Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର ପ୍ରାୟୋଜିତ ରାଷ୍ଟ୍ରୀୟ ଆୟୁଷ ମିଶନକୁ 1 ଏପ୍ରିଲ, 2017ରୁ 31 ମାର୍ଚ୍ଚ, 2020 ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ କ୍ୟାବିନେଟର ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ପ୍ରାୟୋଜିତ ଯୋଜନା – ରାଷ୍ଟ୍ରୀୟ ଆୟୁଷ ମିଶନକୁ 1 ଏପ୍ରିଲ, 2017 ଠାରୁ 31 ମାର୍ଚ୍ଚ, 2020 ପର୍ଯ୍ୟନ୍ତ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ତିନି ବର୍ଷର ଅବଧି ସମୟରେ 2400 କୋଟି ଟଙ୍କା ବ୍ୟୟ କରାଯିବ । ମିଶନକୁ ସେପ୍ଟେମ୍ବର, 2014ରେ ଆରମ୍ଭ କରାଯାଇଥିଲା ।

ବିଶେଷତ୍ୱ :

ରାଷ୍ଟ୍ରୀୟ ଆୟୁଷ ମିଶନର କାର୍ଯ୍ୟାନ୍ୱୟନ ଆୟୁଷ ମନ୍ତ୍ରଣାଳୟ ଦ୍ୱରା କରାଯାଉଛି । ଏହାର ଉଦ୍ଦେଶ୍ୟ ଶସ୍ତା ଆୟୁଷ ସେବା ଉପଲବ୍ଧ କରାଇବା, ଯାହା ସମସ୍ତଙ୍କ ନିକଟରେ ପହଁଚିପାରୁଥିବ । ଏହାର ଅନ୍ୟ ବିଶେଷତ୍ୱ ଏହିପରି : –

-ଆୟୁଷ ହସପିଟାଲ ଏବଂ ଡିସ୍ପେନସରିଗୁଡ଼ିକର ଉନ୍ନତିକରଣ

-ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜିଲ୍ଲା ଚିକିତ୍ସାଳୟଗୁଡ଼ିକରେ ଆୟୁଷ ସୁବିଧା ।

-ଆୟୁଷ ଶିକ୍ଷାନୁଷ୍ଠାନ, ରାଜ୍ୟ ସରକାର, ଆୟୁର୍ବେଦ, ସିଦ୍ଧ, ୟୁନାନୀ ଏବଂ ହୋମିଓପାଥୀ ଫାର୍ମାସୀଗୁଡ଼ିକର ଉନ୍ନତିକରଣ ଜରିଆରେ ରାଜ୍ୟସ୍ତରରେ ସଂସ୍ଥାଗତ କ୍ଷମତାକୁ ସୁଦୃଢ଼ କରିବା ।

-ଆୟୁର୍ବେଦ, ସିଦ୍ଧ, ୟୁନାନୀ ଏବଂ ହୋମିଓପାଥି ପ୍ରବର୍ତ୍ତନ ପ୍ରଣାଳୀ ଏବଂ ଔଷଧ ଯାଂଚ ଗବେଷଣାଗାର ପ୍ରତିଷ୍ଠା ।

-ଉତ୍ତମ କୃଷି ପଦ୍ଧତିକୁ ଆପଣାଇ ଜଡ଼ିବୁଟି ଚାଷକୁ ସହଯୋଗ, ଯାହାଦ୍ୱାରା ଏହାର ସଂରକ୍ଷଣ ଏବଂ ବିତରଣ ବ୍ୟବସ୍ଥା ବିକାଶ ତଥା କଂଚା ମାଲର ଲଗାତାର ଯୋଗାଣ ସମ୍ଭବ ହୋଇପାରିବ ।

ରାଷ୍ଟ୍ରୀୟ ଆୟୁଷ ମିଶନ ଦେଶରେ ବିଶେଷ କରି ଅବହେଳିତ ଏବଂ ଉପାନ୍ତ ଅଂଚଳରେ ଆୟୁଷ ସ୍ୱାସ୍ଥ୍ୟ ସେବା/ଶିକ୍ଷା ଉପଲବ୍ଧ କରାଇ ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ସରକାରଙ୍କ ପ୍ରୟାସକୁ ସମର୍ଥନ ଯୋଗାଇ ଦେଉଛି । ଯାହାଦ୍ୱାରା ସ୍ୱାସ୍ଥ୍ୟସେବାର ବ୍ୟବଧାନକୁ ଦୂର କରାଯାଇପାରିବ । ମିଶନ ଅନ୍ତର୍ଗତ ଏସବୁ ଅଂଚଳ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି । ଏହାବ୍ୟତୀତ ବାର୍ଷିକ ଯୋଜନା ନିମନ୍ତେ ଅଧିକ ସମ୍ବଳ ଯୋଗାଡ଼ କରିବା ଲାଗି ବ୍ୟବସ୍ଥା କରାଯାଉଛି ।

ମିଶନର ସମ୍ଭାବ୍ୟ ପରିଣାମ ଏହିପରି :-

  1. 1. ଆୟୁଷ ସେବା ପ୍ରଦାନ କରୁଥିବା ସ୍ୱାସ୍ଥ୍ୟ ସୁବିଧାଗୁଡ଼ିକର ସଂଖ୍ୟା ବଢ଼ାଇବା ଏବଂ ଔଷଧ ତଥା ତାଲିମପ୍ରାପ୍ତ ଶ୍ରମ ଶକ୍ତିର ଉତ୍ତମ ଉପଲବ୍ଧତା ଜରିଆରେ ଆୟୁଷ ସ୍ୱାସ୍ଥ୍ୟ ସେବା ଠିକ ଭାବେ ଯୋଗାଇଦେବା ।
  2. 2. ସବୁପ୍ରକାରର ସୁବିଧା ଥିବା ଆୟୁଷ ଶିକ୍ଷାନୁଷ୍ଠାନର ସଂଖ୍ୟା ବୃଦ୍ଧି କରି ଆୟୁଷ ଶିକ୍ଷାରେ ସଂସ୍କାର ।
  3. 3. କଡ଼ା ପ୍ରବର୍ତ୍ତନ ବ୍ୟବସ୍ଥା ସହିତ ଉତ୍ତମ ଫାର୍ମାସୀ ଏବଂ ଔଷଧ ଯାଂଚ ଗବେଷଣାଗାରର ସଂଖ୍ୟା ବୃଦ୍ଧି ତଥା ଉତ୍ତମ ଆୟୁଷ ଔଷଧ ଯୋଗାଣରେ ଉନ୍ନତି ।
  4. 4. ପ୍ରତିଶେଧକ ସ୍ୱାସ୍ଥ୍ୟ ସେବା ପ୍ରଣାଳୀ ରୂପରେ ଯୋଗ ଏବଂ ପ୍ରାକୃତିକ ଚିକିତ୍ସାକୁ ଆପଣାଇବା ଲାଗି ସଚେତନତା ସୃଷ୍ଟି କରିବା ।
  5. 5. ଜଡ଼ିବୁଟି କଂଚାମାଲର ବୃଦ୍ଧି ପାଉଥିବା ଘରୋଇ ଚାହିଦା ପୂରଣ କରିବା ଏବଂ ରପ୍ତାନି ବଢ଼ାଇବା ।

 

**********