ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୋଭିଡ-୧୯ ସ୍ଥିତି ପ୍ରସଙ୍ଗରେ ରାଷ୍ଟ୍ରକୁ ସମ୍ବୋଧନ କରିଛନ୍ତି । ନିକଟରେ ମହାମାରୀ ଯୋଗୁ ପ୍ରାଣ ହରାଇଥିବା ଲୋକଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏଭଳି ଦୁଃସମୟରେ ଜଣେ ପରିବାର ସଦସ୍ୟ ଭାବେ ମୁଁ ଆପଣମାନଙ୍କ ସହ ଅଛି । ଆମ ପାଇଁ ଆହ୍ୱାନ ବେଶ ବଡ଼ ରହିଛି, ଆମକୁ ଦୃଢ଼ ମନୋବଳ ସହ ମିଳିତ ଭାବେ ଏଥିରୁ ମୁକୁଳିବାର ଅଛି ।’ କରୋନା ବିରୋଧୀ ଲଢ଼େଇରେ ଅବଦାନ ପାଇଁ ସେ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପାରାମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ, ଆମ୍ବୁଲାନ୍ସ ଚାଳକ, ସୁରକ୍ଷା ବଳ ଏବଂ ପୁଲିସ ବଳକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ବିଭିନ୍ନ ଅଞ୍ଚଳରେ ଅମ୍ଳଜାନର ବର୍ଦ୍ଧିତ ଚାହିଦା ପୂରଣ ସକାଶେ ସରକାର ଗତିଶୀଳ ହୋଇ ତଥା ସମ୍ବେଦନଶୀଳତା ରଖି କାର୍ଯ୍ୟ କରୁଛନ୍ତି । କେନ୍ଦ୍ର, ରାଜ୍ୟ ସରକାର ଏବଂ ଘରୋଇ କ୍ଷେତ୍ର ଅମ୍ଳଜାନ ଆବଶ୍ୟକ କରୁଥିବା ପ୍ରତ୍ୟେକ ଲୋକଙ୍କୁ ଏହାକୁ ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି । ବିଭିନ୍ନ ସ୍ତରରେ ଅମ୍ଳଜାନ ଉତ୍ପାଦନ ଓ ଯୋଗାଣ ପାଇଁ ଚେଷ୍ଟା କରାଯାଉଛି । ନୂଆ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ, ୧ ଲକ୍ଷ ନୂଆ ସିଲିଣ୍ଡର ଯୋଗାଣ, ଶିଳ୍ପରେ ବ୍ୟବହାର ହେଉଥିବା ଅମ୍ଳଜାନକୁ ଅନ୍ୟତ୍ର ଯୋଗାଣ, ଅକ୍ସିଜେନ ରେଳ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ବୈଜ୍ଞାନିକମାନେ ଅତ୍ୟନ୍ତ ସ୍ୱଳ୍ପ ସମୟରେ ଟିକା ବିକାଶ କରିବାରେ ସଫଳ ହୋଇଛନ୍ତି ଏବଂ ଆଜି ଭାରତ ପାଖରେ ବିଶ୍ୱର ସବୁଠୁ ଶସ୍ତା ଟିକା ଉପଲବ୍ଧ, ଯାହା କି ଭାରତରେ ଉପଲବ୍ଧ ଶୀତଳ ଭଣ୍ଡାର ଶୃଙ୍ଖଳ ନିମନ୍ତେ ଅନୁକୂଳ । ଏହି ମିଳିତ ଉଦ୍ୟମ ଯୋଗୁ, ଭାରତ ‘ମେଡ ଇନ ଇଣ୍ଡିଆ’ ଟିକା ସହିତ ବିଶ୍ୱର ସର୍ବବୃହତ ଟିକାକରଣ ଅଭିଯାନ ଜାରି ରଖିଛି । ଟିକାକରଣ ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଟିକା ଯେମିତି ସର୍ବାଧିକ ସ୍ଥାନରେ ପହଞ୍ଚେ ଏବଂ ଏହାକୁ ଆବଶ୍ୟକ କରୁଥିବା ଲୋକମାନେ ପାଆନ୍ତୁ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଶ୍ୱରେ ସବୁଠୁ କମ ସମୟରେ ଭାରତ ପ୍ରଥମ ୧୦ କୋଟି, ୧୧ କୋଟି ଓ ୧୨ କୋଟି ଟିକା ଡୋଜ ପ୍ରଦାନ କରିଛି ।
ଗତକାଲିର ଟିକା ସଂକ୍ରାନ୍ତ ନିଷ୍ପତ୍ତି ବାବଦରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେ ପହିଲା ପରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ପ୍ରତ୍ୟେକ ବ୍ୟକ୍ତିଙ୍କର ଟିକାକରଣ ହୋଇପାରିବ । ଭାରତରେ ଉତ୍ପାଦିତ ହେଉଥିବା ଟିକାର ଅଧା ସିଧାସଳଖ ଭାବେ ରାଜ୍ୟ ଓ ହସ୍ପିଟାଲ ନିକଟକୁ ଯିବ ।
