ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ବଜେଟ୍ ୨୦୨୫ର ପ୍ରଶଂସା କରି କହିଛନ୍ତି ଏହା ଭାରତର ପ୍ରଗତି ପାଇଁ ଗେମ୍ ଚେଞ୍ଜର୍ ହେବ । ବିକଶିତ ଭାରତ ଦିଗରେ ଦେଶର ଯାତ୍ରାକୁ ତ୍ୱାରାନ୍ୱିତ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ।
କେନ୍ଦ୍ର ବଜେଟ୍, ଏଆଇ, ଖେଳନା ଉତ୍ପାଦନ, କୃଷି, ଚପଲ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଗିଗ୍ ଅର୍ଥବ୍ୟବସ୍ଥା ସହିତ ଏକାଧିକ କ୍ଷେତ୍ରରେ ନୂତନତା, ଔଦ୍ୟୋଗୀକତା ଏବଂ ନିରନ୍ତର ଅଭିବୃଦ୍ଧି ପାଇଁ ପଥ ଉନ୍ମୁକ୍ତ କରିଛି ।
ମାଇଗଭ୍ ଦ୍ୱାରା ଏକ ଏକ୍ସ ପୋଷ୍ଟ ଥ୍ରେଡ୍ର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି :
“ଏପରି ଏକ ବଜେଟ୍ ଯାହା ବିକଶିତ ଭାରତ ନିର୍ମାଣର ଆମର ସାମୂହିକ ସଂକଳ୍ପକୁ ଅଧିକ ଗତିଶୀଳ କରିବ ।”
SR
A Budget that will add momentum towards our collective resolve of building a Viksit Bharat! #ViksitBharatBudget2025 https://t.co/kDONUwP4b2
— Narendra Modi (@narendramodi) February 1, 2025