Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏମଏମଟିସି ଲିମିଟେଡ ଜରିଆରେ ଜାପାନ ଓ ଦକ୍ଷିଣ କୋରିଆକୁ ଲୁହା ପଥର ଯୋଗାଣ ଲାଗି ଦୀର୍ଘମିଆଦୀ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ


ଏମଏମଟିସି ଲିମିଟେଡ ଜରିଆରେ ଆହୁରି ପାଞ୍ଚ ବର୍ଷ ଲାଗି ଜାପାନର ଇସ୍ପାତ ମିଲ (ଜେଏସଏମ) ଏବଂ ଦକ୍ଷିଣ କୋରିଆର ପୋସ୍କୋକୁ ଗ୍ରେଡ 64 ପ୍ରତିଶତରୁ ଅଧିକ ଏଫଇ ଉପାଦାନ ଥିବା ଲୁହାପଥର (ଖଣ୍ଡ ଓ ଫାଇନ ହୋଇଥିବା) ଯୋଗାଣ ଲାଗି ଦୀର୍ଘ ମିଆଦୀ ଚୁକ୍ତି (ଏଲଟିଏ)ର ନବୀକରଣ କରାଯିବ ।  ଏହି ଚୁକ୍ତିର ପରବର୍ତ୍ତୀ ଅବଧିକୁ 01.04.2018 ଠାରୁ 31.03.2023 ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏ ସଂକ୍ରାନ୍ତ ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ବିବରଣୀ :

  1. ବର୍ତ୍ତମାନର ଦୀର୍ଘ ମିଆଦୀ ଚୁକ୍ତି 31 ମାର୍ଚ୍ଚ 2018 ପର୍ଯ୍ୟନ୍ତ ବୈଧ ଥିଲା । ଜାପାନର ଇସ୍ପାତ ମିଲ ଏବଂ ଦକ୍ଷିଣ କୋରିଆର ପୋସ୍କୋର ସହିତ ନବୀକୃତ ଦୀର୍ଘ ମିଆଦୀ ଚୁକ୍ତି 1 ଏପ୍ରିଲ, 2018 ଠାରୁ 31 ମାର୍ଚ୍ଚ, 2023 ପର୍ଯ୍ୟନ୍ତ ବୈଧ ରହିବ ।
  2. ଦୀର୍ଘ ମିଆଦୀ ଚୁକ୍ତି ଅଧୀନରେ ପ୍ରତିବର୍ଷ ରପ୍ତାନି କରାଯିବାକୁ ଥିବା ଲୁହାପଥର ମାତ୍ର 3.80 ନିୟୁତ ଟନ (ସର୍ବନିମ୍ନ) ବାର୍ଷିକ ଠାରୁ ଆରମ୍ଭ କରି 5.50 ନିୟୁତ ଟନ (ସର୍ବାଧିକ) ବାର୍ଷିକ ହେବ ଏବଂ ଏହାର ଅନ୍ତର୍ଗତ ଏନଏମଡିସି ଓ ଅଣ-ଏନଏମଡିସି ଉଭୟ ହିଁ ମୂଳ ଲୁହା ପଥର ହୋଇଥିବେ । ବୈଲାଡିଲା ଖଣ୍ଡ (ଲମ୍ପ) ରପ୍ତାନିର ପରିମାଣ ସୀମା ବାର୍ଷିକ 1.81 ମିଲିୟନ ଟନ ହୋଇଥିବା ବେଳେ ବୈଲାଡିଲା ଫାଇନ ଲୁହା ପଥର ରପ୍ତାନି ପରିମାଣର ସୀମା ବାର୍ଷିକ 2.71 ମିଲିୟନ ଟନ ହେବ ।
  3. ଏହି ଦୀର୍ଘ ମିଆଦୀ ଚୁକ୍ତି ଅନ୍ତର୍ଗତ ଏମଏମଟିସି ଜରିଆରେ ଜେଏସଏମ ଏବଂ ଦକ୍ଷିଣ କୋରିଆର ପୋସ୍କୋକୁ ଯୋଗାଣ ଲାଗି ପ୍ରସ୍ତାବିତ ଲୁହା ପଥର 64 ପ୍ରତିଶତରୁ ଅଧିକ ଲୌହ ଉପାଦାନ ଥିବା କିସମର ହେବ । ଏହାର ବିବରଣୀ ନିମ୍ନରେ ଦିଆଯଗଲା :

ଜାପାନର ଇସ୍ପାତ ମିଲ୍

ବାର୍ଷିକ 3.00-4.30 ନିୟୁତ ଟନ

ପୋସ୍କୋ, ଦକ୍ଷିଣ କୋରିଆ

0.80-1.20 ନିୟୁତ ଟନ ବାର୍ଷିକ

4.ଏଫଓବି ମୂଲ୍ୟର 2.8 ପ୍ରତିଶତ କାରବାର ମାର୍ଜିନ ସହିତ ଏମଏମଟିସି ଜରିଆରେ ଏକକ ଏଜେନ୍ସି ପରିଚାଳନା ଏବଂ ରପ୍ତାନିର ବର୍ତ୍ତମାନ ନୀତି ଆଗକୁ ମଧ୍ୟ ଜାରି ରହିବ ।

ଲାଭ : ଦୀର୍ଘ ମିଆଦୀ ଚୁକ୍ତି ଅନ୍ତର୍ଗତ ଲୁହା ପଥର ରପ୍ତାନି ଦ୍ୱାରା ଦୀର୍ଘକାଳୀନ ଭାଗିଦାର ଦେଶ ଜାପାନ ଏବଂ ଦକ୍ଷିଣ କୋରିଆ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଏବଂ ରପ୍ତାନି ବଜାର ହାସଲ କରିବାରେ ସହାୟତା ମିଳିବ, ଯାହାଦ୍ୱାରା ଦେଶରେ ବିଦେଶୀ ମୁଦ୍ରା ପ୍ରବାହ ମଧ୍ୟ ସୁନିଶ୍ଚିତ ହୋଇପାରିବ ।

ଉପରୋକ୍ତ ଚୁକ୍ତି ଫଳରେ ଭାରତକୁ ନିଜ ଖଣିଜ ପଥର ପାଇଁ ଅନ୍ତର୍ଜାତୀୟ ବଜାର ହାସଲ କରିବା ଏବଂ ସ୍ଥିର ଆର୍ଥିକ ବାତାବରଣ ସୁନିଶ୍ଚିତ କରିବାରେ ସହାୟତା ମିଳିପାରିବ । ଏହା ଖନନ, ଲଜିଷ୍ଟିକ୍ସ ଏବଂ ତତସମ୍ବନ୍ଧୀୟ କ୍ଷେତ୍ରରେ ସିଧାସଳଖ ଏବଂ ପରୋକ୍ଷ ରୋଜଗାର  ଉପଲବ୍ଧ କରାଇବ ।

 

**********