ପ୍ରଧାନମନ୍ତ୍ରୀ ଆହୁରି ଗୁରୁତ୍ୱ ଦେଇ କହିଛନ୍ତି ଯେ ଲୋକଙ୍କ ଜୀବନ ବଞ୍ଚାଇବା ସହ ଅର୍ଥନୈତିକ କାର୍ଯ୍ୟକଳାପକୁ ସୁରକ୍ଷିତ ରଖିବା ଏବଂ ଲୋକଙ୍କ ଜୀବିକା ଉପରେ ସର୍ବନିମ୍ନ ପ୍ରତିକୂଳ ପ୍ରଭାବକୁ ସୁନିଶ୍ଚିତ ପାଇଁ ଚେଷ୍ଟା କରାଯାଉଛି । ୧୮ ବର୍ଷ ଏବଂ ତଦୂର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଟିକାକରଣକୁ ଉନ୍ମୁକ୍ତ କରାଯିବା ପରିପ୍ରେକ୍ଷୀରେ ସହରଗୁଡ଼ିକରେ ଶ୍ରମଶକ୍ତି ନିମନ୍ତେ ତୁରନ୍ତ ଟିକା ଉପଲବ୍ଧ କରାଯିବ । ଏଭଳି ସ୍ଥିତିରେ ଶ୍ରମିକଙ୍କ ମନୋବଳ ବଢ଼ାଇବା ସହ ସେମାନେ ଯେଉଁଠି ଅଛନ୍ତି, ସେହିଠାରେ ରହିବା ଲାଗି ବୁଝାଇବା ନିମନ୍ତେ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରମାନଙ୍କୁ ଆହ୍ୱାନ ଦେଇଛନ୍ତି । ରାଜ୍ୟଗୁଡ଼ିକ ଦ୍ୱାରା ଏଭଳି ମନୋବଳ ବଢ଼ାଯିବା ଦ୍ୱାରା ଏହା ଶ୍ରମିକ ଓ ମଜୁରିଆଙ୍କ ପାଇଁ ବେଶ ସହାୟକ ହୋଇପାରିବ ଏବଂ ସେମାନେ ଯେଉଁଠାରେ ଅଛନ୍ତି ସେହିଠାରେ ହିଁ ଟିକା ପାଇବେ ଓ ସେମାନଙ୍କ କାମ ପ୍ରଭାବିତ ହେବନାହିଁ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରଥମ ଲହରିର ପ୍ରାରମ୍ଭିକ ଦିନଗୁଡ଼ିକ ତୁଳନାରେ ଏବେ ଆହ୍ୱାନର ସାମ୍ନା କରିବା ପାଇଁ ଆମ ନିକଟରେ ଯଥେଷ୍ଟ ଜ୍ଞାନ ଓ ସାଧନ ଭରପୂର ରହିଛି । ଉତ୍ତମ ତଥା ଧୈର୍ଯ୍ୟଶୀଳ ଲଢ଼େଇ ପାଇଁ ଶ୍ରୀ ମୋଦୀ ଭାରତର ଲୋକମାନଙ୍କୁ ଶ୍ରେୟ ଦେଇଛନ୍ତି । ସେ କହିଛନ୍ତି, ଲୋକଙ୍କ ଯୋଗଦାନର ଶକ୍ତି ଦ୍ୱାରା ଆମେ କରୋନାର ଏହି ଲହରିକୁ ମଧ୍ୟ ହରାଇ ପାରିବା । ଆଜିର ଆବଶ୍ୟକ ସମୟରେ ଲୋକଙ୍କୁ ସହାୟକ ହେଉଥିବା ସାମାଜିକ ସଂଗଠନଗୁଡ଼ିକର ଅବଦାନକୁ ସେ ଅଭିବାଦନ ଜଣାଇବା ସହ ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇବା ପାଇଁ ଆଗେଇ ଆସିବା ଲାଗି ଆହ୍ୱାନ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ଭାରତର ଯୁବପିଢ଼ିଙ୍କୁ ସେମାନଙ୍କ ଅଞ୍ଚଳ ଓ ପଡ଼ୋଶୀ ସ୍ଥାନଗୁଡ଼ିକରେ କୋଭିଡ ଅନୁକୂଳ ବ୍ୟବହାର ବଳବତ୍ତର ରଖିବାରେ ସହଯୋଗ ପାଇଁ ଆହ୍ୱାନ ଦେଇଛନ୍ତି । ଏହା ଦ୍ୱାରା କଣ୍ଟେନମେଣ୍ଟ ଜୋନ, କର୍ଫ୍ୟୁ ଅଥବା ଲକଡାଉନକୁ ଏଡ଼ାଯାଇ ପାରିବ । ସେ କହିଥିଲେ, ପିଲାମାନେ ମଧ୍ୟ ଏଭଳି ବାତାବରଣ ସୃଷ୍ଟି କରିବା ଦରକାର, ଯାହାଦ୍ୱାରା ସେମାନଙ୍କ ପରିବାର ସଦସ୍ୟ ଅଯଥା ବାହାରକୁ ଯିବାକୁ ଏଡ଼ାଇ ପାରିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିକା ପରିସ୍ଥିତିରେ, ଆମକୁ ଲକଡାଉନରୁ ଦେଶକୁ ବଞ୍ଚାଇବା ଆବଶ୍ୟକ । ରାଜ୍ୟ ସରକାରମାନେ କେବଳ ଶେଷ ଉପାୟ ଭାବେ ଲକଡାଉନକୁ ଏକ ପଦକ୍ଷେପ ଭାବେ ଗ୍ରହଣ କରିପାରିବେ । ଆମକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଉପରେ ଗୁରୁତ୍ୱ ଦେବାକୁ ହେବ ଏବଂ ଲକଡାଉନକୁ ଏଡ଼ାଇବା ପାଇଁ ଯଥାସାଧ୍ୟ ଉଦ୍ୟମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
