ମହାମହିମ ରାଷ୍ଟ୍ରପତି ଉହୁରୁ କେନିୟାଟ୍ଟା,
ଉପ-ରାଷ୍ଟ୍ରପତି ୱିଲିଅମ ରୁଟୋ,
ଉପସ୍ଥିତ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ,
ଧନ୍ୟବାଦ, ମହାନୁଭବ, ଆପଣଙ୍କର ଏଭଳି ପ୍ରିୟ ବାକ୍ୟପାଇଁ,
ମୁଁ ନାଇରୋବିକୁ ଆସି ଖୁବ୍ ଉତଫୁଲିତ । ମୋତେ ଏବଂ ମୋର ପ୍ରତିନିଧିମାନଙ୍କୁ ଏଠାରେ ଦିଆଯାଇଥିବା ଭବ୍ୟ ସମ୍ବର୍ଦ୍ଧନା ଓ ଆତିଥ୍ୟ ଲାଗି ମୁଁ ରାଷ୍ଟ୍ରପତି କେନିୟାଟ୍ଟାଙ୍କୁ ଧନ୍ୟବାଦ ଅର୍ପଣ କରୁଛି। ମୁଁ ଶୁଣିଛି, ମହାନୁଭୁବ ଯେ ଆପଣଙ୍କ ନାମ “ଉହୁରୁ” ଶଦ୍ଦର ଅର୍ଥ ହେଲା “ସ୍ୱାଧୀନତା”। ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଆପଣଙ୍କ ଜୀବନ ଯାତ୍ରା ସ୍ୱାଧୀନ କେନିଆର ଯାତ୍ରା ସହ ସମାନ । ଆଜି ମୁଁ ଆପଣଙ୍କ ସହ ଏଠାରେ ଉପସ୍ଥିତ ରହି ନିଜକୁ ଗୌରବାନ୍ୱିତ ମନେ କରୁଛି।
ବନ୍ଧୁଗଣ,
କେନିଆ ହେଲା ଭାରତର ଏକ ମହାର୍ଘ୍ୟ ବନ୍ଧୁ ଏବଂ ନିର୍ଭରଯୋଗ୍ୟ ସହଯୋଗୀ। ଏହି ଦୁଇ ରାଷ୍ଟ୍ରଙ୍କ ମଧ୍ୟରେ ସମ୍ପର୍କର ଡୋର ଯେତିକି ଦୀର୍ଘ ସେତିକି ଉନ୍ନତ । ଉପନିବେଶବାଦ ବିରୋଧରେ ସଂଗ୍ରାମର ପରମ୍ପରାରେ ଆମେ ଉଭୟେ ସହଭାଗୀ ।
ଲୋକ-ଲୋକଙ୍କ ମଧ୍ୟରେ ଆମର ଐତିହାସିକ ବନ୍ଧନ ଆମ ସମ୍ପର୍କର ବ୍ୟାପକତାକୁ ସୂଚୀତ କରେ ଯାହା ନିମ୍ନଲିଖିତ କ୍ଷେତ୍ରକୁ ବ୍ୟାପ୍ତ ।
• କୃଷିଠାରୁ ସ୍ୱାସ୍ଥ୍ୟ ଓ ବିକାଶମୂଳକ ସହାୟତା ପର୍ଯ୍ୟନ୍ତ
• ବ୍ୟବସାୟ କାରବାର ଠାରୁ ବାଣିଜ୍ୟ ଓ ନିବେଶ ପର୍ଯ୍ୟନ୍ତ
• ଆମ ଲୋକମାନଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି ପାଇଁ ଘନିଷ୍ଠ ସହଯୋଗ ଏବଂ
• ନିୟମିତ ରାଜନୈତିକ ମତ ବିନିମୟ ଠାରୁ ପ୍ରତିରକ୍ଷା ଓ ନିରାପତ୍ତା ସହଯୋଗ
ଏବଂ ଆଜି ରାଷ୍ଟ୍ରପତି ଏବଂ ମୁଁ ସେହି ସମ୍ପର୍କର ସମସ୍ତ ଦିଗକୁ ପୂର୍ଣ୍ଣମାତ୍ରାରେ ସମୀକ୍ଷା କରିଛୁ।
ବନ୍ଧୁଗଣ,
ଭାରତ ଏବେ ବିଶ୍ୱ ଅର୍ଥବ୍ୟବସ୍ଥାର ଏକ ଉଜ୍ୱଳ ସ୍ଥାନ ଭାବେ ସୁପରିଚିତ । ଏବଂ କେନିଆ ହେଲା ବ୍ୟାପକ ସୁଯୋଗର ଭୂମି । ଭାରତ ହେଲା କେନିଆର ସର୍ବବୃହତ୍ ବ୍ୟବସାୟିକ ସହଯୋଗୀ ଏବଂ ଏଥିସହ ଦ୍ୱିତୀୟ ବୃହତ୍ ନିବେଶକ ରାଷ୍ଟ୍ର । କିନ୍ତୁ ଏ ଦିଗରେ ଆହୁରି ଅନେକ କିଛି ହାସଲ କରିବାର ଅଛି।
ରାଷ୍ଟ୍ରପତି ଏବଂ ମୁଁ ସହମତ ହୋଇଛିୁ ଯେ ଆମ ଅର୍ଥବ୍ୟବସ୍ଥା ଏଥିରୁ ଅଧିକ ଫାଇଦା ହାସଲ କରିପାରିବ ।
