କେନ୍ଦ୍ରୀୟ ଆଭ୍ୟନ୍ତରୀଣ ଜଳପରିବହନ ନିଗମ ଲିମିଟେଡ (ICWTC)କୁ ଭାଙ୍ଗିବା ଲାଗି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି । 24.12.2014ରେ ଅନୁଷ୍ଠିତ କେବିନେଟ ବୈଠକରେ ନିଷ୍ପତ୍ତି ଅନୁସାରେ 2015 ମସିହାରେ CIWTC ରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଭାରତ ସରକାରଙ୍କ କମ୍ପାନୀ ଆଇନ 1956 ଅନୁସାରେ 1967 ମସିହା ଫେବୃଆରୀ 22 ତାରିଖ ଦିନ CIWTC କୁ ଏକ କମ୍ପାନୀ ଭାବେ ସ୍ଥାପନ କରାଯାଇଥିଲା । ଏହା ପୂର୍ବରୁ ଗଠିତ ଜଳପଥ ନୌଚାଳକ କମ୍ପାନୀ ଲିମିଟେଡର ସମସ୍ତ ସମ୍ପତ୍ତି ଓ ଋଣ ଭାର ବହନ କରିଥିଲେ । ତେବେ କେତେକ ସ୍ୱାଭାବିକ କାରଣ ଓ ସଂସାଧନ ଅଭାବରୁ ICWTC ସଫଳ ହୋଇପାରିନଥିଲା ଓ ସ୍ଥାପନ ଦିନଠାରୁ କ୍ଷତିରେ ଚାଲି ଆସୁଥିଲା । ଏବେ କମ୍ପାନୀରେ ମାତ୍ର 5 ଜଣ କର୍ମଚାରୀ ଅଛନ୍ତି । କମ୍ପାନୀର ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ ପରେ ଏହାକୁ ଭାଙ୍ଗିଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।