*****
SR
Addressing the nation on the COVID-19 situation. https://t.co/rmIUo0gkbm
— Narendra Modi (@narendramodi) April 20, 2021
कोरोना के खिलाफ देश आज फिर बहुत बड़ी लड़ाई लड़ रहा है।
— PMO India (@PMOIndia) April 20, 2021
कुछ सप्ताह पहले तक स्थितियां संभली हुई थीं और फिर ये कोरोना की दूसरी वेव तूफान बनकर आ गई।
जो पीड़ा आपने सही है, जो पीड़ा आप सह रहे हैं, उसका मुझे ऐहसास है: PM @narendramodi
जिन लोगों ने बीते दिनो में अपनो को खोया है, मैं सभी देशवासियों की तरफ़ से उनके प्रति संवेदनाएं व्यक्त करता हूँ।
— PMO India (@PMOIndia) April 20, 2021
परिवार के एक सदस्य के रूप में, मैं आपके दुःख में शामिल हूं।
चुनौती बड़ी है लेकिन हमें मिलकर अपने संकल्प, हौसले और तैयारी के साथ इसको पार करना है: PM @narendramodi
इस बार कोरोना संकट में देश के अनेक हिस्से में ऑक्सीजन की डिमांड बहुत ज्यादा बढ़ी है।
— PMO India (@PMOIndia) April 20, 2021
इस विषय पर तेजी से और पूरी संवेदनशीलता के साथ काम किया जा रहा है।
केंद्र सरकार, राज्य सरकारें, प्राइवेट सेक्टर, सभी की पूरी कोशिश है कि हर जरूरतमंद को ऑक्सीजन मिले: PM @narendramodi
ऑक्सीजन प्रॉडक्शन और सप्लाई को बढ़ाने के लिए भी कई स्तरों पर उपाय किए जा रहे हैं।
— PMO India (@PMOIndia) April 20, 2021
राज्यों में नए ऑक्सीजन प्लांट्स हों, एक लाख नए सिलेंडर पहुंचाने हों, औद्योगिक इकाइयों में इस्तेमाल हो रही ऑक्सीजन का मेडिकल इस्तेमाल हो, ऑक्सीजन रेल हो, हर प्रयास किया जा रहा है: PM @narendramodi
हमारे वैज्ञानिकों ने दिन-रात एक करके बहुत कम समय में देशवासियों के लिए vaccines विकसित की हैं।
— PMO India (@PMOIndia) April 20, 2021
आज दुनिया की सबसे सस्ती वैक्सीन भारत में है।
भारत की कोल्ड चेन व्यवस्था के अनुकूल वैक्सीन हमारे पास है: PM @narendramodi
यह एक team effort है जिसके कारण हमारा भारत, दो made in India vaccines के साथ दुनिया का सबसे बड़ा टीकाकरण अभियान शुरू कर पाया।
— PMO India (@PMOIndia) April 20, 2021
टीकाकरण के पहले चरण से ही गति के साथ ही इस बात पर जोर दिया गया कि ज्यादा से ज्यादा क्षेत्रों तक, जरूरतमंद लोगों तक वैक्सीन पहुंचे: PM @narendramodi
