ହର ହର ମହାଦେବ !!
କାଶୀର ସମସ୍ତ ଭଉଣୀ-ଭାଇମାନଙ୍କୁ ମୋର ପ୍ରଣାମ ।
ଆଜି କାବୁଲରେ ଗୁରୁଦ୍ୱାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଯୋଗୁଁ ବହୁତ ମନ ଦୁଃଖ ହୋଇଛି । ଏହି ଆକ୍ରମଣରେ ମୃତ୍ୟୁ ଘଟିଥିବା ସମସ୍ତ ଲୋକଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତ କରୁଛି ।
ସାଥୀଗଣ,
ଆଜ ହେଉଛି ନବବର୍ଷର ପ୍ରଥମ ଦିନ । ଚୈତ୍ର ନବରାତ୍ରର ପବିତ୍ର ପର୍ବର ହେଉଛି ପ୍ରଥମ ଦିନ । ଆଜି ସମସ୍ତେ ପୂଜାର୍ଚ୍ଚନାରେ ବ୍ୟସ୍ତ ଥିବେ । ଏହା ମଧ୍ୟରେ ଆପଣମାନେ ଏହି କାର୍ଯ୍ୟକ୍ରମ ପାଇଁ ସମୟ ବାହାର କଲେ, ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛି ।
ସାଥୀଗଣ,
ଆପଣ ଜାଣିଛନ୍ତି, ନବରାତ୍ରୀର ପ୍ରଥମଦିନରେ ମା’ ଶୈଳପୁତ୍ରୀଙ୍କର ପୂଜା କରାଯାଇଥାଏ । ମା’ ଶୈଳପୁତ୍ରୀ ହେଉଛନ୍ତି ସ୍ନେହ, କରୁଣା ଏବଂ ମମତାର ସ୍ୱରୂପ । ତାଙ୍କୁ ମଧ୍ୟ ପ୍ରକୃତିର ଦେବୀ କୁହାଯାଏ ।
ଆଜି ଦେଶ ଯେଉଁ ସଂକଟକାଳୀନ ସମୟ ମଧ୍ୟ ଦେଇ ଗତି କରୁଛି, ସେଥିରେ ଆମ ସମସ୍ତଙ୍କୁ ମା’ ଶୈଳସୁତେଙ୍କ ଆଶୀର୍ବାଦର ବହୁତ ଆବଶ୍ୟକତା ରହିଛି । ମୁଁ ମା’ ଶୈଳପୁତ୍ରୀଙ୍କୁ ପ୍ରାର୍ଥନା କରୁଛି, କାମନା କରୁଛି କରୋନା ମହାମାରୀ ବିରୁଦ୍ଧରେ ସାରା ଦେଶରେ ଯେଉଁ ଯୁଦ୍ଧ ଆରମ୍ଭ ହୋଇଛି, ସେଥିରେ ହିନ୍ଦୁସ୍ଥାନକୁ, ଶହେ ତିରିଶ କୋଟି ଦେଶବାସୀଙ୍କୁ ବିଜୟ ପ୍ରାପ୍ତ ହେଉ ।
କାଶୀର ସାଂସଦ ଭାବେ ମୋତେ, ଏଭଳି ସମୟରେ ଆପଣମାନଙ୍କ ଗହଣରେ ରହିବା କଥା ଥିଲା । କିନ୍ତୁ ଆଜି ଏଠାରେ ଦିଲ୍ଲୀରେ ଯେଉଁ ଭଳି ପରିସ୍ଥିତି ହୋଇଛି, ତାହା ସହିତ ମଧ୍ୟ ପରିଚିତ ଅଛନ୍ତି । ଏଠାକାର ବ୍ୟସ୍ତତା ମଧ୍ୟରେ ମୁଁ ବାରାଣସୀ ବିଷୟରେ ନିରନ୍ତର ନିଜର ସାଥୀମାନଙ୍କଠାରୁ ତାଜା ତଥ୍ୟ ସଂଗ୍ରହ କରୁଛି ।
ସାଥୀଗଣ,
ମନେ ପକାନ୍ତୁ, ମହାଭାରତର ଯୁଦ୍ଧ ଜିତିବା ପାଇଁ 18 ଦିନ ଲାଗିଥିଲା । ଆଜି କରୋନା ବିରୁଦ୍ଧରେ ଯେଉଁ ଯୁଦ୍ଧ ସମଗ୍ର ଦେଶ ଲଢ଼ୁଛି, ସେଥିରେ 21 ଦିନ ଲାଗିବ । ଆମର ପ୍ରୟାସ ରହିଛି କି ଏହାକୁ 21 ଦିନ ମଧ୍ୟରେ ଜିତିବାକୁ ହେବ ।
ମହାଭାରତ ଯୁଦ୍ଧ ସମୟରେ ଭଗବାନ ଶ୍ରୀକୃଷ୍ଣ ମହାରଥୀ ଥିଲେ, ସାରଥୀ ମଧ୍ୟ ଥିଲେ । ଆଜି 130 କୋଟି ମହାରଥୀଙ୍କ ବାହୁବଳରେ, ଆମକୁ କରୋନା ବିରୁଦ୍ଧରେ ଏହି ଲଢ଼େଇକୁ ଜିତିବାକୁ ହେବ । ଏଥିରେ କାଶୀବାସୀଙ୍କର ମଧ୍ୟ ବହୁତ ବଡ଼ ଭୂମିକା ରହିଛି ।
କାଶୀ ବିଷୟରେ କୁହା ଯାଇଛି-
ମୁକ୍ତି ଜନ୍ମ ମହି ଜାନି, ଜ୍ଞାନ ଖାନି ଅଧ ହାନି କର ।
ଜହାଁ ବସ୍ ଶମ୍ଭୁ ଭବାନି, ଶୋ କାଶୀ ସେଇଅ କସ ନ?
ଅର୍ଥାତ, ଏହା ହେଉଛି ଜ୍ଞାନର ଖଣି, ପାପ ଏବଂ ସଙ୍କଟକୁ ନାଶ କରିବା ଭଳି ।
ସଙ୍କଟର ଏହି ଘଡିସନ୍ଧି ମୁହୂର୍ତ୍ତରେ, କାଶୀ ସମସ୍ତଙ୍କର ମାର୍ଗଦର୍ଶନ କରିପାରିବ, ସମସ୍ତଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରି ପାରିବ ।
କାଶୀର ଅନୁଭବ ହେଉଛି ସଶକ୍ତ, ସନାତନ, ସମୟାତୀତ ।
ଆଉ ଏଥିପାଇଁ ଆଜି ଲକଡାଉନର ପରିସ୍ଥିତିରେ କାଶୀ ଦେଶକୁ ଶିକ୍ଷା ଦେଇ ପାରିବ – ସଂଯମ, ସମନ୍ୱୟ ଏବଂ ସମ୍ବେଦନଶୀଳତା ।
କାଶୀ ଦେଶକୁ ଶିକ୍ଷା ଦେଇ ପାରିବ – ସହଯୋଗ, ଶାନ୍ତି, ସହନଶୀଳତା ।
କାଶୀ ଦେଶକୁ ଶିକ୍ଷା ଦେଇ ପାରିବ – ସାଧନା, ସେବା, ସମାଧାନ ।
ସାଥୀଗଣ,
କାଶୀର ତ ଅର୍ଥ ହିଁ ହେଉଛି ଶିବ ।
ଶିବ ଅର୍ଥାତ କଲ୍ୟାଣ ।
ଶିବଙ୍କ ନଗରୀରେ, ମହାକାଳ ମହାଦେବଙ୍କ ନଗରୀରେ ସଙ୍କଟ ସହିତ ଲଢ଼େଇ କରିବାର, ସମସ୍ତଙ୍କୁ ମାର୍ଗ ଦର୍ଶନର ସାମର୍ଥ୍ୟ ନ ରହିବ ତ ପୁଣି କାହା ପାଖରେ ରହିବ?
ସାଥୀଗଣ,
କରୋନା ବିଶ୍ୱ ମହାମାରୀକୁ ଦୃଷ୍ଟିରେ ରଖି ସାରା ଦେଶରେ ବ୍ୟାପକ ପ୍ରସ୍ତୁତି କରାଯାଉଛି ।
କିନ୍ତୁ ଆମକୁ ସମସ୍ତଙ୍କ ପାଇଁ ମୋ ପାଇଁ ମଧ୍ୟ ଏବଂ ଆପଣଙ୍କ ପାଇଁ ମଧ୍ୟ ଏହା ଧ୍ୟାନରେ ରଖିବାକୁ ହେବ କି ସାମାଜିକ ଦୂରତା, ଘରେ ବନ୍ଦ ହୋଇ ରହିବା ହେଉଛି ବର୍ତ୍ତମାନ ସମୟର ଏକମାତ୍ର ସବୁଠାରୁ ଭଲ ଉପାୟ ।
ମୋର ବିଶ୍ୱାସ ରହିଛି ଯେ ଆପଣ ସମସ୍ତଙ୍କ ପାଖରେ ବହୁତଗୁଡ଼ିଏ ପ୍ରଶ୍ନ ଥିବ, କିଛି ଚିନ୍ତା ମଧ୍ୟ ରହିଥିବ ଆଉ ମୋ ପାଇଁ କିଛି ପ୍ରସ୍ତାବ ମଧ୍ୟ ଥିବ ।
ତ ଆସନ୍ତୁ, ଆମେ ଆମର ବାର୍ତ୍ତାଳାପ ଆରମ୍ଭ କରିବା । ଆପଣ ନିଜ ନିଜର ପ୍ରଶ୍ନ ପଚାରିବେ ମୁଁ ନିଶ୍ଚିତ ନିଜ କଥା ରଖିବାର ପ୍ରୟାସ କରିବି ।
ନମସ୍କାର ପ୍ରଧାନମନ୍ତ୍ରୀ ମହାଶୟ,
ନମସ୍କାର,
ପ୍ରଶ୍ନ- ମୁଁ ହେଉଛି ପ୍ରଫେସର କୃଷ୍ଣକାନ୍ତ ବାଜପେୟୀ । ମୁଁ ବାରାଣସୀ ଜାତୀୟ ଡିଜାଇନିଂ ଟେକ୍ନୋଲୋଜି ପ୍ରତିଷ୍ଠାନର ନିର୍ଦ୍ଦେଶକ ଏବଂ ଜଣେ ବ୍ଲଗର, ଲେଖକ ଏବଂ ବର୍ତ୍ତମାନ ଆପଣ କରୋନା ବିରୁଦ୍ଧରେ ଯେଉଁ ଯୁଦ୍ଧ ଆରମ୍ଭ କରିଛନ୍ତି, ସେଥିରେ ମୁଁ ହେଉଛି ଜଣେ ସୈନିକ ଆଉ ଜଣେ ସୈନିକ ଭାବେ ଆମେ କିଛି ଦିନ ହେବ କାର୍ଯ୍ୟ କରୁଛୁ । ସଚେତନତା ମଧ୍ୟ ସୃଷ୍ଟି କରୁଛୁ । ଆଉ ସେଥିରୁ ଜଣା ପଡ଼ୁଛି, ଯେତେବେଳେ ଅନେକ ଲୋକଙ୍କ ସହିତ କଥା ହେଉଛୁ ତ ବହୁତ ଲୋକ ଏପରି କହୁଛନ୍ତି କି ଏହି ରୋଗ ଆମକୁ ହେବ ନାହିଁ । କାରଣ ଆମର ଖାଦ୍ୟପେୟ ଯେଉଁଭଳି ଭାବେ ରହିଛି, ଆମର ପରିବେଶ ଯେପରି ଭାବେ ଅଛି, ଆମର ରୀତି ନୀତି ଏବଂ ପରମ୍ପରା ଯେଭଳି ଭାବେ ଅଛି, ଆଉ ବାତାବରଣରେ ମଧ୍ୟ ଗରମ ଆସିବାର ଅଛି, ଅଧିକ ଗରମ ହେବ ତ ଏହି ଭୂତାଣୁ ଶେଷ ହୋଇଯିବ, ଆମମାନଙ୍କୁ ହେବ ନାହିଁ ତ ଏଥିପାଇଁ ଉଦାସୀନ ହୋଇ ପଡ଼ୁଛନ୍ତି, ସେମାନଙ୍କର ମାର୍ଗଦର୍ଶନ କରନ୍ତୁ ।
କୃଷ୍ଣକାନ୍ତ ମହାଶୟ, ମୁଁ ବହୁତ ଗର୍ବ ଅନୁଭବ କରୁଛି ଯେତେବେଳେ ଆପଣଙ୍କ ଭଳି ପ୍ରବୃଦ୍ଧ ନାଗରିକମାନଙ୍କୁ ନିଜର ବ୍ୟକ୍ତିଗତ କାର୍ଯ୍ୟ, ନିଜ ବ୍ୟବସାୟ ସହିତ ହିଁ ଲୋକମାନଙ୍କୁ ସଚେତନ କରିବାର ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବାର ଦେଖୁଛି ।
ଆପଣଙ୍କର ଏହି ସେବାଭାବ ଏବଂ ସମାଜ ପ୍ରତି ଏହି ସମ୍ବେଦନା ନିଶ୍ଚିତ ଫଳାଫଳ ଆଣିବ, କରୋନା ବିରୁଦ୍ଧରେ ଆମକୁ ନିଶ୍ଚୟ ଏହି ଯୁଦ୍ଧରେ ବିଜୟପ୍ରାପ୍ତ ହେବ ।
