିସ୍ତିଙ୍କ ବାର୍ଷିକ ଉର୍ସ ଉତ୍ସବ ଅବସରରେ ବିଶ୍ଵର କୋଣ ଅନୁକୋଣରେ ଥିବା ତାଙ୍କ ଶ୍ରଦ୍ଧାଳୁମାନଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଖ୍ୱାଜା ମଇନୁଦ୍ଦିନ ଚିସ୍ତି ହେଉଛନ୍ତି ଭାରତର ମହାନ ଆଧ୍ୟାତ୍ମବାଦ ପରମ୍ପରାର ପ୍ରତୀକ । ଗରିବ ନୱାଜଙ୍କ ଜନସେବା ଭବିଷ୍ୟତ ପିଢିମାନଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଗାମୀ ଉର୍ସ ଉତ୍ସବକୁ ସଫଳତାର ସହ ଆୟୋଜନ କରିବା ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ଶୁଭକାମନା ଜଣାଇଛନ୍ତି ।

**********