• ଯଦି ଆମେ ଆମର ବ୍ୟବସାୟିକ ସମ୍ପର୍କକୁ ଆହୁରି ନିବିଡ କରିବା
• ଆମର ବାଣିଜ୍ୟ ଡୋଲି(ସମ୍ବନ୍ଧ)କୁ ଅଧିକ ପ୍ରସାରିତ କରିବା ଏବଂ
• ଆମର ନିବେଶ ସମ୍ପର୍କକୁ ଅଧିକ ସମ୍ପ୍ରସାରଣ କରିବା
ଏହା ମଧ୍ୟ କ୍ଷେତ୍ରୀୟ ଆର୍ଥିକ ସମୃଦ୍ଧିକୁ ଅଧିକ ବ୍ୟାପକ କରିବାରେ ସହାୟକ ହେବ ଏବଂ ଏହି ଅବସରରେ ଉଭୟ ରାଷ୍ଟ୍ରର ସରକାର ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରିବେ । ଦୁଇ ଦେଶର ବାଣିଜିକ୍ୟ ସମ୍ପର୍କ ହିଁ ବ୍ୟବସାୟିକ ସହଭାଗିତାକୁ ଆଗକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଦାୟିତ୍ୱ ନିର୍ବାହ କରିବ । ଭାରତ ଏବଂ କେନିଆ ଦୁଇ ବିକାଶଶୀଳ ରାଷ୍ଟ୍ର । ଆମେ ଦୁହେଁ ମଧ୍ୟ ଦୁଇ ଅଭିନବ ସମାଜ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଲା ଯେ ଏହା ପ୍ରକ୍ରିୟା ହେଉ କି ଉତ୍ପାଦ ଅଥବା ପ୍ରଯୁକ୍ତି, ଆମ ଦୁହିଁଙ୍କ ଅଭିନବତ୍ୱ କେବଳ ଦୁଇ ଦେଶ ପାଇଁ ପ୍ରଯୁଜ୍ୟ ନୁହେଁ । ଅନ୍ୟ ବିକାଶଶୀଳ ରାଷ୍ଟ୍ରର ଲୋକଙ୍କ ଜୀବନରେ ଉନ୍ନତି ଘଟାଇବା ଲାଗି ଏହା ଢ଼େର ଆବଶ୍ୟକ । (M-Pesa) ଏମ-ପେଶାରେ ସଫଳତା ଏହିଭଳି ଏକ ଅଭିନବତ୍ୱର ପ୍ରକୃଷ୍ଟ ଉଦାହରଣ ଯାହାକି ବିଶ୍ୱର ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି । ଏହି ଅଭିନବ ପ୍ରଯୁକ୍ତିକୁ ବ୍ୟବସାୟିକ ଦୃଷ୍ଟିରୁ ବ୍ୟବହାର ନିମନ୍ତେ ଉଭୟ ରାଷ୍ଟ୍ର ମିଳିତ ଭାବେ ଉଦ୍ୟମ କରୁଛନ୍ତି । ଆଜି ମଧ୍ୟ ବ୍ୟବସାୟିକ ଫୋରମରେ ଏହାର କିଛି ଦୃଷ୍ଟାନ୍ତ ଆମେ ଦେଖିବାକୁ ପାଇବା ।
ବନ୍ଧୁଗଣ,
ବିବିଧ ବିକାଶ ସହଭାଗିତା ଆମ ଦ୍ୱିପାକ୍ଷିକ ସମ୍ପର୍କର ମୁଖ୍ୟ ଆଧାର । ଆମ ଉଭୟଙ୍କ ବିକାଶ ଅଗ୍ରାଧିକାର ଉଣା ଅଧିକେ ପରସ୍ପର ସହ ଜଡିତ । ସତ୍ୟନିଷ୍ଠ ଓ ନିର୍ଭରଯୋଗ୍ୟ ସହଯୋଗୀ ଭାବେ ଭାରତ ତାର ବିକାଶ ଅନୁଭୂତି ଓ ବିଶେଷ ଜ୍ଞାନକୁ କେନିଆ ସହ ବାଣ୍ଟିବାକୁ ପ୍ରସ୍ତୁତ ଅଛି । କେନିଆର ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ରିହାତି ହାରରେ ଋଣ ଏବଂ ଦକ୍ଷତା ଯୋଗାଇ ଦେବାକୁ ଭାରତ ସର୍ବଦା ଇଚ୍ଛୁକ । କୃଷି ଯାନ୍ତ୍ରୀକରଣ, ବୟନଶିଳ୍ପ ଏବଂ କ୍ଷୁଦ୍ର ତଥା ମଧ୍ୟମ ଧରଣର ଉଦ୍ୟୋଗମାନଙ୍କ ବିକାଶ ନିମନ୍ତେ ଉଦ୍ଦିଷ୍ଟ ପ୍ରକଳ୍ପଗୁଡିକୁ ଭାରତୀୟ ଋଣ ଯୋଗାଣ କାର୍ଯ୍ୟକ୍ରମ ଯଥାଶୀଘ୍ର ଲାଗୁ କରିବା