ଆପଣ ଯେଉଁ କଥା କହିଲେ, ତାହା ଠିକ୍ । ଅନେକ ଲୋକଙ୍କର ଏ ସମ୍ପର୍କରେ ଭୁଲ ଧାରଣା ରହିଛି, ଦେଖନ୍ତୁ ମଣିଷର ସ୍ୱଭାବ ହେଉଛି କି ଯାହାକିଛି ମଧ୍ୟ ସରଳ ହେଉ, ନିଜକୁ ଟିକେ ସୁହାଇଲା ଭଳି ହେଉ, ଅନୁକୂଳ ହେଉ, ତାକୁ ସବୁ ତୁରନ୍ତ ସ୍ୱୀକାର କରି ନେଇଥାଏ । ଅନେକ ସମୟରେ ଆମର କିଛି କଥା ଆମକୁ ନିଶ୍ଚୟ ପସନ୍ଦ ଆସିଥାଏ, ନିଜପାଇଁ ଗ୍ରହଣୀୟ ହୋଇଥାଏ । ତ ଆପଣ ତାହାକୁ ତୁରନ୍ତ ସତ ବୋଲି ଗ୍ରହଣ କରି ନେଇ ଥାଆନ୍ତି । ଏଭଳି ସ୍ଥିତିରେ ଅନେକ ଥର ଏହା ହୋଇଥାଏ କି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ଯାହା ପ୍ରମାଣିତ ହୋଇଥାଏ, ଅଧିକୃତ ହୋଇଥାଏ ତ ତାହା ଉପରକୁ ଲୋକଙ୍କ ଧ୍ୟାନ ଯାଇ ନଥାଏ । ଆମର ଏଠାରେ କିଛି ଲୋକଙ୍କ ସହିତ ଏହା ହିଁ ହେଉଛି ମୋର ଏଭଳି ଲୋକଙ୍କୁ ଅନୁରୋଧ କି ଯେତେ ଶୀଘ୍ର ହୋଇପାରେ, ନିଜର ଭ୍ରାନ୍ତଧାରଣାରୁ ଦୂରେଇ ରୁହନ୍ତୁ । ସତ୍ୟକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଦେଖନ୍ତୁ, ଏହି ରୋଗ ସମ୍ପର୍କରେ ଯେଉଁ କଥା ସାମ୍ନାକୁ ଆସିଛି, ସେଥିରେ ସବୁଠାରୁ ବଡ଼ ସତ୍ୟତା ଏହା ହେଉଛି କି ଏହି ରୋଗ କାହା ସହିତ ଭେଦଭାବ କରେ ନାହିଁ । ଏହା ସମୃଦ୍ଧ ଦେଶ ଉପରେ ମଧ୍ୟ ନିଜର ପ୍ରଭାବ ଦେଖାଇ ଚାଲିଛି ଏବଂ ଗରିବର ଘରେ ମଧ୍ୟ ନିଜର ପ୍ରଭାବ ବିସ୍ତାର କରୁଛି । ଏପରିକି ଲୋକ ବ୍ୟାୟାମ କରୁଛନ୍ତି, ନିଜ ସ୍ୱାସ୍ଥ୍ୟର ବହୁତ ଧ୍ୟାନ ରଖୁଛନ୍ତି, ଏହି ଭୂତାଣୁ ତାଙ୍କୁ ମଧ୍ୟ ନିଜ କବଳକୁ ନେଇ ଆସୁଛି । ଏଥିପାଇଁ କିଏ କ’ଣ, କେଉଁଠି ଅଛି, କି କାର୍ଯ୍ୟ କରୁଛି, କ’ଣ କରୁନାହିଁ, ତାହାର କିଛି ମହତ୍ୱ ନାହିଁ । ଏହି ସବୁଥିରେ ମୁଣ୍ଡ ନ ଖେଳାଇ ରୋଗ କେତେ ଭୟାନକ କେତେ ବିପଦଜ୍ଜନକ, ତାହା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉ, ଏହା ବୁଝିବା ଜରୁରୀ । ଆପଣଙ୍କ କଥା ମଧ୍ୟ ଠିକ୍ ଯେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ନିଜ କାନରେ ଶୁଣନ୍ତି, ଆଖିରେ ଦେଖନ୍ତି ଏବଂ ନିଜ ବୁଦ୍ଧି ଦ୍ୱାରା ବୁଝି ପାରି ଥାଆନ୍ତି, କିନ୍ତୁ ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରୀ କରନ୍ତି ନାହିଁ । ତାଙ୍କୁ ଏହି ବିପଦ ବିଷୟରେ ଜଣା ନଥାଏ, ସେମାନେ ଚିନ୍ତାଶୂନ୍ୟ ହୋଇ ଥାଆନ୍ତି, କ’ଣ ସତର୍କତା ଅବଲମ୍ବନ କରିବାର ଅଛି, ସେମାନଙ୍କୁ ଏହା ମଧ୍ୟ ଜଣା ନଥାଏ । କିନ୍ତୁ ସେମାନେ ବାସ୍ତବତାକୁ ହୃଦୟଙ୍ଗମ କରିବାକୁ ଚାହାଁନ୍ତି ନାହିଁ । ଟିଭିରେ ଆପଣମାନେ କେତେଥର ଦେଖୁଥିବେ, ସିଗାରେଟ ପିଇବା ଦ୍ୱାରା କର୍କଟ ରୋଗ ହୋଇଥାଏ । ଗୁଟଖା ଖାଇବା ଦ୍ୱାରା କର୍କଟ ରୋଗ ହୋଇଥାଏ । ଅନେକ ଥର ଏଭଳି ହୋଇଥାଏ କି ଲୋକ ସିଗାରେଟ ଟାଣି ଟାଣି ଏଭଳି ବିଜ୍ଞାପନ ଦେଖୁଥାନ୍ତି, କିନ୍ତୁ ଏହାର ସେମାନଙ୍କ ମନ ଉପରେ କୌଣସି ପ୍ରଭାବ ପଡ଼ି ନଥାଏ, ଏହି ଯେଉଁ କଥା ମୁଁ କହୁଛି, ଅନେକ ଲୋକ ଅନେକ ଥର ଜାଣିଶୁଣି ମଧ୍ୟ ସତର୍କତା ଅବଲମ୍ବନ କରୁ ନାହାଁନ୍ତି । କିନ୍ତୁ ହଁ, ନାଗରିକ ଭାବରେ ଆମକୁ ନିଜର କର୍ତ୍ତବ୍ୟ କରିବା ଦରକାର । ଆମକୁ ସାମାଜିକ ଦୂରତା ଉପରେ ଧ୍ୟାନ ଦେବା ଉଚିତ । ଆମକୁ ଘରେ ରହିବା ଦରକାର ଏବଂ ନିଜ ନିଜ ମଧ୍ୟରେ ବ୍ୟବଧାନ ରଖିବା ଆବଶ୍ୟକ । କରୋନା ଭଳି ମହାମାରୀଠାରୁ ଦୂରରେ ରହିବାର ଏହା ହେଉଛି ବର୍ତ୍ତମାନ ଏକମାତ୍ର ଉପାୟ । ଯଦି ବ୍ୟକ୍ତି ସ୍ୱୟଂ ନିଜେ ଏଭଳି ଅବଲମ୍ବନ କରେ ଏବଂ ନିର୍ଦ୍ଦେଶଗୁଡ଼ିକୁ ପାଳନ କରେ ତ, ସେ ଏହି ଭୂତାଣୁର ସଂକ୍ରମଣ କବଳରେ ପଡ଼ିବାର ସମ୍ଭାବନା ହ୍ରାସ ପାଇଥାଏ । ଆପଣ ଏହା ମଧ୍ୟ ଧ୍ୟାନରେ ରଖନ୍ତୁ କି କରୋନାରେ ସଂକ୍ରମିତ ହେବାର ଏହା ବହୁତ ଗୁରୁତ୍ୱପୂର୍ଣ୍ଣ କଥା । କରୋନାରେ ସଂକ୍ରମିତ ହୋଇଥିବା ବିଶ୍ୱର ଏକ ଲକ୍ଷରୁ ଅଧିକ ଲୋକ ମଧ୍ୟ ସୁସ୍ଥ ହୋଇ ସାରିଛନ୍ତି ଆଉ ଭାରତରେ ମଧ୍ୟ 12ରୁ ଅଧିକ ଲୋକ କରୋନା ପଞ୍ଝାରୁ ବହାରି ଆସିଛନ୍ତି ।
କାଲି ତ ଏକ ଖବର ମୁଁ ଦେଖୁଥିଲି କି ଇଟାଲୀରେ 90 ବର୍ଷରୁ ମଧ୍ୟ ଅଧିକ ବୟସର ଜଣେ ମାଆ ମଧ୍ୟ ସୁସ୍ଥ ହୋଇଛନ୍ତି ।
ମୁଁ ଆପଣଙ୍କୁ ମଧ୍ୟ ଏହି ତଥ୍ୟ ଦେବାକୁ ଚାହୁଁଛି କି କରୋନା ସହିତ ଜଡ଼ିତ ସଠିକ ଏବଂ ସବିଶେଷ ସୂଚନା ପାଇଁ ସରକାର ହ୍ୱାଟ୍ସ ଆପ୍ ସହିତ ମିଶି ଏକ ହେଲ୍ପ ଡେସ୍କ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯଦି ଆପଣଙ୍କ ପାଖରେ ହ୍ୱାଟ୍ସଆପର ସୁବିଧା ଅଛି, ତ ମୁଁ ଏକ ନମ୍ବର ଲେଖିବା ପାଇଁ କହୁଛି ଲେଖିନିଅନ୍ତୁ, ଏହି ନମ୍ବର ପ୍ରତ୍ୟେକଙ୍କ କାର୍ଯ୍ୟରେ ଆସିବ ଯଦି ଆପଣ ହ୍ୱାଟ୍ସଆପରେ ଅଛନ୍ତି, ତ ଏହାର ଉପଯୋଗ କରନ୍ତୁ, ନମ୍ବର ଲେଖି ନିଅନ୍ତୁ, 9013151515ରେ ହ୍ୱାଟ୍ସଆପ୍ କରି ଆପଣ ଏହି ସେବା ସହିତ ଯୋଡ଼ି ହୋଇ ପାରିବେ । ଯଦି ଆପଣ ହ୍ୱାଟ୍ସଆପରେ ନମସ୍ତେ ଲେଖିବେ ତ ତୁରନ୍ତ ଆପଣଙ୍କୁ ସଠିକ୍ ଜବାବ ଆସିବା ଆରମ୍ଭ ହୋଇଯିବ ।
ସାଥୀଗଣ, ଯେଉଁ ଲୋକମାନେ ମଧ୍ୟ ମୋତେ ଶୁଣୁଛନ୍ତି, ଆମର କାଶୀର ଭାଇ ଭଉଣୀ ଏବଂ ହିନ୍ଦୁସ୍ତାନର ଆହୁରି ଅନେକ ଲୋକ ମଧ୍ୟ ଶୁଣୁଛନ୍ତି, ତ ନିଶ୍ଚିତ ଆପଣ ଏହି ହ୍ୱାଟ୍ସଆପରେ ନମସ୍ତେ ଲେଖିବେ ଇଂରାଜୀରେ ଅବା ହିନ୍ଦୀରେ ତ ଆପଣଙ୍କୁ ତୁରନ୍ତ ଆପଣଙ୍କ ପାଖକୁ ଉତ୍ତର ଆସିଯିବ । ତ ଆସନ୍ତୁ, ମୁଁ କୃଷ୍ଣକାନ୍ତ ମହାଶୟଙ୍କୁ ଧନ୍ୟବାଦ ଜଣାଇବା ସହ ଆଗକୁ ବଢ଼ିବା ।
ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ,
ନମସ୍କାର ଆଜ୍ଞା,
ପ୍ରଶ୍ନ- ମୋର ନାମ ହେଉଛି ମୋହିନୀ ଝମ୍ବର, ମୁଁ ହେଉଛି ଜଣେ ସାମାଜିକ କାର୍ଯ୍ୟକର୍ତ୍ତା, ଆଉ ମହିଳାମାନଙ୍କ ପାଇଁ କାର୍ଯ୍ୟ କରୁଛି । ମହାଶୟ, ସାମାଜିକ ଦୂରତା ବିଷୟରେ ତ ସମସ୍ତଙ୍କୁ ଜଣାଅଛି କିନ୍ତୁ ଏଥିରେ କିଛି ଆଶଙ୍କା ମଧ୍ୟ ସୃଷ୍ଟି ହେଉଛି । ଯେପରି ଗଣମାଧ୍ୟମରୁ ଜାଣିବାକୁ ମିଳୁଛି କି ଦେଶରେ କିଛି ସ୍ଥାନରେ ଡାକ୍ତର ଏବଂ ହସ୍ପିଟାଲରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ, ଏୟାରଲାଇନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସେମାନଙ୍କ ନିକଟରେ କରୋନା ଭୂତାଣୁ ଥିବା ଆଶଙ୍କା କରାଯାଇ ସନ୍ଦେହଜନକ ବ୍ୟବହାର କରାଯାଉଛି । ଏହି କଥା ଜଣା ପଡ଼ିବା ପରେ ଆମକୁ ବହୁତ ଆଘାତ ଲାଗୁଛି । ବାସ୍ ଏହି କଥା ଜାଣିବାକୁ ଚାହୁଁଛୁ କି ସରକାର ଏଥିପାଇଁ କି ପଦକ୍ଷେପ ନେଉଛନ୍ତି ।
