ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ନିମ୍ନୋକ୍ତ ପ୍ରସ୍ତାବଗୁଡ଼ିକୁ ମଞ୍ଜୁର କରିଛନ୍ତି-
-ହିନ୍ଦୁସ୍ତାନ ଉର୍ବରକ ଏବଂ ରସାୟନ ଲିଃ (ଏଚୟୁଆରଏଲ)କୁ ପଟ୍ଟାରେ ଜମି ଉପଲବ୍ଧ କରାଇବା ।
-ଏଚୟୁଆରଏଲ ଦ୍ୱାରା ଭାରତୀୟ ସାର ନିଗମ(ଏଫସିଆଇଏଲ)ର ଗୋରଖପୁର ଏବଂ ସିନ୍ଦ୍ରୀ ୟୁନିଟ ତଥା ହିନ୍ଦୁସ୍ତାନ ସାର ଲିଃ (ଏଚଏଫସିଏଲ)ର ବରୌନୀ ୟୁନିଟର ପୁନରୁଦ୍ଧାର ନିମନ୍ତେ ରିହାତି ଚୁକ୍ତି ଏବଂ ଜମି ପଟ୍ଟା ଚୁକ୍ତି ଉପଲବ୍ଧ କରାଇବା ।
-ଗୋରଖପୁର, ସିନ୍ଦ୍ରୀ ଏବଂ ବରୌନୀର ତିନୋଟି ପ୍ରକଳ୍ପ ଲାଗି ଏଚୟୁଆରଏଲ ଏବଂ ଏଫସିଆଇଏଲ/ଏଚଏଫସିଏଲ ମଧ୍ୟରେ ବୁଝାମଣାକୁ ଦୃଷ୍ଟିରେ ରଖି ବିକଳ୍ପ ବୁଝାମଣା ଏବଂ ଅନ୍ୟ ବୁଝାମଣାକୁ ଅନୁମୋଦନ କରିବା ଲାଗି ଆନ୍ତଃମନ୍ତ୍ରାଳୟ ସମିତିକୁ କ୍ଷମତା ପ୍ରଦାନ କରିବା
ପ୍ରଭାବ :
ଏଫସିଆଇଏଲ/ଏଚଏଫସିଏଲର ଗୋରଖପୁର, ସିନ୍ଦ୍ରୀ ଏବଂ ବରୌନୀ ୟୁନିଟର ପୁନର୍ଗଠନ ଦ୍ୱାରା ସାର କ୍ଷେତ୍ରରେ ପର୍ଯ୍ୟାପ୍ତ ନିବେଶ ସୁନିଶ୍ଚିତ ହେବ । ଏହି ୟୁନିଟ ଜଗଦୀଶପୁର-ହଳଦିଆ ପାଇପ ଲାଇନ (ଜେଏଚପିଏଲ) ଗ୍ୟାସ ପାଇପ ଲାଇନର ପ୍ରମୁଖ ଗ୍ରାହକ ଭାବେ କାର୍ଯ୍ୟ କରିବ, ଯାହାକୁ ପୂର୍ବ ଭାରତରେ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ ଲାଗି ବିଛାଯାଇଛି । ଏହି କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ଏବଂ ପୂର୍ବ କ୍ଷେତ୍ର/ରାଜ୍ୟର ଅର୍ଥବ୍ୟବସ୍ଥାରେ ଗତି ମିଳିବ । ସାର ୟୁନିଟଗୁଡ଼ିକର ପୁନରୁଦ୍ଧାର ଦ୍ୱାରା ୟୁରିଆର ଘରୋଇ ଉତ୍ପାଦନ ବୃଦ୍ଧି ପାଇବ ଏବଂ ଯାହାର ଫଳସ୍ୱରୂପ ୟୁରିଆରେ ଆତ୍ମନିଭରଶୀଳତା ଆସିପାରିବ ।
ବିବରଣୀ :