ସକାଶେ ଭାରତ ଆଗ୍ରହୀ । ଭାରତୀୟ ଋଣ ବ୍ୟବସ୍ଥା ମାଧ୍ୟମରେ 60 ନିୟୁତ ଡଲାର ଋଣ ଯୋଗାଣ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଜୁଳି ସରବରାହ ପ୍ରକଳ୍ପର ପ୍ରଗତିରେ ମଧ୍ୟ ଭାରତ ଖୁବ୍ ସନ୍ତୁଷ୍ଟ । କେନିଆର ସଫଳ ଜିଓଥର୍ମାଲ ସେକ୍ଟର ଏବଂ ଶକ୍ତି ସଂରକ୍ଷଣ ପ୍ରକଳ୍ପ ଯଥା ଏଲଇଡି ଭିତ୍ତିକ ସ୍ମାର୍ଟ ଷ୍ଟ୍ରୀଟ୍ ବିଦ୍ୟୁତକରଣ ଏପରି କେତେକ ନୂଆ ନୂଆ କ୍ଷେତ୍ର ଯେଉଁଥିରେ ଭାରତ ସହଭାଗୀ ହେବାକୁ ଇଚ୍ଛୁକ । ମୁଁ ଜାଣେ ଯେ ସ୍ୱାସ୍ଥ୍ୟ ସେବା ଉପରେ ରାଷ୍ଟ୍ରପତି ଉରୁହୁ ଢ଼େର ଗୁରୁତ୍ୱ ଆରୋପ କରନ୍ତି । ଭାରତର ସାମର୍ଥ୍ୟ, ବିଶେଷ କରି ଫାର୍ମାସିଉଟିକାଲ କ୍ଷେତ୍ରରେ କେନିଆରେ ଏକ ବ୍ୟୟଭାର ବହନଯୋଗ୍ୟ ଏବଂ ସକ୍ରିୟ ସ୍ୱାସ୍ଥ୍ୟସେବା ବିକାଶ ନିମନ୍ତେ ଉଭୟ ରାଷ୍ଟ୍ର ହାତ ମିଳାଇ ପାରିବେ ।
ଏହା କେବଳ ଆପଣଙ୍କ ଲୋକମାନଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ ନାହିଁ, ପରନ୍ତୁ ଏହା କେନିଆକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ କ୍ଷେତ୍ରୀୟ କେନ୍ଦ୍ରସ୍ଥଳୀରେ ପରିଣତ କରିପାରିବ । ମୁଁ ଖୁସି ଯେ ଏ ଦିଗରେ ପ୍ରସିଦ୍ଧ କେନିୟାଟ୍ଟା ଜାତୀୟ ହସ୍ପିଟାଲରେ ଭାରତ ଦ୍ୱାରା ନିର୍ମିତ ଅତ୍ୟାଧୁନିକ କ୍ୟାନସର ଥେରାପୀ ମେସିନ – ଭାବାଟ୍ରନ୍ ଉପଲବ୍ଧ ହେବ । ସେହିଭଳି କେନିଆର ଜନସ୍ଵାସ୍ଥ୍ୟ ବ୍ୟବସ୍ଥା ସକାଶେ ଆମେ ଅତ୍ୟାବଶ୍ୟକ ଔଷଧ ଏବଂ ମେଡିକାଲ ଯନ୍ତ୍ରପାତି ଯେଉଁଥିରେ ଏଡସ୍ ଚିକିତ୍ସା ଉପକରଣ ସାମିଲ – ତାହା ଯୋଗାଇ ଦେଉଛୁ।
ବନ୍ଧୁଗଣ,
ଆମେ ସ୍ୱୀକାର କରୁଛୁ ଯେ ଆମ ଯୁବଶକ୍ତିଙ୍କୁ ସଫଳତାର ସୁଯୋଗ ନମିଳିଲେ, ଆମ ସମାଜ କଦାପି ଆଗକୁ ବଢି ପାରିବନାହିଁ । ସେଥିପାଇଁ ଆମେ ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ଏବଂ କୌଶଳ ବିକାଶ କ୍ଷେତ୍ରରେ କେନିଆ ସହିତ ସହଯୋଗ ଘଟାଇବାକୁ ଆଗ୍ରହୀ।
ବନ୍ଧୁଗଣ,
ଯଦ୍ୟପି, ଆମେମାନେ ଆମମାନଙ୍କ ବିକାଶ ଚାଲେଞ୍ଜ ପ୍ରତି ସଚେତନ ରହିଛୁ, ରାଷ୍ଟ୍ରପତି ଏବଂ ମୁଁ ଆମେ ଦୁଇ ରାଷ୍ଟ୍ରର ନିରାପତ୍ତା ତଥା ସ୍ଥିରତା ସମ୍ପର୍କରେ ମଧ୍ୟ ମତ ବିନିମୟ କରିଛୁ । ଭାରତ ଓ କେନିଆ ଭାରତ ମହାସାଗର ଦ୍ୱାରା ପରସ୍ପର ସହ ସଂଯୁକ୍ତ । ଆମ ଦୁହିଁଙ୍କର ଏକ ବଳିଷ୍ଠ ସାମୁଦ୍ରିକ ପରମ୍ପରା ରହିଛି । ତେଣୁ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ଆମ ଦୁହିଁଙ୍କ ଘନିଷ୍ଠ ସହଯୋଗ ଆମର ପ୍ରତିରକ୍ଷା ଓ ନିରାପତ୍ତା କଥାବାର୍ତ୍ତାରେ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରେ । ଏବେ ଏବେ ପ୍ରତିରକ୍ଷା ସହଯୋଗ ଘେନି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ଯାହାକି ଆମ ପ୍ରତିରକ୍ଷା ପ୍ରତିଷ୍ଠାନମାନଙ୍କ ମଧ୍ୟରେ ଆନୁଷ୍ଠାନିକ ସହଯୋଗକୁ ବଳିଷ୍ଠ କରିବ । ଏହା ଦ୍ୱାରା ଅଧିକ କର୍ମଚାରୀଙ୍କ ଆତ-ଜାତ, ବିଶେଷ ଜ୍ଞାନ ଓ ଅନୁଭୂତି ଆଦାନପ୍ରଦାନ, ତାଲିମ ଓ ପ୍ରତିଷ୍ଠାନ ସ୍ଥାପନ, ହାଇଡ୍ରୋଗ୍ରାଫି କ୍ଷେତ୍ରରେ ସହଯୋଗ ତଥା ଉପକରଣ ଯୋଗାଣରେ ସହାୟକ ହେବ । ରାଷ୍ଟ୍ରପତି ଏବଂ ମୁଁ ସହମତି ହୋଇଛୁ ଯେ ଆତଙ୍କବାଦ ଓ ଉଗ୍ରବାଦୀ ଆଦର୍ଶର ବ୍ୟାପକ ପ୍ରସାର ଆମ ଉଭୟ ରାଷ୍ଟ୍ର, କ୍ଷେତ୍ର ଏବଂ ସମଗ୍ର ବିଶ୍ୱର ଲୋକମାନଙ୍କ ସକାଶେ ସମାନ ଚାଲେଞ୍ଜ ସୃଷ୍ଟି କରିଛି । ତେଣୁ ସାଇବର ନିରାପତ୍ତା ମାଦକ ଓ ନିଶାଦ୍ରବ୍ୟର ଚୋରା କାରବାର ତଥା ବେଆଇନ ମାନବଚାଳନ ସମେତ ନିରାପତ୍ତା ସହଯୋଗକୁ ଅଧିକ ନିବିଡ କରିବା ନିମନ୍ତେ ଆମେ ରାଜି ହୋଇଛୁ।
ବନ୍ଧୁଗଣ,
ଗତକାଲି କେନିଆ ଜନ ସମୁଦାୟଙ୍କ ସହ ରାଷ୍ଟ୍ରପତି ଓ ମୁଁ ଅବିସ୍ମରଣୀୟ ଭାବ ବିନିମୟ କରିଛୁ। ଯାହା ରାଷ୍ଟ୍ରପତି ଉହୁରୁ କହିଲେ, ସେମାନେ ନିଜର ଭାରତୀୟ ଉତ୍ପତ୍ତିମୂଳକୁ ନେଇ ଗର୍ବ କଲେ ସୁଦ୍ଧା ଏବେ ସେମାନେ କେନିଆ ନାଗରିକ ଭାବେ ଗୌରାବାନ୍ୱିତ । ଆମ ଅର୍ଥବ୍ୟବସ୍ଥା ଓ ସମାଜ ମଧ୍ୟରେ ସମ୍ପର୍କକୁ ଆମେ ଯେତିକି ନିବିଡ କରୁଛୁ, ତାହା ଏକ ନିର୍ଭରଯୋଗ୍ୟ ସମ୍ପର୍କ ଓ ସୁଦୁଢ଼ ସେତୁରେ ପରିଣତ ହେଉଛି । ମୁଁ ଖୁସିର ସହ ଘୋଷଣା କରୁଛି ଯେ, ସଦାଚଞ୍ଚଳ ଭାରତୀୟ ସଂସ୍କୃତି ଯାହାକି କେନିଆର ବଳିଷ୍ଠ ସଂସ୍କୃତିର ଅଂଶବିଶେଷ ହୋଇସାରିଛି । ଚଳିତ ବର୍ଷ ଶେଷ ଆଡକୁ କେନିଆରେ ଏକ ଭାରତ ମହୋତ୍ସବ ପ୍ରଦର୍ଶିତ ହେବ ।
ମହାମହିମ ରାଷ୍ଟ୍ରପତି ଉହୁରୁ,
ଶେଷରେ, ମୁଁ ପୁଣିଥରେ ଆପଣଙ୍କୁ, କେନିଆ ସରକାରଙ୍କୁ ଏବଂ କେନିଆବାସୀଙ୍କୁ ସେମାନଙ୍କର ଭବ୍ୟ ଅଭ୍ୟର୍ଥନା ପାଇଁ ଧନ୍ୟବାଦ ଜଣାଉଛି ।
ଏବଂ, ମୁଁ ଓ ଭାରତବାସୀ ଆପଣଙ୍କୁ ଭାରତରେ ସ୍ୱାଗତ ପାଇଁ ଅପେକ୍ଷାରତ ।
ଧନ୍ୟବାଦ ।
ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ।
