Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନନ୍ତ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ


 

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନନ୍ତ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋର ନିବିଡ ବନ୍ଧୁ ଏବଂ ସହକର୍ମୀ ଶ୍ରୀ ଅନନ୍ତ କୁମାରଙ୍କ ବିୟୋଗରେ ମୁଁ ଗଭୀର ଭାବେ ମର୍ମାହତ । ସେ ଜଣେ ବିଶିଷ୍ଟ ନେତା ଥିଲେ, ଯିଏକି ଖୁବ୍ କମ ବୟସରୁ ସାର୍ବଜନୀନ ଜୀବନରେ ପ୍ରବେଶ କରିଥିଲେ ଏବଂ ଅତ୍ୟନ୍ତ କର୍ମଠ ଓ ଅନୁକମ୍ପାର ସହ ସମାଜର ସେବା କରିଥିଲେ । ତାଙ୍କ ଉତ୍ତମ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ।

ମୁଁ ତାଙ୍କ ପତ୍ନୀ ଡଃ ତେଜସ୍ୱିନୀ ଜୀଙ୍କ ସହ କଥାହୋଇଛି ଏବଂ ଶ୍ରୀ ଅନନ୍ତ କୁମାରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ।  ତାଙ୍କର ସମଗ୍ର ପରିବାର, ବନ୍ଧୁବର୍ଗ ଏବଂ ସମର୍ଥକମାନଙ୍କୁ  ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ସମବେଦନା ଜଣାଉଛି । ଓମ ଶାନ୍ତି ।”

 

***********