ମୋହିନୀ ମହାଶୟା, ଆପଣଙ୍କ କଷ୍ଟ ମଧ୍ୟ ଠିକ୍, କାଲି ମୁଁ ସେବିକାମାନଙ୍କ ସହିତ, ଡାକ୍ତରମାନଙ୍କ ସହିତ, ପରୀକ୍ଷାଗାରର ଟେକ୍ନିସିଆନମାନଙ୍କ ସହିତ ଏହି ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଛି । ଏହି ଦେଶର ସାଧାରଣ ମଣିଷର ମନ, ଯଦି ଆମେ ସାଧାରଣ ଭାବେ ଦେଖିବା । ମୁଁ ଏକ ସାଧାରଣ ଜୀବନ ସମ୍ପର୍କରେ କହୁଛି ତ ସଠିକ୍ ସମୟରେ ସଠିକ୍ କାମ କରିବା ଏବଂ ଜରୁରୀ ପଦକ୍ଷେପ ଗ୍ରହଣ କରିବାରେ ସମସ୍ତ ଲୋକ, ସମଗ୍ର ଦେଶର ଲୋକ ବହୁତ ହିଁ ବିଶ୍ୱାସ ରଖିଥାଆନ୍ତି । ଆପଣମାନେ ଦେଖିଥିବେ କିଭଳି 22 ମାର୍ଚ୍ଚରେ କିପରି ଭାବେ ସମଗ୍ର ଦେଶ ଜନତା କର୍ଫ୍ୟୁରେ ଜୋରଦାର ଢ଼ଙ୍ଗରେ ନିଜର ଭାଗିଦାରୀ ତୁଲାଇଲେ ଏବଂ ଦୁନିଆକୁ ଆଶ୍ଚର୍ଯ୍ୟଚକିତ କରିଦେଲେ ଆଉ ପୁଣି ସନ୍ଧ୍ୟାବେଳେ ଠିକ୍ 5ଟାରେ 5ମିନିଟ ପର୍ଯ୍ୟନ୍ତ କିଭଳି ଭାବେ ସାରା ଦେଶର ଲୋକମାନେ ଅଭିବାଦନ ଜଣାଇବା ପାଇଁ ସାମ୍ନାକୁ ଆସିଥିଲେ । ଏହା ସହିତ ଭିନ୍ନ-ଭିନ୍ନ ସ୍ଥାନରୁ ଏକ ମନ ହୋଇ ଏକା ସହିତ କୋରନା ବିରୁଦ୍ଧରେ ଆମ ନର୍ସମାନେ ଯେଉଁ ଲଢ଼େଇ କରୁଛନ୍ତି, ଡାକ୍ତରମାନେ ଯେଉଁ ଲଢ଼େଇ କରୁଛନ୍ତି, ଲ୍ୟାବ ଟେକ୍ନିସିଆନମାନେ ଯେଉଁ ଲଢ଼େଇ କରୁଛନ୍ତି, ପାରା ମେଡିକାଲ ଷ୍ଟାଫମାନେ ଯେଉଁ ଲଢ଼େଇ କରୁଛନ୍ତି, ସେ ସମସ୍ତଙ୍କ ପ୍ରତି ଧନ୍ୟବାଦ ସ୍ୱରୂପ ଏକ ଅଦ୍ଭୁତ ଦୃଶ୍ୟ ପ୍ରସ୍ତୁତ କରିଛନ୍ତି, ଏହା ସଂପୂର୍ଣ୍ଣ ଦେଶ କରିଛି, ଏହା ସମ୍ମାନ ପ୍ରକଟ କରିବାର ଏକ ରୂପ ଥିଲା କିନ୍ତୁ ବହୁତ କମ୍ ଲୋକ ଏହି କଥାକୁ ବୁଝିପାରନ୍ତି କି ଏହି ଛୋଟିଆ କାର୍ଯ୍ୟକ୍ରମ ଦ୍ୱାରା ଆହୁରି କିଛି ମଧ୍ୟ ହୋଇଛି । ଏହାର ଅନ୍ତର୍ନିହିତ ମଧ୍ୟରେ ଆଉ ଏକ କଥା ଅପ୍ରକଟ କଥା ହୋଇଛି ଆଉ ଆପଣ ତ ମୋହିନୀ ମହାଶୟା ସମାଜ ସେବାରେ ଲାଗିଛନ୍ତି ଏହି କଥାଠାରୁ ମଧ୍ୟ ବଡ଼ କଥା ବୁଝି ପାରୁଥିବେ ଯେ ସମାଜ ମନରେ ଏ ସମସ୍ତଙ୍କ ପାଇଁ ଆଦର ସମ୍ମାନର ଭାବ ତ ରହିଥାଏ ହିଁ । ଡାକ୍ତର ଜୀବନ ବଂଚାଇଥାଆନ୍ତି, ଆଉ ଆମେ ତାଙ୍କର ଋଣ କେବେ ହେଲେ ମଧ୍ୟ ସୁଝି ପାରିବା ନାହିଁ । ଯେଉଁ ଲୋକମାନେ ଉହାନରେ ଉଦ୍ଧାର କାର୍ଯ୍ୟ କରୁଥିଲେ, ମୁଁ ସେମାନଙ୍କୁ ପତ୍ର ଲେଖିଥିଲି, ମୋ ପାଇଁ ସେହି କ୍ଷଣ ବହୁତ ଭାବପୂର୍ଣ୍ଣ ଥିଲା । ତାହା କେବଳ ଲେଖାଯିବା ପାଇଁ ଲେଖାଯାଇଥିବା ଗୋଟିଏ ପତ୍ର ନଥିଲା, ଏବେ ଇଟାଲୀରୁ ଲୋକମାନଙ୍କୁ ଆଣି ଆସୁଥିବା ଏୟାର ଇଣ୍ଡିଆର ଯେଉଁ ଦଳ ଥିଲେ, ଯେଉଁଥିରେ ସମସ୍ତେ ମହିଳା ଥିଲେ, ମୁଁ ସେମାନଙ୍କର ଫଟୋକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେୟାର କରିଥିଲି ଆପଣମାନେ ମଧ୍ୟ ଦେଖିଥିବେ ବୋଧହୁଏ । ହଁ, କିଛି କିଛି ସ୍ଥାନମାନଙ୍କରେ ଏଭଳି ଘଟଣା ସବୁ ଘଟିଥିବାର ଖବର ଆସି ପହଂଚିଛି ଯାହା ଫଳରେ ହୃଦୟକୁ ଗଭୀର ଆଘାତ ଲାଗିଛି, ବହୁତ କଷ୍ଟ ହୁଏ, ଦୁଃଖ ହୁଏ । ମୋର ସମସ୍ତ ନାଗରିକମାନଙ୍କୁ ଅନୁରୋଧ ଅଛି କି ଯଦି କୌଣସି ସ୍ଥାନରେ ଏଭଳି କାର୍ଯ୍ୟକଳାପ ଦୃଷ୍ଟିକୁ ଆସୁଛି, ଏହି ସେବାରେ ଲାଗି ରହିଥିବା ଏହି ମହାମାରୀରୁ ଆମକୁ ରକ୍ଷା କରିବା କାର୍ଯ୍ୟରେ ଯେଉଁମାନେ ଲାଗି ପଡ଼ିଛନ୍ତି, ଯେଉଁ ସବୁ ଡାକ୍ତର ଅଛନ୍ତି, ନର୍ସ ଅଛନ୍ତି, ମେଡିକାଲ କର୍ମଚାରୀ ଅଛନ୍ତି, ସଫେଇ କର୍ମଚାରୀ ଅଛନ୍ତି, ଯଦି ସେମାନଙ୍କ ସହିତ କୌଣସି ଖରାପ ବ୍ୟବହାର କରାଯାଉଛି ଆଉ ଯଦି ଆପଣ ସେହି ଅଂଚଳର ଲୋକମାନଙ୍କୁ ଜାଣିଛନ୍ତି ତ ସେମାନଙ୍କୁ ସତର୍କ କରାଇ ଦିଅନ୍ତୁ, ସେମାନଙ୍କୁ ବୁଝାନ୍ତୁ କି ଆପଣ ଏହା ଭୁଲ କରୁଛନ୍ତି, ଆପଣ ଏପରି କରି ପାରିବେ ନାହିଁ ଆଉ ଯେଉଁମାନେ ମଧ୍ୟ ସେବା କରୁଛନ୍ତି ଆମେ ସେମାନଙ୍କୁ ସାହାଯ୍ୟ କରିବା କଥା ଏବଂ ଜଣାଇବା ଆବଶ୍ୟକ କି ଏପରି ହେବା କଥା ନୁହେଁ । ଆଉ ମୁଁ ଆପଣମାନଙ୍କୁ ଜଣାଇ ଦେଉଛି କି ଯେତେବେଳେ କାଲି ସମସ୍ତ ଡାକ୍ତରଙ୍କ ସହିତ କଥା ହେଉଥିଲି ମୁଁ ଜାଣି ପାରିଲି କି ଘଟଣା କେଉଁଠାରେ ହୁଏତ ଛୋଟମୋଟ ଭାବେ ହୋଇଛି କିନ୍ତୁ ମୋ ପାଇଁ ତାହା ହେଉଛି ଗମ୍ଭୀରତାର ବିଷୟ । ତେଣୁ ଏଥିପାଇଁ ମୁଁ ତତକ୍ଷଣାତ ସ୍ୱରାଷ୍ଟ୍ର ବିଭାଗକୁ, ରାଜ୍ୟଗୁଡ଼ିକର ସମସ୍ତ ଡିଜିପିଙ୍କୁ କଡା ଆଭିମୁଖ୍ୟ ନେଇ କାର୍ଯ୍ୟ କରିବା ପାଇଁ ଆଦେଶ ଦେଇଛି କି ଏଭଳି କୌଣସି ମଧ୍ୟ ବ୍ୟକ୍ତି, ଡାକ୍ତରଙ୍କ ସହିତ, ନର୍ସମାନଙ୍କ ସହିତ, ସେବା କରୁଥିବା ପାରା ମେଡିକାଲମାନଙ୍କ ସହିତ, ଯଦି ଏହି ପ୍ରକାରର କୌଣସି ମଧ୍ୟ କାର୍ଯ୍ୟ କରିବେ ତ ସେମାନଙ୍କୁ ବହୁତ ମହଙ୍ଗା ପଡ଼ିବ ଏବଂ ସରକାର ଖୁବ କଡ଼ା ପଦକ୍ଷେପ ଗ୍ରହଣ କରିବେ । ସଙ୍କଟର ଏହି ମୁହୂର୍ତ୍ତରେ ମୁଁ ଦେଶବାସୀଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହିଁବି କି ଏହି ପରିସ୍ଥିତିରେ ହସ୍ପିଟାଲଗୁଡିକରେ ଏହି ଧଳା ପୋଷାକରେ ଦେଖାଯାଉଥିବା ଡାକ୍ତର ଏବଂ ନର୍ସମାନେ ହେଉଛନ୍ତି ସାକ୍ଷାତ ଈଶ୍ୱରଙ୍କର ହିଁ ରୂପ । ଆଜି ଏମାନେ ଆମକୁ ମୃତ୍ୟୁମୁଖରୁ ରକ୍ଷା କରୁଛନ୍ତି, ନିଜ ଜୀବନକୁ ସଙ୍କଟରେ ପକାଇ ଏହି ଲୋକମାନେ ଆମ ଜୀବନ ରକ୍ଷା କରୁଛନ୍ତି ।
ସାଥୀଗଣ, ଆମ ସମାଜରେ ଦିନକୁ ଦିନ ଏହି ସଂସ୍କାର ପ୍ରବଳ ହେଉଛି । ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ କି ଯେଉଁ ଲୋକମାନେ ଦେଶର ସେବା କରୁଛନ୍ତି ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି, ସେମାନଙ୍କର ସାର୍ବଜନିକ ସମ୍ମାନ ସଦା ସର୍ବଦା ପ୍ରତିକ୍ଷଣ ହେବା ଦରକାର । ଆପଣମାନେ ଦେଖିଥିବେ ବିଗତ କିଛି ବର୍ଷ ମଧ୍ୟରେ ଆମ ସମ୍ମୁଖରେ ଏକ ପରମ୍ପରା ଆସିଛି କି ଯେତେବେଳେ ବିମାନବନ୍ଦରରେ ଆମ ସେନାର ଯବାନ ଯାଇଥାଆନ୍ତି ତ ସେମାନଙ୍କ ସମ୍ମାନରେ ଲୋକମାନେ ଠିଆ ହୋଇ ଯାଆନ୍ତି ତାଳି ମଧ୍ୟ ବଜାନ୍ତି, ଏହା ହେଉଛି କୃତଜ୍ଞତା ଜ୍ଞାପନ କରିବାର ଏକ ମାଧ୍ୟମ । ଆମମାନଙ୍କ ସଂସ୍କାରରେ ଦିନକୁ ଦିନ ଏହାର ମାତ୍ରା ବଢ଼ିଚାଲିବା ଆବଶ୍ୟକ । ମୋହିନୀ ମହାଶୟା, ଆପଣ ତ ବହୁତ ସେବା କାର୍ଯ୍ୟରେ ଲାଗିଛନ୍ତି, ଏହି ଦିନମାନଙ୍କରେ ଆପଣ ନିଶ୍ଚୟ କିଛି ନା କିଛି କରୁଥିବେ । ମୁଁ ଆଉ ଥରେ ପୁଣି ଆପଣଙ୍କ ନିକଟରେ କୃତଜ୍ଞତା ବ୍ୟକ୍ତ କରୁଛି । ଆସନ୍ତୁ, କାଶୀର ଆଉ ଜଣଙ୍କ ସହିତ କଥା ହେବାର ସୁଯୋଗ ମିଳିବ ।
