Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୁଏତର ନୂଆ ଅମିରଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁଏତର ନୂତନ ଅମୀର ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମହାମହିମ ଶେଖ୍ ମେଶାଲ ଅଲ – ଅହମ୍ମଦ ଅଲ – ଜବେର ଅଲ – ସବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଭବିଷ୍ୟତରେ ଭାରତ – କୁଏତ ସମ୍ପର୍କ ସୁଦୃଢ଼ ହେବ ଏବଂ ମଧ୍ୟପ୍ରାଚ୍ୟ ଦେଶରେ ଥିବା ଭାରତୀୟ ସମୁଦାୟର ବିକାଶ ହୋଇ ପାରିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି :

କୁଏତ୍ ରାଜ୍ୟର ଅମୀର ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ମହାମହିମ ଶେଖ୍ ମେଶାଲ ଅଲ -ଅହମ୍ମଦ ଅଲ – ଜବେର ଅଲ୍ – ସବାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଆଗାମୀ ବର୍ଷ ଗୁଡ଼ିକରେ ଆମ ସମ୍ପର୍କ ଆହୁରି ସୁଦୃଢ଼ ହେବ ଏବଂ କୁଏତରେ ଥିବା ଭାରତୀୟ ସମୁଦାୟ ଆଗକୁ ବଢିବ ବୋଲି ବିଶ୍ୱାସ ରହିଛି ।

***

SSP