ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୧୦ରେ ନୂଆଦିଲ୍ଲୀରେ କୋମୋରସ୍ ରାଷ୍ଟ୍ରପତି ଶ୍ରୀ ଆଜେଲ ଆସୋମାନିଙ୍କ ସହ ବୈଠକ କରିଛନ୍ତି ।
ଆଫ୍ରିକୀୟ ସଂଘକୁ ଜି-୨୦ର ସ୍ଥାୟୀ ସଦସ୍ୟ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଏବଂ ଉଦ୍ୟମ ଲାଗି ଆସୋମାନି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଭାରତର ଭୂମିକା ଏବଂ ଆଫ୍ରିକା ସହ ସମ୍ପର୍କ ଉପରେ ବିଚାର କରି ଭାରତର ଜି-୨୦ ଅଧ୍ୟକ୍ଷତା ବେଳେ ଏହା ହୋଇପାରିଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ଏହା ଭାରତ ଏବଂ କୋରୋମସ୍ ମଧ୍ୟରେ ସମ୍ପର୍କକୁ ବୃଦ୍ଧି କରିବ ବୋଲି ଅନୁଭବ କରିଛନ୍ତି । ଭାରତର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଜି-୨୦ରେ ସାମିଲ ହେବା ପରେ ପ୍ରଧାନମନ୍ତ୍ରୀ ଆଫ୍ରିକୀୟ ସଂଘ ଏବଂ କୋମୋରସକୁ ଅଭିନନ୍ଦନ ଜଣାଇବା ସହ ଭଏସ୍ ଅଫ୍ ଗ୍ଲୋବାଲ ସାଉଥକୁ ସ୍ପଷ୍ଟ କରିବା ପାଇଁ ଭାରତର ଉଦ୍ୟମ ଉପରେ ଆଲୋକପାତ କରିଥିଲେ ଏବଂ ୨୦୨୩ ଜାନୁଆରୀରେ ଭାରତ ଦ୍ୱାରା ଆୟୋଜିତ ଭଏସ୍ ଅଫ୍ ଗ୍ଲୋବାଲ୍ ସାଉଥ୍ ସମ୍ମିଳନୀକୁ ମନେ
ପକାଇଥିଲେ ।
ଦୁଇ ନେତା ଦ୍ୱିପାକ୍ଷିକ ସହଭାଗିତା ଉପରେ ଆଲୋଚନା କରିଥିଲେ । ଏଥିସହ କାର୍ଯ୍ୟାଧୀନ ଥିବା ଅନେକ ପଦକ୍ଷେପ ଉପରେ ଉଭୟେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ଦକ୍ଷତା ବିକାଶ, ବିକାଶ ସହଭାଗିତା ଭଳି କ୍ଷେତ୍ରରେ ସହଯୋଗ ପାଇଁ ସୁଯୋଗ ଉପରେ ଆଲୋକପାତ କରିଥିଲେ ।
SR
Had a very fruitful meeting with @PR_AZALI. Congratulated him once again on @_AfricanUnion joining the G20 family. Comoros is vital to India’s SAGAR Vision. Our deliberations included ways to enhance cooperation in areas like shipping, trade and more. pic.twitter.com/Zd4Nbm7YvZ
— Narendra Modi (@narendramodi) September 10, 2023
PM @narendramodi held a meeting with President @PR_AZALI. Their talks focused on advancing India-Comoros ties in sectors like trade, investments and maritime cooperation. The PM also congratulated him on @_AfricanUnion becoming a permanent member of the G20. pic.twitter.com/ul52bDDYxk
— PMO India (@PMOIndia) September 10, 2023