ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (ଏଫଏସଏସଏଆଇ) ଏବଂ ଆଫଗାନିସ୍ତାନର କୃଷି, ସିଂଚନ ଏବଂ ପଶୁଧନ ମନ୍ତ୍ରଣାଳୟ ମଧ୍ୟରେ ଖାଦ୍ୟ ସୁରକ୍ଷା ଏବଂ ତତସମ୍ବନ୍ଧୀୟ କ୍ଷେତ୍ର ଲାଗି ସହଯୋଗ ବ୍ୟବସ୍ଥାରେ ସ୍ୱାକ୍ଷରକୁ ଅନୁମୋଦନ କରିଛନ୍ତି ।
ସହଯୋଗ କ୍ଷେତ୍ରରେ ନିମ୍ନଲିଖିତ ପ୍ରସଙ୍ଗମାନ ସାମିଲ ରହିଛି :
(କ) ସୂଚନା ଏବଂ ସଂଚାରର ଆଦାନପ୍ରଦାନ ଲାଗି ବ୍ୟବସ୍ଥା କରିବା ।
(ଖ) ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଚିହ୍ନଟ ବିଷୟ, ବିଶେଷ କରି ଆମଦାନୀ ବ୍ୟବସ୍ଥା, ଗୁଣବତ୍ତା ନିୟନ୍ତ୍ରଣ ପରିଚାଳନା, ସାମ୍ପଲିଂ, ଯାଂଚ, ପ୍ୟାକେଜିଂ ଏବଂ ଲେବୁଲିଂ ଉପରେ ବୈଷୟିକ ବିନିମୟରେ ସହାୟତା ।
(ଗ) ମିଳିତ ସେମିନାର, କର୍ମଶାଳାର ଆୟୋଜନ, ଯାତ୍ରା, ବ୍ୟାଖ୍ୟାନ ଏବଂ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଦିରେ ସହାୟତା କରିବା ।
(ଘ) ବୁଝାମଣାରେ ସାମିଲ ପକ୍ଷଙ୍କ ଉତ୍ତରଦାୟିତ୍ୱ ଅନ୍ତର୍ଗତ ସ୍ୱାର୍ଥର ଅନ୍ୟ ବିଷୟ ଯାହା ଆପୋସ ଆଧାରରେ ନିର୍ଦ୍ଧାରଣ କରାଯିବ ।
ଏହି ସହଯୋଗ ବ୍ୟବସ୍ଥା ସୂଚନା ବିନିମୟ କରିବା, ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ ଉପାୟ ତଥା ଖାଦ୍ୟ ସୁରକ୍ଷା ପଦ୍ଧତିରେ ସୁଧାର ଲାଗି ପରସ୍ପରର ଶ୍ରେଷ୍ଠ ବ୍ୟବହାରକୁ ଜାଣିବାରେ ସହାୟକ ହେବ ।
****