ରାଷ୍ଟ୍ରାୟତ୍ତ ଏଚଏମଟି ସଂସ୍ଥାର ଟ୍ରାକ୍ଟର ଡିଭିଜନକୁ ବନ୍ଦ କରିଦିଆଯିବ । ଏଥିଲାଗି ସଂସ୍ଥାର କର୍ମଚାରୀମାନଙ୍କୁ ଆକର୍ଷଣୀୟ ଭିଆରଏସ ପେକେଜ ପ୍ରଦାନ କରାଯିବ । ଏହାଛଡା ଏଚଏମଟି ସଂସ୍ଥାର ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ବକେୟା ଦରମା ଓ ପାରିଶ୍ରମିକ ପ୍ରଦାନ ଲାଗି ବଜେଟ ସହାୟତା ମିଳିବ । ଏହି ସଂକ୍ରାନ୍ତ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଅନୁମୋଦନ ଦିଆଯାଇଛି । ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ୭୧୮.୭୨ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବେ ।
ସେହିଭଳି ଏଚଏମଟି ସଂସ୍ଥାର ବେଙ୍ଗାଲୁର ଏବଂ କୋଚିଠାରେ ଥିବା ବଳକା ଜମିକୁ ଅନ୍ୟାନ୍ୟ ସରକାରୀ ସଂସ୍ଥାକୁ ଜନହିତକର କାର୍ଯ୍ୟ ଲାଗି ପ୍ରଦାନ କରିବାକୁ କେବିନେଟ ନିଷ୍ପତ୍ତି ନେଇଛନ୍ତି । ୨୦୦୭ ମସିହାର ନୋସନାଲ ବେତନ ହାର ଆଧାରରେ ଏଚଏମଟି ଟ୍ରାକ୍ଟର ଡିଭିଜନର କର୍ମଚାରୀମାନଙ୍କ ପାଇଁ ଭିଆରଏସ ପ୍ୟାକେଜ ସ୍ଥିର କରାଯିବ ।