Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଓଡିଶା ସମେତ 13ଟି ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ସଂକ୍ରାନ୍ତ ସଂଶୋଧିତ ବ୍ୟୟ ଅଟକଳକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ 13ଟି ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିମନ୍ତେ ପୁନଃପୌନିକ ବ୍ୟୟ ଏବଂ କ୍ୟାମ୍ପସ ପାଇଁ ଆବଶ୍ୟକ ମୌଳିକ ଭିତ୍ତିଭୂମି ନିର୍ମାଣ ଲାଗି ହେବାକୁ ଥିବା ଖର୍ଚ୍ଚ ନିମନ୍ତେ 3639.32 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି କାର୍ଯ୍ୟ 36 ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ ।

କ୍ୟାବିନେଟ ଏସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଲାଗି କ୍ୟାବିନେଟ ଦ୍ୱାର ପୂର୍ବରୁ ଅନୁମୋଦିତ 3 ହଜାର କୋଟି ଟଙ୍କାର ଅର୍ଥ ବାଦ୍ ଅତିରିକ୍ତ ଖର୍ଚ୍ଚ  ଲାଗି 1474.65 କୋଟି ଟଙ୍କାକୁ ମଧ୍ୟ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି ।

ଏ ସବୁ ନୂଆ ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆଇନ 2009 ଅଧିନରେ ବିହାର, ଗୁଜରାଟ, ହରିଆଣା, ହିମାଚଳପ୍ରଦେଶ, ଜାମ୍ମୁ-କଶ୍ମୀର (2), ଝାଡ଼ଖଣ୍ଡ, କର୍ଣ୍ଣାଟକ, କେରଳ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ ଏବଂ ତାମିଲନାଡ଼ୁରେ ପ୍ରତିଷ୍ଠା କରାଯାଉଛି । ଏଗୁଡ଼ିକ ମଧ୍ୟରେ ରହିଛି :-

  1. ଦକ୍ଷିଣ ବିହାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଗୟା, ବିହାର
  2. ହରିୟାଣା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମହେନ୍ଦ୍ରଗଡ଼
  3. ଜାମ୍ମୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଜାମ୍ମୁ
  4. ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଞ୍ଚି
  5. କଶ୍ମୀର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଶ୍ରୀନଗର
  6. କର୍ଣ୍ଣାଟକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଗୁଲବର୍ଗା
  7. କେରଳ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କାସରଗୋଡ଼
  8. ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ
  9. ପଞ୍ଜାବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଭଟିଣ୍ଡା
  10. ରାଜସ୍ଥାନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବାନ୍ଦରା ସିନ୍ଦରୀ, ରାଜସ୍ଥାନ
  11. ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ତିରୁୱରୁର
  12. ଗୁଜରାଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଗୁଜରାଟ
  13. ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

ପ୍ରଭାବ : ଏହାଦ୍ୱାରା ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ପହଁଚ ବୃଦ୍ଧି ପାଇବ ଏବଂ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର ଅନୁସରଣ ନିମନ୍ତେ ଅନୁକରଣଯୋଗ୍ୟ ମାନଦଣ୍ଡ ନିର୍ଦ୍ଧାରିତ ହେବ । ଯଦ୍ଦ୍ୱାରା ଶୈକ୍ଷଣୀୟ ସୁବିଧାରେ କ୍ଷେତ୍ରୀୟ ସନ୍ତୁଳନକୁ ମଧ୍ୟ ହ୍ରାସ କରିବାରେ ସହାୟତା ମିଳିପାରିବ ।

 

**********