दुनिया में सबसे तेजी से भारत में पहले 10 करोड़, फिर 11 करोड़ और अब 12 करोड़ वैक्सीन के doses दिए गए हैं: PM @narendramodi
— PMO India (@PMOIndia) April 20, 2021
कल ही वैक्सीनेशन को लेकर एक और अहम फैसला लिया गया है।
— PMO India (@PMOIndia) April 20, 2021
एक मई के बाद से, 18 वर्ष के ऊपर के किसी भी व्यक्ति को वैक्सीनेट किया जा सकेगा।
अब भारत में जो वैक्सीन बनेगी, उसका आधा हिस्सा सीधे राज्यों और अस्पतालों को भी मिलेगा: PM @narendramodi
हम सभी का प्रयास, जीवन बचाने के लिए तो है ही, प्रयास ये भी है कि आर्थिक गतिविधियां और आजीविका, कम से कम प्रभावित हों।
— PMO India (@PMOIndia) April 20, 2021
वैक्सीनेशन को 18 वर्ष की आयु के ऊपर के लोगों के लिए Open करने से शहरों में जो हमारी वर्कफोर्स है, उसे तेजी से वैक्सीन उपलब्ध होगी: PM @narendramodi
मेरा राज्य प्रशासन से आग्रह है कि वो श्रमिकों का भरोसा जगाए रखें, उनसे आग्रह करें कि वो जहां हैं, वहीं रहें।
— PMO India (@PMOIndia) April 20, 2021
राज्यों द्वारा दिया गया ये भरोसा उनकी बहुत मदद करेगा कि वो जिस शहर में हैं वहीं पर अगले कुछ दिनों में वैक्सीन भी लगेगी और उनका काम भी बंद नहीं होगा: PM @narendramodi
मेरा युवा साथियों से अनुरोध है की वो अपनी सोसायटी में, मौहल्ले में, अपार्टमेंट्स में छोटी छोटी कमेटियाँ बनाकर COVID अनुशासन का पालन करवाने में मदद करे।
— PMO India (@PMOIndia) April 20, 2021
हम ऐसा करेंगे तो सरकारों को न कंटेनमेंट ज़ोन बनाने की ज़रुरत पड़ेगी, न कर्फ़्यू लगाने की, न लॉकडाउन लगाने की: PM
अपने बाल मित्रों से एक बात विशेष तौर पर कहना चाहता हूं।
— PMO India (@PMOIndia) April 20, 2021
मेरे बाल मित्र, घर में ऐसा माहौल बनाएं कि बिना काम, बिना कारण घर के लोग, घर से बाहर न निकलें।
आपकी जिद बहुत बड़ा परिणाम ला सकती है: PM @narendramodi
आज की स्थिति में हमें देश को लॉकडाउन से बचाना है।
— PMO India (@PMOIndia) April 20, 2021
मैं राज्यों से भी अनुरोध करूंगा कि वो लॉकडाउन को अंतिम विकल्प के रूप में ही इस्तेमाल करें।
लॉकडाउन से बचने की भरपूर कोशिश करनी है।
और माइक्रो कन्टेनमेंट जोन पर ही ध्यान केंद्रित करना है: PM @narendramodi