-ଏନଟିପିସି, ଆଇଓସିଏଲ, ସିଆଇଏଲ ଏବଂ ଏଫସିଆଇଏଲ/ଏଚଏଫସିଏଲର ମିଳିତ ଉଦ୍ୟୋଗ କମ୍ପାନୀ ଏଚୟୁଆରଏଲର ଗଠନ ଜୁନ 2016ରେ କରାଯାଇଥିଲା, ଯାହାଦ୍ୱାରା ଗୋରଖପୁର, ସିନ୍ଦ୍ରୀ ଏବଂ ବରୌନୀରେ ସାର ପୁନରୁଦ୍ଧାର ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକାରୀ କରାଯାଇପାରିବ ।
-ଏହି ତିନୋଟି ସ୍ଥାନରେ ସାର ପ୍ରକଳ୍ପର ଗଠନରେ ଏଚୟୁଆରଏଲର ସହାୟତା ଲାଗି ଏଫସିଆଇଏଲ/ଏଚଏଫସିଏଲ ଦ୍ୱାରା ଏଚୟୁଆରଏଲ ସହିତ ପଟ୍ଟା ବୁଝାମଣାରେ ସ୍ୱାକ୍ଷର କରାଯିବ । ଜମିର ପଟ୍ଟା 55 ବର୍ଷର ଅବଧି ଲାଗି ହେବ ।
– ପଟ୍ଟାଧାରୀ (ଏଚୟୁଆରଏଲ) ପ୍ରତି ବର୍ଷ ପଟ୍ଟାଦାତା (ଏଫସିଆଇଏଲ/ଏଚଏଫସିଏଲ)କୁ ପ୍ରତିବର୍ଷ 1 ଲକ୍ଷ ଟଙ୍କାର ଆଂଶିକ ପଟ୍ଟା ଭଡ଼ା ଦେବ ।
-ଏଫସିଆଇଏଲର ସିନ୍ଦ୍ରୀ ଏବଂ ଗୋରଖପୁର ୟୁନିଟ ଏବଂ ଏଚଏଫସିଏଲର ବରୌନୀ ୟୁନିଟ ଲାଗି ରିହାତି ବୁଝାମଣାକୁ ଦୃଷ୍ଟିରେ ରଖି ଏଫସିଆଇଏଲ/ଏଚଏଫସିଏଲ ଏବଂ ଏଚୟୁଆରଏଲ (ରିହାତି ପ୍ରାପ୍ତ) ମଧ୍ୟରେ ବୁଝାମଣା ହେବ । ଯାହାର ଅନ୍ତର୍ଗତ ଏଚୟୁଆରଏଲକୁ ଡିଜାଇନ, ଇଞ୍ଜିନିୟରିଂ, ନିର୍ମାଣ, କ୍ରୟ, ପରୀକ୍ଷଣ, ଯାଂଚ, ପରିଚାଳନା, ସାର ପ୍ଲାଂଟର ରକ୍ଷଣାବେକ୍ଷଣ ଏବଂ ଏହାର ଉତ୍ପାଦନର ବିପଣନର ଅଧିକାର ପ୍ରାପ୍ତ ହୋଇପାରିବ ।
-ଏଚୟୁଆରଏଲକୁ ଅର୍ଥ ପ୍ରାପ୍ତ କରିବା ଲାଗି ଭୂମି ଆବଂଟନ ଉଦ୍ଦେଶ୍ୟକୁ ଦୃଷ୍ଟିରେ ରଖି ଏଫସିଆଇଏଲ/ଏଚଏଫସିଏଲ, ସ୍ୱତନ୍ତ୍ର ପ୍ରକଳ୍ପ ଲାଗି ଋଣଦାତା ପ୍ରତିନିଧି ଏବଂ ଏଚୟୁଆରଏଲର ମଧ୍ୟରେ ହେଉଥିବା ବିକଳ୍ପ ବୁଝାମଣା, ଯାହା ଏକ ତ୍ରିପାକ୍ଷିକ ବୁଝାମଣା ଅଟେ, ଏଥିପାଇଁ ପ୍ରତ୍ୟେକ ପ୍ରକଳ୍ପ ସମ୍ପର୍କରେ ଋଣଦାତା ସମୂହ ଦ୍ୱାରା ସ୍ୱାକ୍ଷର କରାଯିବା ପରେ ଏହି ବୁଝାମଣାରେ ସ୍ୱାକ୍ଷର କରାଯିବା ଆବଶ୍ୟକତା ହେବ ।
**********