ପ୍ରଶ୍ନ- ପ୍ରଣାମ । ମୁଁ ହେଉଛି ଅଖିଳେଶ ପ୍ରତାପ । ମୁଁ ହେଉଛି ଜଣେ କପଡ଼ା ବ୍ୟବସାୟୀ । ଆଉ ମୁଁ ମୋର ଏହି କାର୍ଯ୍ୟ ସହିତ ସମାଜ ସେବା ମଧ୍ୟ କରୁଛି । ମୋ ମନରେ ଏହି ପ୍ରଶ୍ନ ଥିଲା କି ଆଜିକାର ଦିନରେ ଯେଉଁ ଲକ୍ ଡାଉନ୍ ହୋଇ ଯାଇଛି ଏହି କାରଣରୁ ଆମର ବହୁତ ସାଥୀଗଣ ଘରେ ଅଟକି ଯାଇଛନ୍ତି ତଥା ଆମର ଯେଉଁ ଗରିବ ଲୋକମାନେ ଅଛନ୍ତି ଯେଉଁମାନେ ପ୍ରତିଦିନ ପରିଶ୍ରମ କରି ରୋଜଗାର କରନ୍ତି, ସେମାନଙ୍କ ସମ୍ମୁଖରେ ସମସ୍ୟା ଆସି ଯାଇଛି, ଯଦି ଆମର ବନାରସ ସମେତ ସଂପୂର୍ଣ୍ଣ ବାରାଣସୀରୁ ସମଗ୍ର ଦେଶରେ ଯେଉଁ ଗରିବ ଲୋକମାନେ ଅଛନ୍ତି ସେମାନଙ୍କ ଉପରେ ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି କି ଆପଣମାନେ ଆମର ମାର୍ଗଦର୍ଶନ କରନ୍ତୁ, ଦେଶର ଯେଉଁ ଯୁବକ ରହିଛନ୍ତି, ସମାଜର ଯେଉଁ ଲୋକମାନେ ଅଛନ୍ତି ସେମାନେ କିଭଳି ଭାବେ ଏହି ସଙ୍କଟ ସମୟରେ ସେହି ଲୋକମାନଙ୍କୁ ସାହାଯ୍ୟ କରି ପାରିବେ ।
କାଶୀରେ କଥା ହେବା ଆଉ କପଡ଼ାବାଲାଙ୍କ ସହିତ କଥା ହେବାନି ତ କଥା ଅଧୁରା ରହିଯାଇଥାଏ ଏବଂ ଅଖିଳେଶ ମହାଶୟ ମୁଁ ଖୁସି କି ଆପଣ ହେଉଛନ୍ତି ଜଣେ ବ୍ୟବସାୟୀ କିନ୍ତୁ ଆପଣ ଗରିବଙ୍କ ପାଇଁ ପ୍ରଶ୍ନ ପଚାରିଲେ । ମୁଁ ଆପଣଙ୍କ ନିକଟରେ କୃତଜ୍ଞ । କରୋନାକୁ ପରାଜିତ କରିବା ପାଇଁ ଏକ ରଣନୀତି ମାଧ୍ୟମରେ, ବିଶେଷଜ୍ଞମାନଙ୍କଠାରୁ ମିଳିଥିବା ଦିଶା ନିର୍ଦ୍ଦେଶ ମୁତାବିକ ହିଁ ଏହା କୁହାଯାଉଛି କି ପ୍ରତ୍ୟେକ ବ୍ୟକ୍ତି ଅନ୍ୟଠାରୁ ଅତି କମ୍ ରେ ଏକ, ଦେଢ଼ ମିଟର ଦୂରତା ରକ୍ଷା କରନ୍ତୁ । ଏହା ହେଉଛି କରୋନା ବିରୁଦ୍ଧରେ ଲଢ଼େଇ କରିବାର ରଣନୀତି । ମୁଁ ଏହାକୁ ସୈନ୍ୟ ନୀତି କହିବି ।
ସାଥୀଗଣ, ଆମେ ଏହି କଥା ଉପରେ ବିଶ୍ୱାସ କରିବା ଭଳି ଲୋକ କି ଯେଉଁମାନେ ମାନନ୍ତି କି ମନୁଷ୍ୟମାନେ ହେଉଛନ୍ତି ଈଶ୍ୱରଙ୍କର ହିଁ ଅଂଶ । ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ ଈଶ୍ୱର ବିରାଜମାନ ଅଛନ୍ତି । ଏହା ହେଉଛି ଆମର ସଂସ୍କାର ଏହା ହେଉଛି ଆମର ସଂସ୍କୃତି । କରୋନା ଭୂତାଣୁ ନା ଆମର ସଂସ୍କୃତିକୁ ଲିଭେଇ ପାରିବ ଆଉ ନା ହିଁ ଆମର ସଂସ୍କାରଗୁଡ଼ିକୁ ଲିଭେଇ ପାରିବ ଆଉ ଏଥିପାଇଁ ସଙ୍କଟ ସମୟରେ ଆମର ସମ୍ବେଦନତା ସବୁ ଆହୁରି ଜାଗ୍ରତ ହୋଇ ଯାଇଥାଏ । କରୋନାକୁ ଉତ୍ତର ଦେବା ପାଇଁ ଅନ୍ୟ ଏକ ଶକ୍ତିଶାଳୀ ଉପାୟ ରହିଛି ଆଉ ସେହି ଉପାୟ ହେଉଛି କରୁଣା । କରୋନାର ଉତ୍ତର କରୁଣା ଦ୍ୱାରା ହେବ । ଆମେ ଗରିବମାନଙ୍କ ପ୍ରତି ଅସହାୟ ଲୋକମାନଙ୍କ ପ୍ରତି କରୁଣା ଭାବ ଦେଖାଇ ମଧ୍ୟ କରୋନାକୁ ପରାଜିତ କରିବା ପାଇଁ ଗୋଟିଏ ପଦକ୍ଷେପ ଏହା ମଧ୍ୟ ନେଇ ପାରିବା । ଆମ ସମାଜରେ ଆମ ପରମ୍ପରାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାର ଏକ ସମୃଦ୍ଧ ପରିପାଟୀ ରହି ଆସିଛି । ଆମର ଏଠାରେ ତ କୁହା ଯାଇଥାଏ ସାଇ ଇତନା ଦିଜିଏ, ଜାମେ କୁଟୁମ ସମାଏ, ମେଁ ଭି ଭୁଖା ନ ରହୁ ସାଧୁ ଭି ନା ଭୁଖା ରହ ଯାଏ । ଅର୍ଥାତ ହେ ପ୍ରଭୁ ମୋତେ ଏତିକି ଦିଅନ୍ତୁ ଯେଉଁଥିରେ ମୋର କୁଟୁମ୍ବ ପାଳନ ହୋଇ ପାରିବ, ମୁଁ କେବେ ହେଲେ ମଧ୍ୟ ଭୋକିଲା ରହିବି ନାହିଁ କିମ୍ବା କୌଣସି ସାଧୁ ମୋ ଦୂଆରୁ ଭୋକରେ ଫେରି ଯିବେ ନାହିଁ ।
ଏବେ ନବରାତ୍ରୀ ଆରମ୍ଭ ହୋଇଛି, ଯଦି ଆମେ ଆଗାମୀ 21 ଦିନ ପର୍ଯ୍ୟନ୍ତ ଆଉ ମୁଁ ଏହି କଥା ମୋର କାଶୀର ସମସ୍ତ ଭାଇ ଭଉଣୀମାନଙ୍କୁ କହିବାକୁ ଚାହିଁବି କି ଯାହାଙ୍କ ପାଖରେ ଯେତିକି ମଧ୍ୟ ଶକ୍ତି ରହିଛି ଦେଶରେ ମଧ୍ୟ ଯାହାଙ୍କ ପାଖରେ ଏହି ଶକ୍ତି ରହିଛି ସେମାନଙ୍କୁ ଏହା କହିବି କି ଯେତେବେଳେ ନବରାତ୍ରୀର ପ୍ରାରମ୍ଭ ହୋଇଛି, ସେତେବେଳେ ଆଗାମୀ 21 ଦିନ ପର୍ଯ୍ୟନ୍ତ ପ୍ରତିଦିନ 9ଟି ଗରିବ ପରିବାରଙ୍କୁ ସାହାଯ୍ୟ କରିବାର ପ୍ରେରଣା ନିଅନ୍ତୁ । 21 ଦିନ ପର୍ଯ୍ୟନ୍ତ ପ୍ରତିଦିନ 9ଟି ଗରିବ ପରିବାରଙ୍କୁ ଆପଣ ସମ୍ଭାଳନ୍ତୁ । ମୁଁ ମାନୁଛି କି ଯଦି ଆମେ ଏତିକି ମଧ୍ୟ କରି ଦେବା, ତ ଏହାଠାରୁ ବଳି ବଡ଼ ଆରାଧନା ମାଆର ଆଉ କ’ଣ ହୋଇପାରେ । ଏହା ସଚ୍ଚା ଏବଂ ପକ୍କା ନବରାତ୍ରୀ ହୋଇଯିବ ଏହା ବ୍ୟତୀତ ଆପଣଙ୍କ ଆଖପାଖରେ ଯେଉଁ ପଶୁ ଅଛନ୍ତି ସେମାନଙ୍କର ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ଲକଡାଉନ୍ କାରଣରୁ ଅନେକ ପଶୁଙ୍କ ସମ୍ମୁଖରେ ପଶୁପକ୍ଷୀଙ୍କ ସାମ୍ନାରେ ମଧ୍ୟ ଭୋଜନ ସଙ୍କଟ ଆସି ଯାଇଛି । ଲୋକମାନଙ୍କୁ ମୋର ପ୍ରାର୍ଥନା ହେଉଛି କି ନିଜର ଆଖପାଖର ପଶୁମାନଙ୍କର ମଧ୍ୟ ଧ୍ୟାନ ରଖନ୍ତୁ । ଅଖିଳେଶ ମହାଶୟ ଯଦି ମୁଁ କହିବି କି ସବୁକିଛି ଠିକ୍ ଅଛି ସବୁକିଛି ସଠିକ୍ ଅଛି ତ ମୁଁ ମାନୁଛି କି ମୁଁ ନିଜକୁ ମଧ୍ୟ ଧୋକା ଦେଲା ଭଳି କଥା କହୁଛି ।
ଏହି ସମୟରେ କେନ୍ଦ୍ର ସରକାର ହୁଅନ୍ତୁ ଅବା ରାଜ୍ୟ ସରକାର ହୁଅନ୍ତୁ, ଯେତେ ଅଧିକ ହୋଇ ପାରିବ, ଯେତେ ଭଲ ହୋଇ ପାରିବ ଏଥିପାଇଁ ସଂପୂର୍ଣ୍ଣ ପ୍ରୟାସ କରୁଛନ୍ତି । ମୋର ରାଜ୍ୟ ସରକାରମାନଙ୍କ ଉପରେ ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ସେମାନେ ନିଜ ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଚିନ୍ତାଗୁଡ଼ିକୁ ବୁଝି ସଂପୂର୍ଣ୍ଣ ସମ୍ବେଦନଶୀଳତା ସହିତ ସେମାନଙ୍କର ଦେଖାଶୁଣା କରିବେ କିନ୍ତୁ ସାଥୀଗଣ, ଆମେମାନେ ଏହା ମଧ୍ୟ ଜାଣିଛୁ କି ସାଧାରଣ ପରିସ୍ଥିତିରେ ଅର୍ଥାତ କୌଣସି ଅସୁବିଧା ନାହିଁ, କୌଣସି ବିପଦ ନାହିଁ, କୌଣସି କଷ୍ଟ ନାହିଁ ସାଧାରଣ ପରିସ୍ଥିତିରେ ମଧ୍ୟ ଯଦି କେତେବେଳେ ବିଜୁଳି ଚାଲି ଯାଏ, କେବେ ପାଣି ଆସିବା ବନ୍ଦ ହୋଇଯାଏ, କେବେ ଆମକୁ ସାହାଯ୍ୟ କରୁଥିବା କର୍ମଚାରୀ ଲମ୍ବା ଛୁଟିରେ ଚାଲି ଯାଇଥିବେ ଯାବତୀୟ ପ୍ରକାରର ଅସୁବିଧା, ସୂଚନା