ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୪-୨୫ ବର୍ଷ ପାଇଁ ‘ବ୍ୟକ୍ତିରୁ ବ୍ୟବସାୟୀଙ୍କୁ (ପିଟୁଏମ) କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନା’କୁ ନିମ୍ନ ମତେ ମଞ୍ଜୁର କରାଯାଇଛି :
(୧) ୧ ଏପ୍ରିଲ ୨୦୨୪ରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କମ୍ ମୂଲ୍ୟର ଭୀମ-ୟୁପିଆଇ ନେଣଦେଣକୁ ପ୍ରୋତ୍ସାହିତ କରିବା ଲାଗି ଆର୍ଥିକ ପ୍ରୋତ୍ସାହନ ଯୋଜନାକୁ ଆନୁମାନିକ ୧୫ ଶହ କୋଟି ଟଙ୍କାର ବ୍ୟୟବରାଦ ସହିତ କାର୍ଯ୍ୟକାରୀ କରାଯିବ ।
(୨) କେବଳ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୨ହଜାର ଟଙ୍କା ପର୍ଯ୍ୟନ୍ତ ୟୁପିଆଇ (ପିଟୁଏମ) ନେଣଦେଣକୁ ଏହି ଯୋଜନା ଅଧୀନରେ ସାମିଲ କରାଯିବ।
୨ହଜାର ଟଙ୍କା ପର୍ଯ୍ୟନ୍ତ |
ଶୂନ ଏମଡିଆର/ ଆର୍ଥିକ ପ୍ରୋତ୍ସାହନ (୦.୧୫% ହାରରେ) |
ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ |
୨ ହଜାର ଟଙ୍କାରୁ ଅଧିକ |
ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ |
ଶୂନ ଏମଡିଆର / କୌଣସି ଆର୍ଥିକ ପ୍ରୋତ୍ସାହନ ନାହିଁ |
ବର୍ଗ | କ୍ଷୁଦ୍ର ବ୍ୟବସାୟୀ | ବଡ଼ ବ୍ୟବସାୟୀ |
---|
(୩) କେବଳ କ୍ଷୁଦ୍ର ବ୍ୟବସାୟୀ ବର୍ଗ ପାଇଁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଣଦେଣ ପାଇଁ ପ୍ରତ୍ୟେକ ନେଣଦେଣ ପିଛା ୦.୧୫%ର ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।
(୪) ଯୋଜନାର ସମସ୍ତ ତ୍ରୈମାସ ପାଇଁ, ଅଧିଗ୍ରହଣକାରୀ ବ୍ୟାଙ୍କଗୁଡ଼ିକ ଦ୍ୱାରା ସ୍ୱୀକୃତ ଦାବି ପରିମାଣର ୮୦ ପ୍ରତିଶତ ବିନା କୌଣସି ସର୍ତ୍ତରେ ବଣ୍ଟନ କରାଯିବ।
(୫) ପ୍ରତ୍ୟେକ ତ୍ରୈମାସ ପାଇଁ ଗ୍ରହଣ କରାଯାଇଥିବା ଦାବି ପରିମାଣର ଅବଶିଷ୍ଟ ୨୦ ପ୍ରତିଶତ ପରିଶୋଧ ନିମ୍ନଲିଖିତ ସର୍ତ୍ତାବଳୀ ପୂରଣ କରିବା ଉପରେ ନିର୍ଭରଶୀଳ ହେବ:
ଲାଭ:
ଉଦ୍ଦେଶ୍ୟ:
*******
P.S.
The incentive scheme on promoting low value UPI transactions, which has been approved by the Cabinet today will encourage digital payments and further 'Ease of Living.'https://t.co/TmVtSMsEoH
— Narendra Modi (@narendramodi) March 19, 2025