Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏପ୍ରିଲ ୩ତାରିଖରେ ସିବିଆଇର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ


ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ ଏବଂ ସିବିଆଇର ସର୍ବୋତ୍ତମ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

ସିବିଆଇର ହୀରକ ଜୟନ୍ତୀ ଉତ୍ସବ ପାଳନକୁ ଦର୍ଶାଉଥିବା ଡାକ ଟିକଟ ଏବଂ ସ୍ମରଣୀୟ ମୁଦ୍ରାକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲରେ ମଧ୍ୟାହ୍ନ ୧୨ ଟା ସମୟରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିବେ

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ ଏବଂ ସିବିଆଇର ସର୍ବୋତମମ ତଦନ୍ତକାରୀ ଅଧିକାରୀଙ୍କ ପାଇଁ ସ୍ୱର୍ଣ୍ଣ ପଦକ ଗ୍ରହଣକାରୀଙ୍କ ପାଇଁ ଏକ ସମାରୋହ ଅନୁଷ୍ଠିତ ହେବ ଯେଉଁଥିରେ ପ୍ରଧାନମନ୍ତ୍ରୀ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ପଦକ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ସିଲଙ୍ଗ, ପୁଣେ ଏବଂ ନାଗପୁରରେ ସିବିଆଇର ନବ ର୍ନିମିତ କାର୍ଯ୍ୟାଳୟ ସୌଧକୁ ମଧ୍ୟ ଉଦଘାଟନ କରିବେ ସେ ସିବିଆଇର ହୀରକ ଜୟନ୍ତୀ ଉତ୍ସବକୁ ଦର୍ଶାଉଥିବା ଏକ ଡାକ ଟିକଟ ଏବଂ ସ୍ମରଣୀୟ ମୁଦ୍ରା ଉନ୍ମୋଚନ କରିବେ ସେ ସିବିଆଇର ଟ୍ୱିଟର ହ୍ୟାଣ୍ଡେଲର ମଧ୍ୟ ଶୁଭାରମ୍ଭ କରିବେ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଏପ୍ରିଲ, ୧୯୬୩ ରେ ଏକ ସଙ୍କଳ୍ପ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା

HS