ନ ଦେଇ ଆମ ଜୀବନରେ ଆସିଥାଏ । ଏସବୁର ଅନୁଭବ ଆମ ହିନ୍ଦୁସ୍ତାନୀମାନଙ୍କର ରହିଛି । ଆଉ ତାହା ତ ମୁଁ ସଙ୍କଟ ସମୟରେ ନୁହେଁ ସାଧାରଣ ପରିସ୍ଥିତିରେ ଆସିଥାଏ । ଏଭଳି ପରିସ୍ଥିତିରେ ଯେତେବେଳେ ଦେଶ ସମ୍ମୁଖରେ ଏତେ ବଡ଼ ସଙ୍କଟ ରହିଛି ସମଗ୍ର ବିଶ୍ୱ ସମ୍ମୁଖରେ ଏତେ ବଡ଼ ଆହ୍ୱାନ ରହିଛି ସେତେବେଳେ ଅସୁବିଧା ହେବ ନାହିଁ, ସବୁକିଛି ଭଲ ଭାବେ ହେବ ଏହା କହିବା ନିଜକୁ ନିଜେ ଧୋକା ଦେବା ହେବ । ମୁଁ ମାନୁଛି କି ଏହି ପ୍ରଶ୍ନ ହେଉଛି ଖୁବ୍ ମହତ୍ୱପୂର୍ଣ୍ଣ କି ବ୍ୟବସ୍ଥା ଠିକ୍ ଅଛି କି ଠିକ୍ ନାହିଁ, ସବୁକିଛି ସଠିକ୍ ରୂପେ ହେଉଛି କି ହେଉନାହିଁ । କିନ୍ତୁ ଟିକେ କ୍ଷଣକ ପାଇଁ ଚିନ୍ତା କରନ୍ତୁ, ଏହାଠାରୁ ମଧ୍ୟ ମହତ୍ୱପୂର୍ଣ୍ଣ ହେଉଛି ଏହି ପ୍ରଶ୍ନ କି କରୋନା ଭଳି ସଙ୍କଟରେ ଆମକୁ କଷ୍ଟ ସହ୍ୟକରି ମଧ୍ୟ ଆମକୁ ବିଜୟୀ ହେବାକୁ ହେବ କି ହେବ ନାହିଁ, ଯେଉଁ କଷ୍ଟ ଆଜି ଆମେ ଉଠାଉଛେ, ଯେଉଁ ସବୁ ଅସୁବିଧା ଆଜି ହେଉଛି ତାହାର ସମୟ ସୀମା ହେଉଛି ବର୍ତ୍ତମାନ ପାଇଁ 21 ଦିନ । କିନ୍ତୁ କରୋନାର ସଙ୍କଟ ସମାପ୍ତ ନ ହେଲା ତ ଏହାର ବ୍ୟାପ୍ତ ହେବାକୁ ରୋକା ଗଲା ନାହିଁ ତ ପୁଣି ଏହି ସଙ୍କଟ ଏହି ଅସୁବିଧା କେତେ ଅଧିକ କ୍ଷତିକର ହୋଇପାରିବ ଏହାର ଅନୁମାନ ମଧ୍ୟ ଲଗା ଯାଇ ପାରିବ ନାହିଁ । ଏଭଳି କଠିନ ସମୟରେ ପ୍ରଶାସନ ଦ୍ୱାରା, ନାଗରିକମାନଙ୍କ ଦ୍ୱାରା, ସିଭିଲ ସୋସାଇଟି ଦ୍ୱାରା, ସାମାଜିକ ସଂଗଠନ, ସାଂସ୍କୃତିକ ସଂଗଠନ, ଧାର୍ମିକ ସଂଗଠନ, ରାଜନୈତିକ ସଂଗଠନ ସମସ୍ତେ ଯାହା ମଧ୍ୟ କାର୍ଯ୍ୟ କରୁଛନ୍ତି ସେଗୁଡ଼ିକୁ ଅଧିକରୁ ଅଧିକ ପ୍ରୋତ୍ସାହନ ଦେବାର ଆବଶ୍ୟକତା ରହିଛି । ଆପଣମାନେ ଚିନ୍ତାକରନ୍ତୁ ହସ୍ପାତାଳରେ ଲୋକ 18-18 ଘଣ୍ଟା କାମ କରୁଛନ୍ତି, କେତେକ ସ୍ଥାନରେ ହସ୍ପିଟାଲରେ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକମାନଙ୍କୁ 2 କିମ୍ବା 3 ଘଣ୍ଟାରୁ ଅଧିକ ସମୟ ଶୋଇବାକୁ ମିଳୁ ନାହିଁ । ସୋସାଇଟିର ଲୋକ ଅଛନ୍ତି ଯେଉଁମାନେ ଗରିବ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଦିନ ରାତି ଏକ କରି ଦେଇଛନ୍ତି । ଏଭଳି କଠିନ ପରିସ୍ଥିତିରେ ଏଭଳି ଲୋକମାନଙ୍କୁ ଆମେ ପ୍ରଣାମ କରିବା ଆବଶ୍ୟକ । ହଁ, ହୋଇପାରେ କିଛି ସ୍ଥାନରେ କିଛି ଊଣା ହୋଇଥାଇ ପାରେ, କେହି କୌଣସି ତ୍ରୁଟି କରିଥାଇ ପାରନ୍ତି, କିନ୍ତୁ ଏଭଳି ଘଟଣାକୁ ଖୋଜି ଖୋଜି ସେଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରିତ କରି ସେଗୁଡ଼ିକୁ ଆଧାର ମାନି ନେଇ ସେଗୁଡ଼ିକ ଉପରେ ପ୍ରଚାରିତ କରିବା, ସେହି କ୍ଷେତ୍ରକୁ ବଦନାମ କରିବା, ସେମାନଙ୍କୁ ହତାଶ କରିଦେବା ଏହାଦ୍ୱାରା ଏଭଳି ସମୟରେ କେବେ ହେଲେ ମଧ୍ୟ ଲାଭ ହୋଇ ନଥାଏ । ମୁଁ ତ ଅନୁରୋଧ କରିବି ଆମେ ବୁଝିବା ଦରକାର କି ନିରାଶା ଖେଳାଇବା ପାଇଁ ହଜାର ହଜାର କାରଣ ରହିଥାଇ ପାରେ । ମୁଁ ଏହା କହୁ ନାହିଁ କି ସମସ୍ତେ ହେଉଛନ୍ତି ଭୁଲ । ହଜାର ହଜାର କାରଣ ରହିଥାଇ ପାରେ । କିନ୍ତୁ ଜୀବନ ତ ଆଶା ଏବଂ ବିଶ୍ୱାସ ଦ୍ୱାରା ହିଁ ଚାଲେ । ନାଗରିକ ହିସାବରେ ଆଇନ ଏବଂ ପ୍ରଶାସନକୁ ଯେତେ ଅଧିକ ସହଯୋଗ କରିବା ସେତିକି ହିଁ ଉତ୍ତମ ପରିଣାମ ବାହାରିବ । ଆମ ସମସ୍ତଙ୍କର ପ୍ରୟାସ ହେବା ଦରକାର କି ପ୍ରଶାସନ ଉପରେ କମ୍ ରୁ ଅତି କମ୍ ଚାପ ପଡ଼ୁ । ପ୍ରଶାସନକୁ ସହଯୋଗ କରନ୍ତୁ । ହସ୍ପିଟାଲରେ କାର୍ଯ୍ୟ କରୁଥିବା ଲୋକ, ପୁଲିସ କର୍ମୀ ସରକାରୀ କାର୍ଯ୍ୟାଳୟରେ ଏବେ ଯେଉଁ ଲୋକମାନେ କାର୍ଯ୍ୟ କରୁଛନ୍ତି, ଯେଉଁମାନେ ଆମର ଗଣମାଧ୍ୟମ କର୍ମୀ ଅଛନ୍ତି, ଏମାନେ କ’ଣ କୌଣସି ବାହାରୁ ଆସିଛନ୍ତି କି, ଏମାନେ ହେଉଛନ୍ତି ଆମର ହିଁ ଲୋକ ଆଜ୍ଞା, ତାଙ୍କ ଉପରେ ଏତେ ବଡ଼ ବୋଝ ଆସିଛି ତ କିଛି ବୋଝ ଆମକୁ ମଧ୍ୟ ଉଠାଇବା ଦରକାର, ଆମକୁ ତାଙ୍କର ସାହସ ବଢ଼ାଇବା ଦରକାର । ଯେଉଁମାନେ ଏହି କଠିନ ପରିସ୍ଥିତିରେ କାର୍ଯ୍ୟ କରୁଛନ୍ତି । ଅଖିଳେଶ ମହାଶୟ ବ୍ୟବସାୟ ଜଗତରେ ରହି ମଧ୍ୟ ଗରିବଙ୍କ କଥା ଚିନ୍ତା କରିବାର ଆପଣଙ୍କର ଏହି ଭାବନା ଆଉ ଦେଶ ଏଭଳି ଅଖିଳେଶମାନଙ୍କ ଭଳି ଲୋକଙ୍କ ଦ୍ୱାରା ପୂର୍ଣ୍ଣ ହୋଇ ରହିଛି ଆଜ୍ଞା । ଦେଶରେ ଏଭଳି ଅଖିଳେଶଙ୍କ ସଂଖ୍ୟା କମ୍ ନାହିଁ । ଆସନ୍ତୁ ଆମେ ମିଳିମିଶି ଗରିବଙ୍କ ପାଇଁ କିଛି ଭଲ କାର୍ଯ୍ୟ କରିବା, ଦାୟିତ୍ୱ ନେବା ଏବଂ ଏହି ଲଢ଼େଇକୁ ଜିତିବା, ଆସନ୍ତୁ ଦେଖିବା ଆହୁରି ମଧ୍ୟ କିଛି ପ୍ରଶ୍ନ ରହିଥିବ ।
ପ୍ରଶ୍ନ- ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୁଁ ହେଉଛି ଡାକ୍ତର ଗୋପାଲ ନାଥ, ପ୍ରଫେସର ମାଇକ୍ରୋବାୟୋଲୋଜି ବିଭାଗ ଚିକିତ୍ସା ବିଜ୍ଞାନ ସଂସ୍ଥାନ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟ । କରୋନାର ଡାଇଗ୍ନୋସିସ୍ ଲ୍ୟାବର ମଧ୍ୟ ଦାୟିତ୍ୱରେ ଅଛି ତ, 16ଟି ଜିଲ୍ଲାର ଦାୟିତ୍ୱ ମୁଁ ତୁଲାଉଛି ଆଉ ଏହା ସହିତ ମାଆ ଗଙ୍ଗାଙ୍କ ଜଳରୁ ବ୍ୟାକ୍ଟେରିଓଫେଜେସ୍…. ଯେଉଁ ସମସ୍ୟା ଉପରେ ମୁଁ ପ୍ରଶ୍ନ ପଚାରିବାକୁ ଯାଉଛି ମୁଁ ତାହାର ବୈକଳ୍ପିକ ବ୍ୟବସ୍ଥା ଉପରେ ଗବେଷଣା କରୁଛି । ପ୍ରଧାନମନ୍ତ୍ରୀ ମହୋଦୟ, ଆମର ଏଠି ସାଧାରଣ ଭାବେ ଲୋକମାନଙ୍କର ଅଭ୍ୟାସ ଅଛି କି ସେମାନେ ନିଜ ସହିତ ଡାକ୍ତରୀ କରିବାକୁ ଲାଗି ପଡ଼ନ୍ତି, ସେମାନେ କେଉଁଠାରୁ ପଢ଼ିଦେଲେ, କେଉଁଠାରୁ ଶୁଣିଦେଲେ, ନିଜେ ନିଜେ ଚିକିତ୍ସା କରିବାକୁ ଲାଗି ପଡ଼ନ୍ତି, ଯାହାକି ଏକ ବହୁତ ହିଁ ବପଜ୍ଜନକ ସ୍ଥିତି ଆଡ଼କୁ ନେଇଯାଏ । ଜଣେ ମାଇକ୍ରୋବାୟୋଲୋଜିଷ୍ଟ ହୋଇଥିବା କାରଣରୁ ଏହା ମୁଁ କହି ପାରୁଛି କି କରୋନାର ଏହି ରୋଗରେ ଏହା ହେଉଛି ଏକ ସ୍ଥିତି ଆହୁରି ଅଧିକ ଭୟାବହ ହୋଇଯିବ କାରଣ ଆମେ ଜାଣିଛୁ ନା ଏବେ ଏହାର ଟୀକା ତିଆରି ହୋଇ ପାରିଛି ନା ହିଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ପାରିଛି । ପୁଣି ମଧ୍ୟ ସମାଜରେ ବିଭିନ୍ନ ପ୍ରକାରର ଭ୍ରାନ୍ତଧାରଣା ଖେଳାଇ ହୋଇ ରହିଛି । କ’ଣ ଆମକୁ ଏହି ଦିଗରେ ଆହୁରି ଅଧିକ ଜାଗ୍ରତ ହେବାର ଚେଷ୍ଟା କରିବାର ଆବଶ୍ୟକତା ନାହିଁ କି?
