Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କିନ୍ନର (ଅଧିକାର ସୁରକ୍ଷା) ବିଲ 2019କୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କିନ୍ନର(ଅଧିକାର ସୁରକ୍ଷା) ବିଲ 2019କୁ ସଂସଦରେ ଉପସ୍ଥାପନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସଂସଦର ପରବର୍ତୀ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ ।

ଏହି ବିଲ ଏହି ବ୍ୟକ୍ତିମାନଙ୍କୁ ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ସଶକ୍ତିକରଣ ପ୍ରଦାନ କରିବା ଲାଗି ବ୍ୟବସ୍ଥା ଉପଲବ୍ଧ କରାଇବ ।

ପ୍ରଭାବ :

ଏହି ବିଲ ସମାଜର ବଞ୍ଚିତ ବର୍ଗଙ୍କ ବିରୋଧରେ ହେଉଥିବା ଅପନିନ୍ଦା, ଭେଦଭାବ ଏବଂ ଦୁର୍ବ୍ୟବହାରକୁ ହ୍ରାସ କରିବା ସହିତ ସେମାନଙ୍କୁ ମୁଖ୍ୟଧାରାକୁ ଆଣିବ । ଫଳରେ ଅନେକ କିନ୍ନର ଲାଭାନ୍ୱିତ ହେବେ । ଏହାଦ୍ୱାରା ସାମଗ୍ରିକତାକୁ ପ୍ରୋତ୍ସାହନ ମିଳିବ ଏବଂ କିନ୍ନର ସମାଜର ଉପଯୋଗୀ ସଦସ୍ୟ ହୋଇପାରିବେ ।

*******