Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର ଲୋକ ସେବା ଆୟୋଗ ଏବଂ ମରିସସ ଲୋକସେବା ଆୟୋଗ ମଧ୍ୟରେ ବୁଝାମଣାପତ୍ରକୁ କ୍ୟାବିନେଟ ଅନୁମୋଦନ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ଲୋକ ସେବା ଆୟୋଗ ଏବଂ ମରିସସ ଲୋକସେବା ଆୟୋଗ ମଧ୍ୟରେ ବୁଝାମଣାପତ୍ରରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ମିଳିଛି ।

ଏହି ବୁଝାମଣାପତ୍ର ଦ୍ୱାରା କେନ୍ଦ୍ରୀୟ ଲୋକ ସେବା ଆୟୋଗ ଏବଂ ମରିସସ ଲୋକ ସେବା ଆୟୋଗଙ୍କ ମଧ୍ୟରେ ବର୍ତ୍ତମାନର ସମ୍ପର୍କ ଆହୁରି ସୁଦୃଢ଼ ହେବ । ଏହାଦ୍ୱାରା ନିଯୁକ୍ତି କ୍ଷେତ୍ରରେ ଉଭୟ ପକ୍ଷରୁ ଅଭିଜ୍ଞତା ଏବଂ ବିଶେଷଜ୍ଞତାର ବିନିମୟରେ ସୁବିଧା ହେବ ।

ବୁଝାମଣାଦ୍ୱାରା ଦୁଇ ପକ୍ଷ ଦେଶର ଲୋକସେବା ଆୟୋଗଙ୍କ ମଧ୍ୟରେ ସଂସ୍ଥାଗତ ସମ୍ପର୍କ ବିକଶିତ ହେବ । ଏହାଦ୍ୱାରା ମରିସସ ଲୋକ ସେବା ଆୟୋଗ ଏବଂ କେନ୍ଦ୍ର ଲୋକ ସେବା ଆୟୋଗଙ୍କ ମଧ୍ୟରେ ସହଯୋଗର ପରିସୀମାକୁ ପରିଭାଷିତ କରାଯିବ । ଏହାର ଅନ୍ତର୍ଗତ ଉଭୟ ପକ୍ଷଙ୍କ ସହଯୋଗ କ୍ଷେତ୍ର ଏବଂ ଦାୟିତ୍ୱ ନିର୍ଦ୍ଧାରଣ କରିବାରେ ସହାୟତା ମିଳିପାରିବ । ସହଯୋଗର କ୍ଷେତ୍ର ନିମ୍ନରେ ଉଲ୍ଲେଖ କରାଗଲା:

  1. 1. ଲୋକ ସେବା ନିଯୁକ୍ତି ଏବଂ ଚୟନର ଆଧୁନିକ ଉପାୟ ବିଶିଷ୍ଟ ଅଭିଜ୍ଞତାର ଆଦାନପ୍ରଦାନ, ବିଶେଷ କରି କେନ୍ଦ୍ରୀୟ ଲୋକ ସେବା ଆୟୋଗ ଏବଂ ଲୋକସେବା ଆୟୋଗଙ୍କ କାର୍ଯ୍ୟକଳାପ ସନ୍ଦର୍ଭରେ ।
  2. 2. ପୁସ୍ତକ, ମାନୁଆଲ ଏବଂ ଅନ୍ୟ କାଗଜପତ୍ର, ଯାହା ଗୋପନୀୟ ପ୍ରକୃତିର ନୁହେଁ, ଏଥିସହିତ ସୂଚନା ଏବଂ ବିଶେଷଜ୍ଞତାର ଆଦାନପ୍ରଦାନ ।
  3. 3. ଲିଖିତ ପରୀକ୍ଷାର ପ୍ରସ୍ତୁତିରେ ସୂଚନା ପ୍ରଯୁକ୍ତିର ବ୍ୟବହାର, କମ୍ପ୍ୟୁଟର ଆଧାରିତ ଭର୍ତ୍ତି ଯାଞ୍ଚ ଏବଂ ଅନଲାଇନ ପରୀକ୍ଷା କ୍ଷେତ୍ରରେ ବିଶେଷଜ୍ଞତାର ଆଦାନପ୍ରଦାନ ।
  4. 4. ଆବେଦନର ଶୀଘ୍ର ଯାଞ୍ଚ ଏବଂ ସମାଧାନ ଲାଗି ଏକକ ଝରକା ପ୍ରଣାଳୀ ଅଭିଜ୍ଞତାର ଆଦାନପ୍ରଦାନ ।
  5. 5. ସାଧାରଣ ପ୍ରକୃତିର ପରୀକ୍ଷା ପ୍ରଣାଳୀ ସମ୍ପର୍କରେ ବିଭିନ୍ନ ପ୍ରକ୍ରିୟାଗୁଡ଼ିକର ଅଭିଜ୍ଞତା ଏବଂ ବିଶେଷଜ୍ଞତାର ଆଦାନପ୍ରଦାନ ।
  6. 6. ଅଧିକାରୀମାନଙ୍କ ଲାଗି ପ୍ରଶିକ୍ଷଣ ଅଧିବେଶନର ଆୟୋଜନ । ଏଥିରେ ସେସବୁ ଅଧିକାରୀମାନେ ମଧ୍ୟ ସାମିଲ ହେବେ ଯେଉଁମାନେ ଉଭୟ ପକ୍ଷର ସଚିବାଳୟ/ମୁଖ୍ୟାଳୟରେ ସ୍ୱଳ୍ପକାଳୀନ ଲାଗି ଯୋଡ଼ି ହୋଇ ରହିଥିବେ । ଏହା ଉଭୟ ପକ୍ଷଙ୍କ ଅଧିକାର ଅନ୍ତର୍ଗତ ଆସୁଥିବା ବିଷୟ ସହ ସମ୍ପୃକ୍ତ ହୋଇଥିବ ।
  7. 7. ପ୍ରଦାନ କରାଯାଇଥିବା ଅଧିକାର ଅନ୍ତର୍ଗତ ବିଭିନ୍ନ ସରକାରୀ ଏଜେନ୍ସୀ ଯେଉଁ ପଦବୀଗୁଡ଼ିକରେ ନିଯୁକ୍ତି ଦେଉଛନ୍ତି, ତାହାକୁ ଦୃଷ୍ଟିରେ ରଖି ପ୍ରକ୍ରିୟା ସମ୍ପର୍କରେ ଆପଣାଯାଇଥିବା ପ୍ରଣାଳୀଗୁଡ଼ିକର ଅଭିଜ୍ଞତା ଆଦାନପ୍ରଦାନ ।

 

**********