ବରିଷ୍ଠ ପତ୍ରକାର ତଥା ରାଜ୍ୟସଭାର ପୂର୍ବତନ ସଦସ୍ୟ କୁଲଦୀପ ନାୟାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକପ୍ରକାଶ କରିଛନ୍ତି ।
“କୁଲଦୀପ ନାୟାର ହେଉଛନ୍ତି ଆମ ସମୟର ଜଣେ ପ୍ରଖ୍ୟାତ ବୁଦ୍ଧିଜୀବି । ସେ କେତେ ଦଶନ୍ଧି ଧରି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିର୍ଭିକ ଏବଂ ସିଧାସଳଖ ଭାବେ ନିଜସ୍ୱ ମୌଳିକ ମତ ପ୍ରକାଶ କରିଆସିଛନ୍ତି । ଜରୁରୀକାଳୀନ ପରିସ୍ଥିତିକୁ ତାଙ୍କର ଦୃଢ଼ ବିରୋଧ, ଜନସାଧାରଣଙ୍କ ସେବା ଏବଂ ଏକ ଉନ୍ନତ ଭାରତ ପାଇଁ ତାଙ୍କ ସଂକଳ୍ପ ସଦାସର୍ବଦା ସ୍ମରଣୀୟ ରହିବ । ତାଙ୍କ ବିୟୋଗରେ ମୁଁ ମର୍ମାହତ । ଏଥିପାଇଁ ଗଭୀର ଶୋକପ୍ରକାଶ କରୁଛି,”ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
**********
Kuldip Nayar was an intellectual giant of our times. Frank and fearless in his views, his work spanned across many decades. His strong stand against the Emergency, public service and commitment to a better India will always be remembered. Saddened by his demise. My condolences.
— Narendra Modi (@narendramodi) August 23, 2018