Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଏକ କୋଟି ଘର ଛାତ ଉପରେ ସୌର ଶକ୍ତି ବ୍ୟବହାର ଲକ୍ଷ୍ୟ ନେଇ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା”ର ଶୁଭାରମ୍ଭ କରିବାକୁ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

ଏକ କୋଟି ଘର ଛାତ ଉପରେ ସୌର ଶକ୍ତି ବ୍ୟବହାର ଲକ୍ଷ୍ୟ ନେଇ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା”ର ଶୁଭାରମ୍ଭ କରିବାକୁ ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ


ସୂର୍ଯ୍ୟବଂଶୀ ଭଗବାନ ଶ୍ରୀରାମଙ୍କ ପବିତ୍ର ପ୍ରାଣ ପ୍ରତିଷ୍ଠା ଅବସରରେ ଅଯୋଧ୍ୟା ଗସ୍ତ ପରେ ପ୍ରଧାନମନ୍ତ୍ରୀ ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ୧ କୋଟି ଘରେ ଛାତ ଉପରେ ସୌର ଶକ୍ତି ଲଗାଇବା ଲକ୍ଷ୍ୟ ନେଇ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା”ର ଶୁଭାରମ୍ଭ କରିବା ପାଇଁ ଏକ ବୈଠକରେ ଅଧ୍ୟକ୍ଷତା କରିଥିଲେ ।

 

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୂର୍ଯ୍ୟଙ୍କ ଶକ୍ତିକୁ ପ୍ରତ୍ୟେକ ପରିବାର ଛାତ ଉପରେ ବ୍ୟବହାର କରି ସେମାନଙ୍କର ବିଦ୍ୟୁତ୍‍ ବିଲ୍ ହ୍ରାସ କରିପାରିବେ ଏବଂ ସେମାନେ ବିଦ୍ୟୁତ୍ ଆବଶ୍ୟକତା ପାଇଁ ପ୍ରକୃତରେ ଆତ୍ମନିର୍ଭରଶୀଳ ହୋଇପାରିବେ ।

 

ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନାରେ ଛାତ ଉପରେ ସୌରଶକ୍ତି ସ୍ଥାପନ ମାଧ୍ୟମରେ ନିମ୍ନ ଓ ମଧ୍ୟମ ଆୟକାରୀଙ୍କୁ ବିଜୁଳି ଯୋଗାଇଦେବା ସହ ବଳକା ବିଦ୍ୟୁତ ଉତ୍ପାଦନ ପାଇଁ ଅତିରିକ୍ତ ରୋଜଗାର ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି।

 

ଘରୋଇ ଉପଭୋକ୍ତାଙ୍କୁ ଅଧିକ ସଂଖ୍ୟକ ଛାତ ଉପରେ ସୌର ଶକ୍ତି ସ୍ଥାପନ ପାଇଁ ସଚେତନ କରିବା ସକାଶେ ଏକ ବୃହତ ଜାତୀୟ ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 

HS