Kenya is a valued friend and trusted partner of India. The bonds between the two countries are long-standing and rich: PM @narendramodi
— PMO India (@PMOIndia) July 11, 2016
Strong and deep-rooted India-Kenya friendship. pic.twitter.com/X7XUNsIF5a
— PMO India (@PMOIndia) July 11, 2016
India is Kenya's largest trading partner and the second largest investor here. But, there is potential to achieve much more: PM
— PMO India (@PMOIndia) July 11, 2016
The multifaceted development partnership is a key pillar of our bilateral relationship: PM @narendramodi
— PMO India (@PMOIndia) July 11, 2016
Kenya's geothermal sector & energy efficiency projects- LED based smart street lighting are areas where we could build our engagement: PM
— PMO India (@PMOIndia) July 11, 2016
India's strength especially in pharmaceuticals can join hands with your priorities to shape affordable & efficient healthcare system: PM
— PMO India (@PMOIndia) July 11, 2016
Another aspect of India-Kenya cooperation. pic.twitter.com/hneVk6KiLX
— PMO India (@PMOIndia) July 11, 2016
We have agreed to deepen our security partnership including in fields of cyber security, combating drugs & narcotics & human trafficking: PM
— PMO India (@PMOIndia) July 11, 2016
The Prime Minister hands over a model of Bhabhatron to President @UKenyatta. pic.twitter.com/nLYbSgu2YK
— PMO India (@PMOIndia) July 11, 2016
Witnessed the signing of crucial agreements & addressed the press on India-Kenya ties. https://t.co/8Mm7micZvD
— Narendra Modi (@narendramodi) July 11, 2016