ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (ସୋମବାର) ନୂଆଦିଲ୍ଲୀଠାରେ ଏନସିସି ରାଲିକୁ ସମ୍ବୋଧନ କରିଥିଲେ ।
ସେ କହିଥିଲେ ଯେ ଏନସିସି କ୍ୟାଡେଟମାନଙ୍କ ଗହଣରେ ଥିଲାବେଳେ ତାଙ୍କ ଅତୀତର ସ୍ମୃତି ପୁଣିଥରେ ସ୍ମରଣ ହୋଇଯାଉଛି ।
ବିଗତ ଏକ ବର୍ଷ ମଧ୍ୟରେ ଏନସିସି କ୍ୟାଡେଟମାନେ ସ୍ୱଚ୍ଛ ଭାରତ ଅଭିଯାନ, ଡିଜିଟାଲ ନେଣଦେଣ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସହିତ ସଂଶ୍ଳିଷ୍ଟ ଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ କେରଳ ବନ୍ୟା ସମୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ଏନସିସି କ୍ୟାଡେଟମାନଙ୍କ ଅଭୂତପୂର୍ବ ଯୋଗଦାନ ପ୍ରଶଂସନୀୟ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ସମଗ୍ର ବିଶ୍ୱ ଭାରତକୁ ଏକ ଉଜ୍ଜ୍ୱଳତମ ତାରକା ଭାବେ ଦେଖୁଛି । ସେ କହିଥିଲେ ଯେ ଏହାମଧ୍ୟ ସମସ୍ତେ କହିବାକୁ ଆରମ୍ଭ କଲେଣି ଯେ ଭାରତ ପାଖରେ କେବଳ ସାମର୍ଥ୍ୟ ନାହିଁ ବରଂ ସେ ସାମର୍ଥ୍ୟକୁ ପ୍ରତିପୂରଣ ମଧ୍ୟ କରୁଛି ।
ସେ କହିଥିଲେ ଯେ ଅର୍ଥବ୍ୟବସ୍ଥା ହେଉ ଅବା ପ୍ରତିରକ୍ଷା କ୍ଷେତ୍ର ହେଉ ଭାରତର କ୍ଷମତା ବିସ୍ତୃତ ହୋଇଛି । ସେ କହିଥିଲେ ଯେ ଭାରତ ଶାନ୍ତିର ସମର୍ଥକ କିନ୍ତୁ ଭାରତ ରାଷ୍ଟ୍ରୀୟ ସୁରକ୍ଷା ପାଇଁ କୌଣସି ଆବଶ୍ୟକ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେବନାହିଁ । ସେ କହିଥିଲେ ଯେ ବିଗତ ସାଢେ ଚାରି ବର୍ଷ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସେ କହିଥିଲେ ଯେ ଭାରତ ଏପରି କିଛି ଦେଶମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନେ ତ୍ରିମୁଖୀ ପରମାଣୁ କ୍ଷମତାର ବିକାଶ କରିଛନ୍ତି । ସେ କହିଥିଲେ ଯେ ଯୁବଗୋଷ୍ଠି ନିଜ ସ୍ୱପ୍ନକୁ ସେତେବେଳେ ସାକାର କରିପାରିବେ ଯେତେବେଳେ ଦେଶ ସୁରକ୍ଷିତ ରହିବ ।
ସେ କ୍ୟାଡେଟମାନଙ୍କର କଠିନ ପରିଶ୍ରମର ଭୂରି ଭୂରି ପ୍ରଶଂସା କରିଥିଲେ । ଅନେକ କ୍ୟାଡେଟ ଗ୍ରାମାଂଚଳ ଏବଂ ଛୋଟ ସହରମାନଙ୍କରୁ ଆସିଥାନ୍ତି । ଏନସିସିର ଅନେକ କ୍ୟାଡେଟ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏହି ସଂଦର୍ଭରେ ସେ ପ୍ରସିଦ୍ଧ ଆଥଲେଟ ହିମା ଦାସଙ୍କ କଥା ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ସରକାର ଦେଶରେ ଭିଆଇପି ସଂସ୍କୃତି ବଦଳରେ ଇପିଆଇ, ପ୍ରତ୍ୟେକ ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ (Every person is important) ସଂସ୍କୃତି ଆଣିବାର ପ୍ରଚେଷ୍ଟା କରୁଛନ୍ତି । ସେ କ୍ୟାଡେଟମାନଙ୍କୁ ସମସ୍ତ ପ୍ରକାର ନକାରାତ୍ମକୁ ଦୂରେଇଦେବା ସହ ଦେଶର ସୁ ଭବିଷ୍ୟତ ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ମହିଳାମାନଙ୍କୁ ସୁଯୋଗ ପ୍ରଦାନ କରିବା ପାଇଁ ଏବଂ କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଭାଗୀଦାରୀତା ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଉଛି । ମହିଳାମାନେ ପ୍ରଥମଥର ପାଇଁ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନରେ ପାଇଲଟ ହୋଇଛନ୍ତି ।