ପ୍ରଫେସର ସାହେବ ଆପଣ ତ ସ୍ୱୟଂ ଏହି କ୍ଷେତ୍ରର ଜଣେ ବିଶେଷଜ୍ଞ ଆଉ ଏଥିପାଇଁ ଆପଣ ଭଲ ଭାବେ ଧରି ପାରିବେ କ’ଣ ହେଉଛି ସତ ଆଉ କ’ଣ ହେଉଛି ମିଛ । ଏହି ବିଷୟରେ ଆମଠାରୁ ଅଧିକ ଜ୍ଞାନ ଆପଣଙ୍କର ପାଖରେ ରହିଛି ଆଉ ଏହା ପରେ ମଧ୍ୟ ଆପଣଙ୍କୁ ଚିନ୍ତା ହେବା ହେଉଛି ଏକ ବାସ୍ତବ କଥା । ଆମର ଏଠି ଡାକ୍ତରଙ୍କ ସହିତ ପରାମର୍ଶ ନ କରି ହିଁ ସର୍ଦ୍ଦି, ଥଣ୍ଡା ଜ୍ୱରର ଔଷଧ ନେଇ ଯିବାର ଅଭ୍ୟାସ ରହିଛି । ରେଳ ଡବାରେ ଯଦି ଆମେ ଯାତ୍ରା କରୁଛୁ ଆଉ ଗୋଟିଏ ଛୋଟ ପିଲା କାନ୍ଦିବାକୁ ଆରମ୍ଭ କରେ ଆଉ ଦୀର୍ଘ ସମୟ ଧରି କାନ୍ଦି ଚାଲେ, ବନ୍ଦ କରେ ନାହିଁ ତ ଡବାରେ ଥିବା ସବୁ ଲୋକ ଚାଲି ଆସି ପରାମର୍ଶ ଦେବେ କି ନିଅ ଏହା ନେଇଯାଅ, ଏହା ଦେଇଦିଅ, ଏହା ଖୁଆଇ ଦିଅ.. ଏହା ଆମେ ରେଳ ଡବାରେ ଦେଖିଥିବା । ମୋତେ ଲାଗୁଛି ଆମକୁ ଆମର ଏହି ଅଭ୍ୟାସରୁ ନିଜକୁ ବଂଚାଇବାକୁ ପଡ଼ିବ । କରୋନାର ସଂକ୍ରମଣରୁ ଚିକିତ୍ସା ପାଇଁ ଆମକୁ ନିଜସ୍ୱ ସ୍ତରରେ ଆଦୌ କରିବା କଥା ଚିନ୍ତା କରିବା ନାହିଁ କି ଘରେ ରହିବା ଆଉ ଯାହା କିଛି ମଧ୍ୟ କରିବା କେବଳ ଏବଂ କେବଳ ଡାକ୍ତରଙ୍କ ପରାମର୍ଶ ନେଇ କରିବାକୁ ହେବ । ଟେଲିଫୋନ ଯୋଗେ ନିଜ ଡାକ୍ତରଙ୍କ ସହିତ କଥା ହୁଅନ୍ତୁ ତାଙ୍କୁ ପଚାରନ୍ତୁ, ନିଜ ଅସୁବିଧା କଥା କୁହନ୍ତୁ କାରଣ ପ୍ରାୟ ପ୍ରତ୍ୟେକ ପରିବାରରେ କୌଣସି ନା କୌଣସି ଡାକ୍ତରଙ୍କ ସହିତ ପରିଚୟ ରହିଥାଏ । ଏହା ଆମକୁ ଧ୍ୟାନରେ ରଖିବାକୁ ପଡ଼ିବ କି ଏ ପର୍ଯ୍ୟନ୍ତ କରୋନା ବିରୁଦ୍ଧରେ କୌଣସି ମଧ୍ୟ ଔଷଧ, କୌଣସି ମଧ୍ୟ ଔଷଧ, କୌଣସି ମଧ୍ୟ ଟୀକା ସମଗ୍ର ଦୁନିଆରେ ତିଆରି ହୋଇ ନାହିଁ । ଏହା ଉପରେ ଆମ ଦେଶରେ ଏବଂ ଅନ୍ୟାନ୍ୟ ଦେଶରେ ଯେତେ ମଧ୍ୟ ଆମର ବିଶେଷଜ୍ଞ ରହିଛନ୍ତି, ବୈଜ୍ଞାନିକ ରହିଛନ୍ତି, ଗବେଷଣା କରୁଥିବା ବାଲା ଲୋକ ରହିଛନ୍ତି, ସେମାନେ ଦ୍ରୁତ ଗତିରେ କାର୍ଯ୍ୟ କରୁଛନ୍ତି, କାର୍ଯ୍ୟ ଚାଲୁ ରହିଛି ଆଉ ଏଥିପାଇଁ ମୁଁ କହିବି ଦେଶବାସୀ କେହି ଯଦି ଆପଣଙ୍କୁ କୌଣସି ପ୍ରକାରର ମଧ୍ୟ ଔଷଧର ପରାମର୍ଶ ଦିଅନ୍ତି ଦୟାକରି ନିଜ ଡାକ୍ତରଙ୍କ ସହିତ ପ୍ରଥମେ ପରାମର୍ଶ କରି ନିଅନ୍ତୁ, କେବଳ ଡାକ୍ତରଙ୍କ ପରାମର୍ଶ ନେବା ପରେ ହିଁ ଆପଣ ଔଷଧ ଖାଆନ୍ତୁ । ଆପଣମାନେ ଖବରରେ ମଧ୍ୟ ଦେଖିଥିବେ କି ଦୁନିଆର କିଛି ଦେଶମାନଙ୍କରେ ନିଜ ଇଚ୍ଛାରେ ଔଷଧ ସେବନ କରିବା କରଣରୁ କିପରି ଭାବେ ଜୀବନ ସଙ୍କଟରେ ପଡ଼ିଯାଇଛି । ଆମ ସମସ୍ତଙ୍କୁ ପ୍ରତ୍ୟେକ ପ୍ରକାରର ଅପପ୍ରଚାରରୁ, ଅନ୍ଧବିଶ୍ୱାସରୁ ନିଜକୁ ରକ୍ଷା କରିବାକୁ ହେବ । ଡାକ୍ତର ଗୋପାଳ ମହାଶୟ ମୁଁ ଆପଣଙ୍କ ନିକଟରେ କୃତଜ୍ଞ କାରଣ ଆପଣ ତ ବିଜ୍ଞାନ ସହିତ ଯୋଡ଼ି ହୋଇ ରହିଛନ୍ତି ଏବଂ ଗଙ୍ଗା ମାତାଙ୍କ ଚିନ୍ତା ମଧ୍ୟ କରୁଛନ୍ତି ଆଉ ଏହି ସାମାଜିକ ଜୀବନରେ ଯାହା କିଛି ଚାଲୁ ରହିଛି ତାହାର ଚିନ୍ତା କରୁଛନ୍ତି । ଯାହା ଆପଣଙ୍କୁ ଚିନ୍ତା ରହିଛି କିନ୍ତୁ ମୋର ବିଶ୍ୱାସ ରହିଛି କି ଆମକୁ ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ । ଆସନ୍ତୁ ଗୋପାଳ ମହାଶୟଙ୍କୁ ଧନ୍ୟବାଦ ଦେବା ସହିତ ଆଉ ଏକ ପ୍ରଶ୍ନକୁ ନେଇ ନେବା ।
ପ୍ରଶ୍ନ- ନମସ୍କାର ପ୍ରଧାନମନ୍ତ୍ରୀ ମହୋଦୟ, ମୋର ନାମ ହେଉଛି ଅଙ୍କିତା ଖତ୍ରୀ ଆଉ ମୁଁ ଜଣେ ଗୃହିଣୀ, ଏହା ସହିତ ବିଭିନ୍ନ ରଚନାତ୍ମକ କାର୍ଯ୍ୟରେ ସକ୍ରିୟ ରହିଛି । ଏହି ସମୟରେ ଆପଣଙ୍କ ପ୍ରେରଣା ପାଇ ସାମାଜିକ ଗଣମାଧ୍ୟମରେ କିଛି ରଚନାତ୍ମକ କରନ୍ତୁ ନା (କୁଛ କ୍ରିଏଟିଭ କରୋନା)ର ହ୍ୟାସଟ୍ୟାଗ ସହିତ ଏକ ଅଭିଯାନର ଆରମ୍ଭ କରିଛି । ମୁଁ ଯେଉଁଥିରେ କାଶୀର ବିଭିନ୍ନ ରଚନାକାରଙ୍କୁ ଆହ୍ୱାନ କରୁଛି,
ଆଚ୍ଛା, ଆପଣ ମଧ୍ୟ ମୋ ଭଳି ପୋଷ୍ଟର ଦେଖାଇ ଦେଲେ ।
ସବୁକିଛି ଆପଣଙ୍କ ପ୍ରେରଣାରୁ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ଆଉ ଆପଣଙ୍କ ପ୍ରେରଣାରୁ ହିଁ ଏହିଠାରେ ଏହି ଅଭିଯାନର ଆରମ୍ଭ କରିଛି କାରଣ ସବୁବେଳେ ହିଁ ରଚନାତ୍ମକତା ହିଁ କାର୍ଯ୍ୟରେ ଆସିଥାଏ, ଏଭଳି ନକରାତ୍ମକ ପରିସ୍ଥିତିରେ ମଧ୍ୟ, ମୁଁ କେଉଁଠି ଶୁଣିଥିଲି କି ଯିଏ ରଚନା କରିଥାଆନ୍ତି, ସେ ବଂଚିଥାଆନ୍ତି । ଆପଣଙ୍କ ପ୍ରେରଣାରୁ ଏହି ଅଭିଯାନ ଆରମ୍ଭ କରିଛି । ଏହା ଅନ୍ତର୍ଗତ କାଶୀର ବିଭିନ୍ନ ରଚନାକାରଙ୍କୁ, ଲେଖକଙ୍କୁ, କବିଙ୍କୁ, ଚିତ୍ରକରଙ୍କୁ ଆମନ୍ତ୍ରିତ କରୁଛି ଆଉ ପ୍ରୟାସ ରହିବ କି 21 ଦିନର ଏ ଯେଉଁ ସମୟ ରହିଛି ତା’ମଧ୍ୟରେ ତାହାର ସଙ୍କଳନ ହେଉ, ତାହାର ପ୍ରକାଶନ ହେଉ ଆଉ କାଶୀ ତରଫରୁ ଆମେ ଆପଣଙ୍କୁ ସମର୍ପିତ କରିପାରୁ । କିନ୍ତୁ ଜଣେ ଗୃହିଣୀ ହିସାବରେ ମୋର ପ୍ରଶ୍ନ ହେଉଛି ଆଉ ଏକ ଚିନ୍ତା ହେଉଛି ଯାହା ଆପଣଙ୍କ ସହିତ ବାଂଟିବାକୁ ଚାହୁଁଛି । ଲକଡାଉନର ଏହି ସମୟକାଳ ମଧ୍ୟରେ ସମସ୍ତ ପିଲାମାନେ ଘରେ ଅଛନ୍ତି ଆଉ ପିଲାମାନଙ୍କୁ ସମ୍ଭାଳିବା ଆମ ସମସ୍ତଙ୍କ ପାଇଁ ହେଉଛି ଏକ କଷ୍ଟକର କାର୍ଯ୍ୟ, ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ପାଲଟି ଯାଇଛି । ଏଭଳି ପରିସ୍ଥିତିରେ ଏଭଳି ପିଲାମାନେ ମଧ୍ୟ ଅଛନ୍ତି ଯାହାଙ୍କର ପରୀକ୍ଷା ପ୍ରଭାବିତ ହୋଇଛି । ମୋ ନିଜ ପୁଅ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଦେଉଥିଲା ଆଉ ତା’ର ଗୋଟିଏ ପେପର ସ୍ଥଗିତ ରଖା ଯାଇଛି । ତ ଘର ଲୋକଙ୍କର ଚିନ୍ତା ଟିକେ ଅଧିକ ବଢ଼ି ଯାଇଛି । ତ କ’ଣ କରାଯିବ ।
ମୋହିନୀ ମହାଶୟା, ପ୍ରଥମ କଥା ତ ଏହା ହେଉଛି କି ଆପଣ ରଚନାତ୍ମକ କାର୍ଯ୍ୟକୁ ବହୁତ ଭଲ ଭାବେ କରୁଛନ୍ତି ଆଉ ସେହି କାରଣରୁ ଜୀବନରେ ଉର୍ଜ୍ଜା ଭରି ରହିଛି କିନ୍ତୁ ଆପଣ କହିଲେ କି ସମସ୍ତ ରଚନାକାରଙ୍କୁ ଏକାଠି କରୁଛନ୍ତି । ତ ମୋର ବିନତୀ ହେଉଛି କି କାହାକୁ ଏକାଠି କରନ୍ତୁ ନାହିଁ । ସୋସିୟାଲ ଡିଷ୍ଟାନ୍ସ, ସାମାଜିକ ଦୂରତା, ଏହା ହେଉଛି ସର୍ବପ୍ରଥମ କଥା । ହଁ, ହଁ ଆପଣ ଅନ ଲାଇନ୍ ସମସ୍ତଙ୍କଠାରୁ ମାଗି ପାରନ୍ତି, ସେମାନଙ୍କ କଳାର ସଙ୍କଳନ କରନ୍ତୁ ଆଉ କଳ୍ପନା ଭଳି ଅଛି, ଯେଉଁମାନେ ଏହି ସ୍ୱଭାବର ଲୋକ ଅଛନ୍ତି, ସେମାନଙ୍କର ରଚନାଗୁଡ଼ିକର ସେମାନଙ୍କ ଦ୍ୱାରା ପ୍ରସ୍ତୁତ କଳାତ୍ମକ ଜିନିଷଗୁଡ଼ିକ ଦେଶର କାର୍ଯ୍ୟରେ ଆସିବ ଆଉ ଏହା ଠିକ୍ ଯେ ଆପଣଙ୍କ କାର୍ଯ୍ୟ ବହୁତ ବଡ଼ କିନ୍ତୁ ବିପଦ ସମୟରେ ଏହାକୁ ବଦଳାଇବାର ହିଁ ମାନବ ଜୀବନର ବିଶେଷତ୍ୱ । ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଆପଣଙ୍କୁ ଲକ୍ ଡାଉନର ଆଉ ଏକ ପ୍ରଭାବ ଦେଖିବାକୁ ମିଳୁଛି । ବହୁତ ଲୋକ ଟ୍ୱିଟରରେ, ଫେସବୁକରେ, ଇନ୍ଷ୍ଟାଗ୍ରାମରେ ବିସ୍ତୃତ ଭାବେ କହୁଛନ୍ତି କି କିଭଳି ସେମାନେ ନିଜ ପିଲାଙ୍କ ସହିତ ଅଧିକ ସମୟ ବିତାଉଛନ୍ତି । ଏହା ଠିକ୍ ଯେ ପୂର୍ବରୁ ଯୌଥ ପରିବାର ଥିଲା, ତ ପିଲାମାନଙ୍କୁ ସମ୍ଭାଳିବାର କାର୍ଯ୍ୟ ଜେଜେ ବାପା-ଜେଜେ ମାଆ କରୁଥିଲେ, ଆଜି ଟିକେ ପରିବାର ଛୋଟ ହୋଇ ଯାଇଛି । ତ କଷ୍ଟ ହେବା ସ୍ୱାଭାବିକ । କିନ୍ତୁ ଆପଣମାନେ ଦେଖିଥିବେ କି ଟିଭିରେ ଇଲେକଟ୍ରୋନିକ୍ସ ମିଡିଆରେ ରେଡିଓରେ ଏହାକୁ ନେଇ ଅନେକ ନୂଆ ନୂଆ ଶୋ’ ନିର୍ମାଣ କରାଯାଉଛି । ଆମ ଦେଶର ମିଡିଆରେ ମଧ୍ୟ ସୃଜନଶୀଳତାରେ ସେମାନେ ଲୋକଙ୍କୁ ନିୟୋଜିତ କରି ରଖିବାକୁ ଲୋକଙ୍କୁ ଘରେ ରହିବା ସମୟରେ କ’ଣ କ’ଣ କରିବା ଉଚିତ ଭଲ ଭାବରେ ଏତେ ଅଧିକ ସମୟରେ ଯାହା କରାଯାଇ ପାରିବ, ତାହାକୁ ଏହି ଲକଡାଉନ୍ ସମୟରେ କରିବା ନେଇ ନୂଆ ନୂଆ କଥା କୁହା ଯାଉଛି, ଦେଖାଯାଉଛି ଏବଂ ଶିଖା ଯାଉଛି ।
ଏହି ସବୁ ମଧ୍ୟରେ ମୋ ମନକୁ ଆଉ କିଛି କଥା ମଧ୍ୟ ବହୁତ ପ୍ରଭାବିତ କରିଛି । ମୁଁ ଦେଖୁଛି କି ମାନବ ଜାତି କିଭଳି ଏହି ବିଶ୍ୱ ସଙ୍କଟରୁ ଜିତିବା ପାଇଁ ଏକାଠି ହୋଇ ଯାଇଛି । ଆଉ ଏଥିରେ ମଧ୍ୟ ସବୁଠାରୁ ବଡ଼ ଭୂମିକା ତୁଲାଉଛନ୍ତି ଆମର ବାଳ ସେନା, ଆମ ପିଲାମାନଙ୍କର ସେନା । ମୁଁ ଏଭଳି ଭିଡିଓ ଦେଖିଛି ଯେଉଁଥିରେ ଚାରି ଚାରି ପାଞ୍ଚ ପାଞ୍ଚ ବର୍ଷର ପିଲା ମାତା-ପିତାଙ୍କୁ ବୁଝାଉଛନ୍ତି କି କିଭଳି ହାତ ଧୋଇବାର ଅଛି, ବାହାରକୁ ଯିବାର ନାହିଁ, ଏଭଳି କରିବାର ନାହିଁ ସେଭଳି କରିବାର ନାହିଁ, ପିଲାମାନେ ବୁଝାଉଛନ୍ତି । ଛୋଟ ଛୋଟ ବାଳକ ବାଳିକାମାନେ ଏହି ସଙ୍କଟ ସମୟରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ମୁଁ ଏଭଳି ଭିଡିଓ ସହିତ ସାମାଜିକ ଗଣମାଧ୍ୟମରେ ବହୁତ ବ୍ୟସ୍ତ ରହୁଛି, କେବେ କେବେ ମୋତେ ଭଲ ଲାଗୁଛି କି ସାଧାରଣ ଲୋକ ସହିତ ଯୋଡ଼ି ହେଉଛି । ତ ସମ୍ପ୍ରତି ମୁଁ ଦେଖିଛି ଅନେକ ପରିବାରର ପିଲାମାନଙ୍କର କଥାକୁ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି ଆଉ ଘରେ ପିଲାମାନଙ୍କର ଭିଡିଓ ତିଆରି କରି ଆଉ ଏବେ ମୋବାଇଲ ଫୋନରେ ସବୁକିଛି ଭିଡିଓ ହୋଇ ଯାଉଛି । ମୁଁ ଯେଉଁ ଭିଡିଓ ଦେଖିଛି ଯଦି ତାହା ଡିଲିଟ ହୋଇ ଯାଇ ନାହିଁ ତ ମୁଁ ତାହାକୁ ଏକାଠି କରି ନିଶ୍ଚିତ ସେୟାର କରିଦେବି । ଯଦି ଆଜି ସୁଯୋଗ ମିଳିଗଲା ତ ଆଜି ହିଁ କରିବି ଆଉ ଆପଣମାନେ ସମସ୍ତେ ଦେଖନ୍ତୁ ନିଶ୍ଚିତ ଦେଖନ୍ତୁ କି ପିଲାମାନେ କିଭଳି ଚମକ୍ରାର କରି ଦେଇଛନ୍ତି ଆଉ ଆପଣମାନଙ୍କର ନିଶ୍ଚିତ ମନେ ପଡ଼ିବ ମୁଁ ଯେତେବେଳେ ସ୍ୱଚ୍ଛତାର କଥା କହିଥିଲି, ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲି, ତ ଆପଣ ପ୍ରତ୍ୟେକ ଘରେ ଦେଖିଥିବେ ପିଲାମାନେ ଏକ ପ୍ରକାରରେ ଏହି ଅଭିଯାନର ନେତୃତ୍ୱ ନେଇଥିଲେ, ଆଜିର ପିଲାମାନେ ଆଜିର ଯୁବ ପିଢିର ଶକ୍ତି ମୋତେ ତ ବହୁତ ପ୍ରଭାବିତ କରୁଛି । ମୁଁ ସେମାନଙ୍କର ପ୍ରତିଭା, ସେମାନଙ୍କର ଚିନ୍ତା କରିବାର ଶୈଳୀ ମୋତେ ବହୁତ ଆନନ୍ଦ ଦେଇଥାଏ, ଆଉ ହଁ କିଛି ମାତା-ପିତାଙ୍କୁ ଏହି ଚିନ୍ତା ଘାରିଥାଏ କି ଏତେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରେ ରହିବା ପିଲାମାନେ ସେମାନଙ୍କୁ ପାଖରେ ବସାଇ ପଢ଼ାଇବା ଆରମ୍ଭ କରି ଦେଉଛନ୍ତି । ସେହିପରି ଭାବେ ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି କି ପିଲାମାନେ ବାପା-ମାଆଙ୍କୁ କିଛି ନା କିଛି ପାଠ ପଢ଼ାଇ ରହିବେ 21 ଦିନରେ ବହୁତ କିଛି ଶିଖାଇଦେବେ ।
