Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏସୀୟ ପାରା ଗେମ୍ସ ୨୦୨୨ରେ ପାରା କାନୋଇଙ୍ଗ ମହିଳା ଭିଏଲ୍୨ ଫାଇନାଲରେ ରୌପ୍ୟ ପଦକ ଜିତିଥିବାରୁ ପ୍ରାଚୀ ଯାଦବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 ଚୀନ୍‌ର ହାଙ୍ଗଝୋରେ ଚାଲିଥିବା ଏସୀୟ ପାରା ଗେମ୍ସ ୨୦୨୨ ରେ ପାରା କାନୋଇଙ୍ଗ ମହିଳା ଭିଏଲ୍୨ ଫାଇନାଲରେ ରୌପ୍ୟ ପଦକ ଜିତିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

 

 ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

 

“ପ୍ରାଚୀ ଯାଦବ ଏସୀୟ ପାରା ଗେମ୍ସରେ ପ୍ରଥମ ପଦକ ହାସଲ କରି ଭାରତୀୟ କ୍ରୀଡ଼ା ଇତିହାସରେ ନିଜ ନାମ ଲେଖିଛନ୍ତି। ପାରା କାନୋଇଙ୍ଗ ମହିଳା ଭିଏଲ୍୨  ଫାଇନାଲରେ ଉଲ୍ଲେଖନୀୟ  ରୌପ୍ୟ ପଦକ ଜିତିଥିବାରୁ ପ୍ରାଚୀ ଯାଦବଙ୍କୁ ଅଭିନନ୍ଦନ | ତାଙ୍କର ଅବିଶ୍ୱସନୀୟ ପ୍ରଦର୍ଶନ ସମଗ୍ର ଦେଶକୁ ଗର୍ବିତ କରିଛି। ”

 

SR