କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ଏବଂ ଅନ୍ୟ ସରକାରୀ ବିଭାଗ ଏବଂ ସଂଗଠନଗୁଡ଼ିକ ସହିତ ସେମାନଙ୍କ ବାଣିଜ୍ୟିକ ବିବାଦଗୁଡ଼ିକର ସମାଧାନ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି । ସଚିବ ସମିତିର ପରାମର୍ଶ ଆଧାରରେ କ୍ୟାବିନେଟ ଏହି ନିଷ୍ପତ୍ତି ନେଇଛନ୍ତି । ଏପରି ବିବାଦଗୁଡ଼ିକର ନ୍ୟାୟାଳୟରେ ସମାଧାନ କରିବା ବଦଳରେ ଏକ ସଶକ୍ତ ସଂସ୍ଥାଗତ ବ୍ୟବସ୍ଥା ବିକଶିତ କରାଯିବାକୁ ନିଷ୍ପତ୍ତି ହୋଇଛି ।
ବିବରଣୀ :
ଉପରୋକ୍ତ ସମିତି ଦ୍ୱାରା ବିବାଦ ସମାଧାନ ହୋଇନପାରିଲେ ସେପରି ସ୍ଥିତିରେ ଦ୍ୱିତୀୟ ସ୍ତରରେ ଏହି ବିବାଦଗୁଡ଼ିକୁ କ୍ୟାବିନେଟ ସଚିବଙ୍କ ନିକଟକୁ ପଠାଯିବାର ବ୍ୟବସ୍ଥା ରହିଛି । ଏପରି ମାମଲାରେ କ୍ୟାବିନେଟ ସଚିବଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ଏବଂ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଭାବେ ମାନ୍ୟ ମଧ୍ୟ ହେବ ।
ନିଷ୍ପତ୍ତିର ଅନୁପାଳନ ଲାଗି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବିଭାଗ ତୁରନ୍ତ ସମସ୍ତ ଉଦ୍ୟୋଗଗୁଡ଼ିକୁ ସେମାନଙ୍କ ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗ/ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଜରିଆରେ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବ ।
ନୂଆ ପ୍ରଣାଳୀ ଆପୋସ ଏବଂ ସାମୁହିକ ପ୍ରୟାସ ଦ୍ୱାରା ବାଣିଜ୍ୟିକ ବିବାଦର ସମାଧାନକୁ ପ୍ରୋତ୍ସାହିତ କରିବ । ଯାହାଦ୍ୱାରା ନ୍ୟାୟାଳୟରେ ଏପରି ବିବାଦର ଶୁଣାଣି ହ୍ରାସ ପାଇବ ଏବଂ ସର୍ବସାଧାରଣଙ୍କ ଅର୍ଥ ମଧ୍ୟ ନଷ୍ଟ ହେବ ନାହିଁ ।
**********