ଏମିତିରେ ସାଥୀଗଣ, ନମୋ ଆପ୍ ରେ ଆପଣ ସମସ୍ତଙ୍କର ପ୍ରସ୍ତାବ ଏବଂ ମତାମତକୁ ମଧ୍ୟ ପଢ଼ୁଛି । ଶ୍ରୀ ଓମ୍ ପ୍ରକାଶ ଠାକୁର ମହାଶୟ, ମୁକେଶ ଦାସ ମହାଶୟ, ପ୍ରଭାଂଶୁ ମହାଶୟ, ଅମିତ ପାଣ୍ଡେ ମହାଶୟ, କବିତା ମହାଶୟ, ଦେଶର ଭିନ୍ନ ଭିନ୍ନ ଭାଗରୁ ଭିନ୍ନ ଭିନ୍ନ ଲୋକମାନେ ନିଜ ନିଜ ଶୈଳୀରେ ଭିନ୍ନ ଭିନ୍ନ ପ୍ରସ୍ତାବ ଦେଇଛନ୍ତି କି ଲକଡାଉନକୁ କଡ଼ା କଡ଼ି ଭାବେ ଆଉ ଦୀର୍ଘ ସମୟ ପାଇଁ ଲାଗୁ କରାଯାଉ । କେବଳ ଆପଣ ହିଁ ନୁହଁନ୍ତି ସଂପୂର୍ଣ୍ଣ ଦେଶରେ ଆପଣଙ୍କ ଭଳି ହଜାର ହଜାର ପ୍ରବୃଦ୍ଧ ନାଗରିକମାନେ ମଧ୍ୟ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଏବଂ ୟୁ ଟ୍ୟୁବରେ ଏହି ମହାମାରୀର ମୁକାବିଲା କରିବା ପାଇଁ ଏହି ପରାମର୍ଶ ଦେଉଛନ୍ତି । ଅନୁରୋଧ କରିଛନ୍ତି କି ଯେତେବେଳେ ଆମ ଦେଶବାସୀମାନେ ନିଜେ ହିଁ ସଂକଳ୍ପ ନେବେ ଆଉ ବୁଦ୍ଧିମାନ ହୋଇ ଏହି ଆହ୍ୱାନ ସହିତ ଲଢ଼େଇ କରିବାର ଏହି ଦୃଢ଼ ଇଚ୍ଛାଶକ୍ତି ରହିବ ତ ମୋର ସଂପୂର୍ଣ୍ଣ ଭରସା ରହିଛି କି ଏହି ଦେଶ ଏହି ମହାମାରୀକୁ ନିଶ୍ଚିତ ଭାବେ ପରାଜିତ କରିବ ।
ଶେଷରେ ମୁଁ ପୁଣିଥରେ କହିବି କି ଆପଣ ସମସ୍ତେ, ମୋ କାଶୀବାସୀ ମୁଁ ଟିକେ ଆସି ପାରୁ ନାହିଁ, ଆପଣମାନଙ୍କ ଗହଣକୁ । ମୋତେ କ୍ଷମା କରନ୍ତୁ । କିନ୍ତୁ ଆପଣ ନିଜକୁ ସୁରକ୍ଷିତ ରଖନ୍ତୁ, ଦେଶକୁ ମଧ୍ୟ ସୁରକ୍ଷିତ ରଖନ୍ତୁ, ଏକ ବଡ଼ ଲଢ଼େଇ ରହିଛି ଯେଉଁଥିରେ ବନାରସର ଲୋକଙ୍କ ପାଇଁ ମଧ୍ୟ ନିଜର ସଂପୂର୍ଣ୍ଣ ଯୋଗଦାନ କରିବାକୁ ପଡ଼ିବ । ସଂପୂର୍ଣ୍ଣ ଦେଶକୁ ମାର୍ଗ ଦେଖାଇବାକୁ ହେବ । ସମସ୍ତ କାଶୀବାସୀମାନଙ୍କୁ ଆଜି ଆଉଥରେ ପୁଣି ମୁଁ ଦିଲ୍ଲୀରୁ ପ୍ରଣାମ କରୁଛି । ଆଉ ମୋର ବିଶ୍ୱାସ ରହିଛି କି ଆପଣମାନେ ସବୁବେଳେ କାଶୀକୁ ସମ୍ଭାଳିଛନ୍ତି ଆଗକୁ ମଧ୍ୟ ଆପଣ କାଶୀକୁ ସମ୍ଭାଳିବେ, ଏହା ମୋର ସଂପୂର୍ଣ୍ଣ ବିଶ୍ୱାସ ରହିଛି । ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ।
आज काबुल में गुरुद्वारे में हुए आतंकी हमले से मन काफी दुखी है।
— PMO India (@PMOIndia) March 25, 2020
मैं इस हमले में मारे गए सभी लोगों के परिवारों के प्रति संवेदना व्यक्त करता हूं: PM @narendramodi
आप जानते हैं, नवरात्रि के पहले दिन मां शैलपुत्री की पूजा की जाती है। मां शैलपुत्री स्नेह, करुणा और ममता का स्वरूप हैं। उन्हें प्रकृति की देवी भी कहा जाता है।
— PMO India (@PMOIndia) March 25, 2020
आज देश जिस संकट के दौर से गुजर रहा है, उसमें हम सभी को मां शैलसुते के आशीर्वाद की बहुत आवश्यकता है: PM @narendramodi
आपका सांसद होने के नाते मुझे, ऐसे समय में आपके बीच होना चाहिए था। लेकिन आप यहां दिल्ली में जो गतिविधियां हो रही हैं, उससे भी परिचित हैं।
— PMO India (@PMOIndia) March 25, 2020
यहां की व्यस्तता के बावजूद मैं वाराणसी के बारे में निरंतर अपने साथियों से अपडेट ले रहा हूं: PM @narendramodi #IndiaFightsCorona
आज कोरोनी के खिलाफ जो युद्ध पूरा देश लड़ रहा है, उसमें 21 दिन लगने वाले हैं। हमारा प्रयास है इसे 21 दिन में जीत लिया जाए: PM @narendramodi #IndiaFightsCorona
— PMO India (@PMOIndia) March 25, 2020
काशी का अनुभव शाश्वत, सनातन, समयातीत है।
— PMO India (@PMOIndia) March 25, 2020
और इसलिए, आज लॉकडाउन की परिस्थिति में
काशी देश को सिखा सकती है- संयम, समन्वय, संवेदनशीलता
काशी देश को सिखा सकती है- सहयोग, शांति, सहनशीलता
काशी देश को सिखा सकती है- साधना, सेवा, समाधान: PM @narendramodi #IndiaFightsCorona
मुझे ऐहसास है कि आप सभी के बहुत सारे प्रश्न होंगे, कुछ चिंताएं भी होंगी और सुझाव भी होंगे।
— PMO India (@PMOIndia) March 25, 2020
तो आइए, संवाद शुरू करते हैं: PM @narendramodi #IndiaFightsCorona
Prof. Krishna Kant Vajpayee asks PM @narendramodi about spreading social awareness for combating corona pandemic
— PMO India (@PMOIndia) March 25, 2020
मुझे बहुत गर्व होता है जब आप जैसे प्रबुद्ध नागरिकों को, अपने व्यक्तिगत कार्यों, अपने व्यवसाय के साथ ही, लोगों को जागरूक करने के महत्वपूर्ण काम को करते हुए देखता हूं: PM @narendramodi #IndiaFightsCorona
— PMO India (@PMOIndia) March 25, 2020
देखिए, मनुष्य का स्वभाव होता है कि जो कुछ भी सरल हो, खुद के अनुकूल हो, उसे जल्दी स्वीकार कर लेता है। कोई बात आपको अपने पसंद की लगती है, आपको सूट करती है तो आप उसे तुरंत सच मान लेते हैं: PM @narendramodi #IndiaFightsCorona
— PMO India (@PMOIndia) March 25, 2020
आपकी बात भी सही है की कुछ लोग ऐसे हैं, जो अपने कानों से सुनते हैं, अपनी आंखों से देखते हैं और अपनी बुद्धि से समझते भी हैं… बस अमल नहीं करते हैं।
— PMO India (@PMOIndia) March 25, 2020
ये एक प्रकार की दुर्योधन वृत्ति है: PM @narendramodi #IndiaFightsCorona
लेकिन हाँ, नागरिक के रूप में हमें अपने कर्तव्य करते रहना चाहिए, हमें सोशल डिस्टेंसिंग पर ध्यान देना चाहिए। हमें घर में रहना चाहिए और आपस में दूरी बनाए रखना चाहिए। कोरोना जैसी महामारी से दूर रहने का अभी यही एकमात्र उपाय है: PM @narendramodi #IndiaFightsCorona
— PMO India (@PMOIndia) March 25, 2020
वैसे मैं आपको ये भी जानकारी देना चाहता हूं कि कोरोना से जुड़ी सही और सटीक जानकारी के लिए सरकार ने Whatsapp के साथ मिलकर एक हेल्पडेस्क भी बनाई है: PM @narendramodi #IndiaFightsCorona
— PMO India (@PMOIndia) March 25, 2020
Social activist Mohini Jhanwar asks a question to PM @narendramodi on issues facing Health care workers and other front-line services staff and officials #IndiaFightsCorona
— PMO India (@PMOIndia) March 25, 2020
आपने देखा होगा कि 22 मार्च को किस तरह पूरे देश ने जनता कर्फ्यू में बढ़-चढ़कर अपनी भागीदारी निभाई। और फिर शाम के ठीक 5 बजे, 5 मिनट के लिए कैसे देश भर के लोग अभिवादन के लिए सामने आए: PM @narendramodi
— PMO India (@PMOIndia) March 25, 2020
समाज के मन में इन सब के लिए आदर सम्मान का भाव होता ही है। डॉक्टर जिंदगी बचाते हैं और हम उनका ऋण कभी नहीं उतार सकते।
— PMO India (@PMOIndia) March 25, 2020
जिन लोगों ने वुहान में रेस्क्यू ऑपेरेशन किया, मैंने उनको पत्र लिखा था, मेरे लिए वो पल बहुत भावुक थे: PM @narendramodi #IndiaFightsCorona
संकट की इस घड़ी में, अस्पतालों में इस समय सफेद कपड़ों में दिख रहा हर व्यक्ति, ईश्वर का ही रूप है। आज यही हमें मृत्यु से बचा रहे हैं। अपने जीवन को खतरों में डालकर ये लोग हमारा जीवन बचा रहे हैं: PM @narendramodi #IndiaFightsCorona
— PMO India (@PMOIndia) March 25, 2020
