Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋରିଆ ସାଧାରଣତନ୍ତ୍ରର ପ୍ରଥମ ମହିଳା ମହାମହିମ ଶ୍ରୀମତୀ କିମ ଜଙ୍ଗ-ସୁକଙ୍କୁ ସାକ୍ଷାତ କରିଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିମନ୍ତ୍ରଣକ୍ରମେ ପ୍ରଥମ ମହିଳା କିମ ଭାରତ ଗସ୍ତରେ ଆସିଛନ୍ତିନଭେମ୍ବର 06, 2018ରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଆୟୋଜନ କରାଯିବାକୁ ଥିବା ଦୀପୋତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଏବଂ ଅଯୋଧ୍ୟାରେ ରାଣୀ ସୁରୀରତ୍ନା (ହେଓ ୱାଙ୍ଗ-ଓକ)ଙ୍କ ନୂତନ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ । ଅଯୋଧ୍ୟା ଏବଂ  କୋରିଆ ମଧ୍ୟରେ ଅତି ପ୍ରାଚୀନ ଐତିହାସିକ ସମ୍ବନ୍ଧ ରହିଛି ଅଯୋଧ୍ୟାର ପ୍ରସିଦ୍ଧ ରାଜକୁମାରୀ ସୁରୀରତ୍ନା 48 ଖ୍ରୀଷ୍ଟାବ୍ଦରେ କୋରିଆ ଯାତ୍ରା କରିଥିଲେ ଏବଂ କୋରିଆ ରାଜା ସୁରୋଙ୍କୁ ବିବାହ କରିଥିଲେ

ଆଜିର ସାକ୍ଷାତ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ଏବଂ ପ୍ରଥମ ମହିଳା କିମ ଭାରତ ଏବଂ କୋରିଆ ମଧ୍ୟରେ ରହିଥିବା ଗଭୀର ସଭ୍ୟତାଭିତ୍ତିକ ଏବଂ ଆଧ୍ୟାତ୍ମିକ ସଂଯୋଗ ବିଷୟରେ ଆଲୋଚନା କରିଥିଲେ ତଥା ଜନ-ଜନ ସମ୍ପର୍କକୁ ପ୍ରୋତ୍ସାହନ ଦେବା ସମ୍ପର୍କରେ ମତ ବିନିମୟ କରିଥିଲେ ।

ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ମହିଳା କିମ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ସମ୍ମାନ ବାସ୍ତବରେ ସମଗ୍ର ଭାରତବାସୀଙ୍କ ସମ୍ମାନ  

ଜୁଲାଇ 2018ରେ ରାଷ୍ଟ୍ରପତି ମୁନ ଜେଙ୍କ ସଫଳ ଭାରତ ଗସ୍ତ ସମ୍ପର୍କରେ ଉଦାରତା ପୂର୍ବକ ସ୍ମରଣ କରିଥିଲେ ଯାହା ଭାରତ – କୋରିଆ ମଧ୍ୟରେ ଥିବା ସ୍ଵତନ୍ତ୍ର ରଣନୈତିକ ଭାଗୀଦାରୀକୁ ସତେଜତା ପ୍ରଦାନ କରିଛି

 

**********