Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କାନପୁର ବିମାନ ଘାଟି ଷ୍ଟେସନରେ ସ୍କୁଲ ନିର୍ମାଣ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ଲିଜ ମିଳିବ 6.5628 ଏକର ପ୍ରତିରକ୍ଷା ଜମି


କାନପୁରସ୍ଥିତ ବିମାନବାହିନୀ ଷ୍ଟେସନ କମ୍ପ୍ଲେକ୍ସ ମଧ୍ୟରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯିବ । ଏଥିଲାଗି ପ୍ରତିରକ୍ଷା ବିଭାଗର ବଳକା 6.5628 ଏକର ଜମିକୁ କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନକୁ ହସ୍ତାନ୍ତର କରାଯିବ । ସାମ୍ପ୍ରତିକ ନୀତି ଅନୁସାରେ ପ୍ରତୀକାତ୍ମକ ଭାବେ ବାର୍ଷିକ ମାତ୍ର ଏକ ଟଙ୍କା ଭଡା ସୂତ୍ରରେ କୌଣସି ପ୍ରିମିୟମ ନ ଦେଇ ଏହି ବଳକା ପ୍ରତିରକ୍ଷା ଜମି କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନକୁ ହସ୍ତାନ୍ତର କରାଯିବ । ଏବେ ଏଏଫଏସ କାନପୁରସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ସେଠାକାର ଏକ ଅସ୍ଥାୟୀ ବାରାକ ମଧ୍ୟରେ କାର୍ଯ୍ୟ କରୁଛି । ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ହେବା ଦ୍ଵାରା ସେଠାକାର ଛାତ୍ରଛାତ୍ରୀମାନେ ଉପକୃତ ହେବେ । ଜମି ହସ୍ତାନ୍ତର ପ୍ରକ୍ରିୟା 2 ମାସ ମଧ୍ୟରେ ସମ୍ପନ୍ନ ହେବ ।

ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।