ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାଶ୍ମୀରର ସମୃଦ୍ଧ ସଂସ୍କୃତି, କଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରୁଥିବା “ଭିତସ୍ତା-ଫେଷ୍ଟିଭାଲ୍ ଅଫ୍ କାଶ୍ମୀର” ର ଚମତ୍କାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।
ଭିତସ୍ତା କାର୍ଯ୍ୟକ୍ରମ ସମଗ୍ର ଦେଶକୁ କାଶ୍ମୀରର ସମୃଦ୍ଧ କଳା, ସଂସ୍କୃତି, ସାହିତ୍ୟ, ହସ୍ତଶିଳ୍ପ ଏବଂ ଖାଦ୍ୟପେୟ ପ୍ରତି ଅବଗତ ଲାଗି ଆୟୋଜିତ ହୋଇଥିଲା ।
ଚେନ୍ନାଇରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମଗୁଡ଼ିକ କ୍ରମେ ଶ୍ରୀନଗରରେ ଶେଷ ହୋଇଥିଲା ଯେଉଁଥିରେ ଯୁବକମାନେ କାଶ୍ମୀର ସଂସ୍କୃତି ଜାଣିବାକୁ ଉତ୍ସାହ ପ୍ରଦର୍ଶନ କରିଥିଲେ । କାଶ୍ମୀର ସଂସ୍କୃତିକୁ ଜନସାଧାରଣଙ୍କ ନିକଟକୁ ଆଣିବା ପାଇଁ କର୍ମଶାଳା, କଳା ସ୍ଥାପନ ଶିବିର, ଆଲୋଚନାଚକ୍ର, ହସ୍ତଶିଳ୍ପ ପ୍ରଦର୍ଶନୀ ପରି ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ଲୋକମାନେ ଅଂଶଗ୍ରହଣ କରି କାଶ୍ମୀରର ସଂସ୍କୃତି ସହିତ ପରିଚିତ ହୋଇଥିଲେ ।
ଭିତସ୍ତା କାର୍ଯ୍ୟକ୍ରମ ସମ୍ପର୍କରେ ଅମୃତ ମହୋତ୍ସବର ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;
“ଏହି ଚମତ୍କାର ପଦକ୍ଷେପ ପାଇଁ ଅନେକ ଅନେକ ଅଭିନନ୍ଦନ । ବହୁ ବର୍ଷ ପରେ, “ଭିତସ୍ତା – ଦି ଫେଷ୍ଟିଭାଲ ଅଫ୍ କାଶ୍ମୀର” କେବଳ ଦେଶର ସମୃଦ୍ଧ ସଂସ୍କୃତି ଏବଂ ଐତିହ୍ୟ ବିଷୟରେ ଜାଣିବାର ସୁଯୋଗ ଦେଇନାହିଁ, ଦେଶବାସୀଙ୍କୁ ଏକଜୁଟ କରିବା ପାଇଁ ଏହି କାର୍ଯ୍ୟକ୍ରମ ମଧ୍ୟ ଏକ ବଡ଼ ପ୍ରୟାସ ।”
HS
इस बेहतरीन पहल के लिए बहुत-बहुत बधाई। कई वर्षों के बाद हुए “वितस्ता – द फेस्टिवल ऑफ कश्मीर” से देशभर के लोगों को ना सिर्फ राज्य की समृद्ध संस्कृति और विरासत को जानने का मौका मिला है, बल्कि यह कार्यक्रम देशवासियों को भी एक सूत्र में पिरोने का शानदार प्रयास है। https://t.co/B2c9WRHD2j
— Narendra Modi (@narendramodi) June 28, 2023