हमारे समाज में ये संस्कार दिनों-दिन प्रबल हो रहा है, कि जो देश की सेवा करते हैं, जो देश के लिए खुद को खपाते हैं, उनका सार्वजनिक सम्मान भी होते रहना चाहिए: PM @narendramodi #IndiaFightsCorona
— PMO India (@PMOIndia) March 25, 2020
Textiles business man Akhilesh Khemka asks PM @narendramodi about livelihood concerns facing informal sector workers and less well-off sections of society #IndiaFightsCorona
— PMO India (@PMOIndia) March 25, 2020
कोरोना वायरस न हमारी संस्कृति को मिटा सकता है और न ही हमारे संस्कार मिटा सकता है।
— PMO India (@PMOIndia) March 25, 2020
और इसलिए, संकट के समय, हमारी संवेदनाएं और जागृत हो जाती हैं।
कोरोना को जवाब देने का एक तरीका करुणा भी है। यानि कोरोना को करुणा से जवाब: PM @narendramodi #IndiaFightsCorona
हमारे समाज में, हमारी परंपरा में तो दूसरों की मदद की एक समृद्ध परिपाटी रही है।
— PMO India (@PMOIndia) March 25, 2020
साईं इतना दीजिए, जामें कुटुंब समाए।
मैं भी भूखा ना रहूं, साधू ना भूखा जाए !! PM @narendramodi #IndiaFightsCorona
अभी नवरात्र शुरू हुआ है। अगर हम अगले 21 दिन तक, 9 गरीब परिवारों की मदद करने का प्रण लें, तो इससे बड़ी आराधना मां की क्या होगी।
— PMO India (@PMOIndia) March 25, 2020
इसके अलावा आपके आसपास जो पशु हैं, उनकी भी चिंता करनी है: PM @narendramodi #IndiaFightsCorona
अगर मैं कहूं कि सब कुछ ठीक है, सब कुछ सही है, तो मैं मानता हूं कि ये खुद को भी धोखा देने वाली बात होगी।
— PMO India (@PMOIndia) March 25, 2020
इस समय केंद्र सरकार हो या राज्य सरकारें, जितना ज्यदा हो सके, जितना अच्छा हो सके, इसके लिए भरसक प्रयास कर रही हैं: PM @narendramodi #IndiaFightsCorona
जो तकलीफें आज हम उठा रहे हैं, जो मुश्किल आज हो रही है, उसकी उम्र फिलहाल 21 दिन ही है। लेकिन अगर कोरोना का संकट समाप्त नहीं हुआ, इसका फैलना नहीं रुका तो कितना ज्यादा नुकसान हो सकता है, इसका अंदाजा नहीं लगाया जा सकता है: PM @narendramodi #IndiaFightsCorona
— PMO India (@PMOIndia) March 25, 2020
आप सोचिए, अस्पतालों में लोग 18-18 घंटे काम कर रहे हैं। कई जगह अस्पतालो में, हेल्थ सेक्टर से जुड़े लोगों को 2-3 घंटे से ज्यादा सोने को नहीं मिल रहा।
— PMO India (@PMOIndia) March 25, 2020
कितने ही सिविल सोसायटी के लोग हैं जो गरीबों की मदद के लिए दिन-रात एक किए हुए हैं: PM @narendramodi #IndiaFightsCorona
Dr. Gopal Nath from BHU flags concerns with PM @narendramodi about dangers of self-medication during corona pandemic #IndiaFightsCorona
— PMO India (@PMOIndia) March 25, 2020
प्रोफेसर साहब आपकी चिंता जायज है। हमारे यहां डॉक्टरों को पूछे बिना दवाएं लेने की आदत है। इससे हमें बचना है।
— PMO India (@PMOIndia) March 25, 2020
कोरोना के संक्रमण का इलाज अपने स्तर पर बिल्कुल नहीं करना है, घर में रहना है और जो करना है डॉक्टरों की सलाह से ही करना है: PM @narendramodi #IndiaFightsCorona
हमें ये ध्यान रखना है कि अभी तक कोरोना के खिलाफ कोई भी दवाई, कोई भी वेक्सीन पूरी दुनिया में नहीं बनी है। इस पर हमारे देश में भी और दूसरे देशों में भी काम तेज़ी से चल रहा है: PM @narendramodi #IndiaFightsCorona
— PMO India (@PMOIndia) March 25, 2020
आपने खबरों में भी देखा होगा कि, दुनिया के कुछ देशों में अपनी मर्ज़ी से दवाएं लेने के कारण कैसे जीवन संकट में पड़ रहे हैं।
— PMO India (@PMOIndia) March 25, 2020
हम सभी को हर तरह के अंधविश्वास से, अफवाह से बचना है: PM @narendramodi #IndiaFightsCorona
ये सही है कि आपदा बहुत बड़ी है। लेकिन आपदा को अवसर में बदलना ही मानव जीवन की विशेषता है।
— PMO India (@PMOIndia) March 25, 2020
इन दिनों सोशल मीडिया में आप लॉकडाउन का एक और प्रभाव देखने को मिल रहा है: PM @narendramodi #IndiaFightsCorona
मैं देख रहा हूं कि मानव जाति, कैसे इस वैश्विक संकट से जीतने के लिए एक साथ आगे आई है। और इसमें भी सबसे बड़ी भूमिका निभा रहे हैं मेरी बालक सेना: PM @narendramodi #IndiaFightsCorona
— PMO India (@PMOIndia) March 25, 2020
Home maker Ankita Khatri seeks views of PM @narendramodi on issues related to children and students who were in the midst of their examinations #IndiaFightsCorona
— PMO India (@PMOIndia) March 25, 2020
मैं NaMO app पर आप सबके सुझाव और feedback भी निरंतर पढ़ रहा हूं: PM @narendramodi #IndiaFightsCorona
— PMO India (@PMOIndia) March 25, 2020
मुझे अपनी ‘बाल सेना’ पर पूरा विश्वास है। वे इस बात को सुनिश्चित करेंगे कि लोग अपने घरों में रहें, ताकि COVID-19 के खिलाफ भारत प्रभावी तरीके से लड़ सके। pic.twitter.com/DhcYT5hkcW
— Narendra Modi (@narendramodi) March 25, 2020
महाभारत का युद्ध 18 दिन में जीता गया था। आज कोरोना के खिलाफ जो युद्ध पूरा देश लड़ रहा है, हमारा प्रयास है कि इसे 21 दिन में जीत लिया जाए।
— Narendra Modi (@narendramodi) March 25, 2020
महाभारत के युद्ध के समय भगवान कृष्ण महारथी थे, सारथी थे। आज 130 करोड़ महारथियों के बलबूते हमें कोरोना के खिलाफ इस लड़ाई को जीतना है। pic.twitter.com/pA7rE6Zub3
कोरोना को लेकर अब भी कई लोगों को गलतफहमी है। ऐसे लोगों से मेरा आग्रह है कि वे गलतफहमी से बाहर निकलें और सच्चाई को समझें।
— Narendra Modi (@narendramodi) March 25, 2020
जिम्मेदार नागरिक के रूप में हमें सोशल डिस्टेंसिंग पर ध्यान देना चाहिए। हमें घरों में रहना चाहिए। कोरोना जैसी महामारी से दूर रहने का अभी यही एकमात्र उपाय है। pic.twitter.com/uaCQFqwWm8
संकट की इस घड़ी में अस्पतालों में सफेद कपड़ों में दिख रहे डॉक्टर-नर्स, ईश्वर का ही रूप हैं। खुद को खतरे में डालकर ये हमें बचा रहे हैं।
— Narendra Modi (@narendramodi) March 25, 2020
इनके साथ बुरा बर्ताव होता दिखे तो आप वहां जाकर लोगों को समझाएं।
डॉक्टर, नर्स, मेडिकल स्टाफ जिंदगी बचाते हैं और हम उनका ऋण कभी नहीं उतार सकते। pic.twitter.com/XGTKx1V2yA
कोरोना वायरस न हमारी संस्कृति को मिटा सकता है और न ही हमारे संस्कार मिटा सकता है।
— Narendra Modi (@narendramodi) March 25, 2020
इसलिए संकट के समय हमारी संवेदनाएं और जागृत हो जाती हैं। कोरोना को जवाब देने का एक तरीका करुणा भी है।
यानि हम गरीबों के प्रति, जरूरतमंदों के प्रति करुणा दिखाकर भी कोरोना को पराजित करेंगे। pic.twitter.com/U1ApAPhwl0
When it comes to fighting COVID-19, please do not self-medicate. Consult your doctors and then move ahead. pic.twitter.com/fbCHLCSY3q
— Narendra Modi (@narendramodi) March 25, 2020
काशी की अंकिता जी ने एक अच्छी बात कही - जो रचता है, वो बचता है…
— Narendra Modi (@narendramodi) March 25, 2020
An interesting perspective on how young India can take the lead in battling COVID-19. pic.twitter.com/GO14xfElYG