ପ୍ରଧାନମନ୍ତ୍ରୀ ଦୃଢତାର ସହ କହିଥିଲେ ଯେ ଭ୍ରଷ୍ଟାଚାର ନୂତନ ଭାରତର ଅଂଶ ହୋଇପାରିବ ନାହିଁ । ସେ କହିଥିଲେ ଯେ ଭ୍ରଷ୍ଟାଚାରରେ ସାମିଲ ଲୋକମାନଙ୍କୁ କ୍ଷମା ଦିଆଯିବନାହିଁ ।
ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ ଏବଂ ଡିଜିଟାଲ କାର୍ଯ୍ୟକ୍ରମଗୁଡିକରେ ଯୁବଗୋଷ୍ଠିଙ୍କର ସକ୍ରୀୟ ଅଂଶୀଦାରୀତାର ପ୍ରଶଂସା କରିଥିଲେ । ସେ କ୍ୟାଡେଟମାନଙ୍କୁ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ସଚେତନ କରାଇବା ପାଇଁ ଅନୁରୋଧ କରିଥିଲେ । ସେ କ୍ୟାଡେଟମାନଙ୍କୁ କହିଥିଲେ ଯେ ସେ ଆଗାମୀ ନିର୍ବାଚନରେ ଅଧିକରୁ ଅଧିକ ସଂଖ୍ୟାରେ ଭୋଟ ଦେବା ପାଇଁ ସେମାନେ ଯୁବଗୋଷ୍ଠିଙ୍କୁ ପ୍ରେରିତ କରନ୍ତୁ ।
ସେ କହିଥିଲେ ଯେ କିଛି ଦିନ ପୂର୍ବେ ଦିଲ୍ଲୀ ସହରେ ବିକଶିତ ଅନେକ ଐତିହାସିକ ସ୍ଥଳଗୁଡିକୁ କ୍ୟାଡେଟମାନେ ଦେଖିପାରିବେ । ଏହି ସ୍ଥାନଗୁଡିକ ଭାରତର ମହାନ ସଂସ୍କୃତି ଏବଂ ମହାନ ନେତାମାନଙ୍କ ସହ ସଂଶ୍ଲିଷ୍ଟ । ଏହି ସଂଦର୍ଭରେ ସେ ଲାଲ କିଲାରେ କ୍ରାନ୍ତି ମନ୍ଦିର ଏବଂ ଅଲିପୁର ରୋଡରେ ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ମହାପରିନିର୍ବାଣ ସ୍ଥଳ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ଏହି ସ୍ଥାନଗୁଡିକ ଦେଖିବା ପରେ ଲୋକମାନଙ୍କ ମନରେ କାର୍ଯ୍ୟ କରିବାର ନୂତନ ଶକ୍ତି ଜାଗ୍ରତ ହେବ ।
Sharing some pictures from the NCC Rally in Delhi today.
— Narendra Modi (@narendramodi) January 28, 2019
I congratulate all those associated with the NCC family and wish them the very best for their future endeavours. pic.twitter.com/Btp1qj5b0G
Seeing the brilliant youngsters of the NCC reaffirms my belief that India's future is bright thanks to our talented Yuva Shakti. pic.twitter.com/M8stIHaZBs
— Narendra Modi (@narendramodi) January 28, 2019
हमारी सेना ने ये स्पष्ट संदेश दिया है कि हम छेड़ते नहीं हैं, लेकिन किसी ने छेड़ा तो फिर छोड़ते भी नहीं हैं! pic.twitter.com/avGOuCWNZB
— Narendra Modi (@narendramodi) January 28, 2019