Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

କାଶୀ ବିଶ୍ୱନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଏକ ସାଂକେତିକ ଶିଳାନ୍ୟାସ ସମାରୋହ ପରେ ଉପସ୍ଥିତ ସମାରୋହକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପ ସହିତ ଯୋଡ଼ି ହେବା ତାଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ସଦୃଶ । ସମର୍ପଣର ସହିତ ସେମାନଙ୍କ ଦାୟିତ୍ୱ ସମ୍ପାଦନ କରିଥିବାରୁ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପରେ ଜଡ଼ିତ ଅଧିକାରୀମାନଙ୍କୁ ସେ ପ୍ରଶଂସା କରିଥିଲେ । ମନ୍ଦିର ଚାରିପାଖେ ନିଜସ୍ୱ ସମ୍ପତ୍ତି ଥିବା ଏବଂ ପ୍ରକଳ୍ପ ପାଇଁ ଏହାର ଅଧିଗ୍ରହଣକୁ ଅନୁମତି ଦେଇଥିବା ସବୁଲୋକମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଅନେକ ଶତାବ୍ଦୀ ଧରି ଅତ୍ୟାଚାର ସହି ସୁଦ୍ଧା କାଶୀ ବିଶ୍ୱନାଥ ମନ୍ଦିର ନିଜର ଅସ୍ତିତ୍ୱ ବଜାୟ ରଖିଥିବା ସେ କହିଥିଲେ । ଦୁଇ ଶତାବ୍ଦୀ ପୂର୍ବେ କାଶୀ ବିଶ୍ୱନାଥ ମନ୍ଦିରର ପୁନରୁଦ୍ଧାରରେ ରାଣୀ ଅହଲ୍ୟାବାଇ ହୋଲକରଙ୍କ କାର୍ଯ୍ୟକୁ ସେ ସ୍ମରଣ କରି ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ସେବେଠାରୁ କ୍ଷମତାରେ ଥିବା ଲୋକମାନେ ମନ୍ଦିରର ପାର୍ଶ୍ଵବର୍ତ୍ତୀ ସମଗ୍ର ଅଂଚଳ ପାଇଁ ବିଶେଷ ଚିନ୍ତା କରିନଥିଲେ ସେ କହିଥିଲେ, କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ପାଖାପାଖି 40ଟି ମନ୍ଦିର ସମୟକ୍ରମେ ଜବରଦଖଲ କରାଯାଇଥିଲା, ଏବଂ ବର୍ତ୍ତମାନ ଏହା ଜବରଦଖଲ ମୁକ୍ତ ହୋଇସାରିଛି । ସେ କହିଥିଲେ ସମଗ୍ର ମନ୍ଦିର ପରିସର ବର୍ତ୍ତମାନ ନୂଆରୂପ ପାଇବାର ପ୍ରକ୍ରିୟାରେ ରହିଛି ଏବଂ ଏହାର ଫଳ ଏବେ ଦେଖିବାକୁ ମିଳୁଛି । ସେ କହିଥିଲେ ଗଙ୍ଗା ନଦୀ ଏବଂ କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟରେ ଏକ ସିଧାସଳଖ ସମ୍ପର୍କ ପ୍ରତିଷ୍ଠା କରାଯାଉଛି ।

ସେ କହିଥିଲେ ଏହି ପ୍ରକଳ୍ପ ଅନ୍ୟସ୍ଥାନରେ ଏପରି ପ୍ରକଳ୍ପ ନିର୍ମାଣ ପାଇଁ ଆଦର୍ଶ ପାଲଟିବ ତଥା କାଶୀକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ପ୍ରଦାନ କରିବ ।