ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅରୁଣାଚଳପ୍ରଦେଶ, ଦିଲ୍ଲୀ, କେରଳ ଓ ମଧ୍ୟପ୍ରଦେଶକୁ ଛାଡି ଅନ୍ୟ ରାଜ୍ୟ ସରକାର/କେନ୍ଦ୍ର ଶାସିତ କ୍ଷେତ୍ରର ସରକାରଙ୍କୁ ଜାତୀୟ ସଞ୍ଚୟ ଜମା ପାଣ୍ଠି ଯୋଜନାର ନିବେଶ ବ୍ୟବସ୍ଥାରୁ ବାଦ ଦେବାକୁ ଥିବା ପ୍ରସ୍ତାବ ଅନୁମୋଦନ ଲାଭ କରିଛି । 01.04.2016 ଠାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ଗ୍ରହଣୀୟ ହେବ । ଖାଦ୍ୟ ସବସିଡି ଆବଶ୍ୟକତା ପୂରଣ ନିମନ୍ତେ NSSF ଠାରୁ ଭାରତୀୟ ଖାଦ୍ୟ ନିଗମକୁ ଏକକାଳୀନ 45,000 କୋଟି ଟଙ୍କାର ଋଣ ମଞ୍ଜୁର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ ଓ ମଧ୍ୟପ୍ରଦେଶ NSSF ଋଣ ଯଥାରୀତି ପାଇପାରିବେ । ଅନ୍ୟ 26 ଟି ରାଜ୍ୟ ଓ ପୁଡୁଚେରି ଯେଉଁମାନେ କି ବଜାରରୁ ଋଣ ଉଠାଣ ପାଇଁ ଯୋଗ୍ୟ, ସେମାନେ NSSF ରୁ ଋଣ ନେବା ବ୍ୟବସ୍ଥାକୁ ବନ୍ଦ କରାଯାଇଛି ।