ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବାର ଅଣ-ଶିକ୍ଷକ ଜନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କାର୍ଯ୍ୟରୁ ଅବସର ନେବାର ବୟସ ୬୨ ବର୍ଷରୁ ୬୫ ବର୍ଷକୁ ଏବଂ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବାର ସବ୍-କ୍ୟାଡର ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର ଡାକ୍ତରମାନଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି କରିଛନ୍ତି ।
ଏଥିପାଇଁ ଅଣ-ଶିକ୍ଷକ ଅଧିକାରୀଗଣ ଏବଂ ସବ୍-କ୍ୟାଡର ଜେନେରାଲ ଡ୍ୟୁଟି ମେଡିକାଲ ଅଫିସରମାନଙ୍କୁ ଲକ୍ଷ୍ୟରେ ରଖାଯାଇଛି । ଏହି ନିଷ୍ପତ୍ତି ଫଳରେ ରୋଗୀମାନଙ୍କ ଉତ୍ତମ ଯତ୍ନ ନିଆଯାଇପାରିବ, ମେଡିକାଲ କଲେଜଗୁଡିକରେ ଶିକ୍ଷା, କାର୍ଯ୍ୟକଳାପ ଠିକ୍ ଭାବେ ଚାଲିପାରିବ ଏବଂ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ହେବ ।
ରୋଗୀମାନଙ୍କ ନିରନ୍ତର ଯତ୍ନ ପାଇଁ ଖାଲି ପଡିଥିବା ପଦବୀଗୁଡିକ ପୂରଣ ଲକ୍ଷ୍ୟ ଯୋଗୁ ଏଥିରେ କୌଣସି ପ୍ରକାର ଆର୍ଥିକ ସଂଶ୍ଳିଷ୍ଟତା ନାହିଁ ।
ପୃଷ୍ଠଭୂମି –
• ୨୦୦୬ ପୂର୍ବରୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବାର ସମସ୍ତ ଚାରୋଟି ସବ୍-କ୍ୟାଡର ପାଇଁ ଅବସର ଗ୍ରହଣର ବୟସ ସୀମା ୬୦ ବର୍ଷ ଥିଲା ।
• GDMO Sub-Cadre ବ୍ୟତୀତ ଅନ୍ୟ ତିନୋଟି ବିଶେଷଜ୍ଞ Sub-Cadre (ଶିକ୍ଷକ, ଅଣ-ଶିକ୍ଷକ ଏବଂ ସାଧାରଣ ସ୍ୱାସ୍ଥ୍ୟ) କ୍ଷେତ୍ରରେ ଅବସର ଗ୍ରହଣର ବୟସ ସୀମାକୁ ୦୨.୧୧.୨୦୦୬ରେ କ୍ୟାବିନେଟର ଅନୁମୋଦନକ୍ରମେ ୬୦ ରୁ ୬୨ କୁ ବୃଦ୍ଧି କରାଯାଇଥିଲା ।
• ଶିକ୍ଷକ ବିଶେଷଜ୍ଞମାନଙ୍କ ଘୋର ଅଭାବ ଦୃଷ୍ଟିରୁ ଶିକ୍ଷକ Sub-Cadre କ୍ଷେତ୍ରରେ କ୍ୟାବିନେଟର ଅନୁମୋଦନକ୍ରମେ ୦୫.୦୬.୨୦୦୮ରେ ଅବସର ଗ୍ରହଣର ବୟସ ସୀମାକୁ ୬୨ ରୁ ୬୫କୁ ବୃଦ୍ଧି କରାଯାଇଥିଲା । ଏହି ଅନୁମୋଦନ କେବଳ ଶିକ୍ଷାଦାନ ପାଇଁ ନିଯୁକ୍ତ ଥିବା ଶିକ୍ଷକ ବିଶେଷଜ୍ଞମାନଙ୍କ ପାଇଁ ହିଁ ପ୍ରଯୁଜ୍ୟ ଥିଲା, ପ୍ରଶାସନିକ ପଦବୀ ଗ୍ରହଣ କରିଥିବା କର୍ମଚାରୀଙ୍କ ପାଇଁ ନୁହେଁ ।